୮୦ଫୁଟ ବୋରୱେଲରେ ଫସିଛି ରାହୁଲ, ସାହାଯ୍ୟ ମାଗିଲା ଛଡିଶଗଡ

1 min read

ରାୟପୁର: ଓଡିଶାରୁ ଛଡିଶଗଡ ଗଲା NDRF ଟିମ  । ୮୦ ଫୁଟ ବୋରୱେଲରେ ଫସିଛି ୧୧ ବର୍ଷୀୟ ନାବାଳକ ରାହୁଲ ସାହୁ ।  ଉଦ୍ଧାର ପାଇଁ ଶୁକ୍ରବାର ରାତିରେ ଓଡିଶାରୁ ଏନଡିଆରଏଫ ଟିମ ଛତିଶଗଡ ଯାଇଥିବା ସୂଚନା ଦେଲେ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ  ।

ଘଟଣାସ୍ଥଳରେ SDRF ଓ NDRF ଟିମ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି  । ଉଦ୍ଧାରକାରୀ ଟିମ ବୋରୱେଲ ଭିତରକୁ ପାଇପ ସାହାଯ୍ୟରେ ଲଗାତାର ଅମ୍ଳଜାନ ଯୋଗାଉଛି  । ବର୍ତ୍ତମାନ ସୁଦ୍ଧା ୮ ରୁ ୧୦ଟି ସିଲିଣ୍ଡର ଖାଲି ହୋଇ ସାରିଲାଣି  । ଦଉଡି ସାହାଯ୍ୟରେ ଖାଦ୍ୟ ସାମଗ୍ରୀ ରାହୁଲ ପାଖକୁ ପଠାଉଛି ଉଦ୍ଧାରକାରୀ ଟିମ  । ତା ପରିବାର ଲୋକେ ଗର୍ତ୍ତ ମୁହଁରୁ ରାହୁଲ ସହ କଥା ହେଉଛନ୍ତି  । ଖୁବଶୀଘ୍ର ନାବାଳକ ଉଦ୍ଧାର ହେବ ବୋଲି କହିଛି ପ୍ରଶାସନ  ।

ଜାଞ୍ଜଗିର ଚମ୍ପା ଜିଲ୍ଲାର ରାହୁଲ ସାହୁ ଖେଳୁଥିବା ସମୟରେ ଖୋଳା ଯାଇଥିବା ପରିତ୍ୟକ୍ତ ବୋରୱେଲ ଭିତରେ ପଡି ଯାଇଥିଲା  । ୮୦ ଫୁଟ ତଳୁ ଶିଶୁର କାନ୍ଦ ଶୁଣି ପରିବାର ଲୋକେ ଉଦ୍ଧାର ପାଇଁ ସହାୟତା ଲୋଡିଥିଲେ  । ଜିଲ୍ଲା ପ୍ରଶାସନ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା  ।

କିନ୍ତୁ ସ୍ଥିତିରେ କୌଣସି ସୁଧାର ନ ଆସିବାରୁ ଓଡିଶାର ସହାୟତା ନେଇଛି ଛତିଶଗଡ  । ଏନେଇ ଟ୍ବିଟ କରି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ  ।