ପିଏଫଆଇ ଉପରେ ଚଢ଼ାଉର ଦ୍ବିତୀୟ ପର୍ଯ୍ୟାୟ, ୮ ରାଜ୍ୟରେ NIA ସହ ଅନ୍ୟ ତଦନ୍ତକାରୀ ଟିମର ରେଡ୍

1 min read

ନୂଆଦିଲ୍ଲୀ: ପପୁଲାର ଫ୍ରଣ୍ଟ ଅଫ୍ ଇଣ୍ଡିଆ ବା PFI ଉପରେ ରେଡ୍‌ ପାର୍ଟ-୨ । ଟେରର ଲିଙ୍କରେ ବଡ଼ ଅଭିଯାନ । ଆତଙ୍କୀ ଷଡ଼ଯନ୍ତ୍ର ଉପରେ ATS, STF ଓ ଦିଲ୍ଲୀ ପୋଲିସ ସ୍ପେଶାଲ ସେଲର ଅପରେସନ । ଏନଆଇଏ ରିପୋର୍ଟ ଆଧାରରେ ୮ ରାଜ୍ୟରେ ପିଏଫଆଇ କାର୍ଯ୍ୟାଳୟ ଓ କର୍ମକର୍ତ୍ତାଙ୍କ ଘରେ ରେଡ୍ କରିଛି ସୁରକ୍ଷା ଏଜେନ୍ସି । ମହାରାଷ୍ଟ୍ର, କର୍ଣ୍ଣାଟକ, ଦିଲ୍ଲୀ, ତେଲେଙ୍ଗାନା, ଉତ୍ତରପ୍ରଦେଶ, ମେଙ୍ଗାଲୁରୁ, ଆସାମ ଆଦି ରାଜ୍ୟରେ ରେଡ୍ ଜାରି ରହିଛି । ଶହେରୁ ଊର୍ଦ୍ଧ୍ବ ପିଏଫଆଇ କର୍ମକର୍ତ୍ତାଙ୍କୁ ଗିରଫ କରାଯାଇଛି ।

ଯୁବପିଢ଼ିଙ୍କୁ ଅସ୍ତ୍ରଶସ୍ତ୍ର ବ୍ୟବହାର ପ୍ରଶିକ୍ଷଣ ଦେବା, ଟେରର ଫଣ୍ଡିଂ ଓ ଦେଶରେ ଅସ୍ଥିରତା ସୃଷ୍ଟି କରିବା ପାଇଁ PFI ଷଡ଼ଯନ୍ତ୍ର କରୁଥିବା ରିପୋର୍ଟ ମିଳିବା ପରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି । ସେପଟେ କର୍ଣ୍ଣାଟକରେ ରେଡକୁ ବିରୋଧ କରି ବିଭିନ୍ନ ସ୍ଥାନରେ ବିରୋଧ ପ୍ରଦର୍ଶନ କରାଯାଇଥଇବା ବେଳେ ପ୍ରାୟ ୭୫ ଜଣ PFI ଓ SDPI ଓ୍ୱାର୍କର୍ସଙ୍କୁ ଗିରଫ କରିଛି ପୋଲିସ । ଏହାସହ ରେଡ୍ ବେଳେ ବିଭିନ୍ନ ପିଏଫଆଇ କାର୍ଯ୍ୟାଳୟରୁ ଅନେକ ଗୁରୁତ୍ବପୂର୍ଣ୍ଣ କାଜଗପତ୍ର ସୁରକ୍ଷା ଏଜେନ୍ସି ହାତରେ ଲାଗିଥିବା ଜଣାପଡ଼ିଛି ।