ଅଭିଶପ୍ତ ସମାଧି: ନ ଖୋଳିବାକୁ ରକ୍ତରେ ଲେଖାଯାଇଛି ଚେତାବନୀ

ଜେରୁଜେଲମ: ଭୁତ ଫିଲ୍ମରେ ଆପଣ ସମାଧି ଉପରେ ଲେଖାଯାଇଥିବା ଚେତାବନୀ ନିଶ୍ଚିତ ଦେଖିଥିବେ । କିନ୍ତୁ ଇସ୍ରାଏଲର ଏକ ପୁରୁଣା ଅଭିଶପ୍ତ ସମାଧିରେ ଏପରି କିଛି ଲେଖାଯାଇଛି ଯାହା ଦେଖିଲେ ଆପଣଙ୍କ ଛାତି ଥରି ଉଠିବ । ଶୋ ଅରିମ ଅଞ୍ଚଳର ଏକ କବରସ୍ଥାନରେ ରହିଛି ଏହି ଅଭିଶପ୍ତ ସମାଧି  । ରକ୍ତ ଭଳି ଲାଲ ରଙ୍ଗରେ ସମାଧି ଉପରେ ଲେଖାଯାଇଛି ଚେତାବନୀ । ସମାଧି ଖୋଲିବାକୁ ଚେଷ୍ଟା କଲେ ସର୍ବାନାଶ ସୁନିଶ୍ଚିତ  । ବିଶ୍ବର ବିରଳ ଐତିହ୍ୟ ମଧ୍ୟରେ ୬୫ ବର୍ଷ ଭିତରେ ୟୁନେସ୍କୋକୁ ଏପରି ପ୍ରଥମ ସମାଧି ମିଳିଛି  ।

ଗତ ଏକ ବର୍ଷ ଧରି ଏଠାରେ ଖନନ କାର୍ଯ୍ୟ ଚାଲିଥିବାବେଳେ ପ୍ରତ୍ନତତ୍ତ୍ବବିତ୍ତ ସମାଧିକୁ ଠାବ କରିଛନ୍ତି । ୧୮୦୦ ବର୍ଷ ପୁରୁଣା ଏହି ସମାଧି ଉପରେ ଲାଲରଙ୍ଗରେ ଚେତାବନୀ ଲେଖାଯାଇଛି  । ଯାହା ଦେଖିବା ପରେ ଖନନ କାର୍ଯ୍ୟରେ ସାମିଲ ବ୍ୟକ୍ତିଙ୍କ ହୋସ ଉଡିଯାଇଛି । ବିଶେଷଜ୍ଞ ମାନେ ଏହାର ଅନୁବାଦ କରି ଜାଣିବାକୁ ପାଇଛନ୍ତି ଯେ, ସାବଧାନ ! ଯଦି କେହି ସମାଧି ଖୋଳିବାକୁ ଚେଷ୍ଟା କରିବ ଅଭିଶାପରେ ତାର ସର୍ବନାଶ ହେବ  । ଏହାକୁ କେହି ଖୋଳନ୍ତୁ ନାହିଁ । ୬୦ବର୍ଷ ପୁରୁଣା ଚେତାବନୀ  ।

 

ବିଶେଷଜ୍ଞଙ୍କ କହିବା ଅନୁସାରେ ରୋମାନ ଓ ବୟଜଣ୍ଟାଇନ କାଳ ମଧ୍ୟରେ ସମାଧି ଉପରେ ଲେଖାଯାଇଛି  । ସେହି ସମୟରେ ଇସାଇ ଧର୍ମର ପ୍ରଭାବ ରହିଥିଲା । ଯେଉଁମାନେ ଇହୁଦୀଙ୍କୁ ନିଜ ଧର୍ମରେ ସାମିଲ କରିବା ପାଇଁ ପ୍ରୟାସ କରୁଥିଲେ  । ସେପଟେ ଲୁଟେରାଙ୍କ ପାଇଁ ବି ଏପରି ଲେଖାଯାଇଥିବା ଅନୁମାନ କରାଯାଉଛି । ସାଧାରଣତଃ ସମାଧିକୁ ପୁଣିଥରେ ବ୍ୟବହାର କରାଯାଇଥାଏ । ଏଥିପାଇଁ ବହୁସ୍ଥାନରୁ ସମାଧି ଚୋରିର ଅଭିଯୋଗ ଆସିଥାଏ  ।

 

ପ୍ରିୟର ମଣିଷ ପାଇଁ ପୋତାଯାଇଥିବା ସମାଧିର ଅପବ୍ୟବହାରକୁ ରୋକିବା ପାଇଁ ଏଭଳି ଲେଖାଯାଇଥିବା ଅନୁମାନ କରୁଛନ୍ତି ବିଶେଷଜ୍ଞ  । ଏହି ଲେଖାକୁ ସମ୍ମାନ ଦେଇ କବରସ୍ଥାନକୁ ବନ୍ଦ ରଖାଯାଇଛି । ଐତିହ୍ୟକୁ ସୁରକ୍ଷିତ ରଖିବା ପାଇଁ ଖନନ କାର୍ଯ୍ୟ ବନ୍ଦ ରଖିଛି ପ୍ରତ୍ନତତ୍ତ୍ବ ବିଭାଗ ।