ରାଜସ୍ଥାନ ରାଜନୀତିରେ ନୂଆମୋଡ଼, AICC ସଭାପତି ରେସରୁ ଅଶୋକ ଗେହଲଟ ପଛକୁ ହଟିଥିବା ଚର୍ଚ୍ଚା

1 min read

ଜୟପୁର: ରାଜସ୍ଥାନ ରାଜନୀତିରେ ଘଡ଼ିକେ ଛୁଟୁଛି ଘୋଡ଼ା । CM ପଦକୁ ନେଇ ଛକାପଞ୍ଝା ପରେ AICC ଅଧ୍ୟକ୍ଷ ପଦ ରେସରୁ ଓହରି ଯାଇଛନ୍ତି ଗେହଲଟ । ମୁଖ୍ୟମନ୍ତ୍ରୀ ପଦକୁ ନେଇ କନ୍ଦଳ ତେଜୁଥିବାରୁ ଗେହଲଟ AICC ରେସରୁ ଓହରି ଯାଇଥିବା ସୂଚନା ମିଳିଛି । ରାଜସ୍ଥାନ ସିଏମ ପଦକୁ ନେଇ ଛକାପଞ୍ଝା ଭିତରେ ୮୦ରୁ ଅଧିକ ବିଧାୟକ ଇସ୍ତଫା ଦେବାକୁ ଧମକ ଦେବା ପରେ ଗେହଲଟ ଏହି ନିଷ୍ପତ୍ତି ନେଇଥିବା କୁହାଯାଉଛି । ସେପ୍ଟେମ୍ବର ୩୦ରେ ଅଧ୍ୟକ୍ଷ ପଦ ପାଇଁ ନୋମିନେସନ ସରୁଥିବାରୁ ସେ ପର୍ଯ୍ୟନ୍ତ ରାଜସ୍ଥାନରେ ସ୍ଥିତାବସ୍ଥା ବଜାୟ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକମାଣ୍ଡ ।

ସେପଟେ ରାଜସ୍ଥାନ କନ୍ଦଳ ଦୂର ପାଇଁ ପଠାଯାଇଥିବା ଦୁଇ ପର୍ଯ୍ୟବେକ୍ଷକ ଅଜୟ ମାକେନ ଓ ମଲ୍ଲିକାର୍ଜୁନ ଖାଡଗେଙ୍କୁ ରିପୋର୍ଟ ମାଗିଛନ୍ତି କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ । ଗେହଲଟ କଂଗ୍ରେସ ଅଧ୍ୟକ୍ଷ ପଦ ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତ ହେଉଥିବାରୁ ସଚିନ ପାଇଲଟ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ହେବେ ବୋଲି ଖବର ପ୍ରକାଶ ପାଇଥିଲା । ଏହି ଖବର ପ୍ରକାଶ ପାଇବା ପରେ ଗେହଲଟ ଗୋଷ୍ଠୀ ବିଦ୍ରୋହ ଆରମ୍ଭ କରିଥିଲେ । ଅନ୍ୟପଟେ ଗେହଲଟଙ୍କୁ ହଟାଇ ସଚିନ ପାଇଲଟଙ୍କୁ ମୁଖ୍ୟମନ୍ତ୍ରୀ ପଦରେହ ବସାଇବାକୁ ପର୍ଯ୍ୟବେକ୍ଷକ ଦାୟିତ୍ବରେ ଥିବା ଅଜୟ ମାକେନ୍ ଷଡଯନ୍ତ୍ର ରରିଥିବା ଅଭିଯୋଗ କରିଛନ୍ତି ଗେହଲଟଙ୍କ ଗୋଷ୍ଠୀର ବିଧାୟକ ଶାନ୍ତିକୁମାର ଧରିଓ୍ବାଲ । ଏହାସହ ପାଇଲଟଙ୍କ ନାଁ ନନେଇ ତାଙ୍କୁ ଗଦ୍ଦାର ବୋଲି କହିଛନ୍ତି ଧରିଓ୍ୱାଲ ।