୧୭ରେ ଚିତା ପ୍ରକଳ୍ପର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ, ବିଦେଶରୁ ଆସିବେ ବିଲୁପ୍ତ ଚିତା

ନୂଆଦିଲ୍ଲୀ: ଭାରତରୁ ବିଲୁପ୍ତ ହୋଇଥିବା ଚିତାକୁ ପୁଣି ଫେରାଇ ଆଣିବାକୁ ପ୍ରୟାସ । ଚିତା ପ୍ରକଳ୍ପ ମାଧ୍ୟମରେ ନାମ୍ବିଆରୁ ଭାରତକୁ ଆସିବ ଚିତାବାଘ । ପ୍ରଥମ ପର୍ଯ୍ୟାୟରେ ୧୨ଟି ଚିତାବାଘକୁ ଅଣାଯିବ । ଚିଡିଆଖାନା ନିର୍ଦ୍ଦେଶକଙ୍କ ସମ୍ମିଳନୀରେ ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ । ସେପ୍ଟେମ୍ବର ୧୭ରେ ପ୍ରଧାନମନ୍ତ୍ରୀ ଚିତା ପ୍ରକଳ୍ପର ଶୁଭାରମ୍ଭ କରିବେ । ୧୯୫୨ରେ ଚିତା ଭାରତରୁ ବିଲୁପ୍ତ ବୋଲି ଘୋଷଣା ହୋଇଥିଲା ।

ତେଣୁ ସେମାନଙ୍କ ବଂଶବୃଦ୍ଧି ପାଇଁ ପୁଣି ପ୍ରୟାସ କରାଯିବ । ମଧ୍ୟପ୍ରଦେଶର ଜୁନୋ ଜାତୀୟ ଉଦ୍ୟାନରେ ଚିତାଙ୍କୁ ରଖାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ବିଶ୍ବସ୍ତରୀୟ କରିବାକୁ ଆଜିଠାରୁ ଆରମ୍ଭ ହୋଇଛି ଦୁଇଦିନିଆ ସମ୍ମିଳନୀ । କେନ୍ଦ୍ରୀୟ ଚିଡିଆଖାନା କର୍ତ୍ତୃପକ୍ଷଙ୍କ ଦ୍ବାରା ଆୟୋଜିତ ଏହି ସମ୍ମିଳନୀରେ ଦେଶର 100ଟି ଚିଡ଼ିଆଖାନାର ନିର୍ଦ୍ଦେଶକ ଯୋଗ ଦେଇଛନ୍ତି ।