ପ୍ରଶିକ୍ଷଣ ବେଳେ ବୁଡ଼ିଗଲେ ଏନସିସି ଛାତ୍ର, ଚାଲିଗଲା ଜୀବନ

କଟକ: ସନ୍ତରଣ ପ୍ରଶିକ୍ଷଣ ବେଳେ ଚାଲିଗଲା ଏନସିସି ଛାତ୍ରଙ୍କ ଜୀବନ । କଟକ କ୍ଳବ ସୁଇମିଂ ପୁଲରେ ଘଟିଛି ଅଘଟଣ । ମୃତକ ହେଲେ କଟକ ସିଟି କଲେଜର ଛାତ୍ର ସ୍ୱପ୍ନେଶ୍ୱର ଦାସ । ତାଙ୍କ ଘର ରାଜାବଗିଚା ଅଞ୍ଚଳରେ ।  ମିଳିଥିବା ସୂଚନା ମୁତାବକ  ଏକ ଘରୋଇ ସଂସ୍ଥା ପକ୍ଷରୁ  ସନ୍ତରଣ ପ୍ରଶିକ୍ଷଣ ନେଉଥିଲେ ସ୍ୱପ୍ନେଶ୍ୱର   । ପହଁରା ସିଖୁଥିବା ସମୟରେ ସେ ବୁଡ଼ି ଯାଇଥିଲେ  । ଫଳରେ ତାଙ୍କର ଜୀବନ ଚାଲିଯାଇଥିଲା  ।

ପାଣିରେ ବୁଡ଼ିଯିବା ଫଳରେ   ଗୁରୁତର ହୋଇ ପଡ଼ିଥିଲେ ସ୍ବପ୍ନେଶ୍ବର । ପରେ ତାଙ୍କୁ ସିଟି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଡାକ୍ତର ସେଠାରେ ତାଙ୍କର ମୃତ୍ୟୁ ଘୋଷଣା କରିଥିଲେ  । ସେପଟେ ସେଠାରେ ଥିବା କିଛି ଲୋକ କହିଛନ୍ତି ଆମେ ଜାଣିନାହୁଁ ପିଲାର କଣ ହୋଇଛି  । କିନ୍ତୁ ତାଙ୍କର ପ୍ରଶୀକ୍ଷକ ମାନେ ଜଣେ ଛାତ୍ରକୁ ଟେକି ନେଇଥିବା ଆମେ ଦେଖିବାକୁ ପାଇଥିଲୁ  ।