BJDର ୨୫ ବର୍ଷ ପୂର୍ତ୍ତି ପାଇଁ ଆଜିଠୁ ମେଗା ରକ୍ତଦାନ ଶିବିର

ଭୁବନେଶ୍ୱର: ସ୍ମରଣୀୟ ହେବ ବିଜୁ ଜନତା ଦଳର ୨୫ ବର୍ଷ ପୂର୍ତ୍ତି । ଏଥିପାଇଁ ଆଜିଠୁ ଆରମ୍ଭ ହେଉଛି ପ୍ରକ୍ରିୟା । ଆଜିଠୁ ସାରା ରାଜ୍ୟରେ ଆୟୋଜନ ହେବ ମେଗା ରକ୍ତଦାନ ଶିବିର । ଓଡ଼ିଶା ମୋ ପରିବାର ଆନକୂଲ୍ୟରେ ରକ୍ତଦାନ ଶିବିର ଆୟୋଜନ କରି ୨୫ ହଜାରରୁ ଅଧିକ ୟୁନିଟ ରକ୍ତ ସଂଗ୍ରହ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏଥିରେ କର୍ଣ୍ଣଧାର ସାଜିବେ ଯୁବ ଓ ଛାତ୍ର ବିଜେଡି କର୍ମକର୍ତ୍ତା । ରକ୍ତଦାନ ଶିବିର ଲଗାତାର ଭାବେ ଡିସେମ୍ବର ୨୬ ବିଜେଡି ପ୍ରତିଷ୍ଠା ଦିବସ ଯାଏ ଚାଲିବ ।

ସେହିପରି ପରିବେଶ ସୁରକ୍ଷା ପାଇଁ ଯୁବ ଓ ଛାତ୍ର ବିଜେଡି ପ୍ରମୁଖ ଭୂମିକା ନେବ । ଆଜିଠୁ ଆରମ୍ଭ ହେବ ବୃକ୍ଷ ରୋପଣ କାର୍ଯ୍ୟକ୍ରମ । ପଞ୍ଚାୟତ ଓ ପୌରାଞ୍ଚଳର ପ୍ରତି ଓ୍ବାର୍ଡରେ ୨୫ଟି ଲେଖାଏ ଗଛ ଲଗାଯିବ । ଏହାଛଡ଼ା ପ୍ରତି କଲେଜ ଓ ବିଶ୍ଵବିଦ୍ୟାଳୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ହେବ । ଏଥିସହ ବିଭିନ୍ନ ସ୍ଥାନରେ ଶିବିର କରି ନବୀନଙ୍କ ଯୁବ ଓ ଛାତ୍ର ବ୍ରିଗେଡ୍‌ ମାଗଣାରେ ଚାରା ବାଣ୍ଟିବେ ।