spot_img
Home Blog Page 4295

ପୂର୍ବତନ IFS ଅଫିସର ଅଭୟ ପାଠକଙ୍କ ସମ୍ପତ୍ତି ଆଟାଚ୍ କଲା ଇଡି

ଭୁବନେଶ୍ୱର: ପୂର୍ବତନ ଆଇଏଫଏସ୍‌ ଅଫିସର ଅଭୟ ପାଠକଙ୍କ ସମ୍ପତ୍ତି ଆଟାଚ୍ କରାଯାଇଛି । ୨୯.୮୩ ଲକ୍ଷ ଟଙ୍କାର ସମ୍ପତ୍ତି ଆଟାଚ୍ କରିଛି ଇଡି । ମନି ଲଣ୍ଡରିଂ ଆକ୍ଟ ଅନୁସାରେ ସମ୍ପତ୍ତି ଆଟାଚ୍ କରିଛି ଇଡି । ୨୦୨୦ରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଅଭୟ ପାଠକଙ୍କ ଘର ରେଡ୍‌ କରିଥିଲା ଭିଜିଲାନ୍ସ ।

ତଦନ୍ତ ବେଳେ ଅଭୟ ପାଠକ ବେଆଇନ୍ ଭାବେ ଟଙ୍କା ରୋଜଗାର କରି ସମ୍ପତ୍ତି ଠୁଳ କରିଥିବା ଜଣାପଡ଼ିଛି । ନିଜ ଓ ପରିବାର ସଦସ୍ୟଙ୍କ ନାଁରେ ଅସ୍ଥାବର ସମ୍ପତ୍ତି ଓ ବ୍ୟାଙ୍କ ଜମା କରିଥିଲେ । ଏ ସମ୍ପର୍କରେ ଇଡି ପକ୍ଷରୁ ସୂଚନା ଦିଆଯାଇଛି ।

ସଫଳତା ସାଉଣ୍ଟୁଛି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା

ଭୁବନେଶ୍ୱର: ସଫଳତା ସାଉଣ୍ଟୁଛି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା । ବାହାର ରାଜ୍ୟରେ ମାସକୁ ହାରାହାରି ୪୦ ହଜାର ରୋଗୀ ଘରୋଇ ମେଡିକାଲରେ ଚିକିତ୍ସା ସୁବିଧା ପାଉଛନ୍ତି । ୨୦୨୧-୨୨ରେ ପ୍ରାୟ ୨ ଲକ୍ଷ କ୍ଲେମର ସମାଧାନ ହୋଇଛି । ଏଥିପାଇଁ ରାଜ୍ୟ ସରକାର ୩୮୪ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ବୋଲି ଆଜି ଯୋଜନାର ସମୀକ୍ଷା କରି କହିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ଏବେ ୧୫ଟି ରାଜ୍ୟର ୬୫ଟି ସୁପର ସ୍ପେଶିଆଲିଟି ହସ୍ପିଟାଲରେ ବିଏସକେୱାଇ କାର୍ଡରେ ଚିକିତ୍ସା ସୁବିଧା ମିଳୁଛି । ଘରୋଇ ହସ୍ପିଟାଲର ସମସ୍ତ କ୍ଲେମ ଶୀଘ୍ର ସମାଧାନ ପାଇଁ ସ୍ୱାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ ।

Chief Secretary Reviewed BSKY Scheme
FILE PIC

କେଉଁ ରାଜ୍ୟରେ ଅଧିକ ଓଡ଼ିଆ ଶ୍ରମିକ ଅଛନ୍ତି ତାର ଏକ ତାଲିକା କରିବାକୁ ଶ୍ରମ କମିଶନରଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଯାହାଫଳରେ ସେମାନଙ୍କ ପାଖରେ ଯୋଜନା ପହଞ୍ଚିପାରିବ ବୋଲି ଲକ୍ଷ୍ୟ ରଖାଯାଇଛି । ୯୬ ଲକ୍ଷ ଯୋଗ୍ୟ ପରିବାର ଏହି ଯୋଜନାରେ ସାମିଲ ହୋଇଥିବା ବେଳେ ୯୮ ପ୍ରତିଶତ ଲୋକଙ୍କୁ ମିଳିଛି ସ୍ମାର୍ଟ ହେଲଥ କାର୍ଡ । ଯେଉଁଥିରେ ରାଜ୍ୟର ୩୨୮ଘରୋଇ ହସ୍ପିଟାଲରେ ମିଳୁଛି କ୍ୟାସଲେସ ଚିକିତ୍ସା ସୁବିଧା ।

