ଆକ୍ସନ ମୁଡରେ ଦିଦି: ୭୦ ହିଂସାକାରୀ ଗିରଫ, ବଦଳିଲେ ପୋଲିସ କମିଶନର

ନନ୍ଦିଘୋଷ ବ୍ୟୁରୋ: ନୁପୂର ଶର୍ମାଙ୍କ ବୟାନକୁ ନେଇ ବିକ୍ଷୋଭ ଏବଂ ହିଂସା ଦେଖିବାକୁ ମିଳିଛି  । ଦେଶର ଅନେକ ସ୍ଥାନରେ ହିଂସା ଘଟାଇଛନ୍ତି କିଛି ଉପଦ୍ରବୀକାରୀ  । ହାଓଡ଼ାରୁ ହୁଗୁଳି ଏବଂ କାନପୁରରୁ କର୍ଣ୍ଣାଟକ ସବୁଠି ଦେଖିବାକୁ ମିଳିଛି ଜଳାପଡ଼ା । ଗୋଟିଏ ପଟେ ଭାରତ ସରକାର ନୁପୂର ଶର୍ମାଙ୍କ ବୟାନଙ୍କୁ ନେଇ ମତ ସ୍ପଷ୍ଟ କରିସାରିଥିବାବେଳେ ସଂଖ୍ୟାଲଘୁ ଗୋଷ୍ଠୀଙ୍କ ମଧ୍ୟରେ କମୁ ନାହିଁ ଉତ୍ତେଜନା   । ଯାହା ଦେଶର ଅନେକ ସ୍ଥାନରେ ଅପ୍ରୀତିକର ପରିସ୍ଥିତି ଠିଆ କରିଛି ।  ସେପଟେ ମଙ୍ଗଳବାର ପ୍ରୟାଗରାଜ ଏବଂ ରାଞ୍ଚିରେ ମଧ୍ୟ ହିଂସା ପରିସ୍ଥିତି ଠିଆ ହୋଇଛି  ।

ଅନ୍ୟପଟେ ପଶ୍ଚିମବଙ୍ଗରେ ଆଜି ଗୋଷ୍ଠୀ ସଂଘର୍ଷ ଏବଂ ହିଂସା ଘଟିଥିବାବେଳେ ପଶ୍ଚିମବଙ୍ଗ ପୋଲିସ ଗ୍ରହଣ କରିଛି କଠୋର କାର୍ଯ୍ୟାନୁଷ୍ଠାନ  ।  ୭୦ରୁ ଅଧିକ ଉପଦ୍ରବୀଙ୍କୁ ଗିରଫ କରିଛି ପୋଲିସ  ।  ପୋଲିସ ଉପରେ ମଧ୍ୟ ମମତା ସରକାର ନେଇଛି କଡା ପଦକ୍ଷେପ  । ହାଓଡ଼ା ପୋଲିସ କମିଶନରଙ୍କୁ ବଦଳି କରାଯାଇଛି  । ସେହିପରି ହାଓଡ଼ା ଗ୍ରାମୀଣ  ଏସିପିଙ୍କୁ ମଧ୍ୟ ବଦଳି କରିଛନ୍ତି ମମତା ଦିଦି  ।

ଉତ୍ତରପ୍ରଦେଶର ସହରାନପୁର ଅଞ୍ଚଳରେ ନମାଜ ପାଠ କରିବା ପରେ ଏକ ସମ୍ପ୍ରଦାୟର କିଛି ବ୍ୟକ୍ତି ହିଂସା ଘଟାଇଥିଲେ  । ପଥର ଫିଙ୍ଗିବା ସହ ପୋଡାଜଳା କରିଥିବା ଦେଖିବାକୁ ମିଳିଥିଲା  । ଯାହାକୁ ନେଇ ନୟାନ୍ତ ହୋଇଥିଲା ପୋଲିସ  । ପରବର୍ତ୍ତୀ ସମୟରେ ପ୍ରଶାସନ ଆକ୍ସନ ମୁଡକୁ ଆସିଥିଲା  । ବୁଲ ଡୋଜର ଧରି ବାହାରିଥିଲେ ପ୍ରଶାସନିକ ଅଧିକାରୀ  । ଘଟଣାରେ ସଂଶ୍ଲିଷ୍ଟ ଦୁଇ ଅଭିଯୁକ୍ତଙ୍କ ଘର ବେଆଇ ଭାବେ ନିର୍ମାଣ ହୋଇଥିବା ପ୍ରଶାସନ ଦର୍ଶାଇ ଥିଲା ଏବଂ ଏହାକୁ ଉଚ୍ଛେଦ କରାଯାଇଥିବା ଜଣା ପଡ଼ିଛି  ।