spot_img
Home Blog Page 4033

ଅଜୟ ପରିଡ଼ାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର: ଜୀବ ବିଜ୍ଞାନ ପ୍ରତିଷ୍ଠାନର ନିର୍ଦ୍ଦେଶକ ପଦ୍ମଶ୍ରୀ ଡଃ ଅଜୟ ପରିଡ଼ାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗଭୀର ଶୋକ ।  ଏକ ଶୋକବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସ୍ବର୍ଗତ ପରିଡା ଜାତୀୟସ୍ତରରେ ଜଣେ ଉଚ୍ଚକୋଟୀର ବୈଜ୍ଞାନିକ ଥିଲେ । ଗବେଷଣା କ୍ଷେତ୍ରରେ ଓଡିଶାର ଜୀବ ବିଜ୍ଞାନ ପ୍ରତିଷ୍ଠାନକୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ସ୍ବୀକୃତି ମିଳିବା କ୍ଷେତ୍ରରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା ।

କରୋନା ସମୟରେ ଡଃ ପରିଡ଼ା ଓ ଜୀବ ବିଜ୍ଞାନ ପ୍ରତିଷ୍ଠାନ ଗୁରୁତ୍ବପୂର୍ଣ୍ଣ ବୈଜ୍ଞାନିକ ସହାୟତା ଯୋଗାଇ ଦେଇଥିଲେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ପରିଡାଙ୍କ ପାଇଁ ଗବେଷଣା କ୍ଷେତ୍ରରେ ଓଡିଶାକୁ ମିଳିଛି ସ୍ୱୀକୃତି । ଦେଶ ଜଣେ ବିଶିଷ୍ଟ ବୈଜ୍ଞାନିକଙ୍କୁ ହରାଇଲା ବୋଲି ପ୍ରକାଶ କରିଛନ୍ତି । ଏଥି ସହିତ ତାଙ୍କର ଶେଷକୃତ୍ୟ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସଂପାଦନ କରାଯିବ ବୋଲି ଘୋଷଣା କରିଛନ୍ତି । ପରଲୋକଗତ ଆତ୍ମାର ସଦ୍‌ଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇଛନ୍ତି  ।

ପ୍ରକାଶଥାଉକି, ଆଜି ସକାଳେ ହୃଦଘାତରେ ପରିଡ଼ାଙ୍କ ମୃତ୍ୟୁ ହୋଇଥିଲା ।  ଜୀବ ବିଜ୍ଞାନ ପ୍ରତିଷ୍ଠାନ ବା ଆଇଏଲଏସ ଭୁବନେଶ୍ୱର ନିର୍ଦ୍ଦେଶକ ଥିଲେ ଅଜୟ ପରିଡ଼ା । ୧୩ ଜାନୁଆରୀ ୨୦୧୭ରୁ ଆଇଏଲଏସ ନିର୍ଦ୍ଦେଶକ ଦାୟିତ୍ୱରେ ଥିଲେ । ୨୦୧୪ରେ ପଦ୍ମଶ୍ରୀ ପାଇଥିଲେ ଅଜୟ । ଗୌହାଟୀକୁ ଏକ କନଫରେନ୍ସରେ ଯୋଗଦେବାକୁ ଯାଇଥିଲେ । କନଫରେନ୍ସ ପୂର୍ବରୁ ହୃଦଘାତରେ ତାଙ୍କର ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୫୮ ବର୍ଷ ବୟସ ହୋଇଥିଲା ।

୫ ରୋଗରୁ ଉପଶମ ଦେବ ଗଙ୍ଗଶିଉଳୀ

ସୁସ୍ଥ ଓ ନିରୋଗ ଜୀବନଯାପନ ପାଇଁ ସମସ୍ତେ ପ୍ରୟାସ କରିଥାନ୍ତି । ସବୁବେଳେ ରୋଗରୁ ଦୂରେଇ ରହିବା ପାଇଁ ମଣିଷ ବିଭିନ୍ନ ଉପାୟ ମଧ୍ୟ ଅବଲମ୍ୱନ କରିଥାଏ । ଶରୀରକୁ ସୁସ୍ଥ ରଖିବାକୁ କିଏ ଯୋଗ ବ୍ୟାୟାମ କରୁଛି ତ କିଏ ଭଳ ଫଳମୂଳ ଖାଉଛି । କିନ୍ତୁ, ମଣିଷ ମାତ୍ରେ ହିଁ ଶରୀରରେ ରୋଗବୈରାଗ ଲାଗି ରହିବା ସାଧାରଣ କଥା । ଭୟାନକ ରୋଗର ପ୍ରାଥମିକ ସ୍ତରରେ ସଠିକ୍ ଚିକିତ୍ସା କରାଗଲେ ଏହା ଅନେକ ମାତ୍ରାରେ ସଫଳ ହୋଇଥାଏ । ଏପରିକି ଅନେକ ରୋଗ ଘରୋଇ ଉପଚାର ମାଧ୍ୟମରେ ସମ୍ପୂର୍ଣ୍ଣ ସୁସ୍ଥ ହୋଇପାରିଛି । ଔଷଧିୟ ବୃକ୍ଷ, ପତ୍ର ଓ ଫୁଲ ସାହାଯ୍ୟରେ ଏହା ସମ୍ଭବ ହୋଇଥାଏ । ଠିକ୍ ସେହିଭଳି ରୋଗରୁ ଉପସମ ଦିଏ ଗଙ୍ଗଶିଉଳୀ । ଯାହା ଇଂରାଜୀରେ ନାଇଟ୍ ଜସମିନ୍ ନାମରେ ପରିଚିତ ।

 

ଗଙ୍ଗଶୀଉଳୀ ଫୁଲ ସୁଗନ୍ଧିତ ଫୁଲମାନଙ୍କ ମଧ୍ୟରୁ ଅନ୍ୟତମ । ଏହା ସୁନ୍ଦର ସୁଗନ୍ଧ ଦେବା ସହ ଅନେକ ରୋଗ ଭଲ କରିବାରେ ସହାୟ ହୁଏ । ଏହି ୫ଟି ରୋଗରୁ ମୁକ୍ତି ଦେବ ଗଙ୍ଗଶିଉଳୀ:-

  • ଏହି ଗଛର ପତ୍ର ଓ ଫୁଲକୁ ଚା’ରେ ଫୁଟାଇ ପିଇଲେ ଅନେକ ଦିନରୁ ଲାଗିରହିଥିବା କାଶ କିମ୍ୱା କଫରୁ ଉପସମ ମିଳିଥାଏ । ଏଥିରେ ଥିବା ଔଷଧିୟ ଗୁଣ କାଶ ଏବଂ ଜ୍ଜ୍ୱର ଭଲ କରିବାରେ ସହାୟ ହୁଏ ।
  • ଏଥିରୁ ତେଲ ମଧ୍ୟ ତିଆରି କରାଯାଏ । ଷ୍ଟ୍ରେସ୍ ଦୂର କରିବାକୁ ଏହି ତେଲର ବ୍ୟବହାର କରାଯାଏ । ଏହାର ମାଲିସ କରିବା ଦ୍ୱାରା ଶରୀରରେ ସେରୋଟୋନିନର ପରିମାଣ ବଢ଼ିଥାଏ । ଯାହା ଶରୀରରୁ କ୍ଳାନ୍ତ ଦୂର କରିବାରେ ସହାୟ ହୁଏ । ଏଥିସହ ମାନସିକ କିମ୍ୱା ଶାରୀରିକ କାର୍ଯ୍ୟ କରିବାର କ୍ଷମତା ବୃଦ୍ଧି କରିଥାଏ ।
  • ଏହା ଆଣ୍ଟିବ୍ୟାକ୍ଟେରିଆଲ ଅର୍ଥାତ୍ ଶରୀରରେ ଆଲର୍ଜି ଦୂର କରିବାର ସହାୟ ହୁଏ । ଏହା ଶରୀରରେ କ୍ଷତିକାରକ ବ୍ୟାକ୍ଟେରିଆକୁ ନଷ୍ଟ କରିବାରେ ସାହାଯ୍ୟ କରେ । ଏଥିସହ ଫଙ୍ଗାଲ ଇନଫେକ୍ସନ ବ୍ୟାପିବା ରୋକିବାରେ ସହାୟ ହୁଏ ।
  • ମହିଳାଙ୍କ ଋତୁସ୍ରାବ ସମୟରେ ଶରୀରରେ ହେଉଥିବା ପୀଡ଼ାରୁ ଉପଶମ ଦିଏ ଏହି ତେଲ ।
  • ଏହି ଗଛର ପତ୍ର, ଛାଲିର ଚା’ ଜ୍ଜ୍ୱରରେ ପୀଡ଼ିତ ଥିବା ବ୍ୟକ୍ତିଙ୍କୁ ସମ୍ପୂର୍ଣ୍ଣ ଭଲ କରିପାରିବ । ମ୍ୟାଲେରିଆ, ଡେଙ୍ଗୁ ଏବଂ ଚିକେନଗୁନିଆ ଭଳି ରୋଗ ପାଇଁ ବହୁ ଲାଭଦାୟକ ଏହି ଚା’ ।

 

ଏଣିକି ଏଟିଏମରେ ମିଳିବ ରାସନ, ଭୁବନେଶ୍ୱରରୁ ଆରମ୍ଭ ହେବ ବ୍ୟବସ୍ଥା

ଭୁବନେଶ୍ୱର: ଏଣିକି ଏଟିଏମ୍‌ରେ ମିଳିବ ରାସନ୍। ଏଟିଏମ୍‌ରୁ ଟଙ୍କା ଉଠାଇବା ଭଳି ମିଳିବ ରାସନ। ଦିଆଯାଇଥିବା କାର୍ଡ ମାଧ୍ୟମରେ ରାସନ ଉଠାଇ ପାରିବେ ହିତାଧିକାରୀ । ବିଧାନସଭାରେ ଖାଦ୍ୟ ଓ ଯୋଗାଣ ବିଭାଗର ଖର୍ଚ୍ଚ ଦାବି ଆଲୋଚନା ବେଳେ ଏହି ସୂଚନା ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ। ଖାଦ୍ୟ ସୁରକ୍ଷା ଯୋଜନାରେ ଓଡିଶା ଏକ ମଡେଲ ରାଜ୍ୟ ହୋଇଛି।

ଦିନକୁ ଦିନ ଏହି ବ୍ୟବସ୍ଥାକୁ ଅଧିକ ସରଳୀକରଣ କରାଯାଉଛି। ରାଜ୍ୟ ସରକାର ଅଲଟାଇମ ଗ୍ରେନ ବ୍ୟବସ୍ଥା କରୁଛନ୍ତି । ୨୪ଘଣ୍ଟା ରାସନ ମିଳିବା ସେଥିପାଇଁ ପାଇଲଟ ପ୍ରୋଜେକ୍ଟ ଭାବେ ଭୁବନେଶ୍ୱରରୁ ଏଭଳି ବ୍ୟବସ୍ଥା ଆରମ୍ଭ ହେବ। ଏହା ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ଧୀରେ ଧୀରେ କାର୍ଯ୍ୟକ୍ଷମ ହେବ । ସେହିପରି ଏଣିକି ବିନା ସୁଧରେ ଚାଷୀଙ୍କୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଦିଆଯିବ। ସମବାୟ ବ୍ୟାଙ୍କ ଜରିଆରେ ଋଣ ଯୋଗାଇ ଦିଆଯିବ। ଆଗରୁ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଦିଆଯାଉଥିଲା।

ଏନେଇ ସମବାୟ ଖାଉଟି କଲ୍ୟାଣ ମନ୍ତ୍ରୀ ଅତନୁ ସବ୍ୟସଚୀ ନାୟକ ସୂଚନା ଦେଇଛନ୍ତି । ସେହିପରି ବିଧାନସଭାରେ ଗୃହୀତ ହୋଇଛି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଏବଂ ସମବାୟ ବିଭାଗର ଖର୍ଚ୍ଚ ଦାବି। ଖାଦ୍ୟ ଯୋଗାଣ ବିଭାଗର ୧୨ଶହ ୫କୋଟି ୨୯ ଲକ୍ଷ ୪୯ହଜାର ଟଙ୍କା ହୋଇଥିବା ବେଳେ ସମବାୟ ବିଭାଗର ୧୯ଶହ ୪୧କୋଟି ୧୪ଲକ୍ଷ ୧୫ ହଜାର ଟଙ୍କା ବେୟ ବରାଦ କରାଯାଇଛି। ଖାଦ୍ୟ ଓ ଶଷ୍ୟ ରହୁଥିବା ଗୋଦାମ ଗୃହକୁ ଅଟୋ ମେସନ କରିବା ସହିତ କି ଗୁଣାତ୍ମକ ଯୁକ୍ତ ଶଷ୍ୟ ପହଞ୍ଚିବ ସରକାର ବ୍ୟବସ୍ଥା କରୁଛନ୍ତି।

ନୁପୁର ଶର୍ମାଙ୍କୁ ହତ୍ୟା କରିବାକୁ ଆସିଥିବା ପାକିସ୍ତାନୀ ଯୁବକ ଗିରଫ, ୧୧ ଇଞ୍ଚର ଧାରୁଆ ଛୁରୀ ଜବତ

ଜୟପୁର: ଅନ୍ତର୍ଜାତୀୟ ସୀମାରେ ଅନୁପ୍ରବେଶ ଉଦ୍ୟମ କରୁଥିବା ଜଣେ ସନ୍ଦିଗ୍ଧ ପାକିସ୍ତାନୀ ନାଗରିକଙ୍କୁ ରାଜସ୍ଥାନରେ ଧରିଛି ସୀମା ସୁରକ୍ଷା ବଳ (ବିଏସଏଫ) । ଖବର ସରବରାହ ସଂସ୍ଥା ଏନଏନଆଇ ମୁତାବିକ, ବିଜେପିର ପୂର୍ବତନ ପ୍ରବକ୍ତା ନୁପୁର ଶର୍ମାଙ୍କୁ ମାରିବା ଉଦ୍ଦେଶ୍ୟରେ ଆସିଥିଲା ସନ୍ଦିଗ୍ଧ । ତା ପାଖରୁ ଅନେକ ସନ୍ଦେହଜନକ ସାମଗ୍ରୀ ମିଳିଛି । ଗୁଇନ୍ଦା ବିଭାଗ ଇଣ୍ଟେଲିଜେନ୍ସ ବ୍ୟୁରୋ (ଆଇବି), ରିସର୍ଚ୍ଚ ଆଣ୍ଡ ଆନାଲିସିସ ୱିଙ୍ଗ (ର’) ଏବଂ ମିଲିଟାରୀ ଏଜେନ୍ସିର ମିଳିତ ଟିମ୍ ତାକୁ ପଚରା ଉଚରା କରୁଛନ୍ତି ।

ସୂଚନାନୁଯାୟୀ, ଗତ ୧୬ ତାରିଖ ରାତି ପ୍ରାୟ ୧୧ ଟା ସମୟରେ ଶ୍ରୀଗଙ୍ଗାନଗର ଜିଲ୍ଲାକୁ ଲାଗି ହିନ୍ଦୁମଲକୋଟ ସୀମାରେ ସନ୍ଦିଗ୍ଧ ବ୍ୟକ୍ତିକୁ ବିଏସଏଫର ପେଟ୍ରୋଲିଂ ଟିମ୍ ଧରିଥିଲା । ତାକୁ ପଚରା ଉଚରା କରିବାରୁ ସଠିକ ଭାବେ ସେ କିଛି କହି ପାରିନଥିଲା । ତଲାସ କରିବା ବେଳେ ତାଠାରୁ ଦୁଇଟି ଛୁରୀ ମିଳିଥିଲା  । ସେଥିରେ ଗୋଟେ ୧୧ ଇଞ୍ଚର ଧାରୁଆ ଛୁରୀ ଥିଲା । ଏହା ବ୍ୟତୀତ ଧର୍ମ ପୁସ୍ତକ, ମ୍ୟାପ, କପଡ଼ା ଏବଂ ଖାଦ୍ୟ ସାମଗ୍ରୀ ମଧ୍ୟ ମିଳିଛି ।

