spot_img
Home Blog Page 4385

ଛୁଟି ନମିଳିବାରୁ ଅଗ୍ନିଶମ କର୍ମଚାରୀଙ୍କ ଆତ୍ମହତ୍ୟା

ଭଞ୍ଜନଗର: ଛୁଟି ନମିଳିବାରୁ ଚରମ ରାସ୍ତା ବାଛି ନେଲେ ଅଗ୍ନିଶମ କର୍ମଚାରୀ । ମିଳିଲା ତାଙ୍କ ଝୁଲନ୍ତା ମୃତଦେହ। ଗଞ୍ଜାମ ଗାଙ୍ଗପୁର ଥାନା ବୁଢାକେନ୍ଦୁ ଜଙ୍ଗଲରୁ ଅଗ୍ନିଶମ କର୍ମଚାରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ମୃତ କର୍ମଚାରୀ ହେଲେ କେନ୍ଦୁଝର ଜିଲ୍ଲା ଦୟାନିଧି ମହନ୍ତ । ସେ ଆସ୍କା ଅଗ୍ନିଶମ କେନ୍ଦ୍ରରେ କାର୍ଯ୍ୟରତ ଥିଲେ ।

ତାଙ୍କ ମୃତଦେହ ପାଖରୁ ସୁଇସାଇଡ୍ ନୋଟ୍ ଜବତ କରାଯାଇଛି । ସେଥିରେ ସେ ଉଲ୍ଲେଖ କରିଛନ୍ତି, ‘ଅଗ୍ନିଶମ ସେବା ସଂସ୍ଥାରେ ଗତ ୨୪ ବର୍ଷ ହେଲା କାମ କରୁଥିଲେ । ମୟୂରଭଞ୍ଜରେ ଥିବା ବେଳେ ତାଙ୍କ ବାପା, ମାଆଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ନଥିବା ଜଣାଇ ପାଖାପାଖି ଅଗ୍ନିଶମ କେନ୍ଦ୍ରକୁ ବଦଳି ପାଇଁ କହିଥିଲି । ୧୫ ହଜାର ଟଙ୍କା ନଦେବାରୁ କନ୍ଧମାଳ ବଦଳି କରିଦିଆଗଲା । ଫଳରେ ବାପା, ମାଆଙ୍କ କଥା ବୁଝି ପାରିନଥିଲି । ଯାହାଫଲରେ ବାପାମାଆଙ୍କ ମୃତ୍ୟୁ ଘଟିଥିଲା । ଏହାପରେ ମୋତେ ଆସିକାକୁ ବଦଳି କରାଯାଇଥିଲା । ତେବେ ଛୁଟି ନମିଳିବାରୁ ସ୍ତ୍ରୀ ଓ ପିଲାମାନଙ୍କୁ ୨ ବର୍ଷ ହେଲା ଦେଖି ନଥିଲେ । ଯାହାକୁ ନେଇ ଦାମ୍ପତ୍ୟ ଜୀବନରେ ଝଡ଼ ସୃଷ୍ଟି ହୋଇଥିଲା । ବାପାମାଆଙ୍କ ଦେଖାଶୁଣା କରିପାରିଲେନି ସେମାନେ ଚାଲିଗଲେ । ସ୍ତ୍ରୀ ମଧ୍ୟ ଦୂରେଇ ଗଲେ । ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରୁଛି ।’

ଗତକାଲି ରାତିରେ ବୁଢାକେନ୍ଦୁ ରାସ୍ତା ଉପରେ ଅଗ୍ନିଶମ ଗାଡିଟି ରହିଥିବା ଦେଖିଥିଲେ ସ୍ଥାନୀୟ ଲୋକେ । ଆଜି ସକାଳୁ କର୍ମଚାରୀଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଦେଖି ଗାଙ୍ଗପୁର ପୋଲିସକୁ ଖବର ଦେଇଥିଲେ । ଗାଙ୍ଗପୁର ପୋଲିସ ଘଟଣାର ତଦନ୍ତ କରୁଛି । ଅନ୍ୟପଟେ ଆସିକା ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଛି ।

ଟଙ୍କା ହେରଫେର ଅଭିଯୋଗ: ସମ୍ବଲପୁର ବିଶ୍ବବିଦ୍ୟାଳୟର କୁଳପତିଙ୍କ ନାଁରେ ଏତଲା

ସମ୍ବଲପୁର: ବିବାଦରେ ସମ୍ବଲପୁର ବିଶ୍ବବିଦ୍ୟାଳୟର କୁଳପତି ସଞ୍ଜୀବ ମିତ୍ତଲ । ଧନୁପାଲି ଥାନାରେ ତାଙ୍କ ନାଁରେ ଏତଲା ଦେଲା ସମ୍ବଲପୁର ବାର୍ ଆସୋସିଏସନ । ଏଲ.ଆର୍. ଲ’ କଲେଜ ଛାତ୍ରଙ୍କ ଟଙ୍କା ହେରଫେର ନେଇ ଅଭିଯୋଗ କରିଛି ସଂଘ । ମିତ୍ତଳ ୬୨ ଲକ୍ଷ ୬୭ ହଜାର ଟଙ୍କା ଚଞ୍ଚକତା କରିଥିବା କହିଛି ସଂଘ ।

ପ୍ରଫେସର ମିତ୍ତଲ ବିବାଦରେ ଫସିବା ପ୍ରଥମ ଘଟଣା ନୁହେଁ । ଏହା ପୂର୍ବରୁ ୨୦୨୧ ଏପ୍ରିଲ ୨୧ ତାରିଖରେ ସମ୍ବଲପୁର ବିଶ୍ବବିଦ୍ୟାଳୟର ଠିକା କର୍ମଚାରୀ ଦୀନବନ୍ଧୁ ମିଶ୍ରଙ୍କ ମୃତ୍ୟୁ ମାମଲାରେ ତାଙ୍କ ସମେତ ଅନ୍ୟ ଦୁଇ ଜଣ ଅଧିକାରୀଙ୍କ ନାଁରେ ମାମଲା ରୁଜୁ ହୋଇଥିଲା । ବାପାଙ୍କ ମୃତ୍ୟୁ ପାଇଁ ଭିସି ଦାୟୀ ବୋଲି ଅଭିଯୋଗ କରି ବୁର୍ଲା ଥାନାରେ ଏତଲା ଦେଇଥିଲେ ଦୀନବନ୍ଧୁଙ୍କ ପୁଅ ଅଭିଷେକ ।

ସୂଚନାଯୋଗ୍ୟ, ୨୭ ବର୍ଷ ଚାକିରି ପରେ ବି ସ୍ଥାୟୀ ନହେବା ଓ ଏହାକୁ ନେଇ କୁଳପତିଙ୍କ ସହ ବଚସା ପରେ କ୍ୟାମ୍ପସ ଭିତରେ ଆତ୍ମାହୁତି କରିଥିଲେ ।

ଓଡ଼ିଶାକୁ ଶୀଘ୍ର ଆସିବ ମୌସୁମୀ !

ଭୁବନେଶ୍ବର: ପ୍ରତିବର୍ଷ ଜୁନ୍ ୧୨ ତାରିଖ ସୁଦ୍ଧା ଓଡ଼ିଶା ଉପକୂଳ ଛୁଇଁଥାଏ ମୌସୁମୀ ବାୟୁ । ଚଳିତବର୍ଷ ୬ ଦିନ ପୂର୍ବରୁ ମୌସୁମୀ ବାୟୁ ଆଣ୍ଡାମାନରେ ପହଞ୍ଚିଛି । ଯାହା ଫଳରେ ଓଡ଼ିଶାକୁ ମଧ୍ୟ ଶୀଘ୍ର ଆସିପାରେ ବୋଲି ଆକଳନ କରାଯାଇଛି । ତେବେ ଏନେଇ ବର୍ତ୍ତମାନ ଚିତ୍ର ସ୍ପଷ୍ଟ ହୋଇନଥିବା ଭାରତୀୟ ପାଣିପାଗ ବିଭାଗ କହିଛି ।

