ଲଟେରୀ ଟଙ୍କାରେ ନିର୍ମାଣ ବାରବାଟୀ, ୧୯୮୨ରେ ଖେଳାଯାଇଥିଲା ପ୍ରଥମ ଆନ୍ତର୍ଜାତିକ ମ୍ୟାଚ୍

1 min read

ନନ୍ଦିଘୋଷ ବ୍ୟୁରୋ: ଓଡିଶା କ୍ରିକେଟର ଏନ୍ତୁଡ଼ିଶାଳ ବାରବାଟୀ ଷ୍ଟାଡିୟମ । ଏଇଠୁ ହିଁ ଆରମ୍ଭ ହୋଇଥିଲା ଓଡ଼ିଶାରେ କ୍ରିକେଟର ଭାଗ୍ୟ ଓ ଭବିଷ୍ୟତ  ।  ଫୁଟବଲ ଓ ଅନ୍ୟ କ୍ରୀଡା ଆୟୋଜନ ଉଦ୍ଦେଶ୍ୟରେ ନିର୍ମିତ ହୋଇଥିଲା ଷ୍ଟାଡିୟମ । ଲଟେରୀ ଜରିଆରେ ଷ୍ଟାଡିୟମ ନିର୍ମାଣ ପାଇଁ ଅର୍ଥ ସଂଗ୍ରହ ଉଦ୍ୟମ ହୋଇଥିଲା । ବାରବାଟୀ ରାଫଲ ଲଟେରୀ ଜରିଆରେ ଅର୍ଥ ସଂଗ୍ରହ ହେଉଥିଲା । ମାତ୍ର ୧ ଟଙ୍କାରେ ବିକ୍ରି ହେଉଥିଲା ଲଟେରୀ ଟିକେଟ । ଭୈରବୀ ମହାନ୍ତିଙ୍କ ଉଦ୍ୟମରେ ଲଟେରୀ ଟିକେଟ ବିକ୍ରି ହେଉଥିଲା । ଷ୍ଟାଡିୟମ ନିର୍ମାଣ ପାଇଁ ଓଡିଶା ପୋଲିସର ବି ଯୋଗଦାନ ରହିଛି । ବାରବାଟୀ ଭାରତର ପ୍ରଥମ କ୍ରାଉଡଫଣ୍ଡିଂ ଷ୍ଟାଡିୟମ ।

1958 ମସିହାରେ ନିର୍ମିତ ହୋଇଥିଲା ବାରବାଟୀ ଷ୍ଟାଡିୟମ । ଓଡିଶା ଅଲିମ୍ପିକ ଆସୋସିଏସନ ମାଲିକାନାରେ ରହିଛି ଷ୍ଟାଡିୟମ । ଦେଶର ପୁରୁଣା ଷ୍ଟାଡିୟମ ମଧ୍ୟରେ ଅନ୍ୟତମ ବାରବାଟୀ ଷ୍ଟାଡିୟମ । ଏକାଧିକ ବିଦେଶୀ ଟିମ୍ ଖେଳିଛନ୍ତି ପ୍ରଥମ ଶ୍ରେଣୀ ମ୍ୟାଚ୍ । 1982 ଜାନୁଆରୀରେ ବାରବାଟୀରେ ଖେଳାଯାଇଥିଲା ପ୍ରଥମ ଆନ୍ତର୍ଜାତିକ ମ୍ୟାଚ୍ । ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିଲା ଦିନିକିଆ ଆନ୍ତର୍ଜାତିକ ମ୍ୟାଚ । ଇଂଲଣ୍ଡକୁ 5 ଓ୍ବିକେଟରେ ହରାଇଥିଲା ଭାରତ । 1987ରେ ପ୍ରଥମ ଥର ପାଇଁ ଟେଷ୍ଟ ଆୟୋଜନ କରିଥିଲା ବାରବାଟୀ । ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଇଥିଲା ଟେଷ୍ଟ ମ୍ୟାଚ୍ । ବାରବାଟୀରେ ପ୍ରଥମ ଟେଷ୍ଟରେ ବିଜୟୀ ହୋଇଥିଲା ଭାରତ । କପିଳ ଦେବ ନେଇଥିଲେ ଟେଷ୍ଟ କ୍ୟାରିୟରର 300ତମ ଓ୍ବିକେଟ । ମୋଟ ଦୁଇଟି ଟେଷ୍ଟ ମ୍ୟାଚ୍ ଆୟୋଜନ କରିଛି ବାରବାଟୀ ଷ୍ଟାଡିୟମ ।

1987ରେ ବାରବାଟୀରେ ପ୍ରଥମ ବିଶ୍ୱକପ୍ ମ୍ୟାଚ୍ ଆୟୋଜନ ହୋଇଥିଲା । 1987 ବିଶ୍ୱକପରେ ଅଷ୍ଟ୍ରେଲିଆ ଓ ଜିମ୍ବାୱେ ମଧ୍ୟରେ ମ୍ୟାଚ୍ ହୋଇଥିଲା । 1996 ବିଶ୍ୱକପରେ ଭାରତ ଓ କେନିଆ ମଧ୍ୟରେ ମ୍ୟାଚ୍ । କେନିଆକୁ 7 ଓ୍ବିକେଟରେ ହରାଇଥିଲା ଭାରତ । 2013ରେ ବାରବାଟୀରେ ମହିଳା ବିଶ୍ବକପ୍ କ୍ରିକେଟ ଆୟୋଜନ ହୋଇଥିଲା । 2015ରେ ବାରବାଟୀରେ ପ୍ରଥମ ଟି-୨୦ ଆନ୍ତର୍ଜାତିକ ମ୍ୟାଚ ହୋଇଥିଲା । ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିଲା ଏହି ମ୍ୟାଚ । ବାରବାଟୀରେ ଏ ଯାଏଁ 23ଟି ଆନ୍ତର୍ଜାତିକ ମ୍ୟାଚ ଆୟୋଜିତ ହୋଇଥିଲାବେଳେ  19ଟି ଏକଦିବସୀୟ, 2ଟି ଟି-୨୦ ଓ 2ଟି ଟେଷ୍ଟ ମ୍ୟାଚ ଆୟୋଜିତ ହୋଇଛି ।