spot_img
Home Blog Page 4078

ମୁଖ୍ୟମନ୍ତ୍ରୀ ପଦ ହରାଇବା ଆଶଙ୍କା ଭିତରେ ବିଧାୟକ ଦଳ ବୈଠକ ଡାକିଲେ ହେମନ୍ତ ସୋରେନ

ରାଞ୍ଚି: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଡାକିଛନ୍ତି ୟୁପିଏ ବୈଠକ। ଖଣି ଖାଦାନର ନିଲାମ ନିଜ ନାଁରେ କରି ଅଡ଼ୁଆରେ ଫସିଥିବା ହେମନ୍ତ ସୋରେନ ରାଞ୍ଚିସ୍ଥିତ ନିଜ ବାସଭବନରେ ବୈଠକ ଡାକିଛନ୍ତି। ଅଫିସ ଅଫ ପ୍ରଫିଟ ବିବାଦ କ୍ରମେ ତାଙ୍କ ବିଧାନସଭା ସଦସ୍ୟତା ପଦ ରଦ୍ଦ କରିବାକୁ ନିର୍ବାଚନ କମିଶଦ ସୁପାରିସ କରିଥିବା ଚର୍ଚ୍ଚା ହେଉଛି। ତେବେ ଏହାରି ଭିତରେ ହେମନ୍ତ ଆଜି ଜରୁରୀ ପରିସ୍ଥିତିରେ ବିଧାୟକ ଦଳ ବୈଠକ ଡାକିଛନ୍ତି। ବୈଠକରେ ଏନେଇ ସବିଶେଷ ଆଲୋଚନା ହେବ । ଏହି ପ୍ରସଙ୍ଗରେ ରାଜ୍ୟପାଳ ରମେଶ ବ୍ୟାସ ଆଜି କୌଣସି ପଦକ୍ଷେପ ନେବା ବି ସମ୍ଭାବନା ରହିଛି।

ସେପଟେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ପକ୍ଷରୁ କୁହାଯାଇଛି- ମେଣ୍ଟ ସରକାର ପ୍ରତି କୌଣସି ବିପଦ ନାହିଁ । ହେମନ୍ତ ୨୦୨୪ ଯାଏ ମୁଖ୍ୟମନ୍ତ୍ରୀ ରହିବେ। ଗତକାଲି ହେମନ୍ତ କହିଥିଲେ- ସେ ବର୍ତ୍ତମାନ ସୁଦ୍ଧା ଅଫିସ ଅଫ ପ୍ରଫିଟ ପ୍ରସଙ୍ଗରେ କୌଣସି ସୂଚନା ପାଇନାହାନ୍ତି। ଯଦି ହେମନ୍ତଙ୍କୁ ଅଯୋଗ୍ୟ ଘୋଷିତ କରାଯାଏ ତିବେ ସୁପ୍ରିମକୋର୍ଟ ଯିବାକୁ ଧମକ ଦେଇଛି ଜେଏମଏମ।

୮୨ ସଦସ୍ୟ ବିଶିଷ୍ଟ ଝାଡ଼ଖଣ୍ଡ ବିଧାନସଭାରେ ଜେଏମଏମର ୩୦ ବିଧାୟକ ଥିବାବେଳେ କଂଗ୍ରେସର ୧୭ ବିଧାୟକ ଅଛନ୍ତି। ବିଜେପିର ଅଛନ୍ତି ୨୫ ବିଧାୟକ। ତେଣେ ରାଜ୍ୟରେ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ଦାବି କରିଛି ବିଜେପି । ଜେଏମଏମର ସହଯୋଗୀ କଂଗ୍ରେସ କହିଛି- ସିଲ୍ ହୋଇଥିବା ରିପୋର୍ଟ ସମ୍ପର୍କରେ ଦଳ ମୁଖ୍ୟମନ୍ତ୍ରୀ ସୋରେନଙ୍କ ସମ୍ପର୍କରେ ଆଲୋଚନା କରିଛି । ଉଭୟ ଜେଏମଏମ ଓ କଂଗ୍ରେସ ରଣନୀତି ନିର୍ଦ୍ଧାରଣ କରୁଛନ୍ତି । ମୁଖ୍ୟମନ୍ତ୍ରୀ ହେମନ୍ତ ନିଜ ନାମରେ ମାଇନିଂ ଲିଜ୍ ହାସଲ କରିଥିବା ନେଇ ଅଭିଯୋଗ ମାମଲାର ଶୁଣାଣି ଗତ ସୋମବାର ନିର୍ବାଚନ କମିଶନ ଶେଷ କରିଥିଲେ । ମଙ୍ଗଳବାର ଦିନ ରାଜ୍ୟପାଳ ରମେଶ ବ୍ୟାସଙ୍କ ନିକଟକୁ ଇସି ଏସମ୍ପର୍କରେ ପତ୍ର ଲେଖିଥିଲେ । ଗତ ଅଗଷ୍ଟ ୧୮ ତାରିଖରେ ଉଭୟ ବିଜେପି ଓ ଜେଏମଏମ ନିର୍ବାଚନ କମିଶନ ନିକଟରେ ପକ୍ଷ ରଖିଥିଲେ । ପୂର୍ବରୁ ରାଜ୍ୟରେ ଜେଏମଏମ ସରକାରକୁ ଗାଦିଚ୍ୟୁତ କରିବା ଲାଗି ବିଜେପି ଉଦ୍ୟମ କରୁଛି ବୋଲି ଅଭିଯୋଗ କରିଥିଲେ ଜେଏମଏମ ଓ କଂଗ୍ରେସ ।

କଂଗ୍ରେସ ଛାଡ଼ିଲେ ଗୁଲାମନବୀ ଆଜାଦ

ନୂଆଦିଲ୍ଲୀ: କଂଗ୍ରେସରୁ ଇସ୍ତଫା ଦେଲେ ଗୁଲାମନବୀ ଆଜାଦ। ପ୍ରାଥମିକ ସଦସ୍ୟତା ପଦରୁ ଶୁକ୍ରବାର ଦିନ ଇସ୍ତଫା ଦେଇଛନ୍ତି ଗୁଲାମନବୀ। ଦଳର ସବୁ ପଦ ଛାଡ଼ିଥିବା ବେଳେ ଗୁଲାମନବୀ କିଛିଦିନ ପୂର୍ବରୁ ପ୍ରଚାର କମିଟିରୁ ଇସ୍ତଫା ଦେଇଥିଲେ।

ତେବେ ବରିଷ୍ଠ ନେତାଙ୍କୁ ଉପେକ୍ଷା କରାଯାଉଥିବା ଅଭିଯୋଗ ଆଣି ସେ ଦଳରୁ ଇସ୍ତଫା ଦେଇଛନ୍ତି। କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ୫ ଫର୍ଦ୍ଦର ଇସ୍ତଫା ପତ୍ର ପଠାଇଛନ୍ତି ଗୁଲାମବନୀ ଆଜାଦ। କଂଗ୍ରେସ ଅସନ୍ତୁଷ୍ଟ ଗୋଷ୍ଠୀ G-23ରେ ସାମିଲ ଥିଲେ ଗୁଲାମନବୀ। ଦଳର ଅଧ୍ୟକ୍ଷ ପଦ ନିର୍ବାଚନକୁ ନେଇ ବର୍ଷିଛନ୍ତି ।

ରାଜଧାନୀରେ ଯୁବତୀଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଆଉ ଜଣେ ଯୁବତୀଙ୍କ ଆତ୍ମହତ୍ୟା । ଝୁଲୁଥିବା ଅବସ୍ଥାରେ ମୃତଦେହ ଉଦ୍ଧାର କଲା ପୋଲିସ । ବଡଗଡ଼ ଥାନା ଅଞ୍ଚଳରେ ଯୁବତୀ ଜଣକ ଆତ୍ମହତ୍ୟା କରିଛନ୍ତି । ମୃତ ଯୁବତୀ ହେଲେ କେ. ଇନ୍ଦିରା ରାଓ । ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ଥିବା ବେଳେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଆରମ୍ଭ କରିଛି ଛାନବିନ।

