ଦେଶ ଛାଡି ପଳାଇଲେ ଶ୍ରୀଲଙ୍କା ରାଷ୍ଟ୍ରପତି..

କଲମ୍ବୋ: ଆର୍ଥିକ ସଂକଟର ରସାତଳଗାମୀ ଶ୍ରୀଲଙ୍କା  । ସବୁଆଡ଼େ ହାହାକାର  । ଭୋକରେ ପୂରା ଶ୍ରୀଲଙ୍କା ଛଟପଟ ହେଉଥିବା ବେଳେ ଜଳୁଛି ନିଆଁ । ଭୋକ ବିକଳରେ ତ୍ରାହୀ ତ୍ରାହୀ ଡାକୁଛନ୍ତି ଲୋକେ । ସୁନାର ଲଙ୍କା ଆଜି କାଙ୍ଗାଳ । ଆଉ ଯେଉଁଥିପାଇଁ ପୁନର୍ବାର ଶ୍ରୀଲଙ୍କା ରାଷ୍ଟ୍ରପତିଙ୍କ ବାସଭବନ ଘେରିବାକୁ ଯାଉଛନ୍ତି ସାଧାରମ ଲୋକ  । ସେପଟେ ଭୟରେ ଦେଶ ଛାଡି ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷେ  ।

ବିକ୍ଷୋଭକାରୀ ଦ୍ୱିପ୍ରହରରେ ରାଷ୍ଟ୍ରପତିଙ୍କ ବାସଭବନକୁ ଘେରିବା ନେଇ ଯୋଜନା କରିଥିଲେ  । ଆଗରୁ ଏନେଇ ହିଂସାଜନକ ସ୍ଥିତି ସୃଷ୍ଟି ହେଉଥିବାବେଳେ ରାଷ୍ଟ୍ରପତି ଗୋଟବାୟା ଫେରାର ହୋଇଯାଉଛନ୍ତି  । ରାଷ୍ଟ୍ରପତିଙ୍କ ଇସ୍ତଫା ଦାବି କରି ଆଜି ବିକ୍ଷୋଭ ପ୍ରଦର୍ଶନ କରୁଥିଲେ ପ୍ରଦର୍ଶନ କାରୀ । ଶ୍ରୀଲଙ୍କାରେ ସୃଷ୍ଟି ହେଉଥିବା ଆର୍ଥିକ ସଂକଟ ହିଁ ସାଜିଛି ବିଧ୍ୱଂସର ସ୍ଥିତି  ।

ସୂଚନାଯୋଗ୍ୟ, ୨୦ତମ ସମ୍ବିଧାନ ସଂଶୋଧନ ଜରିଆରେ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷ ନିଜ ହାତରେ ବିପୁଳ କ୍ଷମତା ଠୁଳ କରିବାରେ ସକ୍ଷମ ହୋଇଥିଲେ । ମାତ୍ର ୨୧ତମ ସଂଶୋଧନ ହେବା ପରେ ତାଙ୍କ କ୍ଷମତା ହ୍ରାସ ପାଇବ । ଅଧିକାଂଶ ଦଳର ଦାବି ପରେ ସରକାର ବାଧ୍ୟ ହୋଇ ଏହି ସଂଶୋଧନ ଆଣିବା ନିଶ୍ଚିତ ହୋଇଛି । ଏହି ପ୍ରସଙ୍ଗରେ ଆସନ୍ତା ଜୁନ ୩ ତାରିଖରେ ଚୂଡ଼ାନ୍ତ ବୈଠକ ବସିବ । ସମ୍ବିଧାନ ସଂଶୋଧନ ପ୍ରସଙ୍ଗରେ କ୍ଷେତ୍ର ପ୍ରସ୍ତୁତ କରିବା ଲାଗି ଆଇନମନ୍ତ୍ରୀ ଓ୍ବିଜଦାସା ରାଜପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।