୯ ବର୍ଷରେ ଭାରତ ଜିତିନି କୌଣସି ଆଇସିସି ଟ୍ରଫି, ବିକଳ୍ପ ଖୋଜି ପାଉନି ବିସିସିଆଇ

1 min read

ନନ୍ଦିଘୋଷ ବ୍ୟୁରୋ: ଏସିଆ କପରେ ନୈରାଶ୍ୟଜନକ ପ୍ରଦର୍ଶନ ଓ ଅମାନତ ପରାଜୟ ପରେ ଭାରତୀୟ କ୍ରିକେଟ ଦଳକୁ ନେଇ ଅନେକ ପ୍ରଶ୍ନ ଉଠିଛି । ବିସିସିଆଇ ମଧ୍ୟ ଚିନ୍ତାରେ ପଡ଼ିଯାଇଛି । ଦଳ ଏବେ ମହେନ୍ଦ୍ର ସିଂହ ଧୋନୀ ଏବଂ ଯୁବରାଜ ସିଂହଙ୍କ ଭଳି ଖେଳାଳି ଆବଶ୍ୟକ କରୁଛି । ଉଭୟ ପୂର୍ବତନ ଭାରତୀୟ କ୍ରିକେଟ ଖେଳାଳି ଏକାକୀ ଅନେକ ମ୍ୟାଚରେ ଭାରତକୁ ବିଜୟ ଦେଇଛନ୍ତି । ଏହି ଦୁଇ ଖେଳାଳି ସନ୍ୟାସ ନେବା ପରେ ଟିମ ଇଣ୍ଡିଆ ବଡ଼ ଟୁର୍ଣ୍ଣାମେଣ୍ଟରେ ଭଲ ପ୍ରଦର୍ଶନ କରିପାରୁନାହିଁ ।

୨୦୧୩ ପରଠୁ ଭାରତ କୌଣସି ଆଇସିସି ଟ୍ରଫି ଜିତିବାରେ ସକ୍ଷମ ହୋଇନାହିଁ । ଟି-୨୦ ବିଶ୍ୱକପ୍ ୨୦୨୧ ପରେ ଏସିଆ କପ ଫାଇନାଲ୍ ରେସରୁ ମଧ୍ୟ ବାଦ୍ ପଡିଛି । ଆସନ୍ତା ଅକ୍ଟୋବରରେ ହେବାକୁ ଥିବା ବିଶ୍ୱକପ ଜିତିବାକୁ ହେଲେ ଏହିଭଳି ଘାତକ ଖେଳାଳିଙ୍କ ଆବଶ୍ୟକତା ପଡିବ । ଟିମ ଇଣ୍ଡିଆ ଲଗାତାର ଗତ କିଛି ସମୟ ହେବ ଋଷଭ ପନ୍ତଙ୍କୁ ଟି-୨୦ କ୍ରିକେଟରେ ପାୱାର ହିଟର ବ୍ୟାଟ୍ସମ୍ୟାନ ଭାବେ ପ୍ରସ୍ସୁତ କରୁଛି ହେଲେ ସେ ଲାଗାତାର ଫ୍ଲପ ହେଉଛନ୍ତି । ପନ୍ତଙ୍କ ବ୍ୟତୀତ ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ସେତେଟା ଭଲ ପ୍ରଦର୍ଶନ କରିପାରିନାହାନ୍ତି ।

ଏପରି ସ୍ଥିତିରେ ଦଳ ଆଗାମୀ ବିଶ୍ୱକପରେ ଟ୍ରଫି ଜିତିବା ଆଶା କ୍ଷୀଣ ରହିଛି । ପନ୍ତ ଏବଂ ପାଣ୍ଡ୍ୟାଙ୍କୁ ଯୁବଜାର ଏବଂ ଧୋନୀଙ୍କ ବିକଳ୍ପ ରୂପରେ ଗଣାଯାଉଛି । ଯୁବରାଜ ଏବଂ ଧୋନୀ ଖେଳିବା ସମୟରେ ନିଜର ପାୱାର ହିଟିଂ ବ୍ୟାଟିଂ ପାଇଁ ସାରା ବିଶ୍ୱ ସେମାନଙ୍କୁ ପ୍ରଶଂସା କରୁଥିଲା । ୨୦୦୭ ଟି-୨୦ ବିଶ୍ୱକପରେ ଯୁବରାଜ ଇଂଲଣ୍ଡ ବିପକ୍ଷରେ ୬ ବଲରେ ୬ ଛକ୍କା ମାରି ରେକର୍ଡ କରିଥିଲେ । ଧୋନୀ ମଧ୍ୟ ପାୱାର ହିଟିଂ ବଳରେ ଅନେକ ଥର ଭାରତକୁ ଜିତାଇଛନ୍ତି ।

