ଆକାଶରୁ ଖସିଲା ମୃତ୍ୟୁ, ବଜ୍ରାଘାତରେ ୪ ଜଣଙ୍କ ମୃତ୍ୟୁ

ନୂଆପଡ଼ା:  ଆକାଶରୁ ଖସିଲା ମୃତ୍ୟୁ  । ଅକାଳରେ ବଜ୍ରାଘାତ ନେଲା ଜୀବନ । ନୂଆପଡା କୋମନା ଥାନା ମଳିକମୁଣ୍ଡା ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା  । ବଜ୍ରାଘାତ ଘଟି ୪ ଜଣଙ୍କ ମୃତ୍ୟୁ ଘଟିଛି । ସମସ୍ତେ ଗୋଟିଏ ପରିବାରର ହୋଇଥିବା ସୂଚନା ମିଳିଛି । ମୃତକ ହେଲେ ତ୍ରିନାଥ ନାଗ, ଚୁଡାମଣି ନାଗ, ଲକ୍ଷ୍ମଣ ନାଗ ଓ ଗୁଣସଗର ନାଗ । ଏମାନଙ୍କ ମଧ୍ୟରେ ଜଣେ ନାବାଳକ ରହିଛନ୍ତି ।

ଅପରାହ୍ନରେ ଘର ଛପର ସଜାଡୁଥିବା ବେଳେ ହୋଇଥିଲା ବଜ୍ରାଘାତ । ଆକାଶରେ ହଠାତ କଳା ହାଣ୍ଡିଆ ମେଘ ସାଙ୍ଗକୁ ଘଡ଼ଘଡି ଏବଂ ବିଜୁଳି ମାରିବା ଆରମ୍ଭ ହୋଇଥିଲା  । ଏପରି ଅଚାନକ ବଜ୍ରାଘାତରେ ଘର ଛପର କରୁଥିବା ୨ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ୨ଜଣଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଅନ୍ୟ ଦୁଇଜଣଙ୍କର  ମୃତ୍ୟୁ  ହୋଇଥିବା ଡାକ୍ହୋତର ଘୋଷଣା କରିଛନ୍ତି  ।