ଶରଧାବାଲିରେ ଗଡିଲା ରଥ, ଆଗରେ ଯାଉଛି ତାଳଧ୍ୱଜ..

ପୁରୀ: ଆରମ୍ଭ ହେଲା ରଥ ଟଣା  । ଗୁଣ୍ଡିଚା ମନ୍ଦିରରୁ ଶ୍ରୀମନ୍ଦିର ଅଭିମୁଖେ ବାହାରିଲେ ମହାବାହୁ  । ଶରଧାବାଲିରୁ ବାହାରିଛି ବଡ ଭାଇ ବଳଭଦ୍ରଙ୍କ ରଥ  । ବଡ ଦାଣ୍ଡରେ କୋଟି କୋଟି ଶ୍ରଦ୍ଧାଳୁ ବଡଭାଇଙ୍କ ରଥ ଟାଣି କୃତାର୍ଥ ଅନୁଭବ କରୁଛନ୍ତି ।  ଜଗନ୍ନାଥଙ୍କ ଧ୍ୱନୀରେ କମ୍ପି ଉଠୁଛି ଗଗନ ପବନ । ସମସ୍ତ ରିତୀନିତୀ ସମ୍ପନ୍ନ ହେବା ପରେ ବଳଭଦ୍ରଙ୍କ ତାଳଧ୍ୱଜ ରଥ ବଡ ଦାଣ୍ଡରେ ଗଡିବା ଆରମ୍ଭ ହୋଇଛି  ।

ପରେ ପରେ ଦର୍ପଦଳନ ଏବଂ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଗଡିବ  । ଭକ୍ତ ବତ୍ସଳ ପ୍ରଭୁ ବିଭୁ ବିହାରୀ ସମସ୍ତ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇ ବଡ ଦାଣ୍ଡରେ ଶେଷରେ ଝୁଲି ଝୁଲି ଯିବେ  । ପ୍ରଥମେ ମହାପ୍ରଭୁଙ୍କ ଧାଡ଼ି ପହଣ୍ଡି ହୋଇଥିଲା  ।  ପହଣ୍ଡି ବିଜେ ଶ୍ରୀମନ୍ଦିରର ସ୍ନାନଯାତ୍ରା ଓ ରଥଯାତ୍ରା ସମୟରେ ହୋଇ ଆସୁଥିବା ବିଦ୍ଧି ସମ୍ବନ୍ଧୀୟ କ୍ରିୟାପଦ୍ଧତି । ପହଣ୍ଡି ପୁଣି ଦୁଇ ଭାଗରେ ବିଭକ୍ତ ଯଥା ଧାଡି ପହଣ୍ଡି ଓ ଗୋଟି ପହଣ୍ଡି। ସ୍ନାନଯାତ୍ରା ସମୟରେ ତିନିଠାକୁରଙ୍କୁ ଶ୍ରୀମନ୍ଦିର ରତ୍ନବେଦୀରୁ ସ୍ନାନ ମଣ୍ଡପକୁ ନେବା ସମୟରେ ଯେଉଁ ପହଣ୍ଡି ହୁଏ ତାହାକୁ ଧାଡି ପହଣ୍ଡି କୁହାଯାଏ ।

ରଥଯାତ୍ରା ସମୟରେ ତିନିଠାକୁରଙ୍କୁ ଶ୍ରୀମନ୍ଦିର ରତ୍ନବେଦୀରୁ ରଥ ଉପରକୁ ଓ ରଥରୁ ମନ୍ଦିରକୁ ନେବା ସମୟରେ ଯେଉଁ ପହଣ୍ଡି କରାଯାଏ ତାହାକୁ ଗୋଟି ପହଣ୍ଡି କୁହାଯାଇଥାଏ । ଲକ୍ଷ ଲକ୍ଷ ଭକ୍ତଙ୍କ ମେଳରେ ଆରମ୍ଭ ହୋଇଛି ରଥ ଟଣା  । ସେପଟେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି  । ପୋଲିସର କଡା ପ୍ରହରରା ପରିପୂର୍ଣ୍ଣ ବଡ ଦାଣ୍ଡ  ।