ଗାନ୍ଧୀ ଜୟନ୍ତୀରୁ ବିଜେଡିର ଜନସଂପର୍କ ପଦଯାତ୍ରା, ସହରାଞ୍ଚଳରୁ ପଞ୍ଚାୟତସ୍ତରରେ କାର୍ଯ୍ୟକ୍ରମ

ଭୁବନେଶ୍ୱର: ବିଜୁ ଜନତା ଦଳ ଲୋକଙ୍କ ବଳ । ଗାନ୍ଧୀ ଜୟନ୍ତୀରୁ ଜନସଂପର୍କ ପଦଯାତ୍ରା କରିବ ବିଜେଡି । ଅକ୍ଟୋବର ୨ରୁ ମାସେ ଧରି ଜିଲ୍ଲାରୁ ଓ୍ୱାର୍ଡସ୍ତରରେ ହେବ ପଦଯାତ୍ରା । ଗାନ୍ଧୀ ଜୟନ୍ତୀ ସହିତ ଶାସ୍ତ୍ରୀ ଜୟନ୍ତୀ, ଉତ୍କଳମଣୀ ଗୋପବନ୍ଧୁଙ୍କ ଜୟନ୍ତୀ ଓ ଜୟ ପ୍ରକାଶ ଜୟନ୍ତୀ ପାଳନ କରିବ ଦଳ । ସହରାଞ୍ଚଳ ସମେତ ପଞ୍ଚାୟତ ସ୍ତରରେ ଜନ ସମ୍ପର୍କ ପଦଯାତ୍ରା ହେବ । ପ୍ରତି ଓ୍ୱାର୍ଡ, ପଞ୍ଚାୟତ, ନଗର ଓ ନିର୍ବାଚନମଣ୍ଡଳୀରେ ପଦଯାତ୍ରା ଆୟୋଜନ କରାଯିବ । ଓ୍ୱାର୍ଡରେ କ୍ଷେତ୍ରସ୍ତରୀୟ ପର୍ଯ୍ୟବେକ୍ଷକ, ବ୍ଲକ ଏବଂ ନଗରାଞ୍ଚଳରେ ଜିଲ୍ଲା ପର୍ଯ୍ୟବେକ୍ଷକ, ନିର୍ବାଚନ ମଣ୍ଡଳୀରେ ବିଧାୟକ ଏବଂ ଜିଲ୍ଲା ସ୍ତରରେ ଜିଲ୍ଲା ସଭାପତି ଉପସ୍ଥିତ ରହି ପଦଯାତ୍ରାକୁ ସଫଳ କରିବେ । ପଦଯାତ୍ରା ସହ ୨୯ରେ ଯୁବ ଛାତ୍ର ବିଜେଡି କଲେଜ କ୍ୟାମ୍ପସ ମିଟିଂ ଓ ୩୦ରେ ନିର୍ବାଚିତ ପଞ୍ଚାୟତ ପ୍ରତିନିଧି ଓ ପୌର ସଦସ୍ୟ ସମ୍ମିଳନୀ ହେବ ।