ନାବାଳିକା ନାତୁଣୀକୁ ଗର୍ଭବତୀ କଲା ୬୫ ବର୍ଷର ଅଜା

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଆଳିରେ ଲଜ୍ଜା । ସମ୍ପର୍କୀୟ ନାବାଳିକା ନାତୁଣୀକୁ ଗର୍ଭବତୀ କରିଛି ୬୫ ବର୍ଷର ଅଜା । ବାରମ୍ବାର ଧମକ ଚମକ ଦେଇ ଅଭିଯୁକ୍ତ ଅଜା ରାଜୀବ ମଲ୍ଲିକ ଜୋର ଜବରଦସ୍ତ ଅନୈତିକ ସମ୍ପର୍କ ରଖିଥିବା ଅଭିଯୋଗ ହୋଇଛି । ଡାକ୍ତରୀ ପରୀକ୍ଷା ପରେ ନାବାଳିକା ଜଣକ ୭ ମାସର ଗର୍ଭବତୀ ଥିବା ଜଣାପଡିଛି । ଏହି ଘଟଣା ଜଣାପଡିବା ପରେ ଅଭିଯୁକ୍ତ ରାଜୀବ ଫେରାର ହୋଇଯାଇଛି । ଏ ନେଇ ନାବାଳିକାଙ୍କ ବାପା ଆଳି ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ପକସୋ ଆଇନ ଅନୁସାରେ ମାମଲା ରୁଜି କରି ତଦନ୍ତ ଆରମ୍ଭ କରିଛି । ଖୁବଶୀଘ୍ର ଦୋଷୀଙ୍କୁ ଗିଣଫ କରାଯିବ ବୋଲି ପୋଲିସ କହିଛି ।

ସମୁଦ୍ର ବେଳାଭୂମିରୁ ଅଜଣା ବ୍ୟକ୍ତିଙ୍କ କଙ୍କାଳ ଉଦ୍ଧାର

କୋଣାର୍କ: ଚନ୍ଦ୍ରଭାଗା ସାମୁଦ୍ରିକ ଥାନା ବାଙ୍ଗର ମୌଜା ସ୍ଥିତ ଲିଆଖିଆ ନିକଟ ସମୁଦ୍ର ବେଳାଭୂମିରୁ ଅଜଣା ବ୍ୟକ୍ତିଙ୍କ କଙ୍କାଳ ଉଦ୍ଧାର । ବେଳାଭୂମିରେ କଙ୍କାଳ ପଡ଼ିଥିବା ଦେଖି କିଛି ଲୋକ ପୋଲିସକୁ ଖବର ଦେଇଥିଲେ । କାରଣ ଅସ୍ପଷ୍ଟ ଥିବା ବେଳେ, ଚନ୍ଦ୍ରଭାଗା ସାମୁଦ୍ରିକ ପୋଲିସ କଙ୍କାଳକୁ ଜବତ କରିଛି । ଉଦ୍ଧାର କଙ୍କାଳକୁ ପୁରୀ ପଠାଯାଇଛି । ସମୁଦ୍ରରେ ବୁଡି ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥାଇପାରେ ବୋଲି ପୋଲିସ ସୂଚନା ଦେଇଛି । ଏନେଇ ପୁରୀ ଜିଲ୍ଲାର ବିଭିନ୍ନ ଥାନାକୁ ଖବର ଦିଆଯାଇଛି । ଚିହ୍ନଟ ପାଇଁ ଏହି କଙ୍କାଳକୁ ୯୬ ଘଣ୍ଟା ରଖାଯିବ ବୋଲି ଚନ୍ଦ୍ରଭାଗା ସାମୁଦ୍ରିକ ଥାନା ଆଇଆଇସି ସୂଚନା ଦେଇଛନ୍ତି ।

