ସିରିଜ୍ ଜିତିବା କଷ୍ଟକର କିନ୍ତୁ ଆମେ କମ୍‌ବ୍ୟାକ୍ କରିବାକୁ ଚେଷ୍ଟା କରିବୁ

କଟକ: ଗତ ମ୍ୟାଚ୍‌ରେ ଆମ୍ ବୋଲିଂ ୟୁନିଟ୍ ଭଲ କରିପାରିନଥିଲା । କିନ୍ତୁ ଆସନ୍ତାକାଲିର ମ୍ୟାଚ୍‌ରେ ଆମେ ଭଲ କରିବାକୁ ଚେଷ୍ଟା କରିବୁ । ବ୍ୟାଟ୍ସମ୍ୟାନ୍ ମଧ୍ୟ ସେମାନଙ୍କ ଭଲ ପ୍ରଦର୍ଶନ ଜାରି ରଖିବେ ଏବଂ ଆମେ ମ୍ୟାଚ୍‌କୁ ବ୍ୟାକ୍ କରିବୁ ବୋଲି କହିଛନ୍ତି ଭାରତୀୟ ବୋଲର ଭୁବନେଶ୍ୱର କୁମାର । ବାରାବାଟୀରେ ଅନୁଷ୍ଠିତ ସାମ୍ୱାଦିକ ସମ୍ମିଳନୀରେ ଗଣମାଧ୍ୟମ ପ୍ରତିନିଧିକଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ କହିଛନ୍ତି ଯେ, ସେ ଦିନ ଆମ ପାଇଁ ଭଲ ନଥିଲା । ଏମିତି ବେଳେ ବେଳେ ହୁଏ । କିନ୍ତୁ ଆମେ ଭଲ କରିବାକୁ ଚେଷ୍ଟା କରିବୁ । ଏବଂ ଦଳକୁ ବିଜୟୀ କରିବାକୁ ଚେଷ୍ଟା କରିବୁ । ଦଳରେ ନୂଆ ବୋଲର ଥିବାରୁ ସେମାନଙ୍କୁ ସହ କଥା ହେବା ସହ କିଭଳି ବୋଲିଂ କରିବେ ସେ ନେଇ ପରାମର୍ଶ ଦେଉଛି ।

ନୂଆ କ୍ୟାପଟେନ୍, ସିରିଜ୍‌ର ପ୍ରଥମ ମ୍ୟାଚ୍ ଥିଲା । ଯାହା ଭୁଲ ଥିଲା ତାହା ଆଗାମୀ ମ୍ୟାଚ୍‌ରେ ସୁଧାର କରାଯିବ । ଯଦି ବୋଲର ଠିକ୍ ବୋଲିଂ କରିଥାନ୍ତେ ତେବେ ନିଷ୍ପତ୍ତି ଠିକ୍ ଥା’ନ୍ତା । ଯେହେତୁ ଭଲ କରିପାରିଲେନି ଏଣୁ ନିଷ୍ପତ୍ତି ଭୁଲ ଥିଲା ବୋଲି କୁହାଯାଉଛି ।

ତେବେ ୪ଟିକିଆ ସିରିଜ୍ ଥିବାରୁ ଲଗାତାର ମ୍ୟାଚ୍ ଜିତି ସିରିଜ୍ ଜିତିବା କଷ୍ଟକର ବୋଲି କହିଛନ୍ତି  ସେ କହିଛନ୍ତି । କିନ୍ତୁ ଆମେ ମ୍ୟାଚ୍ ଜିତି ବ୍ୟାକ୍ କରିବାକୁ ଚେଷ୍ଟା କରିବୁ ବୋଲି କହିଛନ୍ତି । ଅନ୍ୟପକ୍ଷରେ ମିଲରଙ୍କ ଫର୍ମକୁ ନେଇ ପଚାରା ଯାଇଥିବା ପ୍ରଶ୍ନର ଅତି ହାଲୁକା ଉତ୍ତର ରଖି ସେ କହିଛନ୍ତି ଯେ, ମୁ ଚାହବି ଦକ୍ଷିଣ ଆଫ୍ରିକା ତାଙ୍କୁ ନ ଖେଳାଉ । ସେ ଜବରଦସ୍ତ ଫର୍ମରେ ଅଛନ୍ତି ଆମେ କ’ଣ କରିପାରିବୁ । ଚେଷ୍ଟା କରିବୁ ତାଙ୍କୁ ରୋକିବା ପାଇଁ ଏବଂ ତାଙ୍କୁ ରନ୍ ନ ଦେବାକୁ ।