କମ ବଲରେ ଯଦି ଅଧିକ ରନର ଆବଶ୍ୟକ ଅଛି ଏବଂ ଧୋନୀ ଏପର୍ଯ୍ୟନ୍ତ ସୁଦ୍ଧା ଆଉଟ୍ ହୋଇନାହାନ୍ତି ସେପର୍ଯ୍ୟନ୍ତ ଫ୍ୟାନ୍ସଙ୍କ ମନରେ ବିଜୟ ଆଶା ଥାଏ । ବର୍ତ୍ତମାନ ଦଳରେ ଏପରି ବହୁତ କମ ବ୍ୟାଟ୍ସମ୍ୟାନ ଅଛନ୍ତି ଯିଏକି ଶେଷ ଓଭର ଆଡକୁ କମ ବଲ ଖେଳି ଅଧିକ ରନ୍ କରିପାରିବେ ଏବଂ ଇଣ୍ଡିଆକୁ ବିଜୟ ଦେଇପାରିବେ । ତେବେ ଧୋନୀ ଏବଂ ଯୁବରାଜ ବ୍ୟାଟିଂକୁ ଛାଡି ଅନ୍ୟ କ୍ଷମତା ପାଇଁ ଦଳରେ ଥିଲେ । ଧୋନୀ ବିଶ୍ୱର ସବୁଠୁ ଭଲ ୱିକେଟ କିପର ଭାବେ ପ୍ରଦର୍ଶନ କରୁଥିଲେ ସେହିପରି ଯୁବରାଜ ବୋଲିଂ ଏବଂ ଫିଲ୍ଡିଂ ପାଇଁ ଦଳରେ ସାମିଲ ଥିଲେ ।

ଯୁବରାଜ ଦିନିକିଆରେ ୧୧୧ ୱିକେଟ ହାସଲ କରିଥିବା ବେଳେ ଟି-୨୦ ୨୮ ୱିକେଟ୍ ହାସଲ କରିଛନତି । ସେହିପରି ଧୋନୀ ଦିନିକିଆରେ ୩୨୧ କ୍ୟାଚ୍ ଏବଂ ୧୨୩ ଷ୍ଟପିଂ କରିଛନ୍ତି । ଟି-୨୦ରେ ୫୭ କ୍ୟାଚ୍ ଓ ୩୪ ଷ୍ଟପିଂ କରି ଇତିହାସ ରଚିଛନ୍ତି । ଯଦି ଟପ ଅର୍ଡର ବ୍ୟାଟ୍ସମ୍ୟାନ ଫ୍ଲପ ସାବ୍ୟସ୍ତ ହେଉଥିଲେ ତେବେ ଏହି ଦୁଇ ମଧ୍ୟ ଭାଗର ବ୍ୟାଟ୍ସମ୍ୟାନ ଖେଳକୁ ଶେଷ ପର୍ଯ୍ୟନ୍ତ ନେଉଥିଲେ ଏବଂ ଅଧିକାଂଶ ବିଜୟ ଦେଇଥିଲେ । ଏହି ଦୁଇ ଖେଳାଳି ସନ୍ନ୍ୟାସ ନେବା ପରେ ଭାରତୀୟ ଟିମ ମ୍ୟାନେଜମେଣ୍ଟ ଏମାନଙ୍କ ବିକଳ୍ପ ଖୋଜି ପାଇନାହିଁ । ଏହା ହିଁ ବଡ଼ କାରଣ ଯେ ଗତ ୯ବର୍ଷରେ ଭାରତ ଆଇସିସିର ଗୋଟିଏ ବି ଟ୍ରଫି ଭାରତ ଜିତି ପାରିନାହିଁ ।