ମେ’ ୧୬ ତାରିଖରେ ଆଣ୍ଡାମାନ ଦ୍ବୀପପୁଞ୍ଜରେ ପ୍ରବେଶ କରିଛି ମୌସୁମୀ। ସାଧାରଣତଃ ଏହା ମେ’ ୨୨ ତାରିଖ ବେଳକୁ ଆଣ୍ଡାମାନ ଛୁଇଁଥାଏ। ତେବେ ଚଳିତବର୍ଷ ଏହା ୬ ଦିନ ଆଗରୁ ପହଞ୍ଚିଛି। ଆସନ୍ତା ୨ରୁ ୩ ଦିନ ମଧ୍ୟରେ ଏହା ଆଣ୍ଡାମାନ ସାଗରର ଅବଶିଷ୍ଟାଂଶ, ଦକ୍ଷିଣ ପୂର୍ବ ବଙ୍ଗୋପସାଗର, ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ପହଞ୍ଚିବା ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଆସନ୍ତା ୨୭ ତାରିଖ ସୁଦ୍ଧା କେରଳ ନିକଟରେ ମୌସୁମୀ ବାୟୁ ପହଞ୍ଚିବା ସମ୍ଭାବନା ରହିଛି ବୋଲି କହିଛନ୍ତି ଭାରତୀୟ ପାଣିପାଗ କେନ୍ଦ୍ର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ।

ଉତୁରି ଗଲା ଟ୍ରେନରେ ଚଢି ସେଲଫି ନେବା ନିଶା: ବିଦ୍ୟୁତ ତାର ସଂସ୍ପର୍ଷରେ ଆସି ଯୁବକ ଗୁରୁତର

ବଲାଙ୍ଗିର: ସେଲଫି ଆଜିକାଲି ଯୁବବର୍ଗଙ୍କର ଏକ ଫ୍ୟାସନ ହୋଇଯାଇଛି । ଯେଉଁଠି ସୁଯୋଗ ପାଇଲେ ସେଲଫିଟେ ନେବାକୁ ଭୁଲନ୍ତି ନାହିଁ । ଏମିତି ବି ହୁଏ ସେଲଫିଟେ ନେବାକୁ ସମୟେ ସମୟେ ସ୍ଥାନ, କାଳ ପାତ୍ର ଭୁଲିଯାଆନ୍ତି ଓ ଜୀବନକୁ ବିପଦରେ ପକାଇ ଦେଇଥାନ୍ତି । ଏମିତି ଏକ ସେଲଫି ନେବାକୁ ଯାଇ ଜଣେ ଯୁବକ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।

ଆହତ ଯୁବକ ଜଣଙ୍କ ସୁବର୍ଣ୍ଣପୁର ଜିଲ୍ଲା ଖରଜୁରା ଗାଁର ଦୀପକ ମେହେର । ଲୋଇସିଂହା ରେଳ ଷ୍ଟେସନରେ ଛିଡା ହୋଇଥିବା ଏକ ମାଲବାହୀ ଟ୍ରେନ ଉପରେ ଚଢି ସେଲଫି ନେବା ହୋଇଛି ତାଙ୍କ ପାଇଁ କାଳ । ରେଳ ଧାରଣା ଉପରେ ଯାଇଥିବା ଉଚ୍ଚ କ୍ଷମତା ସମ୍ପର୍ଣ୍ଣ ବିଦ୍ୟୁତ୍ ତାର ସଂସ୍ପର୍ଷରେ ଆସି ଦୀପକ ଗୁରୁତର ଆହତ ହୋଇଚନ୍ତି । ତାଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ବଲାଙ୍ଗୀର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ରାଉରକେଲା ଆଇଜିଏଚକୁ ସ୍ଥାନାନ୍ତର କରାଯାଇଛି ।

ମିଳିଥିବା ସୂଚନା ଅନୁସାରେ ଦୀପକ ଗତକାଲି ସାଙ୍ଗମାନଙ୍କ ସହ ଲୋଇସିଂହା ନଅଗାଁ (ଖ) ଗାଁକୁ ଯାତ୍ରା ଦେଖିବାକୁ ଆସିଥିଲେ । ଯାତ୍ରା ଦେଖି ସରିବା ପରେ ଲୋଇସିଂହା ରେଳ ଷ୍ଟେସନକୁ ସାଙ୍ଗମାନଙ୍କ ସହିତ ସେଲଫି ଉଠାଇବାକୁ ଯାଇଥିଲେ ।

ମିଳିଲା ନିଖୋଜ ପୂର୍ବତନ ବିଧାୟକ ସରୋଜଙ୍କ ଠିକଣା

ଆସିକା: ନିଖୋଜ ଆସିକାର ପୂର୍ବତନ ବିଧାୟକ ସରୋଜ ପାଢ଼ୀଙ୍କ ଠିକଣା ମିଳିଛି ।  ରାମେଶ୍ବରମରେ ଅଛନ୍ତି ସରୋଜ । ଏନେଇ ପରିବାର ଲୋକ ପୋଲିସକୁ ସୂଚନା ଦେଇଛନ୍ତି । ପରିବାର ଲୋକଙ୍କ ସହ ସରୋଜ କିଛି ସମୟ କଥା ହୋଇଛନ୍ତି । ବ୍ୟସ୍ତ ବିବ୍ରତ ନ ହେବା ପାଇଁ ସେ କହିଛନ୍ତି । ପରିବାର ଲୋକଙ୍କ ସୂଚନା ପରେ ରାମେଶ୍ବରମ ଯିବ ପୋଲିସ ଟିମ ।

ଗତ ୧୨ ତାରିଖରୁ ସରୋଜ ନିଖୋଜ ଥିବା ନେଇ ଭୁବନେଶ୍ବର କ୍ୟାପିଟାଲ ଥାନାରେ ଏତଲା ଦେଇଥିଲେ ପୁଅ ସଂଗୀତ ପାଢ଼ୀ । ଘରୁ ବାହାରକୁ ଯାଇ ଆଉ ଘରି ନଥିବା ସେ ଅଭିଯୋଗ କରିଥିଲେ । ତାଙ୍କୁ ବାରମ୍ବାର ମୋବାଇଲରେ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାଙ୍କ ଫୋନ ସୁଇଚ ଅଫ ଥିବା ସେ କହିଥିଲେ ।

୨୦୦୪ରେ ସେ ସ୍ବାଧୀନ ଭାବେ ଲଢିବା ସହ ବିଜେଡିର ସହଯୋଗୀ ସଦସ୍ୟ ଭାବେ ଆସକାରୁ ବିଧାୟକ ନିର୍ବାଚିତ ହୋଇଥିଲେ । ପରେ ସେ ୨୦୦୯ରେ କଂଗ୍ରେସରେ ସାମିଲ ହୋଇଥିଲେ । ୨୦୧୯ରେ ସରୋଜ ବିଜେପିରେ ଯୋଗ ଦେଇଥିଲେ ।

