ଜମ୍ମୁ କଶ୍ମୀରରେ ଗୁଳିବିନିମୟ, ୨ ଆତଙ୍କବାଦୀ ନିପାତ

1 min read

ଶ୍ରୀନଗର: ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ । ୨ ଆତଙ୍କବାଦୀ ନିପାତ । ଆଜି ପୁଣି ଜମ୍ମୁକାଶ୍ମୀରର କୁପଓ୍ୱାଡାରେ ପୋଲିସ ଓ ସେନାଙ୍କ ମିଳିତ ଅପରେସନରେ କରାଯାଇଥିଲା ଏହି ଏନକାଉଣ୍ଟର ।

ଜମ୍ମୁ କାଶ୍ମୀରର ପୋଲିସଙ୍କ ମତରେ ଦୁଇ ଜଣ ପାକିସ୍ଥାନୀ ବୋଲି ପରିଚୟ ମିଳିଛି । ସେମାନଙ୍କ ମଧ୍ୟରୁ  ଜଣେ  ଲସ୍କର-ଏ-ତୋୟାବ ନାମକ ଏକ ଆତଙ୍କବାଦୀ ସଙ୍ଗଠନର ସଦସ୍ୟ ଥିଲା । କାଶ୍ମୀରର IG କହିଥିଲେ କି ସୁରକ୍ଷା ବଳ ଅଭିଯାନ ସମୟରେ ଯେତେବେଳେ ନକ୍ସଲ ମାନଙ୍କ ଅବସ୍ଥାନର ସନ୍ଧାନ କରାଯାଉଥିଲା, ସେ ସମୟରେ ନକ୍ସଲ ମାନଙ୍କର ଗୋଟିଏ ଦଳ ଅଚାନକ ଗୁଳି ଚାଳନା ଆରମ୍ଭ କରି ଦେଇଥିଲା । ସେହି ଗୁଳିବିନିମୟ ସମୟରେ ଭାରତୀୟ ସେନା ୨ ଆତଙ୍କବାଦୀଙ୍କୁ ମାରି ଗଳେଇଥିଲେ ।

କୂପଓ୍ବାଡାର ଲୋଲାବ ଅଞ୍ଚଳରେ ଲୁଚିରହିଥିବା ଆତଙ୍କବାଦୀ ଶୋକତ ଅହମଦ ଶେଖକୁ ପଚରାଉଚରା କରି ପୋଲିସ ଓ ସେନା ମିଶି କରି ଏକ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । ସେମାନେ ଏହା ପୂର୍ବରୁ  କୁଲଗାଁରେ  ଏନକାଉଣ୍ଟର ସମୟରେ ଜମ୍ମୁର ଏକ ସ୍କୁଲ ଶିକ୍ଷକ ରଜନୀବାଲାର ହତ୍ୟା କରିଥିବା ଆତଙ୍କବାଦୀକୁ ନିପାତ କରିଥିଲେ ।