ଧସିଲା ବୈତରଣୀ ନଦୀ ବନ୍ଧ, ଆତଙ୍କିତ ଦେଢ଼ଶହ ପରିବାର

ଭଦ୍ରକ: ଧସିଲା ବୈତରଣୀ ନଦୀ ବନ୍ଧ । ଆରଡି ଦୋହରାପାଟଣା ଗାଁ ନିକଟରେ ପ୍ରାୟ ୨ଶହ ଫୁଟ ନଦୀ ବନ୍ଧ ଧସିଯାଇଛି । ନଦୀବନ୍ଧର ସୁରକ୍ଷା ପାଇଁ ଲକ୍ଷାଧିକ ଟଙ୍କାର ବହ୍ଲା ଓ ବାଲିବସ୍ତା ପକାଯାଇଥିଲା । ମାତ୍ର ନଦୀରେ ବନ୍ୟାପାଣି ଯୋଗୁ ବନ୍ଧ ଧସିଯାଇଥିବା ଦେଖାଯାଇଛି । ସେପଟେ ନଦୀକୂଳରେ ବସବାସ କରୁଥିବା ଦେଢ଼ଶହ ପରିବାର ଆତଙ୍କିତ ଅବସ୍ଥାରେ ରହିଛନ୍ତି।

ଜଳି ଗଲା ୪ ବଖରା ଘର, ଲକ୍ଷାଧିକ ଟଙ୍କାର ଜିନିଷପତ୍ର ନଷ୍ଟ

ଯାଜପୁର: ଯାଜପୁର ଜିଲ୍ଲା ବୈରି ଥାନା ଅନ୍ତର୍ଗତ କାଇମାଟିଆ ଗ୍ରାମରେ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ ଜଳି ଗଲା ୪ ବଖରା ଚାଳ ଘର । ଫଳରେ ଘରେ ଥିବା ଆସବାବପତ୍ର, ଚାଉଳ ଓ ଲକ୍ଷାଧିକ ଟଙ୍କାର ଜିନିଷପତ୍ର ସମ୍ପୂର୍ଣ ଜଳି ଯାଇଛି । ଖବର ପାଇ ଚଣ୍ଡିଖୋଲ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ବିଦୁତ ସର୍ଟ ସର୍କିଟରୁ ନିଆଁ ଲାଗିଥିବା ଜଣାପଡିଛି ।

ଆସନ୍ତାକାଲି ହେବ ଏଏସଓ ଲିଖିତ ପରୀକ୍ଷା, ସକାଳ ୯ଟାରୁ ୩ଟି ପର୍ଯ୍ୟାୟରେ ହେବ ପରୀକ୍ଷା

ଭୁବନେଶ୍ୱର: ଆସନ୍ତାକାଲି ହେବ ଏଏସଓ ଲିଖିତ ପରୀକ୍ଷା । ରାଜ୍ୟର ୩୩ଟି ଜୋନର ୪୮୨ ସେଣ୍ଟରରେ ପରୀକ୍ଷା ଦେବେ ୨ ଲକ୍ଷ ୬ ହଜାରରୁ ଅଧିକ ପରୀକ୍ଷାର୍ଥୀ । ଆସନ୍ତାକାଲି ସକାଳ ୯ଟାରୁ ୩ଟି ପର୍ଯ୍ୟାୟରେ ପରୀକ୍ଷା କରାଯିବ । ପ୍ରଥମ ପର୍ଯ୍ୟାୟରେ ସାଧାରଣ ଜ୍ଞାନ, ଦ୍ୱିତୀୟ ପର୍ଯ୍ୟାୟରେ ମେଣ୍ଟାଲ ଆବିଲିଟି ଓ ରିଜନିଂ ଏବଂ ତୃତୀୟ ପର୍ଯ୍ୟାୟରେ ଭାଷା ଓଡ଼ିଆ ଆଉ ଇଂରାଜୀ ବିଷୟ ରହିଛି ।

ସମସ୍ତ ପରୀକ୍ଷାରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ଅତିରିକ୍ତ ୩୦ ମିନିଟ୍ ସମୟ ଦିଆଯିବ । ୭୯୬ ଏଏସଓ ପଦବୀ ପୂରଣ ପାଇଁ ନିଯୁକ୍ତି ପ୍ରକ୍ରିୟା କରାଯାଉଛି । ଏଥିପାଇଁ ଲିଖିତ ପରୀକ୍ଷା ଗତ ୨୧ ତାରିଖରେ ହେବାର ଥିଲା । ହେଲେ ରାଜ୍ୟରେ ବନ୍ୟା ସ୍ଥିତି ପାଇଁ ଏହାକୁ ଆସନ୍ତାକାଲିକୁ ଘୁଞ୍ଚାଯାଇଥିଲା । ଛାତ୍ରଛାତ୍ରୀମାନେ ପୂର୍ବ ନିର୍ଦ୍ଧାରିତ ତାରିଖ ପାଇଁ ପାଇଥିବା ଆଡମିଟ୍ କାର୍ଡରେ ଆସନ୍ତାକାଲି ପରୀକ୍ଷା ଦେଇପାରିବେ ।

ବିପର୍ଯ୍ୟୟର ପୂର୍ବ ପ୍ରସ୍ତୁତି, ଗଞ୍ଜାମ ଜିଲ୍ଲାରେ ବିଶ୍ୱ ବ୍ୟାଙ୍କ ପ୍ରତିନିଧି ଦଳ

ଗଞ୍ଜାମ: ବିପର୍ଯ୍ୟୟର ପୂର୍ବ ପ୍ରସ୍ତୁତି, ପରିଚାଳନାକୁ ନେଇ ପୁରା ବିଶ୍ୱରେ ପ୍ରଶଂସିତ ହୋଇଛି ଓଡ଼ିଶା । ବିପର୍ଯ୍ୟୟ ପରିଚାଳନା ପାଇଁ ଗଞ୍ଜାମ ଜିଲ୍ଲାରେ ହୋଇଥିବା ବିଭିନ୍ନ କାର୍ଯ୍ୟକୁ ବୁଲି ଦେଖିଛନ୍ତି ବିଶ୍ୱ ବ୍ୟାଙ୍କ ପ୍ରତିନିଧି ଦଳ। ଗତକାଲି ୱାଲର୍ଡ ବ୍ୟାଙ୍କର ସାମାଜିକ ସୁରକ୍ଷା ଓ ପରିବେଶର ଏକ ୬ ଜଣିଆ ଟିମ୍ ଗଞ୍ଜାମରେ ପହଞ୍ଚିଥିଲା । ଏହି ଟିମ ପ୍ରଥମେ ଛତ୍ରପୁର ବ୍ଲକର କଣମଣାସ୍ଥିତ ବାତ୍ୟା ଆଶ୍ରୟସ୍ଥଳ ବୁଲି ଦେଖିଥିଲେ । ସେଠାରେ ଥିବା ପଞ୍ଚାୟତ ପ୍ରତିନିଧି, ମହିଳା ସଂଘ, ବାତ୍ୟା ଆଶ୍ରୟସ୍ଥଳୀ କମିଟିର ସଭ୍ୟମାନଙ୍କ ସହ ଗ୍ରାମ୍ୟ ବିପର୍ଯ୍ୟୟ ପରିଚାଳନା ଯୋଜନା ସମ୍ପର୍କରେ ପଚାରି ବୁଝିଥିଲେ । ପରେ ଆର୍ଯ୍ୟପଲ୍ଲୀ ସ୍ଥିତ ମୋ ସେବା କେନ୍ଦ୍ର ପରିଦର୍ଶନ କରିଥିଲେ। ଟିମ୍ ମୁଖ୍ୟ ଅନେନ୍ଦୁ ଭଟ୍ଟାଚାର୍ଯ୍ୟଙ୍କ ନେତୃତ୍ୱରେ ବିଶ୍ୱ ବ୍ୟାଙ୍କ ଟିମ୍ ବିଭିନ୍ନ କେନ୍ଦ୍ର ପରିଦର୍ଶନ କରିଥିଲେ।

ଶ୍ୱେତା ସୁଇସାଇଡ୍ ସସପେନ୍ସର ଖୋଲୁଛି ଗୁମର, ସାମ୍ନାକୁ ଆସିଲା ହ୍ୱାଟସାପ୍ ଚାଟ୍

ଭୁବନେଶ୍ୱର: ଶ୍ୱେତା ସୁଇସାଇଡ୍ ସସପେନ୍ସର ଖୋଲୁଛି ଗୋଟିଏ ପରେ ଗୋଟିଏ ଗୁମର । ଏବେ ସାମ୍ନାକୁ ଆସିଛି ଶ୍ୱେତା ଏବଂ ସୌମ୍ୟଜିତଙ୍କ ମାଆଙ୍କ ସହ ହୋଇଥିବା ହ୍ୱାଟସାପ୍ ଚାଟ । ହ୍ୱାଟସାପ୍ ଚାଟ ମେସେଜରେ ଲଭ କ୍ଳାଇମାକ୍ସ ପରର କଥା । ଚାଟର କିଛି ସ୍କ୍ରିନ ସଟ ଏବେ ଭାଇରାଲ ହୋଇଛି । ବ୍ରେକଅପ୍ ପରେ ସୌମ୍ୟ ନେଇଥିବା ଟଙ୍କା ଫେରାଇବାକୁ ତାଙ୍କ ମାଆଙ୍କୁ ମେସେଜ କରିଥିଲେ ଶ୍ୱେତା । ଶ୍ୱେତା ଟଙ୍କାରେ ଅଏସ କରୁଥିଲେ ସୌମ୍ୟଜିତ । ଚାକିରୀ ଛାଡିବା ପରେ ଶ୍ଵେତାଙ୍କ ଠାରୁ ବାରମ୍ବାର ଟଙ୍କା ନେଇଥିଲେ ସୌମ୍ୟଜିତ । ଶ୍ୱେତାଙ୍କ ଟଙ୍କାରେ ସୌମ୍ୟଜିତ ମୋବାଇଲ ମଧ୍ୟ କିଣିଥିବା କଥା ମେସେଜରେ ଲେଖା ଅଛି । ବ୍ରେକଅପ୍ ପରେ ଏହି ଟଙ୍କା ଫେରାଇବାକୁ ସୌମ୍ୟଜିତଙ୍କ ମାଆଙ୍କୁ ହ୍ୱାଟସାପ୍ ମେସେଜ କରିଛନ୍ତି ଶ୍ୱେତା । ଏପରିକି ପୁଅକୁ ଟଙ୍କା ମାଗିଲେ ସେ ଫଟୋ ଭାଇରାଲ କରିବାକୁ ଧମକ ଦେଇଥିବା ମଧ୍ୟ ସୌମ୍ୟଙ୍କ ମାଆଙ୍କୁ ଜଣାଇଛନ୍ତି ଶ୍ୱେତା । ଅନ୍ୟପଟେ ଝିଅର ଆତ୍ମହତ୍ୟା ପାଇଁ ସୌମ୍ୟ ହିଁ ଦାୟୀ ଓ ଝିଅକୁ ନ୍ୟାୟ ପ୍ରଦାନ ପାଇଁ ଗତକାଲି ଡିସିପିଙ୍କ ଦ୍ୱାରସ୍ଥ ହୋଇଥିଲେ ଶ୍ୱେତାଙ୍କ ପରିବାର ଲୋକ। ଏହାସହ ଶ୍ୱେତାଙ୍କ ୪ ସାଙ୍ଗକୁ ତଦନ୍ତ ଭୁକ୍ତ କରିବା ପାଇଁ ଡିସିପିଙ୍କୁ ନିବେଦନ କରିଥିଲେ ପରିବାର ଲୋକ। ସେପଟେ ଗିରଫଦାରୀ ଏଡ଼ାଇବା ପାଇଁ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କଲେ ପୁରୁଷ ବନ୍ଧୁ ସୌମ୍ୟଜିତ୍ ମହାପାତ୍ର ।