ମୁଲାୟମ ସିଂ ଯାଦବଙ୍କ ପତ୍ନୀ ସାଧନାଙ୍କ ଦେହାନ୍ତ

1 min read

ଲକ୍ଷ୍ନୌ: ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ମୁଲାୟମ ସିଂ ଯାଦବଙ୍କ ଦ୍ୱିତୀୟ ପତ୍ନୀ ସାଧନା ଗୁପ୍ତାଙ୍କର ଦେହାନ୍ତ ଘଟିଛି । ଗୁରୁଗ୍ରାମ ସ୍ଥିତ ମେଦାନ୍ତ ହସ୍ପିଟାଲରେ ଶନିବାର ଦିନ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।

ସାଧନା  ଦୀର୍ଘ ଦିନ ଧରି ଅସୁସ୍ଥ ରହିଥିଲେ । ପରେ ଫୁସଫୁସ୍ ଜନିତ ରୋଗରେ ପିଡିତ ହୋଇ ମେଦାନ୍ତ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ । ତେବେ ଶନିବାର ଦିନ ଅଚାନକ ସାଧନା ଗୁରୁତର ହୋଇପଡିଥିଲେ । ଏନେଇ ହସ୍ପିଟାଲ୍ ପକ୍ଷରୁ ପରିବାରକୁ ଖବର ଦିଆଯାଇଥିଲା । ମୁଲାୟମ ହସ୍ପିଟାଲରେ ପହଞ୍ଚିବାର କିଛି ସମୟ ପରେ ପତ୍ନୀ ସାଧନାଙ୍କ ମୃତ୍ୟୁ ଘଟିଥିଲା । ମୁଲାୟମ ଓ ସାଧନାଙ୍କ ଜଣେ ପୁତ୍ର ରହିଛନ୍ତି । ପୁଅ ପ୍ରତୀକଙ୍କୁ ରାଜନୀତରେ କେବେ ଦେଖିବାକୁ ମିଳିନାହିଁ ।

ରାଜନୀତିରେ ସକ୍ରିୟ ଥିଲେ ସାଧନା

ସମାଜବାଦୀ ପାର୍ଟିରେ ସାଧନା ଗୁପ୍ତା ଖୁବ୍ ସକ୍ରିୟ ଥିଲେ । କିନ୍ତୁ ମୁଲାୟମଙ୍କୁ ବିବାହ କରିବା ପରେ ସେ ରାଜନୀତିରୁ ଦୂରେଇ ଯାଇଥିଲେ। ତେବେ ସାଧନାଙ୍କ ଦେହାନ୍ତ ଖବର ଶୁଣି ଅଖିଳେଶ ଯାଦବଙ୍କ ଠାରୁ ଆରମ୍ଭ କରି ବହୁ ନେତା ଓ କର୍ମୀ ସପା କାର୍ଯ୍ୟାଳୟରେ ପହଞ୍ଚୁଥିବା ସୂଚନା ମିଳିଛି ।