ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥରେ ଓଲଟିଲା ବସ୍, ବସରେ ଥିଲେ ୧୦୦ରୁ ଅଧିକ ଯାତ୍ରୀ

ପୁରୀ: ପୁରୀ ଭୁବନେଶ୍ୱର ଜାତୀୟ ରାଜପଥ ସାତଶଙ୍ଖ ନିକଟରେ ବସ୍ ଦୁର୍ଘଟଣାଗ୍ରସ୍ଥ ହୋଇଛି । ଜସୁଆପୁର ନିକଟରେ ଓଲଟିଲା ଶାରଳା ନାମକ ଘରୋଇ ଯାତ୍ରୀବାହୀ ବସ୍ । ବସରେ ସିଟ୍ ସଂଖ୍ୟା ୪୦ ଥିବା ବେଳେ, ଶହେରୁ ଅଧିକ ଯାତ୍ରୀ ଥିଲେ ବୋଲି ଜଣାପଡ଼ିଛି । ସମସ୍ତ ଆହତଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁସାରେ ଶାରଳା ନାମକ ଏକ ବସ୍ ପୁରୀରୁ ଭୁବନେଶ୍ୱର ଅଭିମୁଖେ ଆସୁଥିଲା । ତେବେ ବସଟି ଓଭରଲୋଡିଂ ଓ ଦ୍ରୁତ ଗତି ଯୋଗୁଁ ଭାରସାମ୍ୟ ହରାଇ ସାତଶଙ୍ଖ ନିକଟରେ ଓଲଟି ପଡ଼ିଥିଲା । ବସରେ ୧୦୦ରୁ ଉର୍ଦ୍ଧ୍ୱ ଯାତ୍ରୀ ଥିଲେ । ଦୁର୍ଘଟଣା ପରେ ଘଟଣାସ୍ଥଳରେ ପୋଲିସ୍ ଓ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଛି ।