ହକି ବିଶ୍ୱକପ୍ ହେବ ସ୍ମରଣୀୟ, ସୁନ୍ଦରଗଡ଼ ପ୍ରଶାସନ ପ୍ରସ୍ତୁତି କରୁଛନି ପ୍ଲାନ୍

ରାଉରକେଲା: ଷ୍ଟିଲ ସିଟିରେ ହକି ବିଶ୍ଵ କପ୍ ପୁର୍ବରୁ ବିଶ୍ୱ ସ୍ତରୀୟ କାର୍ଯ୍ୟକ୍ରମକୁ ସ୍ବାଗତ କରିବାକୁ ଗାଁରୁ ସହର ପର୍ଯ୍ୟନ୍ତ ବିଭିନ୍ନ ପ୍ରକାର କ୍ରୀଡ଼ା ଓ ସାଂସ୍କୃତିକ କାର୍ଯ୍ୟକ୍ରମ କରିବା ପାଇଁ ନିଷ୍ପତ୍ତି ହୋଇଛି । ଜିଲ୍ଲାବାସୀଙ୍କ ସହଭାଗିତାରେ ଏହାକୁ ସଫଳ କରିବା ପାଇଁ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ହୋଇଛି । ହକି ମହାପର୍ବରେ ସୁନ୍ଦରଗଡ଼ ଜିଲ୍ଲାର ସବୁ ବର୍ଗର ଜନସାଧାରଣ କିଭଳି ଯୋଡ଼ି ହେବେ ସେ ଦିଗରେ ପ୍ରଶାସନ ପକ୍ଷରୁ ଗୁରୁତ୍ୱ ଦିଆଯାଇଛି ।

ରାଉରକେଲା ମହାନଗର ନିଗମ ସମ୍ମିଳନୀ କକ୍ଷରେ ସୁନ୍ଦରଗଡ଼ ଜିଲ୍ଲାପାଳ ଜିଲ୍ଲାର ପ୍ରମୁଖ କ୍ରୀଡ଼ା ଅନୁଷ୍ଠାନ ଓ କ୍ରୀଡ଼ାବିତମାନଙ୍କ ସହ ଆଲୋଚନା କରି ସମସ୍ତଙ୍କର ସହଯୋଗ ଲୋଡ଼ିଛନ୍ତି । ସ୍କୁଲ ଏବଂ କଲେଜ ସ୍ତରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ କୁଇଜ, ଚିତ୍ରାଙ୍କନ ଓ କ୍ରୀଡ଼ା ଆଦି ବିଭିନ୍ନ ପ୍ରତିଯୋଗିତା ଲାଗି ଯୋଜନା କରାଯାଇଛି ।

ସେହିପରି ଏହି ଅନ୍ତର୍ଜାତୀୟ କାର୍ଯ୍ୟକ୍ରମକୁ ସ୍ମରଣୀୟ କରିବା ପାଇଁ ସବୁ ବର୍ଗର ଜନସାଧାରଣଙ୍କ ପାଇଁ ବିଭିନ୍ନ ପ୍ରକାର ଆକର୍ଷଣୀୟ କାର୍ଯ୍ୟକ୍ରମ ହାତକୁ ନିଆଯିବ। ଜିଲ୍ଲାର ବିଭିନ୍ନ କ୍ରୀଡ଼ା, ସାଂସ୍କୃତିକ ଏବଂ ସାମାଜିକ ସଙ୍ଗଠନ ଓ ଜିଲ୍ଲାବାସୀ ସହଯୋଗ କରିବାକୁ ଅନୁରୋଧ କରାଯାଇଥିଵା ବେଳେ ଏହି ନିଷ୍ପତ୍ତିକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି ।