ଲକ୍ଷ୍ମୀସାଗର ସ୍ଥିତ ରେନ୍ ଦି କ୍ଲବ ବାରରେ ବୋମାମାଡ଼

ଭୁବନେଶ୍ୱର: ଲକ୍ଷ୍ମୀସାଗର ସ୍ଥିତ ରେନ ଦ କ୍ଲବ ବାରରେ ବୋମାମାଡ଼ ସନ୍ଦେହ । ଗତକାଲି ରାତି ପ୍ରାୟ ୧୧ଟା ୧୫ରେ କେହି ଦୁର୍ବୃତ୍ତ ବାର ଉପରକୁ ବୋମାମାଡ଼ କରିଥିବା ବାର୍ କର୍ମଚାରୀ କହିଛନ୍ତି । ୩ ଥର ଜୋରରେ ଶବ୍ଦ ହେବା ସହ ବାହାରେ ଧୂଆଁମୟ ହୋଇଥିଲା । ଏହି ସମୟରେ ପାଖ ଅଞ୍ଚଳରେ କିଛି ଦୃଶ୍ୟମାନ ହୋଇନଥିଲା । ଏହି ବୋମାମାଡ଼ ଫଳରେ ବାରର କିଛି ଭଗ୍ନାବଶେଷ ତଳେ ପଡିରହିଛି । ଏହାସହ କିଛି କାଗଜ ଓ ସୁତୁଲି ପଡ଼ିଥିବାରୁ ଏହା ବୋମାର ଅଂଶବିଶେଷ ବୋଲି ସନ୍ଦେହ କରାଯାଉଛି । ପୂର୍ବ ଶତ୍ରୁତାରୁ ଏଭଳି ଘଟଣା ଘଟିଥିବା ସନ୍ଦେହ କରାଯାଉଛି । ତେବେ ଏହି ବୋମାମାଡ଼ ଘଟଣାରେ ଲକ୍ଷ୍ମୀସାଗର ପୋଲିସ ତଦନ୍ତ କରୁଛି ।