କଟକରେ ନକଲି ପରେ ସାମ୍ନାକୁ ଆସିଲା ଏକ୍ସପାଏରୀ ମେଡିସିନ୍, ମାସେ ତଳୁ ସରିଥିଲା ଔଷଧର ବ୍ୟବହାର ତାରିଖ

କଟକ: କଟକରେ ନକଲି ମେଡିସିନ ପରେ ଏକ୍ସପାଏରୀ ମେଡିସିନ । ଏସସିବି ମେଡିକାଲ ପରିସରରେ ଥିବା କଲ୍ୟାଣୀ ମେଡିସିନ୍ ଷ୍ଟୋରରେ ଏକ୍ସପାଏରୀ ମେଡିସିନ୍ ବିକ୍ରି କରାଯାଉଥିବା ଅଭିଯୋଗ ଆସିଛି । ଏହି ଅଭିଯୋଗ କରିଛନ୍ତି ନୟାଗଡ଼ର ପବିତ୍ର ପଣ୍ଡା । ତାଙ୍କ ଭଉଣୀ ୨ ମାସ ହେଲା ଏସସିବିରେ ଚିକିତ୍ସାଧୀନ ଅଛନ୍ତି ।

ଆଜି ଡାକ୍ତରଙ୍କ ପରାମର୍ଶ ମୁତାବକ ସେ କଲ୍ୟାଣୀ ମେଡିସିନ ଷ୍ଟୋରରୁ ବିପି ମେଡିସିନ୍ କିଣିଥିଲେ । ମେଡିସିନର ବ୍ୟବହାର ତାରିଖ ଚାଲିଯାଇଥିଲା ବୋଲି ପରେ ଜଣାପଡିଥିଲା । ଏନେଇ ଷ୍ଟୋରରେ ଜଣାଇବା ପରେ ମେଡିସିନ୍ ନେଇ ଟଙ୍କା ଫେରାଇଥିଲା ଷ୍ଟୋର । ଏସସିବି ପ୍ରଶାସନିକ ଅଧିକାରୀଙ୍କୁ ଲିଖିତ ଅଭିଯୋଗ ହୋଇଛି । ଘଟଣାର ତଦନ୍ତ କରାଯିବ, ଡ୍ରଗ୍ ବିଭାଗକୁ ମଧ୍ୟ ଚିଠି ଲେଖାଯିବ ବୋଲି ଏସସିବି ପ୍ରଶାସନିକ ଅଧିକାରୀ କହିଛନ୍ତି ।