ଗଛରେ ଡ୍ରାଇଭରକୁ ବାନ୍ଧିଲେ, ପିକଅପ୍ ଭ୍ୟାନରୁ ତିନି ଲକ୍ଷ ନେଇଗଲେ

ଦେବଗଡ଼: ଡ୍ରାଇଭରକୁ ଗଛରେ ବାନ୍ଧି ପିକଅପ୍ ଭ୍ୟାନରୁ ସାଢେ ତିନି ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ । ଦେବଗଡ଼ ଥାନା କମଳା ବଗିଚା ନିକଟ ରାସ୍ତାରେ ଘଟିଛି ଏହି ଘଟଣା । ପଲସରରେ ଆସି ଦୁଇଜଣ ଯୁବକ ଡ୍ରାଇଭର ଠାରୁ ନଗଦ ଅର୍ଥ ଓ ମୋବାଇଲ ଲୁଟିଥିବା ଅଭିଯୋଗ ହୋଇଛି  । ଲୁଟର ଶିକାର ହୋଇଥିବା ଡ୍ରାଇଭର ହେଲେ ଟିକନ ହେମ୍ରାମ ।

ମିଳିଥିବା ସୂଚନା ମୁତାବକ ଅନୁଗୁଳ ଜିଲ୍ଲା ରେଙ୍ଗାଲିଡ୍ୟାମ ଅଞ୍ଚଳର ବ୍ୟବସାୟୀ ଅଙ୍କୁର ଅଗ୍ରଓ୍ୱାଲ ନିଜ ପିକଅପ ଭ୍ୟାନ ଡ୍ରାଇଭର ହାତରେ ନଗଦ ଅର୍ଥ ଦେଇ ସମ୍ବଲପୁର ଜିଲ୍ଲା କ୍ଷେତରାଜପୁରକୁ ପଠାଇଥିଲେ । ହେଲେ ଡ୍ରାଇଭରକୁ ବାଟରେ ଅଟକାଇ ଲୁଟ କରିଛନ୍ତି ଦୁର୍ବୃତ୍ତ । ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଛି ପୋଲିସ । ଏହି ଲୁଟ ଘଟଣାରେ କିଏ କିଏ ସଂଶ୍ଲିଷ୍ଟ ରହିଛନ୍ତି  । ନିର୍ଦ୍ଧିଷ୍ଟ ଗ୍ୟାଙ୍ଗ କାମ କରୁଛି ନା କିଛି ଯୁବକ ଏହି ଲୁଟ ଘଟଣା ଘଟାଉଛନ୍ତି, ତାହାର ଛାନଭିନ ଚଳାଇଛି ପୋଲିସ  ।