ଓଡିଶା ସମେତ ୯ଟି ସ୍ଥାନରେ କାର୍ତ୍ତୀ ଚିଦାମ୍ବରମଙ୍କ ଘରେ ସିବିଆଇ ଚଢାଉ

ନୂଆଦିଲ୍ଲୀ: କଂଗ୍ରେସର ବରିଷ୍ଠ ନେତା ପି.ଚିଦାମ୍ବରମ ଓ ତାଙ୍କ ପୁଅ କାର୍ତ୍ତୀ ଚିଦାମ୍ବରମଙ୍କ ଘରେ ସିବିଆଇ ଚଢାଉ । ପୁଅ ପାଇଁ ବଢିଲା ବରିଷ୍ଠ କଂଗ୍ରେସ ନେତା ପି. ଚିଦାମ୍ବରମଙ୍କ ସମସ୍ୟା । ପୂର୍ବରୁ ଚାଲିଥିବା ବେଆଇନ୍ ଅର୍ଥ କାରବାରରେ ଆଜି ସକାଳୁ ହଠାତ କାର୍ତ୍ତୀଙ୍କ ଏକାଧିକ ଠିକଣାରେ ଚଢାଉ କରିଛି ସିବିଆଇ । ଏଥିରେ ଚେନ୍ନାଇ, କର୍ଣ୍ଣାଟକ, ଦିଲ୍ଲୀ, ଓଡିଶା ସମେତ ୯ଟି ସ୍ଥାନ ରହିଛି ।

୨୦୧୦ରୁ ୨୦୧୪ ମସିହା ମଧ୍ୟରେ କାର୍ତ୍ତୀଙ୍କ ଦ୍ବାରା ଗ୍ରହଣ କରାଯାଇଥିବା ବିଦେଶୀ ଟଙ୍କା ମାମଲାରେ ଏହି  ଚଢାଉ ଚାଲିଥିବା ଜଣାପଡିଛି । ଜଣେ ବ୍ୟକ୍ତିଙ୍କଠାରୁ କାର୍ତ୍ତୀ ଚିଦାମ୍ବରମ ୫୦ ଲକ୍ଷ ଟଙ୍କା ନେଇଥିବା  ଅଭିଯୋଗ ହେଉଥିବା ବେଳେ ଏହାର ବି ଖୋଳତାଡ଼ କରୁଛି ସିବିଆଇ । ପୂର୍ବରୁ ଆଇଏନ୍ଏକ୍ସ ମିଡିଆ ମାମଲାରେ ଛନ୍ଦି ହୋଇ ଜେଲ୍ ଯାଇଥିଲେ କିର୍ତ୍ତୀ । ତାଙ୍କୁ ୨୦୧୯ ମସିହାରେ ଗିରଫ କରିଥିଲା ସିବିଆଇ । ୨୩ ଦିନ ତିହାର ଜେଲରେ ରହିବା ପରେ ଜାମିନରେ ଛାଡ଼ ପାଇଥିଲେ ସେ ।

ବ୍ରଜରାଜନଗର ଉପନିର୍ବାଚନ ପାଇଁ ବିଜେଡିର ୪୦ ଜଣିଆ ଷ୍ଟାର କ୍ୟାମ୍ପେନରଙ୍କ ତାଲିକା

ଭୁବନେଶ୍ବର: ବ୍ରଜରାଜନଗର ବିଧାନସଭା ଉପ ନିର୍ବାଚନ ପାଇଁ ଷ୍ଟାର କ୍ୟାମ୍ପେନରଙ୍କ ତାଲିକା ପ୍ରକାଶ କରିଛି ବିଜେଡି । ଏଥିରେ ଅଛନ୍ତି ୪୦ ଜଣ ଷ୍ଟାର ପ୍ରଚାରକ । ଦଳର ଏକ ନମ୍ବର ଷ୍ଟାର କ୍ୟାମ୍ପେନର ହେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାକୟ । ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଚାର ମଙ୍ଗ ଧରିବେ ୮ ମନ୍ତ୍ରୀ । ଏହାସହ ବଛାବଛା ବିଧାୟକ ତଥା ଟାଣୁଆ ନେତାଙ୍କୁ ଦିଆଯାଇଛି ବ୍ରଜରାଜନଗର ଦାୟିତ୍ବ ।

