ଲଢ଼େଇ ପୂର୍ବରୁ ଦକ୍ଷିଣ ଆଫ୍ରିକାର ପ୍ରେସମିଟ୍, କହିଲେ ଓଡ଼ିଶାର ଆତିଥେୟତା ଅତି ଉତ୍ତମ

1 min read

କଟକ: ଆସନ୍ତାକାଲି ବାରବାଟୀ ଷ୍ଟାଡିୟମରେ ଖେଳାଯିବ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ଟି-୨୦ ମ୍ୟାଚ । ଏହି ମ୍ୟାଚ ପୂର୍ବରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ମ୍ୟାଚ ପୂର୍ବରୁ ଆଜି ବାରବାଟୀ ଯାଇ ଅଭ୍ୟାସ କରିଛି ଦକ୍ଷିଣ ଆଫ୍ରିକ ଦଳ । କଡ଼ା ସୁରକ୍ଷା ମଧ୍ୟରେ ବାରବାଟୀ ଷ୍ଟାଡିୟମରେ ଅଭ୍ୟାସ କରିଛନ୍ତି ଦକ୍ଷିଣ ଆଫ୍ରିକା ଦଳ । ବାରବାଟୀରେ ଅଭ୍ୟାସ ପରେ ସାମ୍ବାଦିକ ସମ୍ମିଳନୀ କରିଛି ଦକ୍ଷିଣ ଆଫ୍ରିକା ଦଳ । ଦକ୍ଷିଣ ଆଫ୍ରିକା ଦଳର ଖେଳାଳି ଓ୍ୱେନ ପାର୍ନେଲ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ସେ କହିଛନ୍ତି ଯେ ଭାରତ ଏକ ଭଲ ଦଳ ଏବଂ ପ୍ରଥମ ମ୍ୟାଚରେ ପରାଜୟ ପରେ ଭାରତ ଏହି ମ୍ୟାଚରେ ପ୍ରତ୍ୟାବର୍ତ୍ତନ କରିବାକୁ ଚେଷ୍ଟା କରିବ । ସେ ଆହୁରି କହିଛନ୍ତି ଯେ ଏହି ମ୍ୟାଚରେ ଟସ୍ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ । ଟିମ୍ ଅପରିବର୍ତ୍ତିତ ରହିପାରେ । ଏହାକାର ଗ୍ରାଉଣ୍ଡ ଭଲ ରହିଛି ଏବଂ ଏଠାକାର ଆତିଥେୟତା ଉତ୍ତମ ରହିଛି ବୋଲି ଓ୍ୱେନ କହିଛନ୍ତି ।