ପୁରୀରେ 5T ସଚିବ, ଉନ୍ନୟନମୂଳକ କାର୍ଯ୍ୟର କଲେ ତଦାରଖ

1 min read

ପୁରୀ: ପୁରୀରେ 5T ସଚିବ ଭିକେ ପାଣ୍ଡିଆନ । ମହାପ୍ରଭୁଙ୍କୁ ଦର୍ଶନ କରିବା ସହିତ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ତଦାରଖ କରିଛନ୍ତି ଫାଇଭ ଟି ସଚିବ । ପୁରୀର ସାମଗ୍ରିକ ବିକାଶ ନେଇ ବାରମ୍ବାର ପୁରୀ ଗସ୍ତରେ ଆସୁଚନ୍ତି ଭି.କେ ପାଣ୍ଡିଆନ୍  ।  ଏହି ସମୟରେ ଆଟ୍ଟା ଅନୁଷ୍ଠାନ ପକ୍ଷରୁ  5t ସଚିବଙ୍କୁ ଏକ ଉପହାର ପ୍ରଦାନ କରାଯାଇଛି । ଫାଇଭ-ଟି ମାଧ୍ୟମରେ ରାଜ୍ୟରେ ସାମଗ୍ରିକ ବିକାଶ ଜାରି ରହିଥିବାରୁ ଅନୁଷ୍ଠାନର ସଦସ୍ୟ ସନ୍ଦୀପ ମହାପାତ୍ର ଭି.କେ ପାଣ୍ଡିଆନଙ୍କ ଏକ ତୈଳଚିତ୍ର ପ୍ରଦାନ କରିଥିଲେ  ।

ରାଜ୍ୟରେ ଅନେକ ସମସ୍ୟାର ସମାଧାନ ମୋ ସରକାର ଦ୍ୱାରା ହୋଇପାରୁଛି  ।  ଟ୍ୱିଟରରେ ଟ୍ୱିଟ କରିବା ମାତ୍ରେ ସମାଧାନ ହୋଇପାରୁଛି  । ଗରୀବ ଲୋକେ ଉପକୃତ ହେଉଛନ୍ତି । ଟୁଇଟ ମାଧ୍ୟମରେ ସମସ୍ୟା ଜଣାଇଲେ ତାହାର ସମାଧାନ କରାଯାଉଥିବା 5T ସଚିବଙ୍କ ନିକଟରେ କହିଥିଲେ ଅନୁଷ୍ଠାନର ସଦସ୍ୟ  । ଏଭଳି ଏକ ଜନମଙ୍ଗଳ କାର୍ଯ୍ୟ ପାଇଁ ଅନୁଷ୍ଠାନ ପକ୍ଷରୁ ଫାଇଭ-ଟି ସଚିବଙ୍କୁ କୃତଜ୍ଞତା ସହିତ ଏକ ତୈଳ ଚିତ୍ର ପ୍ରଦାନ କରାଯାଇଛି ।