ପାଲି ପାଳି କରି ଏମାନେ ପ୍ରଚାର ମୈଦାନକୁ ଓହ୍ଲାଇ ବିଜେଡି ପ୍ରାର୍ଥୀ ଅଳକା ମହାନ୍ତିଙ୍କ ପାଇଁ କରିବେ ପ୍ରଚାର  । ମନ୍ତ୍ରୀ ନିରଞ୍ଜନ ପୂଜାରୀ, ପ୍ରତାପ ଜେନା, ଅରୁଣ କୁମାର ସାହୁ, ସୀମର ରଞ୍ଜନ ଦାସ, ନବ କିଶୋର ଦାସ, ସୁଶାନ୍ତ ସିଂ, ଟୁକୁନି ସାହୁ ଓ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର ସାଜିବେ ବିଜେଡିର ବ୍ରଜରାଜନଗର ଷ୍ଟାର କ୍ୟାମ୍ପେନର । ଏହାଛଡ଼ା ପ୍ରଥମ ଥର ପାଇଁ ବିଜେପୁର ବିଧାୟିକା ରୀତା ସାହୁଙ୍କୁ ଦିଆଯାଇଛି କ୍ୟାମ୍ପେନିଂ ଦାୟିତ୍ବ ।

ପ୍ରଣବ ପ୍ରକାଶ ଦାସ, ଦେବୀ ମିଶ୍ର, ପ୍ରସନ୍ନ ଆଚାର୍ଯ୍ୟ, ଅତନୁ ସବ୍ୟସାଚୀ ନାୟକ, ସଞ୍ଜୟ ଦାସବର୍ମା ପ୍ରମୁଖ ଷ୍ଟାର କ୍ୟାମ୍ପେନର ତାଲିକାରେ ଅଛନ୍ତି । ସେହିପରି ସ୍ନେହାଙ୍ଗୀନି ଛୁରିଆ, ଲତିକା ପ୍ରଧାନ, ପ୍ରୀତିରଞ୍ଜନ ଘଡ଼େଇ, ଆକାଶ ଦାସନାୟକ ମୈଦାନକୁ ଓହ୍ଲାଇ ଅଳକାଙ୍କ ପାଇଁ କରିବେ ଭୋଟ୍ ଭିକ୍ଷା ।

LIC ନିବେଶକଙ୍କୁ ବଡ଼ ଝଟକା

ମୁମ୍ବାଇ: ଏଲଆଇସି ନିବେଶକଙ୍କୁ ଲାଗିଛି ବଡ ଝଟକା ।  ୮୭୨ ଟଙ୍କାରେ ଲିଷ୍ଟିଂ ହେଲା ଦେଶର ସବୁଠାରୁ ବଡ଼ IPO । ଏନଏସଇରେ ୮୭୨ ଟଙ୍କାରେ ଲିଷ୍ଟିଂ ହୋଇଥିବା ବେଳେ, ବିଏସଇରେ ଆହୁରି କମ୍ ଅର୍ଥାତ୍ ୮୬୭ରେ ଲିଷ୍ଟିଂ ହୋଇଛି । ଏଲଆଇସିର IPO ଦର ୯୦୨ରୁ ୯୪୯ ଟଙ୍କା ଥିଲା । ଆଶା କରାଯାଉଥିଲା ଏଲଆଇସି ୧୦୦୦ ଟଙ୍କା ପରେ ଲିଷ୍ଟିଂ ହେବ । ବଜାରରୁ ଗ୍ରାହକ ଲାଭ ପାଇବେ, କିନ୍ତୁ ସେଭଳି କିଛି ହେଲା ନାହିଁ ।

ଆଜିଠୁ ସେୟାର ମାର୍କେଟରେ ପ୍ରବେଶ କରିଛି ଦେଶବାସୀଙ୍କ ଭରସାର ପ୍ରତୀକ ଭାରତୀୟ ଜୀବନବୀମା ନିଗମ । ମେ’ ୪ରୁ ୯ ତାରିଖ ପର୍ଯ୍ୟନ୍ତ ୬ ଦିନ ଧରି ଏଲଆଇସିର ମାରାଥନ୍ IPO ଇସ୍ୟୁ ସମୟରେ ଘରୋଇ ନିବେଶକଙ୍କ ଉତ୍ସାହ ଦେଖିବାକୁ ମିଳିଥିଲା । କେନ୍ଦ୍ର ସରକାର ଏଲଆଇସିର ୩.୫ ପ୍ରତିଶତ ଅଂଶଧନ ବିକ୍ରି କରି ୨୧ ହଜାର କୋଟି ଟଙ୍କା ଉଠାଇବାକୁ ଯୋଜନା କରିଛନ୍ତି । ଏଥିରେ ୨୨ କୋଟି ସେୟାର ଇସ୍ୟୁ କରାଯାଇଛି ।

ଭାରତରେ ବୀମା କ୍ଷେତ୍ରରେ LICର ସବୁଠାରୁ ଅର୍ଥାତ୍ ୬୬ ପ୍ରତିଶତର ମାର୍କେଟ ସେୟାର ରହିଛି । କଂପାନୀର ୨ ହଜାର ୪୮ଟି ବ୍ରାଞ୍ଚ ଥିବା ବେଳେ ୧୧୩ଟି ଡିଭିଜନାଲ୍ ଅଫିସ ରହିଛି । ୮ଟି ଦେଶରେ ଏହା ମଧ୍ୟ ଅପରେଟ୍ କରୁଛି । କଂପାନୀର ମୂଲ୍ୟ ୬ ଲକ୍ଷ କୋଟି ଟଙ୍କା ସହିତ ଭାରତରେ ପଞ୍ଚମ ସର୍ବବୃହତ୍ କଂପାନୀର ମାନ୍ୟତା ପାଇଛି LIC । ପୂର୍ବରୁ ମଧ୍ୟ SBI କାର୍ଟ, ପେ-ଟିଏମ୍ ଭଳି ସଂସ୍ଥାର IPO ଅପେକ୍ଷା ଲିଷ୍ଟିଂ ନେଗେଟିଭରେ ହୋଇଥିଲା ।

ରାତିରେ ଆସିଲା ଭୟଙ୍କର ସ୍ବପ୍ନ: ଚୋରି ମୂର୍ତ୍ତି ମନ୍ଦିର ଆଗରେ ଥୋଇ ଦେଲା ଚୋର

ଚିତ୍ରକୁଟ: ମନ୍ଦିରୁ ମୂର୍ତ୍ତି ଚୋରି ନେଲେ । ଭାବିଥିଲେ ଲକ୍ଷାଧିକ ଟଙ୍କାରରେ ଏହାକୁ ବିକ୍ରି କବେ । ହେଲେ ଭଗବାନଙ୍କ ମାୟାରୁ ବର୍ତ୍ତି ପାରିଲେନି । ରାତିରେ ଆସିଲା ଭୟଙ୍କର ସ୍ବପ୍ନ । ନିଦ ହେଲାଣି । ଜୀବନ ହୋଇଗଲା ଦୁର୍ବିସହ । ଶେଷରେ ଏକ ଚିଠି ସହ ଚୋରି ମୂର୍ତ୍ତିକୁ ମନ୍ଦିର ଆଗରେ ଥୋଇ ଦେଲା ଚୋର ।