କୋଇଲା ସଙ୍କଟକୁ ନେଇ ଦେଶରେ ଭୟଙ୍କର ସ୍ଥିତି

0

ନୂଆଦିଲ୍ଲୀ:  କୋଇଲା ସଙ୍କଟକୁ ନେଇ ଦେଶରେ ଭୟଙ୍କର ସ୍ଥିତି । ସେପଟେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁଁ ପଞ୍ଜାବରେ ବିଦ୍ୟୁତ୍ ଚାହିଦା ୪୦ ପ୍ରତିଶତ ବଢିଛି । ଫାର୍ମିଂ ସେକ୍ଟରକୁ ଆବଶ୍ୟକ ବିଜୁଳି ଯୋଗାଣ ହୋଇପାରୁ ନଥିବାରୁ ଶକ୍ତି ମନ୍ତ୍ରୀଙ୍କ ଘର ଆଗରେ ଆଜି ଆନ୍ଦୋଳନ କରିଛି କିଶାନ ମଜଦୁର ସଂଘ ।

ୟୁପିରେ ବି ଖରା ବଢିବା ସାଙ୍ଗକୁ ପିକ୍ ଟାଇମରେ ଅଧିକ ବିଦ୍ୟୁତ୍ ଆବଶ୍ୟକ ପଡୁଛି । ଥର୍ମାଲ ପ୍ଲାଣ୍ଟରେ ଉତ୍କଟ କୋଇଲା ଷ୍ଟକ୍ ଦେଖାଯାଇଥିବାରୁ ରାଜ୍ୟରେ ଆରମ୍ଭ ହୋଇଛି ପାଓ୍ୱାର କଟ୍ ସମସ୍ୟା । ଉତ୍ତରପ୍ରଦେଶକୁ ଯଥାଶୀଘ୍ର କୋଇଲା ଯୋଗାଣ ପାଇଁ ୬୭୦ ଟି ପାସେଞ୍ଜର ଟ୍ରେନ୍ ବାତିଲ କରିବାକୁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର ।

ସେପଟେ ରାଜସ୍ଥାନ, ଝାଡଖଣ୍ଡ, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ ଆଦି ରାଜ୍ୟରେ ମଧ୍ୟ କୋଇଲା ସଙ୍କଟ ଯୋଗୁଁ ସ୍ଥିତି ଜଟିଳ ହୋଇଛି । ତୁରନ୍ତ ଆବଶ୍ୟକ କୋଇଲା ଉପଲବ୍ଧ ନହେଲେ ଅଧିକାଂଶ ରାଜ୍ୟ ବ୍ଲାକ ଆଉଟ ସମସ୍ୟାର ସମ୍ମୁଖୀନ ହେବା ସମ୍ଭାବନା ରହିଛି । ତେବେ କୋଲ ଇଣ୍ଡିଆ ଷ୍ଟକ୍କୁ ମିଶାଇ ଭାରତରେ ପ୍ରାୟ ୭୦ରୁ ୮୦ଦିନର କୋଇଲା ଷ୍ଟକ୍ ରହିଛି ବୋଲି କେନ୍ଦ୍ର କୋଇଲା ମନ୍ତ୍ରୀ ପ୍ରହଲ୍ଲାଦ ଜୋଶୀ କହିଛନ୍ତି ।

ପୋଲିସ ମିତ୍ରଙ୍କୁ ନିଆଁ ଲିଭାଇବା ପ୍ରଶିକ୍ଷଣ

ଭୁବନେଶ୍ୱର: ବସ୍ତିରେ ଅଗ୍ନିକାଣ୍ଡ ଘଟିଲେ କିଭଳି ନିଆଁକୁ ଆୟତ୍ତ କରାଯିବ । ସେନେଇ ଆରମ୍ଭ ହୋଇଛି ମାନସମନ୍ଥନ । କମିଶନରେଟ ପୋଲିସ ଦ୍ୱାରା ବସ୍ତିକୁ ଚାଲ ଅଭିଯାନରେ ଗଠନ ହୋଇଥିବା ପୋଲିସ ମିତ୍ରକୁ ଦିଆଯାଉଛି ଟ୍ରେନିଂ । ଯଦି କୌଣସି ସ୍ଥାନରେ ନିଆଁ ଲାଗିଲେ କିଭଳି ଆୟତ୍ତ କରାଯିବ ସେ ନେଇ ପୋଲିସ ମିତ୍ରଙ୍କୁ ଦିଆଯାଇଛି ପ୍ରଶିକ୍ଷଣ । ପ୍ରତି ବସ୍ତିରେ ଜଣେ ଲେଖାଏ ନୋଡାଲ ଅଫିସରଙ୍କୁ ଦାୟିତ୍ୱ ଦିଆଯିବ ।

To Protect Slum From Fire Police Mitra Trained

ପୋଲିସ ମିତ୍ରଙ୍କୁ ନେଇ କମିଶନରେଟ ପୋଲିସ ଦ୍ଵାରା ଗଠନ ହୋଇଛି ଟିମ୍ । ଯଦି କୌଣସି ସମୟରେ ବସ୍ତିରେ ଅଗ୍ନିକାଣ୍ଡ ଘଟେ ଅଗ୍ନିଶମ ବାହିନୀ ପହଞ୍ଚିବା ପୂର୍ବରୁ ନିଆଁକୁ କିଭଳି ଆୟତ୍ତ କରାଯିବ । ସେନେଇ ରାଜଧାନୀର ବିଭିନ୍ନ ବସ୍ତିରେ ଗଠନ ହୋଇଥିବା ବସ୍ତି ମିତ୍ର ଓ ପୋଲିସ ମିତ୍ରଙ୍କୁ ନେଇ ଓଡ଼ିଶା ଅଗ୍ନିଶମ ବିଭାଗ ପକ୍ଷରୁ କରାଯାଇଛି କର୍ମଶାଳା । ଅଗ୍ନିଶମ ଡିଜି ଅରୁଣ ରାୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ କର୍ମଶାଳାକୁ ଶୁଭାରମ୍ଭ କରିବା ସହ ବସ୍ତିମିତ୍ର ମାନଙ୍କୁ ଟ୍ରେନିଂ ଦେଇଛନ୍ତି ।

To Protect Slum From Fire Police Mitra Trained

ରାଜଧାନୀର ବିଭିନ୍ନ ବସ୍ତିରୁ ପ୍ରାୟ ୨୦୦ ଜଣ ସ୍ୱେଚ୍ଛାସେବୀ ଏହି କର୍ମଶାଳାରେ ଅଂଶଗ୍ରହଣ କରିଥିଲେ । ନିଆଁ ଲିଭେଇବା ଠାରୁ ଆରମ୍ଭ କରି ଯନ୍ତ୍ରପାତିର ବ୍ୟବହାର ସମ୍ବନ୍ଧୀୟ ଟ୍ରେନିଂ ଦିଆଯାଇଥିଲା । କର୍ମଶାଳା ସରିବା ପରେ ପ୍ରତି ବସ୍ତିରେ ଜଣେ ଲେଖାଏ ନୋଡାଲ ଅଫିସରଙ୍କୁ ଦାୟିତ୍ୱ ଦିଆଯିବ । ସେହିପରି ବସ୍ତି ମାନଙ୍କରେ ଅଗ୍ନିଶମ ବିଭାଗର ବିଭିନ୍ନ ଯନ୍ତ୍ରପାତି ମଧ୍ୟ ରଖିବାର ବନ୍ଦୋବସ୍ତ କରାଯିବ ବୋଲି ଅଗ୍ନିଶମ ଡିଜି ସୂଚନା ଦେଇଛନ୍ତି । ନିଆଁକୁ ଆୟତ୍ତ କରିବା କୌଶଳ ସାହସିକତାର ସହ ଶିଖିବା ପରେ ପୋଲିସ ମିତ୍ରଙ୍କ ମନରେ ଉତ୍ସାହ ବଢିଛି ।

୧୨ରୁ ୧୭ ବର୍ଷ ପିଲାଙ୍କୁ ଦିଆଯିବ କୋଭିଡ ଟିକା

୧୨ରୁ ୧୭ ବର୍ଷ ବୟସ୍କ ପିଲାଙ୍କ ଲାଗି କୋଭିଡ ଟିକା । ସେରମ ଇନଷ୍ଟିଚ୍ୟୁଟ ଦ୍ୱାରା ପ୍ରସ୍ତୁତ କୋଭୋଭାକ୍ସକୁ ଅନୁମତି ଦେଲେ ଟିକାକରଣ ସଂକ୍ରାନ୍ତ ଜାତୀୟ ବୈଷୟିକ ପରାମର୍ଶଦାତା ଗ୍ରୁପ । ଦେଶରେ ଚତୁର୍ଥ ଲହର ନେଇ ଆଶଙ୍କା ଜାରି ରହିଥିବାବେଳେ ପିଲାଙ୍କୁ ସଂକ୍ରମଣରୁ ରକ୍ଷା କରିବା ଲାଗି ଏହି ପଦକ୍ଷେପ ନିଆଯାଇଛି ।

ଗତମାସରେ ୧୨ରୁ ୧୭ ବର୍ଷ ବୟସ୍କ ପିଲାଙ୍କୁ କୋଭୋଭାକ୍ସର ଜରୁରୀକାଳୀନ ବ୍ୟବହାର ଲାଗି ବିଶେଷଜ୍ଞ ପ୍ୟାନେଲ ଅନୁମତି ଦେଇଥିଲା । ଗତ ଫେବ୍ରୁଆରୀ ୨୧ରେ ୧୨ରୁ ୧୭ ବର୍ଷ ବୟସ୍କ ପିଲାଙ୍କୁ ଜରୁରୀକାଳୀନ ଟିକା ଲାଗି ଡିସିଜିଆଇଙ୍କ ନିକଟରେ ସୁପାରିସ କରିଥିଲା ସେରମ ଇନଷ୍ଟିଚ୍ୟୁଟ । କିଛି ଦିନ ତଳେ ସେରମ ଇନଷ୍ଟିଚ୍ୟୁଟ ସିଇଓ ଅଦର ପୁନାଓ୍ବାଲା କହିଥିଲେ ପିଲାଙ୍କ ଲାଗି ଉଦ୍ଦିଷ୍ଟ ଟିକା ଘରୋଇ ବଜାରରେ ୨୨୫ ଟଙ୍କାରେ ଉପଲବ୍ଧ ହେବ ।

ସୂଚନାଯୋଗ୍ୟ,   ଏପ୍ରିଲ ମାସ ଆରମ୍ଭରେ ବୈଷୟିକ କମିଟି କୋଭୋଭାକ୍ସକୁ ନେଇ ସମୀକ୍ଷା କରିବାର ଥିଲ। ଏବେ କିଶୋରଙ୍କ ଟିକାକରଣରେ ଏହାର ବ୍ୟବହାର ପାଇଁ ଅନୁମତି ଦିଆଯାଇଛି। ଗତ ବର୍ଷ ଡିସେମ୍ୱର ୨୮ରେ ବୟସ୍କଙ୍କ ପାଇଁ କୋଭୋଭାକ୍ସ ଟିକାର ବ୍ୟବହାର ପାଇଁ ମଞ୍ଜୁରୀ ଦିଆଯାଇଥିଲା।

ପଟିଆଲାରେ ଉତ୍ତେଜନା, ଫାଙ୍କା ଗୁଳି ଚାଲନା କଲା ପୁଲିସ୍‌

0

ପଟିଆଲା: ପଞ୍ଜାବର ପଟିଆଲାରେ ଶନିବାର ସକାଳ ସୁଦ୍ଧା  କର୍ଫ୍ୟୁ ଜାରି ହୋଇଛି । ସୂଚନା ଅନୁସାରେ, ପାତିଆଲାସ୍ଥିତ କାଳୀ ମନ୍ଦିର ନିକଟରେ ଶିବସେନା ପକ୍ଷରୁ ଶୁକ୍ରବାର ଏକ ଖଲିସ୍ଥାନ ବିରୋଧୀ ଶୋଭାଯାତ୍ରା ବାହାର କରାଯାଇଥିଲା । ଏଥିରେ ବାରମ୍ବାର ଖଲିସ୍ଥାନ ମୁର୍ଦ୍ଦାବାଦ ସ୍ଲୋଗାନ ଦିଆଯାଇଥିଲା । ଏହା ବିରୋଧରେ କେତେକ ଶିଖ୍‌ ସଂଗଠନ ରାସ୍ତାକୁ ଓହ୍ଲାଇ ସେମାନଙ୍କ ବିରୋଧ କରି ଖଣ୍ଡା ବୁଲାଇଥିଲେ । ଯାହାଦ୍ୱାରା ସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇଯାଇଥିଲା । ପ୍ରବଳ କନ୍ଦଳ ମଧ୍ୟରେ ପୁଲିସ ଆକାଶରେ ଫାଙ୍କା ଗୁଳିଚାଳନା କରିଥିଲା । ତେବେ ସ୍ଥିତି ସମ୍ଭାଳିବାକୁ  ସଂଧ୍ୟା ୭ଟାରୁ ଶନିବାର ସକାଳ ୬ଟା ପର୍ଯ୍ୟନ୍ତ ଲାଗୁ ହୋଇଛି ।

ପଟିଆଲା ରେଞ୍ଜ୍‌ ଇନ୍ସପେକ୍ଟର ଜେନରାଲ ରାକେଶ ଅଗ୍ରଓ୍ୱାଲଙ୍କ କହିବା ହେଉଛି ଯଦିଓ ସ୍ଥିତି ପ୍ରଥମେ ନିୟନ୍ତ୍ରଣକୁ ଆସୁନଥିଲା, କିନ୍ତୁ ପରେ  ଫାଙ୍କା ଗୁଳିଚାଳନା ପରେ ସ୍ଥିତି ନିୟନ୍ତ୍ରଣକୁ ଆସିଲା । ପଟିଆଲା ଡିଏସପି କହିଛନ୍ତି ଯେ ଏହି ଶୋଭାଯାତ୍ରା ବାହାର କରିବା ପାଇଁ ଶିବସେନାକୁ କୌଣସି ଅନୁମତି ଦିଆଯାଇନଥିଲା । ଏ ସଂପର୍କରେ ଶିବସେନା ପଞ୍ଜାବର କାର୍ଯ୍ୟକାରୀ ସଭାପତି ହରିଷ ସିଂଗଲାଙ୍କୁ ପଚରାଉଚୁରା ଚାଲିଛି ।

ସୂଚନାଯୋଗ୍ୟ ଯେ ଏପ୍ରିଲ ୨୯କୁ ଖଲିସ୍ଥାନ ଆତଙ୍କବାଦୀମାନେ ଖଲିସ୍ଥାନ ସ୍ଥାପନା ଦିବସ ପାଳନ କରୁଛନ୍ତି । ଏହା ଉପଲକ୍ଷେ ଆତଙ୍କବାଦୀ ଗୁରପଟଓ୍ବାନ୍ତ ସିଂ ପନ୍ନୁ  ପଂଜାବ, ହରିୟାଣା ଓ ହିମାଚଳ ପ୍ରଦେଶରେ ଖଲିସ୍ତାନ ପତାକା ଲଗାଇବାକୁ ନିର୍ଦ୍ଦେଶ ଦେଇଥିଲା । ଏହା ବିରୋଧରେ ଶିବସେନା ପକ୍ଷରୁ ଶୋଭାଯାତ୍ରା ବାହାର କରାଯାଇଥିଲା ।

ପ୍ରେମିକକୁ ୯୭ ଲକ୍ଷ ଦେଇ ପ୍ରେମିକା ଗିରଫ

ଭୁବନେଶ୍ୱର: ପ୍ରେମିକକୁ ୯୭ ଲକ୍ଷ ଦେଇ ପ୍ରେମିକା ଗିରଫ । ଲେଡି ଆକାଉଟାଣ୍ଟଙ୍କୁ ବାନ୍ଧିଲା ପୋଲିସ । ତମାଣ୍ଡୋ ସ୍ଥିତ ଏକ ଘରୋଇ କଲେଜର ଲେଡି ଆକାଉଟାଣ୍ଟକୁ ଗିରଫ କରିଛି କମିଶନରେଟ୍ ପୋଲିସ । ବର୍ଷକ ଭିତରେ ପାଖାପାଖି ୯୭ ଲକ୍ଷ ଟଙ୍କା ଫୋନ୍ ପେ’ଜରିଆରେ ପଠାଇଥିଲେ ଲେଡି ଆକାଉଟାଣ୍ଟ । ଟଙ୍କା ଗାଏବ ନେଇ ତମାଣ୍ଡୋ ଥାନାରେ ଅଭିଯୋଗ କରିଥିଲେ କଲେଜ କର୍ତ୍ତୃପକ୍ଷ ।

 Tamando Police Arrested Girl For Cheating 97 Lakhs With Lover

ତମାଣ୍ଡୋ ଥାନା ଅଧୀନ ଏକ ଘରୋଇ କଲେଜରେ ଆକାଉଣ୍ଟାଣ୍ଟ ଭାବରେ କାମ କରନ୍ତି ଯୁବତୀ । କଲେଜର ଟ୍ୟୁସନ୍ ଓ ଆଡିମିଶନ ଫିକୁ କଲେଜ ଆକାଉଣ୍ଟରେ ଡିପୋଜିଟ ନ କରି ସିଧାସଳଖ ନିଜ ଆକାଉଣ୍ଟରେ ଡିପୋଜିଟ୍ କରିଥିଲେ । ତା ପରେ ଫୋନ୍ ପେ ଦ୍ୱାରା ନିଜ ପୁରୁଷ ବନ୍ଧୁଙ୍କ ଆକାଉଣ୍ଟରେ ଗୋଟିଏ ବର୍ଷରେ ୯୭ ଲକ୍ଷ ଟଙ୍କା ଡିପୋଜିଟ୍ କରିଥିଲେ । ପୁରୁଷ ବନ୍ଧୁ ଜଣଙ୍କ ସମ୍ପୃକ୍ତ କଲେଜର ପୁରାତନ ଛାତ୍ର ।

 Tamando Police Arrested Girl For Cheating 97 Lakhs With Lover

ଟଙ୍କା ହେରେଫେର ନେଇ ଯାଞ୍ଚ ବେଳେ ଲେଡି ଆକାଉଟାଣ୍ଟଙ୍କ ଭୂମିକା ସନ୍ଦେହ ଘେରକୁ ଆସିଥିଲା । ତଦନ୍ତ ପରେ  ଲେଡି ଆକାଉଣ୍ଟାଣ୍ଟକୁ ହାତରେ ହାତକଡ଼ି ପକାଇଛି ତମାଣ୍ଡୋ ଥାନା ପୋଲିସ । ଖୁବଶୀଘ୍ର ପ୍ରେମିକକୁ ଗିରଫ କରାଯିବ ବୋଲି କହିଛନ୍ତି ଅତିରିକ୍ତ ଡିସିପି ।

ପାକିସ୍ତାନରୁ ମାଡ଼ି ଆସୁଥିବା ଡ୍ରୋନକୁ ଗୁଳି କରି ଖସାଇଦେଲା BSF

ଅମୃତସର: ଶୁକ୍ରବାର ପାକିସ୍ତାନରୁ ଭାରତକୁ ପ୍ରବେଶ କରୁଥିବା ଏକ ଡ୍ରୋନକୁ ଗୁଳି କରି ଖସାଇ ଦେଇଛି BSF  । ସୂଚନାଯୋଗ୍ୟ,  ଏହି ଡ୍ରୋନ୍‌ ପଞ୍ଜାବର ଅମୃତସର ନିକଟସ୍ଥ  ଧାନୋଇ କଲନ ଗାଁ ନିକଟରେ ପ୍ରବେଶ କରୁଥିଲା । BSF ଦ୍ୱାରା ଧରା ପଡ଼ିଥିବା ଏହି କଳା ରଙ୍ଗର କ୍ୱାଡାକପ୍ଟର ଚାଇନାରେ ତିଆରି ହୋଇଥିବା ଜଣାପଡ଼ିଛି । ଏହା ଡିଜେଆଇ ମାଟ୍ରିସ-୩୦୦ ଡ୍ରୋନ ବୋଲି ଜଣାପଡିଛି ।

 ସୂଚନା ଅନୁସାରେ ଗତକାଲି ରାତି ୧ ଘଣ୍ଟା ୧୫ ମିନିଟ ସମୟରେ ସୀମାରେ ପ୍ରହରା ଦେଉଥିବା ବିଏସଏଫ ଯବାନମାନେ ଆକାଶରୁ ଆସୁଥିବା କୌଣସି ଏକ ଶବ୍ଦ ଶୁଣିବାକୁ ପାଇଥିଲେ । ଉପରକୁ ଦେଖିବା ପରେ ଏକ ଡ୍ରୋନ ଉଡୁଥିବା ସେମାନେ ଦେଖିବାକୁ ପାଇଥିଲେ । ଏହି ଡ୍ରୋନ ସଂଦିଗ୍ଧ ଅବସ୍ଥାରୁ ଉଡୁଥିବାରୁ ତାହାକୁ ତୁରନ୍ତ ଗୁଳିକରି ତଳକୁ ଖସାଇ ଦିଆଯାଇଥିଲା । ଡ୍ରୋନଟି ଖସିପଡ଼ିବା ପରେ ଏକ ତଲାସୀ ଅଭିଯାନ ଚଳାଇ  ଡ୍ରୋନକୁ ଠାବ କରାଯାଇଥିଲା ଓ ସ୍ଥାନୀୟ ପୁଲିସ ଓ ଅନ୍ୟ ଏଜେନ୍ସିମାନକୁ ଖବର ଦିଆଯାଇଥିଲା । ତେବେ ଏହି ଡ୍ରୋନ ପାକିସ୍ତାନରୁ ଅସ୍ତ୍ରଶସ୍ତ୍ର ନେଇ ଆସୁଥିଲା ଅଥବା ଚୋରାବ୍ୟବସାୟୀମାନେ ନିଶାଦ୍ରବ୍ୟ ଚାଲାଣ କରୁଥିଲେ ସେ ନେଇ ସ୍ଥାନୀୟ ପୁଲିସ ଓ ବିଏସଏଫ ତଦନ୍ତ ଚଳାଇଛନ୍ତି । ପଂଜାବରେ ଅଶାନ୍ତି ସୃଷ୍ଟି କରିବାକୁ ପାକିସ୍ତାନ ପକ୍ଷରୁ ଡ୍ରୋନ ମାଧ୍ୟମରେ ଅସ୍ତ୍ରଶସ୍ତ୍ର ସୀମା ଏପଟକୁ ପଠାଯାଉଛି ।

ସମ୍ପର୍କୀୟଙ୍କ ଚିକିତ୍ସା ପାଇଁ ହ୍ୱାଟ୍ସଆପରେ ଟଙ୍କା ମାଗୁଛନ୍ତି ଜିଲ୍ଲାପାଳ ? ସାମ୍ନାକୁ ଆସିଲା ସତ…

ଭଦ୍ରକ: ହ୍ୱାଟ୍ସଆପରେ ଟଙ୍କା ମାଗୁଛନ୍ତି ଜିଲ୍ଲାପାଳ । କହୁଛନ୍ତି ମୁଁ ଗୋଟିଏ ମିଟିଂରେ ବ୍ୟସ୍ତ ଅଛି । ସମ୍ପର୍କୀୟଙ୍କ ସର୍ଜରୀ ପାଇଁ ଦରକାର ଟଙ୍କା । ଏବେ ପଠାଅ ମିଟିଂରୁ ଗଲେ ଦେଇ ଦେବି । ହ୍ୱାଟ୍ସଆପ ଡିପିରେ ଭଦ୍ରକ ଜିଲ୍ଲାପାଳଙ୍କ ଫଟୋ ରଖି ଏଭଳି ଟଙ୍କା ମାଗୁଛନ୍ତି ଲୁଟେରା । ୮୪୦୦୭୫୪୨୨୧ ନମ୍ବରରେ ହ୍ୱାଟ୍ସଆପରୁ ଜିଲ୍ଲାପାଳଙ୍କ ନାଁରେ ଟଙ୍କା ମାଗୁଥିବା ଜଣାପଡ଼ିଛି ।

ଏନେଇ ଭଦ୍ରକ ଜିଲ୍ଲା ପ୍ରଶାସନ ଅବଗତ ହେବା ପରେ ସୋସିଆଲ୍ ମିଡିଆରେ ଚାଟର ସ୍କ୍ରିନସଟ୍ ସେୟାର କରି ଲୋକଙ୍କୁ ସଚେତନ କରାଯାଇଛି । ଜିଲ୍ଲାପାଳଙ୍କ ଫଟୋ ରଖି କେହି ଟଙ୍କା ମାଗୁଥିଲେ ନ ଦେବାକୁ ପ୍ରଶାସନ ପକ୍ଷରୁ କୁହାଯାଇଛି । ତେବେ, କିଏ ଜିଲ୍ଲାପାଳଙ୍କ ଫଟୋ ବ୍ୟବହାର କରି ହ୍ୱାଟ୍ସଆପରେ ଟଙ୍କା ମାଗୁଥିଲା । ସେନେଇ ପ୍ରଶାସନ କୌଣସି ତଥ୍ୟ ଦେଇ ନାହିଁ ।

ପରଗ୍ରହୀଙ୍କ ପାଇଁ କାମ କରୁଛନ୍ତି ପକ୍ଷୀ !

ନୂଆଦିଲ୍ଳୀ:  ଦୁନିଆରେ ଏଲିୟନ୍ସ ବା ପରଗ୍ରହୀଙ୍କୁ ନେଇ ନାନା ଲୋକଙ୍କର ନାନା ମତ । ଏହାକୁ ନେଇ ଆସୁଥିବା ପ୍ରତ୍ୟେକଟି ତାଜା ଖବର ଆମେ ଆପଣଙ୍କ ସହିତ ଶେୟାର କରିଛୁ ଏବଂ ନିକଟ ଅତୀତରେ ମଧ୍ୟ ହୋଇଥିବା ଏକ ଗବେଷଣାର ରିପୋର୍ଟ ବିଷୟରେ ଆମେ ଆଲୋଚନା କରିଥିଲୁ ।  ଏବେ ପୁଣିଥରେ ଏକ ଅପଡେଟ୍‌ ଆସିଛି ଏହି ଏଲିୟନ୍ସଙ୍କୁ ନେଇ । କୁହାଯାଉଛି ପୃଥିବୀରେ ରହୁଥିବା ଲୋକଙ୍କ ଖବର ନେବାପାଇଁ ପରଗ୍ରହୀ ପକ୍ଷୀ ପଠାଉଛନ୍ତି  ଏବଂ ସେମାନେ ହେଉଛନ୍ତି ଏଲିୟନ୍ସଙ୍କ ଗୁପ୍ତଚର ।

ପୂର୍ବରୁ ଆମେରିକାର ମିନିଷ୍ଟ୍ରି ଅଫ୍‌ ଡିଫେନ୍ସ ପାଇଁ କାମ କରୁଥିବା ନିକ ପୋପ୍‌ କହିଛନ୍ତିଯେ, ସିଗଲ୍ସଙ୍କ ଠାରୁ ବଞ୍ଚିକି ରହିବାକୁ ଚେଷ୍ଟା କରନ୍ତୁ । ଏମାନେ ବାର୍ତ୍ତାବାହାକ । ଏମାନଙ୍କ ଲୋକଙ୍କ ନିକଟକୁ ଆସି ତଥ୍ୟ ନେଇ ଏଲିୟନ୍ସଙ୍କୁ ଦିଅନ୍ତି ।  ତେବେ ପରଗ୍ରହୀ ଏଭଳି କିଛି ପଠାନ୍ତି ଯାହାଦ୍ୱାରା ଲୋକଙ୍କୁ ସନ୍ଦେହ ହେବନାହିଁ ।  ସିଗଲ୍ସ ବ୍ୟତୀତ ଏଲିୟନ୍ସଙ୍କ ନଜର ମାଛି ଉପରେ ମଧ୍ୟ ରହିଛି । କାରଣ ଏମାନଙ୍କ ଉପରକୁ ମଣିଷଙ୍କ ଧ୍ୟାନ ଯିବନି ।

ନିକଙ୍କ କହିବା ହେଉଛି ସିଗଲ୍ସ ସେମାନଙ୍କ ସାଙ୍ଗରେ ଏଭଳି କିଛି ଡିଭାଇସ୍‌ ରଖନ୍ତ ଯାହା ରେକର୍ଡ଼ିଂ କରିପାରେ । ଯାହାର ପ୍ରତ୍ୟେକଟି ଖବର ଏଲିୟନ୍ସଙ୍କ ନିକଟରେ ପହଞ୍ଚିଯାଏ ।