spot_img
Home Blog Page 4296

ରାଜ୍ୟର ସ୍ୱାର୍ଥ ନେଇ କେନ୍ଦ୍ର ସହ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଆଜିଠୁ ୫ ଦିନିଆ ଦିଲ୍ଲୀ ଗସ୍ତରେ ଅଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅପରାହ୍ଣରେ ଦିଲ୍ଲୀରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି । କହିଛନ୍ତି- ଓଡ଼ିଶାର ହକ୍ ଦେଉନି କେନ୍ଦ୍ର, ବକେୟା ପାଉଣା ନେଇ ଓଡ଼ିଶା ପୁଣି ଦାବି ଉଠାଇବ । ମେ ୨ ତାରିଖରେ ରାଜ୍ୟର ସ୍ୱାର୍ଥ ନେଇ କେନ୍ଦ୍ର ସହ ଆଲୋଚନା କାର୍ଯ୍ୟକ୍ରମ ରହିଛି ।

CM Naveen Patnaik In 5 Days Delhi Visits

ଆସନ୍ତାକାଲି ଶନିବାର ମୁଖ୍ୟମନ୍ତ୍ରୀ ଏବଂ ହାଇକୋର୍ଟ ବିଚାରପତିଙ୍କ ସମ୍ମିଳନୀରେ ଯୋଗଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୫ ଦିନିଆ ଦିଲ୍ଲୀ ଗସ୍ତ ସାରି ୩ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱର ଫେରି ଆସିବେ ।

ଅନ୍ୟମାନଙ୍କ ଲାଗି ରୋଲ୍ ମଡେଲ୍ ପାଲଟିଛି ଓଡ଼ିଶା: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଇଣ୍ଡିଆ ଟୁଡେ କନକ୍ଲେଭରେ ପରିବର୍ତ୍ତିତ ଓଡ଼ିଶା କଥା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ୨ ହଜାର ମସିହାରେ ଦାୟିତ୍ୱ ନେଇଥିଲେ । ଠିକ୍ ବର୍ଷକ ପୂର୍ବରୁ ୧୯୯୯ ମହାବାତ୍ୟା ସବୁ ଛାରଖାର୍ କରି ଦେଇଥିଲା । ବିଗିଡ଼ି ଯାଇଥିଲା ରାଜ୍ୟର ଆର୍ଥିକ ସ୍ଥିତି । ଦରମା ଦେବାକୁ ଟଙ୍କା ନଥିଲା । ଏବେ ସ୍ଥିତି ବଦଳିଛି, ଉନ୍ନତି ହୋଇଛି । ସେତେବେଳେ ଭୋକିଲା, ଗରିବୀକୁ ନେଇ ଖବରର ଚର୍ଚ୍ଚାକୁ ଆସୁଥିବା ଓଡ଼ିଶା ଏବେ ସୁନାମ ଅର୍ଜନ କରୁଛି ।

ବିଗତ ୨ ଦଶନ୍ଧିରେ ଓଡ଼ିଶାରେ ଅନେକ କିଛି ବଦଳିଛି । ଅନେକ କ୍ଷେତ୍ରରେ ଓଡ଼ିଶା ଅନ୍ୟମାନଙ୍କ ଲାଗି ରୋଲ୍ ମଡେଲ୍ ପାଲଟିଛି । ଓଡ଼ିଶାର ଏହି ଯାତ୍ରାରେ ଅନେକ ପ୍ରତିବନ୍ଧକ ଆସିଛି । ଭୌଗଳିକ ସହ ସାମାଜିକ-ଅର୍ଥନୈତିକ ଚ୍ୟାଲେଞ୍ଜକୁ ସାମ୍ନା କରି ଓଡ଼ିଶା ଗୋଟିଏ ଲକ୍ଷ୍ୟରେ ଆଗକୁ ବଢ଼ିଛି । ଯେଉଁଥିପାଇଁ ସରକାରଙ୍କ ପ୍ରତି ଲୋକଙ୍କ ଆସ୍ଥା ବଢ଼ିଥିବା ବେଳେ ଲୋକେ କ୍ରମାଗତ ପାଞ୍ଚ ପାଞ୍ଚ ଥର ସରକାରରେ ବସାଇଛନ୍ତି ।

 The Odisha Model of Governance CM Naveen Patnaik

ନୂତନ ଓଡ଼ିଶା ଗଠନ ଦିଗରେ ଆମ ସରକାର କାମ କରୁଛି । 5Tକୁ ନେଇ ଗତିଶୀଳ ହେଉଛି ବ୍ୟବସ୍ଥା । ଟ୍ରାନ୍ସପରେନ୍ସି, ଟେକ୍ନୋଲୋଜି, ଟିମ୍ ୱାର୍କ, ଟାଇମ୍ ଓ ଟ୍ରାନ୍ସଫର୍ମେସନକୁ ସରକାର ଗୁରୁତ୍ୱ ଦେଉଛନ୍ତି । ସରକାର ଦୁର୍ନୀତିପ୍ରତି ଶୂନ୍ୟ ସହନଶୀଳତା ନୀତି ଆପଣାଇଛନ୍ତି । ଲୋକ-କୈନ୍ଦ୍ରୀକ ପ୍ରଶାସନ କାର୍ଯ୍ୟ କରୁଛି । ଲୋକସେବା ଭବନର ସମସ୍ତ ସେବା ଅନଲାଇନରେ ଉପଲବ୍ଧ ହେଉଛି । ଅଧିକାଂଶ ସେବା ଅନଲାଇନରେ ମିଳୁଛି । ହାଇସ୍କୁଲରେ ସ୍ମାର୍ଟସ୍କୁଲ୍ ନିର୍ମାଣ କରାଯାଇଛି । କୃଷକଙ୍କୁ ଶସକ୍ତ କରିବା ଲାଗି ପ୍ରଣୟନ ହୋଇଛି କାଳିଆ ଯୋଜନା ।

ବାତ୍ୟା ଭଳି ପ୍ରାକୃତିକ ଦୁର୍ବିପାକ, କରୋନା ମହାମାରୀ ଆଦି ବିପତ୍ତିକୁ ସରକାର ସଫଳତାର ସହ ମୁକାବିଲା କରିଛନ୍ତି । ମହିଳାଙ୍କୁ ଶସକ୍ତ କରାଯାଉଛି । ପ୍ରାୟ ୭୦ ପ୍ରକିଶତ ଜିଲ୍ଲା ପରିଷଦ ଅଧ୍ୟକ୍ଷ ହେଉଛନ୍ତି ମହିଳା । ରାଜ୍ୟ ସରକାର ଖେଳ ଉପରେ ମଧ୍ୟ ଗୁରୁତ୍ୱ ଦେଉଛନ୍ତି । ରାଜ୍ୟରେ ଜାତୀୟ ସହ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟ ଆୟୋଜନ ହେଉଛି । ହକିର ଗୌରବ ବଞ୍ଚାଇ ରଖିବା ଲାଗି ସରକାର ପଦକ୍ଷେପ ନେଇଛନ୍ତି । ବିଗତ ୨ ଦଶନ୍ଧିରେ ରାଜ୍ୟ ଅନେକ ସଫଳତା ପାଇଛି । ଗରିବୀ ରାଜ୍ୟ ଓଡ଼ିଶା ଏବେ ଧାନ ଉତ୍ପାଦନରେ ଦେଶରେ ଆଗୁଆ ରାଜ୍ୟ । ଇସ୍ପାତ, ଆଲୁମିନିୟମ୍ ଭଳି ଶିଳ୍ପ ପାଇଁ ଓଡ଼ିଶା ଏବେ ସଭିଁଙ୍କ ପସନ୍ଦ ।

ସ୍କିଲ୍ ଡେଭଲପମେଣ୍ଟ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ଜାଗା ମିଶନ, ଡ୍ରିଙ୍କ ଫର୍ମ ଟ୍ୟାପ୍, ହାଇସ୍କୁଲ୍ ଟ୍ରାନ୍ସଫରମେସନ୍, ଆର୍ଥିକ ପରିଚାଳନା, ଖାଦ୍ୟ ସୁରକ୍ଷା ଆଦି କ୍ଷେତ୍ରରେ ଓଡ଼ିଶା ଆଗୁଆ । ୨ ବର୍ଷ ଧରି କୋଭିଡ୍ ପ୍ରକୋପ ସତ୍ତ୍ୱେ ଓଡ଼ିଶା ଦେଶରେ ଦ୍ରୁତଗତିରେ ଆଗକୁ ବଢ଼ୁଛି । ସରକାର ଜଳସେଚନ, ଭିତ୍ତିଭୂମି ବିକାଶ, ଶିଳ୍ପ, ସ୍ୱାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ରରେ ବିପୁଳ ନିବେଶ କରୁଛନ୍ତି । ଆଗାମୀ ୨ ବର୍ଷରେ ରାଜ୍ୟରେ ଅନେକ ଆଖିଦୃଶିଆ ପରିବର୍ତ୍ତନ ଦେଖାଯିବ ।

ବାଟୋଇଙ୍କୁ ଟାଣୁଛି ଜଳଛତ୍ର

0

ଭୁବନେଶ୍ୱର: ତାତିର ପ୍ରକୋପ ବଢ଼ିବାରେ ଲାଗିଛି । ଡହ ଡହ ଖରା ସାଙ୍ଗକୁ ଝାଞ୍ଜି ପବନ ଲୋକଙ୍କୁ ଅସ୍ତବ୍ୟସ୍ତ କରି ପକାଉଛି । ଘରୁ ବାହାରିବା ଏକ ପ୍ରକାର କଷ୍ଟ ହୋଇ ପଡ଼ିଛି । ଏଭଳି ସ୍ଥିତିରେ ଥଣ୍ଡା ପାନୀୟର ଆବଶ୍ୟକତା କେବଳ ଖରାରେ ଯାଉଥିବା ବାଟୋଇ ହିଁ ବୁଝିପାରିବ । କିନ୍ତୁ ଏମାନଙ୍କ କଷ୍ଟ ଲାଘବ ପାଇଁ ବିଭିନ୍ନ ସାମାଜିକ ସଙ୍ଗଠନ ଆଗକୁ ଆସିଛନ୍ତି । ଗଳା ଶୁଖି ଯାଉଥିବା ବେଳେ ସୁରେଇର ଶୀତଳ ଜଳ ଲୋକଙ୍କୁ ଦେଉଛି ଉପଶମ । ଖାଲି ଥଣ୍ଡା ପାନୀୟ ନୁହେଁ ବରଂ ତା’ ସାଙ୍ଗକୁ ପୋଦିନା ଏବଂ ଲେମ୍ବୁର ସ୍ୱାଦ ।

ରାସ୍ତାରେ ଚାଲି ଚାଲି ଯାଉଥିବା ବାଟୋଇଙ୍କ ଠାରୁ ଆରମ୍ଭ କରି କାରରେ ଯାଉଥିବା ବାଟୋଇ ମଧ୍ୟ କିଛି କ୍ଷଣ ଏଠାରେ ଅଟକି ଯାଉଛନ୍ତି । ରାଜଧାନୀର ବାଣୀବିହାରରୁ ଆଚାର୍ଯ୍ୟ ବିହାର ଯାଉଥିବା ରାସ୍ତାରେ ଦେଖିବାକୁ ମିଳିଛି କିଛି ଏଭଳି ଦୃଶ୍ୟ । ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ପାଖକୁ ଟାଣୁଛି ଏହି ଜଳଛତ୍ର ।  କିଏ କିଛି କ୍ଷଣ ମୋଟର ସାଇକେଲକୁ ଅଟକାଇ ଦେଉଛି ତ କିଏ ତା’ର କାର୍‌, ଆଉ ତା’ ସାଙ୍ଗକୁ କଲେଜ୍‌ ଛାତ୍ରଛାତ୍ରୀ । ସ୍ୱାଦ ଏମିତି ଗୋଟିଏ ଗ୍ଲାସରେ ମନ ଭରୁନି ।

ଜଳଛତ୍ରରେ ଜଳ ଦେଉଥିବା ସଦସ୍ୟ ମଧ୍ୟ ଖୁସିରେ ଗୋଟିଏ ପରେ ଗୋଟିଏ ଗ୍ଲାସ୍‌ ବଢ଼ାଇ ଦେଉଛନ୍ତି ବାଟୋଇଙ୍କ ହାତକୁ ।

ବାସ୍ତବରେ ଏମାନେ ଜଳ ଯୋଗାଉ ନାହାଁନ୍ତି ତ, ସତେ ଯେମିତି ଜୀବନ ଦାନ କରୁଛନ୍ତି । ଆଉ ଲୋକଙ୍କ ଶୋଷ ମେଣ୍ଟାଇବାର ଖୁସି ସୋମାନଙ୍କ ଚେହେରାରରେ ସମ୍ପୂର୍ଣ୍ଣ ନଜର ଆସୁଛି ।

ତେବେ ଖରାଦିନେ ଏହିଭଳି ଅନେକ ସଂସ୍ଥା   ଆଗେଇ ଆସିଛନ୍ତି ବାଟୋଇଙ୍କୁ ଖରା ଦାଉରୁ ରକ୍ଷା କରିବା ପାଇଁ ।

ମନୋଜ ଛାବ୍ରା ହେଲେ ଜେଲ୍ ଡିଜି, ସନ୍ତୋଷ ଉପାଧ୍ୟାୟ ଅଗ୍ନିଶମ ଡିଜି

ଭୁବନେଶ୍ୱର: IPS ସ୍ତରରେ ବଡ଼ ଧରଣର ଅଦଳବଦଳ । ବଦଳିଲେ ଟ୍ୱିନ୍ ସିଟି ଡିସିପି । ୧୯୮୮ ବ୍ୟାଚର ଆଇପିଏସ୍ ଡକ୍ଟର ମନୋଜ ଛାବ୍ରାଙ୍କୁ ଜେଲ୍ ବିଭାଗ ଡିଜି କରାଯାଇଛି । ସେହିଭଳି ଜେଲ୍ ଡିଜି ଥିବା ୧୯୮୮ ବ୍ୟାଚର ଆଇପିଏସ୍ ସନ୍ତୋଷ ଉପାଧ୍ୟାୟ ହୋଇଛନ୍ତି ଅଗ୍ନିଶମ ବାହିନୀର ଡିଜି । କ୍ରାଇମବ୍ରାଞ୍ଚ ଏଡିଜି ଥିବା ୧୯୯୪ ବ୍ୟାଚର ଆଇପିଏସ୍ ସଞ୍ଜୀବ ପଣ୍ଡାଙ୍କୁ ଗୁଇନ୍ଦା ନିର୍ଦ୍ଦେଶକ ଭାବେ ବଦଳି କରାଯାଇଥିବା ବେଳେ ପରିବହନ କମିଶନର ୧୯୯୬ ବ୍ୟାଚର ଆଇପିଏସ୍ ଅରୁଣ ବୋଥ୍ରାଙ୍କୁ କ୍ରାଇମବ୍ରାଞ୍ଚ ଏଡିଜି ଭାବେ ବଦଳି କରାଯାଇଛି ।

Big Reshuffle In IPS Level, Twin City DCP Changed

୨୦୦୨ ବ୍ୟାଚର ଆଇପିଏସ୍ ଗଜଭିୟେଙ୍କୁ ଆଇଜିପି କମ୍ୟୁନିକେସନ୍ ଭାବେ ବଦଳି କରାଯାଇଛି । ୨୦୦୩ ବ୍ୟାଚର ଆଇପିଏସ୍ ଶଫିନ ଅହମଦଙ୍କୁ ଆଇଜିପି, ଏଚଆରପିସି ଭାବେ ନିଯୁକ୍ତି ଦିଆଯାଇଛି । ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସଙ୍କୁ କମିଶନରେଟ୍ ପୋଲିସର ଅତିରିକ୍ତ ସିପି ଦାୟିତ୍ୱ ଦିଆଯାଇଛି । କଟକ ଡିସିପି ପ୍ରତୀଚତ ସିଂଙ୍କୁ ଭୁବନେଶ୍ୱର ଡିସିପି ଭାବେ ବଦଳି କରାଯାଇଛି । ନୀତି ଶେଖରଙ୍କୁ ରାଉରକେଲା ଡିଆଇଜି ଭାବେ ବଦଳି କରାଯାଇଛି ।

Big Reshuffle In IPS Level, Twin City DCP Changed

ବ୍ରହ୍ମପୁର ଏସପି ପିନାକ ମିଶ୍ରଙ୍କୁ କଟକ ଡିସିପି ଭାବେ ବଦଳି କରାଯାଇଛି । ନବରଙ୍ଗପୁର ଏସପି ସ୍ମିତଙ୍କୁ ବରଗଡ଼ ଏସପି ଭାବେ ବଦଳି କରାଯାଇଛି । ସେହିଭଳି ବରଗଡ଼ ଏସପି ରାହୁଲ ଜୈନଙ୍କୁ ଝାରସୁଗୁଡ଼ା ଏସପି ଭାବେ ବଦଳି କରାଯାଇଥିବା ବେଳେ କଳାହାଣ୍ଡି ଏସପି ଡକ୍ଟର ସର୍ଭଣ ବିବେକଙ୍କୁ ବ୍ରହ୍ମପୁର ଏସପି ଭାବେ ବଦଳି କରାଯାଇଛି ।

ନୟାଗଡ଼ ଏସପି ସିଦ୍ଧାର୍ଥ କଟରିଆ ଖୋର୍ଦ୍ଧା ଏସପି ଭାବେ ବଦଳି ହୋଇଛନ୍ତି । ଭୁବନେଶ୍ୱର ଟ୍ରାଫିକ୍ ଡିସିପି ଏସ. ସୁଶ୍ରୀଙ୍କୁ ନବରଙ୍ଗପୁର ଏସପି ଭାବେ ବଦଳି କରାଯାଇଛି । ଅଭିଳାଶ ଜିଙ୍କୁ କଳାହାଣ୍ଡି ଏସପି ଭାବେ ବଦଳି କରାଯାଇଥିବା ବେଳେ ଖୋର୍ଦ୍ଧା ଏସପି ଅଲେଖ ପହିଙ୍କୁ ନୟାଗଡ଼ ଏସପି ଭାବେ ବଦଳି କରାଯାଇଛି ।

ଭଣ୍ଡୁର ହେଲା ଋଷ୍‌ ସୈନିକଙ୍କ ଯୋଜନା, ଗ୍ରାମବାସୀ ସୃଷ୍ଟି କଲେ କୃତ୍ରିମ ବନ୍ୟା

ନୂଆଦିଲ୍ଲୀ: ଥମୁନାହିଁ ଋଷିଆ ୟୁକ୍ରେନ୍‌ ଯୁଦ୍ଧ, କେବେ ଥମିବ ତାହା ମଧ୍ୟ କହିବା ଅସମ୍ଭବ । ଗତ ଦୁଇ ମାଦ ହେବ ଯୁଦ୍ଧ ଜାରି ରଖିଥିଲେ ମଧ୍ୟ ଋଷିଆକୁ ସାମାନ୍ୟ ସଫଳତା ମିଳିଛି । କିଭ୍‌ ଅଭିମୁଖେ ମାଡ଼ି ଆସୁଥିବା ଋଷିଆ ସୈନ୍ୟଙ୍କୁ ଅଟକାଇବାକୁ ଜୋରଦାର ଉଦ୍ୟମ କରିଛନ୍ତି ୟୁକ୍ରେନବାସୀ । ୟୁକ୍ରେନ୍‌ବାସୀ ଜାଣିଶୁଣି ନିଜେ ରହୁଥିବା ଗାଁ ମାନଙ୍କରେ ସୃଷ୍ଟି କରିଛନ୍ତି କୃତ୍ରିମ ବନ୍ୟା ।

କିବ୍‌ର ଉତ୍ତର ପ୍ରାନ୍ତରେ ଥିବା ଦେମିଦିଭ୍‌ ଗ୍ରାମର ବାସିନ୍ଦାମାନେ ଗତ ମାର୍ଚ୍ଚ ମାସରେ ବନ୍ୟା କରାଇ ରୁଷୀୟ ସୈନ୍ୟଙ୍କ କମାଣ ଆକ୍ରମଣକୁ ଫୁ  କରିଦେବା ସହ ଯୁଦ୍ଧ ପ୍ରସ୍ତୁତି ପାଇଁ ସେମାଙ୍କର ବହୁମୂଲ୍ୟ ସମୟ ନଷ୍ଟ କରିଥିଲେ ।

ଗ୍ରାମବାସୀମାନେ ଦିନିପ୍ରୋ ନଦୀରୁ ନାଳ କାଟି ପାଣି ପ୍ରବାହ କରାଇ ସେ ଅଞ୍ଚଳରେ ବନ୍ୟା ସୃଷ୍ଟି କରିଥିଲେ। ଫଳରେ ଗ୍ରାମରେ ବ୍ୟାପକ କ୍ଷତି ହୋଇଥିଲା।

ବନ୍ୟା ପାଣି ପଶିଥିବା କୋଠରୀରେ ଥିବା ଅବସ୍ଥାରେ ସେହି ଗ୍ରାମର ଅଣ୍ଟୋନିଆନ୍‌ କୋସ୍ତୁଚେଙ୍କୋ ନାମକ ଜଣେ ବୟସ୍କ ବ୍ୟକ୍ତି କହିଛନ୍ତି, ସମସ୍ତେ ହୃଦୟଙ୍ଗମ କରିପାରୁଛନ୍ତି କିନ୍ତୁ, କେହି କ୍ଷଣିକ ପାଇଁ ସୁଦ୍ଧା ଦୁଃଖ ପ୍ରକାଶ କରୁ ନାହାଁନ୍ତି।

ଆଉ ଜଣେ ଗ୍ରାମବାସୀ କହିଛନ୍ତିଯେ,  ଏମିତି କରି ଆମେ କିବ୍‌କୁ ରକ୍ଷା କରିଛୁ।

ଗାଁକୁ ବନ୍ୟାମୟ କରିବାରୁ ରୁଷୀୟ ଯୁଦ୍ଧଯାନ ଯିବା ବାଟରେ ପ୍ରଶସ୍ତ ଏବଂ ଅଗଭୀର ଜଳାଶୟ ସୃଷ୍ଟି ହୋଇଥିଲା। ଫଳରେ ସେମାନେ ଆଉ କିବ୍‌ ଅଭିମୁଖେ ଅଗ୍ରସର ହୋଇ ନପାରି ଫେରି ଯାଇଥିଲେ।

କେବଳ ପରଦାରେ ନୁହେଁ ବରଂ ବାସ୍ତବ ଜୀବନରେ ମଧ୍ୟ ଯାଦୁଗର ଥିଲେ ଇରଫାନ୍‌

ମୁମ୍ବାଇ: ବଲିଉଡ ଷ୍ଟାର ଇରଫାନଙ୍କୁ ଏ ଦିନୁଆରୁ ବିଦାୟ ନେବାର ପ୍ରାୟ ୨ ବର୍ଷ ବିତିଗଲାଣି ।  ବର୍ଷ ୨୦୨୦ ଆଜିର ଦିନରେ ସେ ଚିରଦିନ ପାଇଁ ବିଦାୟ ନେଇଥିଲେ ।  ଦୁନିଆକୁ ବିଦାୟ କହିଥିବା ଇରଫାନ ନିଜ ଦମଦାର ଅଭିନୟ ମାଧ୍ୟମରେ ନା କେବଳ ଭାରତ ବରଂ ଭାରତ ବାହାରେ ମଧ୍ୟ ନିଜର ଏକ ଭିନ୍ନ ପରିଚୟ ସୃଷ୍ଟି କରିଥିଲେ । ଯାହା କହୁଥିଲେ ସିଧା ସିଧା । ବୁଲେଇ ବଙ୍କେଇ କହିବା ତାଙ୍କୁ ପସନ୍ଦ ନଥିଲା । ଆଜି ମଧ୍ୟ ଶାହାରୁଖ ଖାନଙ୍କୁ ମଞ୍ଚ ଉପରେ ଦେଇଥିବା ଜବାବ ଖୁବ୍‌ ଭାଇରାଲ ହୁଏ । ତାଙ୍କ ସାମ୍ନାରେ କେହି ଗର୍ବ ଦେଖାଇଲେ ସେ ଭଦ୍ର ଅପମାନ ଦେଇ କଥାକୁ ସେହିଠାରେ ହିଁ ରଫାଦଫା କରୁଥିଲେ । ସେଥିପାଇଁ ତାଙ୍କର ଏହି ଭିନ୍ନ ବ୍ୟକ୍ତିତ୍ୱକୁ ଦର୍ଶକ ବେଶ୍‌ ପସନ୍ଦ କରୁଥିଲେ ।

ଅଭିନେତା ନସିରୁଦ୍ଦିନଙ୍କ କହିବା ଅନୁସାରେ,  ସଫଳତାର ଶୀଖରକୁ ଛୁଇଁବା ପରେ ମଧ୍ୟ ସେ ଇରଫାନଙ୍କୁ ଇର୍ଷା କରୁଥିଲେ । ତେବେ ଏହାକୁ ସେ ନିଜେ ସ୍ୱୀକାର କରନ୍ତି । ଏଥିପାଇଁ କେବେ ମଧ୍ୟ ତାଙ୍କ ମୁଣ୍ଡ ନଇଁ ଯାଏନି ବୋଲି ସେ କୁହନ୍ତି ।

ମଲ୍ଟି ଟ୍ୟାଲେଣ୍ଟେଡ୍‌ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ମଧ୍ୟ ଇରଫାନଙ୍କୁ ନେଇ ନିଜର ରାୟ ରଖିଥିଲେ । ତାଙ୍କ କହିବା ଥିଲା ଇରଫାନଙ୍କ ଅଭିନୟ କୌଣସି ଚମତ୍କାର ଠାରୁ କମ୍‌ ନୁହେଁ ।  ଇରଫାନ୍‌ ଅନେକଙ୍କ ପାଇଁ ପ୍ରେରଣା ଥିଲେ ବୋଲି ସେ କୁହନ୍ତି ।

ହଲିଉଡ ଅଭିନେତା ଟମ୍‌ ହ୍ୟାକ୍ସଙ୍କ କହିବା ଥିଲା ଇରଫାନ ଖୁବ୍‌ ଶାନ୍ତ ସ୍ୱଭାବର ଥିଲେ ।  ସେ ମଧ୍ୟ ନିଜେ ଇରଫାନଙ୍କ ଭଳି ହେବାକୁ ଚାହୁଁଥିଲେ ବୋଲି କୁହନ୍ତି ।  ଟମ୍‌ ସବୁବେଳେ ନିଜକୁ ସବୁଠାରୁ ଅଧିକ ଶାନ୍ତ ବୋଲି ଭାବନ୍ତି । କିନ୍ତୁ ଇରଫାନଙ୍କୁ ଦେଖିବା ପରେ ତାହା ଭୁଲ୍‌ ପ୍ରମାଣିତ ହୋଇଥିଲା ।

ମେ’ ୪ରେ ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ, ୫ରେ ନେବ ଲଘୁଚାପର ରୂପ

ନୂଆଦିଲ୍ଲୀ: ତାତିରୁ ମିଳିବ ନିସ୍ତାର । ହିଟଓ୍ୱେଭରେ ଲାଗିବ ବ୍ରେକ୍ । ଆସନ୍ତା ମେ’ ୪ ତାରିଖରେ ଦକ୍ଷିଣ ଆଣ୍ଡମାନ ସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ କେନ୍ଦ୍ର । ୫ ତାରିଖ ସୁଦ୍ଧା ଏହା ଘନୀଭୂତ ହୋଇ ଲଘୁଚାପରେ ପରିଣତ ହେବ । ଯାହାଫଳରେ ଦେଶର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ଦେଶରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ଲଘୁଚାପ ସାମାନ୍ୟ ଆଶ୍ୱସ୍ତି ଆଣିବା ସମ୍ଭାବନା ରହିଛି ।

ସେପଟେ ଦେଶରେ ବିଭିନ୍ନ ସ୍ଥାନରେ ଚଳିତ ବର୍ଷର ତାପମାତ୍ରା ପୂର୍ବର ସବୁ ରେକର୍ଡ ଭାଙ୍ଗିଛି । ରାଜଧାନୀ ଦିଲ୍ଲୀ ତତଲା ତାଓ୍ବାରେ ଭାଜି ହେଉଥିବା ବେଳେ ଆଜି ପାରା ୪୬ ଡିଗ୍ରୀ ଛୁଇଁପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ସେପଟେ ମଧ୍ୟପ୍ରଦେଶ, ଜାମ୍ମୁ-କଶ୍ମୀର, ପଞ୍ଜାବ, ହରିୟାଣାରେ ବି ଗ୍ରୀଷ୍ମ ପ୍ରବାହ ଯୋଗୁ ଘରୁ ବାହାରିବା ମୁସ୍କିଲ ହୋଇଛି । ଦେଶର ଅଧିକାଂଶ ସ୍ଥାନରେ ତାପମାତ୍ରା ୪୫ ଡିଗ୍ରୀ ଉପରେ ରହିଛି । ଆସନ୍ତା ୩ ଦିନ ଯାଏଁ ଦେଶର ଉତ୍ତର ପଶ୍ଚିମ ଅଞ୍ଚଳରେ ତାପମାତ୍ରା ୨ ଡିଗ୍ରୀ ବଢ଼ିବା ନେଇ ଭାରତୀୟ ପାଣିପାଗ ବିଭାଗ ସତର୍କ କରାଇଛି । ରାଜଧାନୀ ଦିଲ୍ଲୀ ସମେତ ଅନ୍ୟ କେତେକ ରାଜ୍ୟ ପାଇଁ ହିଟଓ୍ୱେଭ ଆଲର୍ଟ ଜାରି କରାଯାଇଛି । ଗତକାଲି ତୁଳନାରେ ଆଜି ଓଡ଼ିଶା, ବିହାର, ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡରେ ତାପମାତ୍ରା ସାମାନ୍ୟ ହ୍ରାସ ପାଇଛି ବୋଲି ପାଣିପାଣ ବିଜ୍ଞାନୀ ଆର କେ ଜେନାମଣି କହିଛନ୍ତି ।

ଚୀନର ୨୭ ସହରରେ ଲକଡାଉନ, ଘରେ ବନ୍ଦି ହୋଇଛନ୍ତି ୧୬.୫ କୋଟି ଲୋକ

ବେଜିଂ: କମୁନି କରୋନା ସଂକ୍ରମଣ । ଏବେ ଦେଶରେ ପୁଣି ମୁଣ୍ଡ ଟେକିଛି କରୋନା । ଏଥିରୁ ବର୍ତ୍ତିପାରିନି ଉତ୍ପତି ସ୍ଥଳୀ କୁହାଯାଉଥିବା ଚାଇନା । ଚୀନ୍‌ରେ କରୋନା ସଂକ୍ରମଣ ଧିରେ ଧିରେ ଭୟଙ୍କର ହେବାରେ ଲାଗିଛି । ଆଉ ସଂକ୍ରମଣ ଦୃଷ୍ଟିରେ ରଖି ବିଭିନ୍ନ ସହରରେ ପ୍ରତିବନ୍ଧକ ଲଗାଯାଇଛି । ଏବଂ  ବର୍ତ୍ତମାନ ଚୀନ୍‌ର ୨୭ ସହରରେ ଲକ୍‌ଡାଉନ୍ ଲାଗୁ ହୋଇଛି । ଏବଂ ଏହିସବୁ ସହରରେ ରହୁଥିବା ୧୬.୫ କୋଟି ଲୋକ ନିଜ ଘରେ ବନ୍ଦ ହୋଇ ରହିଛନ୍ତି ।

Covid Lockdown In Shanghai Port Supply Chain Affected

ଚୀନ୍‌ର ରାଜନୈତିକ ସହର ବେଜିଂର ସ୍ଥିତି ଭୟଙ୍କର ହୋଇଛି । ଏଠାରେ ସପ୍ତାହରେ ୩ଥର ଲୋକଙ୍କର କରୋନା ପରୀକ୍ଷଣ କରାଯାଉଛି । ଏବଂ ଅଢେଇ କୋଟି ଜନସଂଖ୍ୟା ବିଶିଷ୍ଟ ଚୀନ୍‌ର ବେଜିଂରେ ସମସ୍ତ ସ୍କୁଲ ବନ୍ଦ କରିଦିଆଯାଇଛି । ବିବାହ ଏବଂ ଅନ୍ତିମ ସଂସ୍କାର ଉପରେ ରୋକ୍ ଲଗାଇ ଦିଆଯାଇଛି । ମହାମାରୀ ସମୟରେ ଚୀନ୍ ଜିରୋ କୋଭିଡ୍ ନୀତି ଅବଲମ୍ବନ କରୁଛି ।

ଏହାଦ୍ବାରା ଭାଇରସ୍‌କୁ ରୋକିବାରେ ଲକ୍‌ଡାଉନ୍, ମାସ୍ ଟେଷ୍ଟିଂ, କ୍ବାରେଣ୍ଟାଇନ୍ ଏବଂ ସୀମା ବନ୍ଦ କରିବା ଭଳି କଠୋର ପଦକ୍ଷେପ ଗ୍ରହଣ କରାଯାଉଛି । ମାତ୍ର ଅତ୍ୟଧିକ ସଂକ୍ରାମକ ଓମିକ୍ରନ୍ ଭାରିଆଣ୍ଟ ଯୋଗୁଁ ବଢୁଥିବା ମାମଲା ଚୀନ୍‌ର ଏହି ନୀତି ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । କରୋନା ଭାଇରସ୍ ଚୀନ୍‌ର ଭିନ୍ନ ଭିନ୍ନ ସହରରେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି ।

କୁଆଡ଼େ ଯିବନି କରୋନା, ଏମିତି ଲହର ଆସୁଥିବ: ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର: କରୋନାର ପାଣ୍ଡେମେସିଟିରୁ ଏଣ୍ଡେମେସିଟି ଆଡ଼କୁ ଯାଉଛି ଦେଶ । କୋଭିଡ ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଏଭଳି ପ୍ରତିକ୍ରିୟା ଦେଇଛନ୍ତି । ଏହା ଭିତରେ ଏମିତି ଗୋଟେ ଗୋଟେ ସ୍ପାଇକ ଆସିବ । ଏଥିପାଇଁ ଆତଙ୍କିତ ହେବାର ନାହିଁ । ଏ ଭାଇରସ କୁଆଡ଼େ ଯିବନି, କିନ୍ତୁ ତା’ର ରୋଗ କରିବା କ୍ଷମତା କମିଯିବ । ଯଦି ସଂଖ୍ୟା ବଢ଼ିବ, ଏହାର ମୁକାବିଲା ପ୍ରସ୍ତୁତି ପାଇଁ ଆମକୁ ବିଶେଷ ଅସୁବିଧା ହେବନି । କାରଣ ଆମର ଅଭିଜ୍ଞତା ଅଛି, ଭିତ୍ତିଭୂମି ଅଛି, ଔଷଧ ଅଛି । ଏବେ କେନ୍ଦ୍ର ସରକାରଙ୍କ ଗାଇଡ଼ ଲାଇନ ହେଉଛି, ଏଭିଡ଼େନ୍ସ ବେସଡ ଡିସିସନ ମେକିଙ୍ଗ । ଅର୍ଥାତ ଯେଉଁଠି ବଢ଼ୁଛି, ସେଇଠି ପଦକ୍ଷେପ ନିଅ । ତେଣୁ ସେଇ ଆଧାରରେ ପଦକ୍ଷେପ ନିଆଯିବ ।

ବର୍ତ୍ତମାନ ରାଜ୍ୟର ଦୈନିକ ସଂକ୍ରମଣ ୧୫ ତଳେ ରହିଛି । ମାତ୍ର ୫-୬ଟି ଜିଲ୍ଲାରେ ନୂଆ ମାମଲା ଆସୁଛି । ଆକ୍ଟିଭ କେସ୍ ସଂଖ୍ୟା ୧୦୦ ତଳେ ଅଛି । ଡାକ୍ତରଖାନାରେ କୌଣସି ରୋଗୀ ନାହାନ୍ତି । ଏଣୁ ଏବେଠୁ ଆତଙ୍କିତ ହେବାର ନାହିଁ । ଯଦି ସଂଖ୍ୟା ବଢ଼ିବ, ତା ପାଇଁ ପ୍ରସ୍ତୁତି ଅଛି । ତୁରନ୍ତ ବନ୍ଦୋବସ୍ତ ହୋଇପାରିବ । ଜିଲ୍ଲାମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି, ସେମାନେ କଣ୍ଟିନଜେନ୍ସି ପ୍ଲାନ କରି ପ୍ରସ୍ତୁତ ରହିବେ । ଯେଉଁ ଅଞ୍ଚଳରେ ବଢ଼ିବ, ତାକୁ ନିୟନ୍ତ୍ରଣ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଯଦି ଅଧିକ ବଢ଼ିବ, ରାଜ୍ୟ ସ୍ତରରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ତେବେ ଲୋକମାନଙ୍କୁ ଅନୁରୋଧ କୋଭିଡ ନିୟମ ମାନନ୍ତୁ । ମାସ୍କ ପିନ୍ଧନ୍ତୁ । ସାମାଜିକ ଦୂରତା ରଖନ୍ତୁ । ତୃତୀୟ ଲହରରେ ଯଦିଓ କୋଭିଡ ସଂକ୍ରମିତଙ୍କ ସଂଖ୍ୟା ବଢ଼ିଲା, ଲୋକମାନେ ଡାକ୍ତରଖାନା ଗଲେନି, ମୃତ୍ୟୁ ମୁଖରେ ପଡ଼ିଲେନି । ଟୀକାକରଣ ହେଉ ବା ଆମର ସଚେତନତା ହେଉ, ଗତ ଦୁଇ ତିନି ବର୍ଷ ଭିତରେ କୋଭିଡ ସାଙ୍ଗେ ଲଢ଼ିବାର ସାମର୍ଥ୍ୟ ଆମର ହେଇଗଲାଣି ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ।

ବଲିଉଡ଼ ଫିଲ୍ମକୁ ଟକ୍କର ଦେଉଛି ସାଉଥ୍ ଫିଲ୍ମ କାରଣ କଣ ? କହିଲେ ଅଜୟ ଦେବଗନ

ନୂଆଦିଲ୍ଲୀ: ଭାରତୀୟ ଚଳଚ୍ଚିତ୍ର ଜଗତରେ ସାଉଥ ଫିଲ୍ମର କ୍ରେଜ ଦିନକୁ ଦିନ ବଢିବାରେ ଲାଗିଛି । ବକ୍ସ ଅଫିସରେ ଧମାଲ କରୁଛି ସାଉଥ୍ ଫିଲ୍ମ । ଏହାସହ ବଲିଉଡ଼ ଫିଲ୍ମର ଚାହିଦା ଧିରେ ଧିରେ କମିବାରେ ଲାଗିଛି । ଚଳିତ ବର୍ଷ ୩ଟି ସାଉଥ ଫିଲ୍ମ ସିନେପ୍ରେମିଙ୍କୁ ଖୁବ ଆତ୍କୃଷ୍ଠ କରିଛି । ସାଉଥ ଫିଲ୍ମର ହିନ୍ଦି ସଂସ୍କରଣ ଦର୍ଶକଙ୍କୁ ଖୁବ୍ ପସନ୍ଦ ଆସିଛି । ଆଉ ଏହି ଚଳଚିତ୍ର ଲମ୍ବା ସମୟ ଧରି ହିଟ୍ ଲିଷ୍ଟରେ ରହୁଛି । ସେହି ଚଳଚିତ୍ରଗୁଡ଼ିକ ମଧ୍ୟରୁ ସାଉଥ ସୁପର ଷ୍ଟାର ଅଲୁ ଅର୍ଜୁନଙ୍କ ଫିଲ୍ମ ‘ପୁଷ୍ପା’, ଏସ୍ ରାଜାମୌଲିଙ୍କ ଚଳଚ୍ଚିତ୍ର ‘ଆରଆରଆର’ ଏବଂ ୟଶ ଷ୍ଟାରର ଫିଲ୍ମ ‘କେଜିଏଫ୍ ଚାପଟର ୨’ । ଏହି ତିନୋଟି ଫିଲ୍ମର ହିନ୍ଦି  ଭର୍ଜନ ୩ଶହ କୋଟିରୁ ଅଧିକ ରୋଜଗାର କରି ବଲିଉଡ ପିଲ୍ମକୁ ପଛରେ ପକାଇଛି ।

ତେବେ କାହିଁକି ବଲିଉଡ଼ ଫିଲ୍ମ ଉପରେ ଭାରି ପଡ଼ୁଛି ସାଉଥ ଫିଲ୍ମ ଏହାର କାରଣ କହିଛନ୍ତି ଅଭିନେତା ଅଜୟ ଦେବଗନ । ଆଉ ତାଙ୍କର ଏହି ପ୍ରତିକ୍ରିୟା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଅଜୟଙ୍କ ଫିଲ୍ମ ‘ରନୱେ 34’ ଏପ୍ରିଲ ୨୯ ତାରିଖରେ ରିଲିଜ ହୋଇଛି । ଆଉ ଏହି ଫିଲ୍ମର ପ୍ରମୋସନରେ ପାଇଁ ଅଜୟ ଦେବଗାନ ଜୋରସୋର ଲାଗିଛନ୍ତି  । ଯଦିଓ ଅଜୟ ଦେବଗନ୍ ଫିଲ୍ମ ‘ଆରଆରଆର’ରେ ଏକ କ୍ୟାମିଓ ଭୂମିକାରେ ନଜର ଆସିଥିଲେ । ନିକଟରେ ଏକ ସାମ୍ବାଦିକ ସମ୍ମିଳନୀରେ ଅଜୟ ଦେବଗନଙ୍କୁ ପଚରାଯାଇଥିଲା ଯେ, ଦକ୍ଷିଣ ଚଳଚ୍ଚିତ୍ର ବା ସାଉଥ ଫିଲ୍ମ ବଲିଉଡକୁ କଡା ଟକ୍କର ଦେଉଛି ଏହାର କାରଣ କଣ । କାହିଁକି ହିନ୍ଦି ଫିଲ୍ମ ସାଉଥ ଫିଲ୍ମ ଆଗରେ ଫିକା ପଡ଼ୁଛି ।

ଉତ୍ତରରେ ଅଜୟ କହିଛନ୍ତି ଯେ, “ଏହା ନୁହେଁ ଯେ ଏଠାର ଫିଲ୍ମ ସେଠାରେ ପହଞ୍ଚୁନି । କେହି ସେପରି ଚେଷ୍ଟା ହିଁ କରିନାହାଁନ୍ତି । କେହିବି ବଲିଉଡ଼ ଫିଲ୍ମକୁ ସାଉଥରେ ବହୁ ପରିମାଣରେ ରିଲିଜ୍ କରିବାର ଦାୟିତ୍ୱ ନେଇ ନାହାଁନ୍ତି ।  ଯଦି କିଏ ଏମତି ଚେଷ୍ଟା କରିବ ତାହାଲେ ନର୍ଥ ଫିଲ୍ମ ବା ବଲିଉଡ଼ ବି ଭଲ କରିବ । ସାଉଥ ଫିଲ୍ମ ବହୁତ ଭଲ ଆଉ ଏଠାରେ ସେ ଭଲ ସଫଳତା ମଧ୍ୟ ପାଉଛି । ଆମ ଫିଲ୍ମଗୁଡ଼ିକୁ ମଧ୍ୟ ଦର୍ଶକ ପସନ୍ଦ କରୁଛନ୍ତି । ତେବେ ତାଙ୍କ ଫିଲ୍ମର ସଫଳତା ହେଉଛି ପରସ୍ପର ବୁଝାମଣା । ସାଉଥର ଚଳଚିତ୍ର ନିର୍ମାତା ଯୋଜନା କରନ୍ତି ଯେ, ସେମାନେ ତାଙ୍କ ଫିଲ୍ମ ନର୍ଥରେ ରିଲଜ କରିବେ । ସେଥିପାଇଁ ସାଉଥ୍ ଫିଲ୍ମରେ ନର୍ଥ ଅଭିନେତାମାନଙ୍କୁ ନିଆଯାଉଛି ।  ସେହିଭଳି ସେମାନେ ସ୍କ୍ରିପ୍ଟ ମଧ୍ୟ ଯୋଜନା କରୁଛନ୍ତି ଯେମିତି ସମସ୍ତେ ଏହାକୁ ପସନ୍ଦ କରିବେ ।

ଅଜୟ ଦେବଗନଙ୍କୁ ପଚରାଯାଇଥିଲା ଯେ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରେ ତାଙ୍କର ପ୍ରିୟ ଅଭିନେତା କିମ୍ବା ଅଭିନେତ୍ରୀ କିଏ ? ଏହା ଉପରେ ଅଜୟ କହିଛନ୍ତି ଯେ ସମସ୍ତେ ବହୁତ ଚମତ୍କାର ଓ ସମସ୍ତେ ସହୁତ ଭଲ ବୋଲି କହିଥିଲେ ।