ଫଡ଼ନବିସଙ୍କ ‘ଚମତ୍କାର’ ଯୋଗୁଁ ବିଜେପି ୩ଆସନରେ ବିଜୟୀ ହୋଇଛି; ଶରଦ ପାଓ୍ୱାର

ମୁମ୍ୱାଇ: ମହାରାଷ୍ଟ୍ରରେ ୩ଟି ରାଜ୍ୟସଭା ଆସନରେ ବିଜୟୀ ହୋଇଛି ବିଜେପି । ଯାହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ନ୍ୟାସନାଲ କଂଗ୍ରେସ ପାର୍ଟି ମୁଖ୍ୟ ଶରଦ ପାଓ୍ୱାର । ବିଜେପି ନେତା ଦେବେନ୍ଦ୍ର ଫଡ଼ନବିସ୍ ନିର୍ଦ୍ଦଳୀୟ ବିଧାୟକଙ୍କୁ ବିପକ୍ଷ ଦଳର କ୍ୟାମ୍ପରୁ ଦୂରେଇବାରେ ସଫଳ ହୋଇଛନ୍ତି । ଫଡ଼ନବିସଙ୍କ ଏହି ଚମତ୍କାର ଯୋଗୁଁ ସେମାନେ ଷଷ୍ଠ ଆସନ ହାତେଇବାରେ ସଫଳ ହୋଇଛନ୍ତି ।

ଶିବସେନାର ପ୍ରାର୍ଥୀ ନିର୍ବାଚନରେ ହାରିବା କୌଣସି ଆଶ୍ଚର୍ଯ୍ୟକର କଥା ନୁହଁ । ଶିବସେନା, ଏନସିପି ଏବଂ କଂଗ୍ରେସ ମହାମେଣ୍ଟ କିଛି ସଂଖ୍ୟାରେ କମ୍ ଥିବା ସତ୍ତ୍ୱେ ଷଷ୍ଠ ସିଟ୍ ଜିତିବାକୁ ଚେଷ୍ଟା କରିଥିଲା । ମୁଁ ପରିଣାମ ଦେଖି ଆଦୌ ଚକିତ ନୁହଁ । ମହା ବିକାଶ ଅଘାଡ଼ି ନିକଟରେ ଜିତିବା ପାଇଁ ଆବଶ୍ୟକ ସଂଖ୍ୟା ନଥିବା ସତ୍ତ୍ୱ ସେ ଷଷ୍ଠ ସିଟ୍ ହାତେଇବାକୁ ଚେଷ୍ଟା କରିଥିଲେ । ତେବେ ଦେବେନ୍ଦ୍ର ପଡ଼ନବିସ୍ ନିର୍ଦ୍ଦଳୀୟ ବିଧାୟକ ଏବଂ ଛୋଟ ଦଳର ଲୋକଙ୍କୁ ଆମଠାରୁ ଦୂରେଇବାରେ ସଫଳ ହୋଇଥିଲେ ।

ତେବେ ରାଜ୍ୟସଭା ନିର୍ବାଚନର ଫଳାଫଳ ମହାବିକାଶ ଅଘାଡ଼ି ମେଣ୍ଟ ଉପରେ କିଭଳି ପ୍ରଭାବ ରହିବ ଏହାର ଜବାବରେ ସେ କହିଛନ୍ତି ଯେ, ସରକାର ଚଳାଇବା ପାଇଁ ଯେଉଁ ସଂଖ୍ୟା ଆବଶ୍ୟକ ତାହା ପ୍ରଭାବିତ ହୋଇନାହିଁ ।

ଶୁକ୍ରବାର ହୋଇଥିବା ମତଦାନରେ ରାଜ୍ୟସଭାର ମୋଟ ୬ସିଟ୍ ମଧ୍ୟରୁ ବିଜେପି ପକ୍ଷରୁ କେନ୍ଦ୍ର ମନ୍ତ୍ରୀ ପୀୟୁଷ ଗୋଏଲ, ରାଜ୍ୟର ପୂର୍ବ ମନ୍ତ୍ରୀ ଅନିଲ ବୋଣ୍ଡେ ଏବଂ ଧନଞ୍ଜୟ ମହାଧିକ ନିର୍ବାଚନରେ ବିଜୟୀ ହୋଇଛନ୍ତି । ଅନ୍ୟପକ୍ଷରେ ଶିବସେନାର ସଞ୍ଜୟ ରାଉତ, ଏନସିପିର ପ୍ରଫୁଲ୍ଲ ପଟେଲ ଏବଂ କଂଗ୍ରେସର ଇମରାନ ପ୍ରତାପଗଡ଼ି ବିଜୟୀ ହୋଇଛନ୍ତି । ତେବେ ଷ୍ଠଷ୍ଠ ଆସନ ନେଇ ବିଜେପିର ମହାଧିକ ଏବଂ ଶିବସେନାର ପାଓ୍ୱାର ମଧ୍ୟରେ ଲଢ଼େଇ ହୋଇଥିଲା । ଯିଏ କି ହାରିଯାଇଛନ୍ତି ।

ପ୍ରକୃତରେ ପ୍ରଫୁଲ୍ଲ ପଟେଲଙ୍କୁ ବିଜେପି ସମର୍ଥିତ ଏକ ନିର୍ଦ୍ଦଳୀୟ ବିଧାୟକଙ୍କ ଠାରୁ ଅତିରିକ୍ତ ଭୋଟ ମିଳିଲା, ଯିଏ ମୋତେ ସୂଚିତ କରିବା ପରେ ପଟେଲଙ୍କୁ ଭୋଟ ଦେଇଥିଲେ । ସେହି ବିଧାୟକ ଜଣଙ୍କ ପୂର୍ବରୁ ମୋ ସହିତ କାମ କରିସାରିଛନ୍ତି । ବିଜେପି କୋଟରୁ ଆମକୁ ଏହି ଭୋଟି ମିଳିଛି ବୋଲି ଜଣେ ବରିଷ୍ଠ ନେତା କହିଛନ୍ତି ।

ବିଜେପି କିମ୍ୱା ମହାବିକାଶ ଅଘାଡ଼ି ପକ୍ଷରୁ କୌଣସି ବିଧାୟକଙ୍କ ଭୋଟ ଏପଟ ସେପଟ ହୋଇନାହିଁ । ଯାହା ହେର ଫେର ହୋଇଛି ସ୍ୱାଧୀନ ବିଧାୟକ ପକ୍ଷରୁ ।ତେବେ ଶୁକ୍ରବାର ଅନୁଷ୍ଠିତ ୬ ରାଜ୍ୟସଭା ଆସନର ଏହି ନର୍ବାଚନ ବହୁ ସମୟ ପାଇଁ ଅଟକି ଥିଲା ।  ମହା ବିକାଶ ଅଘାଡ଼ି ପକ୍ଷରୁ ମତଦାନ କରିଥିବ ୩ ବିଧାୟକଙ୍କ ବୌଦ୍ଧତା ନେଇ ବିଜେପି ପକ୍ଷରୁ ପ୍ରଶ୍ନ କରାଯିବା ପରେ ନିର୍ବାଚନ ଅଟକିଥିଲା ।

ଏଥିସହିତ ପଢ଼ନ୍ତୁ: ମୌସୁମୀ ଓପାଡିଲା ଗଛ, ଉଡାଇଲା ଟିଣ