ପିପିଇ କିଟ୍ ପିନ୍ଧି କୋଭିଡ୍ ହସ୍ପିଟାଲର ସ୍ଥିତି ପରଖିଲେ ବିଏମସି କମିଶନର

ଭୁବନେଶ୍ୱର: ରାଜ୍ୟରେ ବୃଦ୍ଧି ପାଉଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ରାଜ୍ୟରେ ଚିହ୍ନଟ ହେଉଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୫୦ ପ୍ରତିଶତ ରାଜଧାନୀରୁ ଚିହ୍ନଟ ହେଉଛନ୍ତି । ଭୁବନେଶ୍ୱରରେ କୋଭିଡ ପଜିଟିଭ ସଂଖ୍ୟା ବୃଦ୍ଧିକୁ ନଜରରେ ରଖି ଏକମାତ୍ର କୋଭିଡ ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇଛି । କିଛିଦିନ ତଳେ ସମ୍‌ କୋଭି ହସ୍ପିଟାଲରେ ଶଯ୍ୟା ସଂଖ୍ୟ ୨୫ ରୁ ୯୦କୁ ବୃଦ୍ଧି ହୋଇଥିଲା । ଆଜି କୋଭିଡ ହସ୍ପିଟାଲ ପରିଦର୍ଶନ କଲେ ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେ । ସମ୍ କୋଭିଡ ହସ୍ପିଟାଲ ଯାଇ ସ୍ଥିତି ପରଖିଲେ ବିଏମସି କମିଶନର । କୋଭିଡ ହସ୍ପିଟାଲ ବୁଲିବା ସହ ପିପିଇ କିଟ୍ ପିନ୍ଧି ରୋଗୀଙ୍କ କଥାହେବା ସହ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି ବିଜୟ ଅମୃତା କୁଲାଙ୍ଗେ । ହସ୍ପିଟାଲରେ ଥିବା ଡାକ୍ତର ଓ ଷ୍ଟାଫଙ୍କ ସହ ବର୍ତ୍ତମାନ ସ୍ଥିତି ଓ ରୋଗୀଙ୍କ ସଂଖ୍ୟା ପଚାରି ବୁଝିଛନ୍ତି । ଶଯ୍ୟା ସଂଖ୍ୟା ବଢ଼ିବା ଉଚିତ କି ନାହିଁ ତା’ର ଅନୁଧ୍ୟାନ କରିଛନ୍ତି । ଆବଶ୍ୟକ ସ୍ଥଳେ ଆହୁରି ବେଡ୍ ସଂଖ୍ୟା ବୃଦ୍ଧି ପାଇବ ବୋଲି କହିଛନ୍ତି ବିଏମସି କମିଶନର ।