ଘଟଣା ଉତ୍ତରପ୍ରଦେଶର ଚିତ୍ରକୁଟ ଜିଲ୍ଲା ତରାହ୍ନା ସ୍ଥିତ ଐତିହାସିକ ବାଲାଜୀ ମନ୍ଦିରର । ଗତ ୯ ତାରିଖରେ ବାଲାଜୀ ମନ୍ଦିରରେ ଅଷ୍ଟଧାତୁରେ ନିର୍ମିତ ୧୬ଟି ମୂର୍ତ୍ତି ଚୋରି କରିନେଇଥିଲେ ଚୋର । ଯାହାର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ । ଏନେଇ ମନ୍ଦିର ମହନ୍ତ ରାମବାଲକ ଥାନାରେ ଏତଲା ଦେଇଥିଲେ । ମହନ୍ତ କହିଥିଲେ, ‘ମନ୍ଦିର ତାଲା ଭାଙ୍ଗି ୫ କେଜି ଓଜନର ଅଷ୍ଟଧାତୁର ଶ୍ରୀରାମଙ୍କ ମୂର୍ତ୍ତି, ପିତଳର ରାଧାକୃଷ୍ଣ, ବାଲାଜୀ ଓ ଲଡୁ ଗୋପାଳଙ୍କ ମୂର୍ତ୍ତି ସହ ନଗଦ ଯଙ୍କା ଓ ରୂପା ସାମଗ୍ରୀ ଚୋରି କରିନେଇଥିଲେ ।

ପରଦିନ ମହନ୍ତ ରାମ ବାଲକ ଗାଈଙ୍କୁ ଖାଇବାକୁ ଦେବାକୁ ଯିବା ବେଳେ ଏକ ଚିଠି ପାଇଥିଲେ । ଏଥିରେ ମନ୍ଦିରରୁ ଚୋରି ମୂର୍ତ୍ତି ସମ୍ପର୍କରେ ଉଲ୍ଲେଖ ଥିଲା । ଚିଠି ପଢିବା ପରେ ସେଠାରେ ଲେଖା ଥିବା ସ୍ଥାନରୁ ଚୋରି ମୂର୍ତ୍ତି ଥୁଆ ହୋଇଥିଲା । ଏଥିରେ ପିଳତ ଓ ତମ୍ବାର ୧୨ଟି ମୂର୍ତ୍ତି ଥିଲା । ହେଲେ ଅଷ୍ଟଧାତୁର ମୂର୍ତ୍ତିଟି ନଥିଲା । ପରେ ରାମ ବାଲକ ମୂର୍ତ୍ତିଗୁଡିକୁ କୋତବାଲି ଥାନ ଅଧିକାରୀଙ୍କୁ ଦେଇଥିଲେ ।

ଏସସିବିରେ ବିରଳ ଅସ୍ତ୍ରୋପଚାର

କଟକ: ଏସସିବି ମେଡିକାଲର କିଡନୀ ବିଭାଗରେ ଚାଲିଛି ବିରଳ ଅସ୍ତ୍ରୋପଚାର । ଆଜି ଜଣେ ରୋଗୀଙ୍କ କାଡାଭେରିକ ସର୍ଜରୀ କରାଯାଉଛି । ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରୁ ଜଣେ ବ୍ୟକ୍ତିଙ୍କ ଶରୀରରୁ କିଡନୀ କଢ଼ାଯାଇ ଏସସିବିରେ ଏହି ସର୍ଜରୀ କରାଯାଉଛି ।

ଏସସିବି ଇରୋଲୋଜି ବିଭାଗର ବିଭାଗୀୟ ମୁଖ୍ୟ ଡାକ୍ତର ସମୀର ରଞ୍ଜନ ସ୍ବାଇଁ ଓ ଡାକ୍ତର ସଞ୍ଜୟ ଚୌଧୁରୀ ଏହି କିଡନୀକୁ ଅତି ଯତ୍ନର ସହିତ ଏସସିବିକୁ ଆଣିଥିଲେ । ବର୍ତ୍ତମାନ ଏହି ଅପରେସନ ଜାରି ରହିଛି । ଦୀର୍ଘ ଦିନର ବ୍ୟବଧାନ ପରେ ଏସସିବିରେ ଏହି ଅପରେସନ କରାଯାଉଛି । ଅପରେସନ ସଫଳ ହେଲେ ଏସସିବି ଚିକିତ୍ସା ବିଜ୍ଞାନରେ ଏକ ସଫଳ ଅଧ୍ୟାୟ ଯୋଡି ହେବ ।