ଚୌକି ପାଇଁ ବିରୋଧୀ ଭିଡ଼ାଭିଡ଼ି, AIADMK ହେଡକ୍ୱାର୍ଟର ଆଗରେ ହାଇଡ୍ରାମା

1 min read

ଚେନ୍ନାଇ: ତାମିଲନାଡ଼ୁରେ ରାଜନୈତିକ ହାଇଡ୍ରାମା । ଜେନେରାଲ କାଉନସିଲ ମିଟିଂରେ AIADMKର ଅନ୍ତରୀଣ ମହାସଚିବ ନିଯୁକ୍ତ ହେଲେ ଇ କେ ପାଲାନିସ୍ୱାମୀ । ହେଡକ୍ୱାର୍ଟର ଆଗରେ ହାଇଡ୍ରାମା । ସାଧାରଣ ପରିଷଦ ମିଟିଂ ପୂର୍ବରୁ ପନୀରସେଲଭମ ଓ ପାଲାନିସ୍ୱାମୀ ଗୋଷ୍ଠୀ ଦୁଇଫାଳ ହୋଇଛି । ଜେନେରାଲ କାଉସିଲ ମିଟିଂ ସ୍ଥଗିତ ରଖିବାକୁ ପନୀରସେଲଭମ ଦାଏର କରିଥିବା ପିଟିସନ ହାଇକୋର୍ଟରେ ଖାରଜ ହେବା ପରେ ଦଳ ମୁଖ୍ୟାଳୟ ବାହାରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଥିଲା । ସୂଚନା ଅନୁସାରେ ଦଳର ମଧ୍ୟବର୍ତ୍ତିକାଳୀନ ସାଧାରଣ ସଚିବ ପଦବୀ ପୁନର୍ଜୀବିତ କରିବା ସହ ସଂଯୋଜକ ତଥା ମିଳିତ ସଂଯୋଜକ ପଦବୀ ରଦ୍ଦ କରିବାକୁ ବୈଠକ ଡକାଯାଇଥିବା ବେଳେ ଏହାକୁ ସ୍ଥଗିତ ରଖିବାକୁ ପନୀରସେଲଭମ ପିଟିସନ ଦାଏର କରିଥିଲେ ।

ତେବେ ଏହି ପିଟିସନ ଖାରଜ ହେବା ପରେ ପାଲାନିସ୍ୱାମୀ ଓ ପନୀରସେଲଭମଙ୍କ ସମର୍ଥଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା । ଦୁଇ ନେତାଙ୍କ ସମର୍ଥକମାନେ ବ୍ୟାନର ପୋଷ୍ଟର ଜାଳିଥିଲେ । ଏପରିକି ପଥର ମାଡ଼ ମଧ୍ୟ ହୋଇଥିଲା । ଏଥିରେ କେତେଜଣ ସମର୍ଥକ ଆହତ ମଧ୍ୟ ହୋଇଛନ୍ତି । ସେପଟେ ମାଡ୍ରାସ ହାଇକୋର୍ଟଙ୍କ ଗ୍ରୀନ ସିଗନାଲ ପରେ ଆରମ୍ଭ ହୋଇଛି ଦଳର ଜେନେରାଲ କାଉନସିଲ ବୈଠକ । AIADMK ସାଧାରଣ ପରିଷଦର ଅଧ୍ୟକ୍ଷ ଏ ତାମିଲ ମହାନ୍ ହୁସେନଙ୍କ ଅଧ୍ୟକ୍ଷତାରେ ବୈଠକ ଆରମ୍ଭ ହୋଇଛି । ଆଇନଶୃଙ୍ଖଳାକୁ ଦୃଷ୍ଟିରେ ରଖି AIADMK ପାର୍ଟି ଅଫିସ ବାହାରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି ।