ଭଗବାନଙ୍କୁ ଦାନ କଲେ ରୂପା ଅଫିମ ଗଛ

ଭୋପାଳ : ଆପଣ ମାନସିକ ତ ଅନେକ କରିଥିବେ, ପୂରା ମଧ୍ୟ ହୋଇଥିବ । କିନ୍ତୁ ଭଗବାନଙ୍କୁ ଅଫିମ ଗଛ ଦାନ କରିବା ଘଟଣାଟି ଆଶ୍ଚର୍ଯ୍ୟ ଲାଗିଲେ ବି ସତ । ମାନସିକ ପୂରା ହେବାରୁ ମନ୍ଦିରରେ ଦାନ ସ୍ବରୂପ ଅଫିମ ଗଛ ଭେଟି ଦେଇଛନ୍ତି ମଧ୍ୟପ୍ରଦେଶର ଜଣେ ଚାଷୀ । ସେ ବି ସାଧାରଣ ଅଫିମ ଗଛ ନୁହେଁ, ବରଂ ରୂପା ନିର୍ମତ ଅଫିମ ଗଛ । ହିନ୍ଦୁ ସଭ୍ୟତାରେ ଭକ୍ତ ମନସ୍କାମନା ପୂରଣ ପାଇଁ ଭଗବାନଙ୍କୁ ମାନସିକ କରିଥାଏ  ଏବଂ ଏହା ପୂରା ହେଲେ ଭଗବାନଙ୍କ ନିକଟରେ ବିଭିନ୍ନ ପ୍ରକାର ଦାନ ସ୍ବରୂପ ଭେଟି ଦେଇଥାଏ  । କିନ୍ତୁ  ଏପରି ଭଗବାନଙ୍କୁ ଦାନରେ ଅଫିମ ଗଛ ଦେବା ଘଟଣାଟି  ଅତ୍ୟନ୍ତ ମନୋରୋଚକ ।

ମଧ୍ୟପ୍ରଦେଶର ସୁଜାନପୁରା ଗାଁର ଜୟଲାଲ୍ ନାମକ ଚାଷୀ ନିଜ ଜମିରେ ଚାଷ କାମ କରେ । ଜୟଲାଲ୍ କୁହନ୍ତି କି,ସେ ଚଳିତ ବର୍ଷ ଅଫିମ ଫସଲ ଚାଷ କରିଥିଲେ । ଫସଲ ଭଲ ହେବା ପାଇଁ ଭଗବାନଙ୍କ ନିକଟରେ ମାନସିକ କରିଥିଲେ  ।ଏବଂ ଏଥରକ ତାଙ୍କର ଅଫିମ ଫସଲରେ ଭଲ ଉତ୍ପାଦନ ଭଲ ହେବା ସହ ଭଲ ଲାଭ ମଧ୍ୟ ହୋଇଛି । ସେଥିପାଇଁ ସେ ତାଙ୍କ ମନସ୍କାମନା ପୂରା ହେବା ପରେ ସିଙ୍ଗୋଲିର ଚାରଭୁଜାନାଥ ମନ୍ଦିରରେ ଦେଢ କିଲୋ ଓଜନର ଏକ ରୂପା ଅଫିମ ଗଛ ଭଗବାନଙ୍କ ନିକଟରେ ସେ ଦାନ ଦେଇଛନ୍ତି ।

ମେଓ୍ବାଡରେ ଭଗବାନ ସାଁବରିଆ ସେଠ, ଗଢବୋର ଚାରଭୁଜା ନାଥ,କୋଟଭି ଚାରଭୁଜା ନାଥ ଏବଂ ସିଙ୍ଗୋଲି ଚାରଭୁଜା ନାଥ ମନ୍ଦିରରେ ମାନ୍ୟତା ରହିଛି କି ଏଠାରେ ଭକ୍ତ ଯାହା ମାନସିକ କରନ୍ତି ତାହା ପୂରା ହୋଇଥାଏ । ଏବଂ ଏଠାରେ ଅନେକ ଭକ୍ତ ମାନସିକ ପୂରା ହେଲେ ଭିନ୍ନ ଭିନ୍ନ ପ୍ରକାର ଜିନିଷ ଦାନ ଦେଇଥାନ୍ତି । ଜୟଲାଲ୍ ମଧ୍ୟ ତାଙ୍କ ମାନସିକ ପୂରା ହେବାରୁ ଏପରି ଆଶ୍ଚର୍ଯ୍ୟ ଜନକ ଜିନିଷ ମନ୍ଦିରକୁ ଦାନ କରିଛନ୍ତି ।