ନନ୍ଦନକାନନ ବୁଲିଲେ ଶହେ ଚିଡ଼ିଆଖାନାର ନିର୍ଦ୍ଦେଶକ

ଭୁବନେଶ୍ୱର: ବିଶ୍ୱସ୍ତରୀୟ ହେବ ନନ୍ଦନକାନନ ପ୍ରାଣୀ ଉଦ୍ୟାନ । ଏଥିପାଇଁ ନନ୍ଦନକାନନରେ ଏକ ସମ୍ମିଳନୀ ଆୟୋଜନ କରାଯାଇଛି । କେନ୍ଦ୍ରୀୟ ଚିଡିଆଖାନା କର୍ତ୍ତୃପକ୍ଷଙ୍କ ତରଫରୁ ଆୟୋଜିତ ଏହି ସମ୍ମିଳନୀରେ ଦେଶର ୧୦୦ଟି ଚିଡ଼ିଆଖାନାର ନିର୍ଦ୍ଦେଶକ ଯୋଗ ଦେଇଛନ୍ତି । ଏହି ସମ୍ମିଳନୀ ଦୁଇଦିନ ଧରି ଚାଲିବ । ଶନିବାର ସକାଳେ ସମସ୍ତ ନିର୍ଦ୍ଦେଶକ ନନ୍ଦନକାନନ ପ୍ରାଣୀଉଦ୍ୟାନର ସମସ୍ତ ଖୁଆଡ଼ ବୁଲି ବୁଲି ଦେଖିଥିଲେ ।

ଭୁବନେଶ୍ୱରରେ ଆୟୋଜିତ ହୋଇଥିବା ସମ୍ମିଳନୀରେ ସମସ୍ତ ନିର୍ଦ୍ଦେଶକ ଯୋଗ ଦେଇଥିବାବେଳେ ଆଗାମୀ ଦିନରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ବିଶ୍ୱସ୍ତରୀୟ କରିବା ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ ରହିଛି  । ତେବେ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ବିଶ୍ୱ ସ୍ତରୀୟ ହେଲେ ଓଡିଶାରେ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ଘଟିବ  । ଜୀବ ଜନ୍ତୁଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ଘଟିବ  । ଯାହା ରାଜ୍ୟ ପାଇଁ ଏକ ଶୁଭ ଖବର  ।