ପଚରା ଉଚରା ସମୟରେ ଅଭିଯୁକ୍ତ ନିଜ ନାଁ ରିଜୱାନ ଅଶରଫ ବୋଲି କହିଛି । ଉତ୍ତର ପାକିସ୍ତାନର ମଣ୍ଡି ବହାଉଦ୍ଦୀନ ସହରରେ ତାର ଘର । ସେ ସ୍ୱୀକାର କରିଛି ଯେ, ନୁପୁର ଶର୍ମାଙ୍କୁ ହତ୍ୟା ଉଦ୍ଦେଶ୍ୟରେ ସୀମା ପାର କରିଥିଲା । ଷଡଯନ୍ତ୍ରକୁ ରୂପ ଦେବା ପୂର୍ବରୁ ସେ ଆଜମେର ଶରୀଫ ଯିବାର କାର୍ଯ୍ୟକ୍ରମ ଥିଲା । ପଚରା ଉଚା ସମୟରେ ଏହା ମଧ୍ୟ ଜଣାପଡ଼ିଛି ଯେ, ନୁପୁର ଶର୍ମାଙ୍କ ଠିକଣା ବିଷୟରେ ସେ ଅଜ୍ଞ ଥିଲା । କେବଳ ଧାର୍ମିକ ଭାବନା ନେଇ ଆସିଥିଲା ।

ବିଏସଏଫ ଅଭିଯୁକ୍ତକୁ ସ୍ଥାନୀୟ ପୋଲିସକୁ ହସ୍ତାନ୍ତର କରିଛି । ଏହାପରେ ପୋଲିସ ସ୍ଥାନୀୟ କୋର୍ଟରେ ହାଜର କରାଇଥିଲା । କୋର୍ଟ ତାକୁ ୮ ଦିନ ରିମାଣ୍ଡରେ ପଠାଇଛନ୍ତି । ରିମାଣ୍ଡ ସମୟରେ ତାର କାହା ସହିତ ଲିଙ୍କ ଅଛି ନାଁ କେବଳ ଧାର୍ମିକ ଭାବନାରେ ଆସିଥିଲା ତାର ଯାଞ୍ଚ କରାଯିବ । ସୂଚନାଥାଉକି ପ୍ରଫେଟ ମହମ୍ମଦଙ୍କ ଉପରେ ବିବାଦୀୟ ବୟାନ ଦେବା ପରେ ନୁପୁର ଶର୍ମାଙ୍କ ବିରୋଧରେ ମୁସଲିମ ଗୋଷ୍ଠୀ ବିରୋଧ ପ୍ରଦର୍ଶନ କରିଥିଲେ । ତାଙ୍କୁ ମାରିବା ପାଇଁ ମଧ୍ୟ ଧମକ ଦିଆଯାଉଥିଲା । ଏମିତିକି ତାଙ୍କ ସମର୍ଥନରେ ଫେସବୁକରେ ପୋଷ୍ଟ କରିବାରୁ ଦୁଇ ଜଣଙ୍କୁ ହତ୍ୟା କରାଯାଇଥିଲା । ଏହି ହତ୍ୟା ସହ ପାକିସ୍ତାନୀ ଲିଙ୍କ ଥିବା କଥା ମଧ୍ୟ କୁହାଯାଉଥିଲା ।

ପୁଣି ଡଲାର ତୁଳନାରେ ଦୁର୍ବଳ ହେଲା ଭାରତୀୟ ଟଙ୍କା

ନୂଆଦିଲ୍ଲୀ: ଡଲାର ତୁଳନାରେ ପୁଣି ଖସିଲା ଭାରତୀୟ ଟଙ୍କାର ମୁଲ୍ୟ । ଏକ ଡଲାର ତୁଳନାରେ ୮୦ ପାର୍‌ ହେଲା ଟଙ୍କାର ମୁଲ୍ୟ । ପ୍ରଥମ ଥର ପାଇଁ ଡଲାର ତୁଳନାରେ ୮୦ ଟଙ୍କା ପାର୍‌ ହେଲା ବିନିମୟ ମୁଲ୍ୟ । ଦେଶର ଇତିହାସରେ ପ୍ରଥମ ଥର ପାଇଁ ଭାରତୀୟ ଟଙ୍କା ଏତେ ମାତ୍ରାରେ ଦୁର୍ବଳ ହୋଇଛି । ଆଗକୁ ଆହରି ଦୁର୍ବଳ ହେବ ବୋଲି ବିଶେଷଜ୍ଞ ମାନେ ଆକଳନ କରିଛନ୍ତି ।

ଟଙ୍କା ମୂଲ୍ୟରେ ଏପରି ହ୍ରାସର କାରଣ ହେଉଛି ବିଶ୍ବ ଜାରି ଅସ୍ଥିରତା । ୟୁକ୍ରେନ ଉପରେ ଋଷିୟାର ଆକ୍ରମଣ ପରେ ଅଶୋଧିତ ତୈଳ ମୂଲ୍ୟ ଆକାଶଛୁଆଁ ହୋଇଛି । ଯୁଦ୍ଧ ଆରମ୍ଭ ପରଠାରୁ ବାରଲ ପିଛା ବ୍ରେଣ୍ଟ କ୍ରୁଡ ଦର ୧୦୦ ଡଲାରରୁ ୧୨୩ ଡଲାରକୁ ପହଞ୍ଚିଯାଇଛି । ଏହା ଛଡା ଖାଦ୍ୟ ଯୋଗାଣ ଉପରେ ମଧ୍ୟ ପ୍ରଭାବ ପଡିଛି । ଫଳରେ ସାରା ବିଶ୍ବ ଏବେ ମୂଲ୍ୟବୃଦ୍ଧିର ସମ୍ମୁଖୀନ ହୋଇଛି ।

ମୁଦ୍ରାର ମୂଲ୍ୟ ନିର୍ଦ୍ଧାରଣ ଏହାର ଚାହିଦା ଅନୁସାରେ ହୋଇଥାଏ । ଅର୍ଥାତ ଯେଉଁ ମୁଦ୍ରାର ଚାହିଦା ଅଧିକ ତାହା ଅନ୍ୟ ମୁଦ୍ରା ତୁଳନାରେ ଅଧିକ ମଜଭୁତ ହୋଇଥାଏ । ଏହାର ଦର ଏକ୍ସଚେଞ୍ଜରେ ଧାର୍ଯ୍ୟ ହୋଇଥାଏ, ଯାହା ପ୍ରତିମୂହୁର୍ତ୍ତରେ ବଦଳୁ ଥାଏ । ବିଶ୍ବରେ ବାଣିଜ୍ୟ ବ୍ୟବସାୟର ଏକ ବଡ଼ ଅଂଶ ଡଲାରରେ କାରବାର କରୁଛି ତେଣୁ ବିଶ୍ବ ବଜାରରେ ଡଲାର ଚାହିଦା ମଧ୍ୟ ଅଧିକ ରହିଛି । ଏହା ଅନ୍ୟ ମୁଦ୍ରା ତୁଳନାରେ ଅଧିକ ମଜଭୁତ ମଧ୍ୟ ରହିଛି ।

ଖାଦ୍ୟ ପଦାର୍ଥ ଜିଏସଟି ଅନ୍ତର୍ଭୁକ୍ତ ନେଇ ଅର୍ଥମନ୍ତ୍ରୀଙ୍କ ସଫେଇ, ସବୁ ରାଜ୍ୟର ସହମତିରେ ହୋଇଛି ନିଷ୍ପତ୍ତି

ନୂଆଦିଲ୍ଲୀ: ଖାଦ୍ୟ ପଦାର୍ଥ ଉପରେ ଜିଏସଟି ଲାଗୁକୁ ଦେଶବ୍ୟାପୀ ବିରୋଧ ପରେ ଏବେ ସଫେଇ ଦେଇଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । କିଛି ଆବଶ୍ୟକୀୟ ଖାଦ୍ୟ ସାମଗ୍ରୀର ସୂଚୀ ଟ୍ୱିଟ କରି ସୂଚନା ଦେଇଛନ୍ତି ସୀତାରମଣ । ଅର୍ତମନ୍ତ୍ରୀ ସୂଚୀ ଟ୍ୱିଟ କରି ଲେଖିଛନ୍ତି, ଏହି ସବୁ ଖାଦ୍ୟ ପଦାର୍ଥକୁ ଖୋଲାରେ ବିକିଲେ କୌଣସି ପ୍ରକାର ଜିଏସଟି ଶୁଳ୍କ ଲାଗିବ ନାହିଁ ।

ଅର୍ଥମନ୍ତ୍ରୀ ଯେଉଁ ସୂଚୀ ଟ୍ୱିଟ କରିଛନ୍ତି ସେଥିରେ ଡାଲି, ଗହମ, ମକା, ଚାଉଳ, ସୁଜି, ବେସନ, ମୁଢି, ଲସି, ଓଟସ ଭଲି ସାମଗ୍ରୀ ସାମିଲ ରହିଛି । ଅର୍ଥମନ୍ତ୍ରୀ ଟ୍ୱିଟରେ କହିଛନ୍ତି, ଯଦି ବିନା ପ୍ୟାକିଂରେ ଏହି ସାମଗ୍ରୀ ବିକ୍ରୀ ହେଉଛି ତେବେ ଏହା ଉପରେ ଶୁଳ୍କ ଲାଗିବ ନାହିଁ । ଯଦି ଏହା ପ୍ୟାକିଂ ଓ ଲେବଲ ସହ ବିକ୍ରୀ ହେଉଛି ତେବେ ଏହା ଉପରେ ୫ ପ୍ରତିଶତ ଜିଏସଟି ଲାଗିବ । ଅର୍ଥମନ୍ତ୍ରୀ ଆଗକୁ କହିଛନ୍ତି, ଏହି ଖାଦ୍ୟ ସାମଗ୍ରୀ ଉପରେ ଜିଏସଟି ଲଗାଇବା ନିଷ୍ପତ୍ତି କୌଣସି ଗୋଟିଏ ବ୍ୟକ୍ତି ନୁହେଁ ବରଂ ସମ୍ପୂର୍ଣ୍ଣ ଜିଏସଟି ପରିଷଦ ଏକ ପ୍ରକ୍ରିଆ ଆଧାରରେ ଏହି ନିଷ୍ପତ୍ତି ନେଇଥିଲା ।

ଅର୍ଥମନ୍ତ୍ରୀ ଗୋଟିଏ ପରେ ଗୋଟିଏ ଟ୍ୱିଟ କରି ୧୪ଟି ଟ୍ୱିଟ କରିଛନ୍ତି । ଟ୍ୟାକ୍ସ ଲିକେଜକୁ ରୋକିବା ପାଇଁ ଏହି ନିଷ୍ପତ୍ତି ଜରୁରୀ ଥିବା କଥା କହିଛନ୍ତି ସୀତାରମଣ । ଅଧିକାରୀ ଏବଂ ମନ୍ତ୍ରୀମାନଙ୍କ ବୈଠକ ଓ ବିଚାର ବିମର୍ଶ ପରେ ଏହି ପରାମର୍ଶ ଦିଆଯାଇଥିଲା । ଅଣ ବିଜେପି ଶାସିତ ରାଜ୍ୟ ଯେମିତିକି ଛତିଶଗଡ଼, ପଶ୍ଚିମବଙ୍ଗ, ତେଲେଙ୍ଗାନା, କେରଳ ରାଜସ୍ଥାନ ଭଳି ଅଣ ବିଜେପି ଶାସିତ ରାଜ୍ୟର ପ୍ରତିନିଧିମାନେ ମଧ୍ୟ ବୈଠକରେ ସାମିଲ ହୋଇଥଲେ । ସମସ୍ତଙ୍କ ସହମତି କ୍ରମେ ଖାଦ୍ୟ ଓ ପାନୀୟ ସାମଗ୍ରୀ ଉପରେ ଜିଏସଟି ଲାଗୁ କରିବା ନିଷ୍ପତ୍ତି ନିଆଯାଇଥିଲା ।

ଶେଷରେ ଅର୍ଥମନ୍ତ୍ରୀ କହିଛନ୍ତି, ନିକଟରେ ହୋଇଥିବା ଜିଏସଟି ପରିଷଦର ୪୭ତମ ବୈଠକରେ ଡାଲି, ଚାଉଳ ଏବଂ ଅଟା ଉଫରେ ବିଶେଷ ପରିସ୍ଥିତିରେ ଜିଏସଟି ଲଗାଇବାର ନିଷ୍ପତ୍ତି ନିଆଯାଇଥିଲା । କିନ୍ତୁ ଏହି ସମ୍ବନ୍ଧରେ ଗୁଜବ ବ୍ୟାପିଥିଲା । ଏହାକୁ ଦୂର କରିବା ଏବଂ ଲୋକଙ୍କୁ ସଠିକ ସୂଚନା ଦେବା ପାଇଁ ଏହି ସୂଚୀକୁ ସେୟାର କରିଛି ।

ନୁପୁର ଶର୍ମାଙ୍କୁ ସୁପ୍ରିମକୋର୍ଟରୁ ଆଶ୍ୱସ୍ତି, ଗିରଫଦାରୀ ଉପରେ ଲାଗିଲା ରୋକ୍

ନୂଆଦିଲ୍ଲୀ: ବିବାଦୀୟ ପୂର୍ବତନ ବିଜେପି ନେତ୍ରୀ ନୁପୁର ଶର୍ମାଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି । ସୁପ୍ରିମକୋର୍ଟ ତାଙ୍କୁ ସାମୟିକ ଆଶ୍ୱସ୍ତି ଦେଇଛନ୍ତି । ୧୦ ଅଗଷ୍ଟ ପର୍ଯ୍ୟନ୍ତ ତାଙ୍କ ଗିରଫଦାରୀ ଉପରେ ରୋକ୍ ଲଗାଯାଇଛି । ୧୦ ରେ ପରବର୍ତ୍ତୀ ଶୁଣାଣି ପରେ ଗିରଫ ଉପରେ ଶୁଣାଣି ହେବ । ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କ ସହ ରାଜ୍ୟ ସରକାରଙ୍କୁ ମଧ୍ୟ ନୋଟିସ୍ ଜାରି କରିଛନ୍ତି । ଦେଶ ବିଭିନ୍ନ ରାଜ୍ୟର ୯ଟି ସ୍ଥାନରେ ତାଙ୍କ ବିରୋଧରେ ଏଫଆଇଆର ରୁଜୁ ହୋଇଛି ।

କେନ୍ଦ୍ର କିମ୍ବା କୌଣସି ରାଜ୍ୟ ପୋଲିସ ତାଙ୍କ ବିରୋଧରେ ୨୦ ତାରିଖ ପର୍ଯ୍ୟନ୍ତ କାର୍ଯ୍ୟାନୁଷ୍ଠାନ ନନେବାକୁ ନୋଟିସ ଜରିଆରେ ନିର୍ଦ୍ଦେଶ ଦେଇଛନ୍ତି । ଗତକାଲି ନୁପୁର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଆବେଦନ କରି ଗିରଫ ଉପରେ ରୋକ୍ ସହ ସବୁ ଏଫଆଇଆରକୁ ଗୋଟିଏ ସ୍ଥାନ ଦିଲ୍ଲୀକୁ ଆଣିବା ପାଇଁ ଅନୁରୋଧ କରିଥିଲେ । ଏଥିସହ କହିଥିଲେ, ସୁପ୍ରିମକୋର୍ଟ ନିକଟରେ ଭର୍ତ୍ସନା କରିବା ପରେ ଜୀବନ ପ୍ରତି ବିପଦ ବଢ଼ିଯାଇଛି ।

ପ୍ରତିଦିନ ହତ୍ୟା ସହ ବଳାତ୍କାରର ଧମକ ଆସୁଛି । ଯେହେତୁ ପ୍ରଥମ ଏଫଆଇଆର ଦିଲ୍ଲୀରେ ହୋଇଥିଲା ତେଣୁ ସବୁ ଏଆଇଆର ଦିଲ୍ଲୀ ଟ୍ରାନ୍ସଫର କରାଯାଇ ଏଠାରେ ହିଁ ଶୁଣାଣି ପାଇଁ ନିବେଦନ କରିଥିଲେ । ଆଜି କୋର୍ଟରେ ନୁପୁରଙ୍କ ଓକିଲ ମନିନ୍ଦର ସିଂହ ସୁପ୍ରିମକୋର୍ଟରେ ତାଙ୍କ ପକ୍ଷ ରଖିଥିଲେ ।  ଉଲ୍ଲେଖଯୋଗ୍ୟ, ଏହା ପୂର୍ବରୁ ମଧ୍ୟ ନୁପୁର ସୁପ୍ରିମକୋର୍ଟରେ ଏଫାଇଆର ସମ୍ବନ୍ଧିତ ଏକ ଆବେଦନ କରିଥିଲେ । ସେ ସମୟରେ କୋର୍ଟ ତାଙ୍କୁ ଭର୍ତ୍ସନା କରିଥିଲେ । ସାରା ଦେଶ ସାମ୍ନାରେ କ୍ଷମା ମାଗିବାକୁ କୋର୍ଟ କହିଥିଲେ ।

ସୂଚନାଥାଉକି, ଦୁଇ ମାସ ତଳେ ବିଜେପିର ପୂର୍ବତନ ମୁଖପାତ୍ର ନୁପୁର ଶର୍ମା ଏକ ଟିଭି ଡିବେଟ ଶୋ’ରେ ମୁସଲିମଙ୍କ ଧାର୍ମିକ ଭାବନାକୁ ଆଘାତ ଦେବା ସହ ପ୍ରଫେଟ ମହମ୍ମଦଙ୍କୁ ନେଇ ବିବାଦୀୟ ବୟାନ ଦେଇଥିଲେ । ଏହାପରେ ଦେଶର ବିଭିନ୍ନ ସ୍ଥାନରେ ତାଙ୍କ ବିରୋଧରେ ମୁସଲିମ ସମ୍ପ୍ରଦାୟର ଲୋକ ଆନ୍ଦୋଳନ କରିବା ସହ ହିଂସାତ୍ମକ ପନ୍ଥା ଆପଣାଇଥିଲେ । ଏମିତିକି ନୁପୁର ଶର୍ମାଙ୍କୁ ସମର୍ଥନ କରୁଥିବା ଦୁଇ ଜଣଙ୍କୁ ହତ୍ୟା ମଧ୍ୟ କରାଯାଇଥିଲା  । ରାଜସ୍ଥାନ ଉଦୟପୁରର ଜଣେ ଟେଲରଙ୍କୁ ଦୋକାନରେ ପସି ଦୁଇଜଣ ମୁସଲିମ ଯୁବକ ଗଳା କାଟି ହତ୍ୟା କରିଥିଲେ ସେହିପରି ମହାରାଷ୍ଟ୍ରର ଅମରାବତୀରେ ଜଣେ ମେଡିସିନ ଦୋକାନୀଙ୍କୁ ବାଟରେ ଯିବା ସମୟରେ ଛୁରୀ ଭୁସି ହତ୍ୟା କରାଯାଇଥିଲା ।

ବେଆଇନ ଖନନ ରୋକିବାକୁ ଯାଇଥିବା ଡିଏସପିଙ୍କ ହତ୍ୟା କଲେ ଖଣି ମାଫିଆ

ଚଣ୍ଡିଗଡ଼: ହରିୟାଣାର ନୁଁହରେ ଅଭାବନୀୟ ଘଟଣା । ଖୋଲାଖୋଲି ଆଇନକୁ ଚ୍ୟାଲେଞ୍ଜ କରିଛନ୍ତି ଖଣି ମାଫିଆ । ନୁଁହ ଡିଏସପିଙ୍କୁ ଡମ୍ଫର ଚଢାଇ ହତ୍ୟା କରିଛନ୍ତି ଖଣି ମାଫିଆ । ତାବଡୁ ଅଞ୍ଚଳର ପଞ୍ଚଗାଓଁରେ ପାହାଡ଼ରେ ବେଆଇନ ଖନନର ସୂଚନା ପାଇ ଡିଏସପି ସୁରେନ୍ଦ୍ର ସିଂହ ବିଷ୍ଣୋଇ ରେଡ୍ ମାରିବାକୁ ଯାଇଥିଲେ । ହେଲେ ଖଣି ମାଫିଆ ଡମ୍ଫର ଚଢାଇ ତାଙ୍କୁ ହତ୍ୟା କରିଛନ୍ତି । ମଙ୍ଗଳବାର ୧୨ଟା ସମୟରେ ଏହି ଦୁର୍ଘଟଣା ଘଟିଛି । ଘଟଣା ପରେ ସମ୍ପୂର୍ଣ୍ଣ ଅଞ୍ଚଳକୁ ପୋଲିସ ପକ୍ଷରୁ ସିଲ୍ କରାଯାଇଛି । ତାବଡୁ ପୋଲିସକୁ ସୂଚନା ମିଳିଥିଲା ଯେ, ପଞ୍ଚଗାଓଁରେ ବେଆଇନ ଖଣି ଖନନ କରାଯାଉଛି ।

ଡିଏସପି ସୁରେନ୍ଦ୍ର ସିଂହ ପୋଲିସ ଟିମ ସହ ରେଡ୍ ମାରିବା ପାଇଁ ପହଞ୍ଚିଥିଲେ । ଡିଏସପି ଘଟଣା ସ୍ଥଳରେ ପଥର କାଟୁଥିବା ମାଫିଆଙ୍କୁ ରୋକିବା ପାଇଁ ପ୍ରୟାସ କରିଥିଲେ । ହେଲେ ସେମାନେ ଡିଏସପିଙ୍କ ଉପରେ ପଥର ଭର୍ତ୍ତି ଡମ୍ଫର ଗାଡ଼ି ଚଢାଇ ଦେଇଥିଲେ । ଡମ୍ଫର ପ୍ରଥମେ ତାଙ୍କୁ ଧକ୍କା ଦେବା ପରେ ତାଙ୍କ ଉପର ଦେଇ ମାଡ଼ିଯାଇଥଇଲା । ଡିଏସପି ସୁରେନ୍ଦ୍ର ସିଂହ ଘଟଣା ସ୍ଥଳରେ ହିଁ ମୃତ୍ୟୁ ବରଣ କରିଥିଲେ । ଘଟଣା ପରେ ଅତିରିକ୍ତ ପୋଲିସ ବଳ ଘଟଣାସ୍ଥଳରେ ପହଞ୍ଚିଥିଲା । ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି । ୫ରୁ ୬ ଗୋଷ୍ଠୀ ମାଫିଆ ହତ୍ୟା ସମୟରେ ଉପସ୍ଥିତ ଥିବା ସୂଚନା । ପୋଲିସ ସର୍ଚ୍ଚ ଅପରେସନ ଜାରି ରଖିଛି ।

ଖଣି ମନ୍ତ୍ରୀ ମୂଲଚାନ୍ଦ ଶର୍ମା କହିଛନ୍ତି, ପୋଲିସ ଉପରେ ଏପରି ଆକ୍ରମଣ କରିଥିବା ଲୋକଙ୍କୁ ଛଡା ଯିବନି । ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ନୁଁହ ଡିଏସପି ସୁରେନ୍ଦ୍ରଙ୍କ ହତ୍ୟା ମାମଲାରେ ଗୃହମନ୍ତ୍ରୀ ଅନିଲ ବିଜ କହିଛନ୍ତି, କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଆଦେଶ ଦିଆଯାଇଛି । ଯେତେ ଫୋର୍ସ ଲାଗୁଛି ପଛେ ଲାଗୁ ହେଲେ ସେମାନଙ୍କୁ ଖୋଜି ବାହାର କରାଯିବ । ସେପଟେ କଂଗ୍ରେସ ମୁଖପାତ୍ର ରଣଦୀପ ସୁରେଜୱାଲା କହିଛନ୍ତି, ହରିୟାଣା ଖଣି ମାଫିଆଙ୍କ ଆଡ୍ଡା ସ୍ଥଳ ପାଲଟିଛି । ସରକାର ଏବଂ ଖଣି ମାଫିଆଙ୍କ ମଧ୍ୟରେ ଭିତିରି ଡିଲ୍ ରହିଛି । ଡିଏସପିଙ୍କ ହତ୍ୟା ମାମଲାର ବିଚାର ବିଭାଗୀୟ ତଦନ୍ତ ହେବା ପାଇଁ ସେ ଦାବି କରିଛନ୍ତି ।

ପାଇକ ବିଦ୍ରୋହ ସ୍ମାରକୀ ନିର୍ମାଣ ନେଇ ମାଗଣା ଜମି ପ୍ରଦାନ ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ

ଭୁବନେଶ୍ୱର: ବରୁଣେଇ ପାଦଦେଶରେ ପାଇକ ସ୍ମାରକୀ ନିର୍ମାଣ ପାଇଁ ୯ହଜାର ୬୫୮ ଡେସିମଲ ଜମି ଯୋଗାଇ ଦେବେ ରାଜ୍ୟସରକାର ।  ଏବାବଦରେ ୩୧,୯୭,୬୨,୯୩୪ ଟଙ୍କା ରାଜସ୍ୱ ଛାଡ଼ କରାଯିବ । ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ ମିଳିଛି । ଏ ନେଇ ଆଜି ବିଧାନସଭାର ଶୂନ୍ୟକାଳରେ ଗୃହକୁ ଅବଗତ କରାଇଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ।

ଗୃହରେ ରଖିଥିବା ବିବୃତିରେ ବିଭାଗୀୟ ମନ୍ତ୍ରୀ ଜଣାଇଛନ୍ତି ଯେ, ଖୋର୍ଦ୍ଧା ତହସିଲ ଅନ୍ତର୍ଗତ ଖୋର୍ଦ୍ଧା ମୌଜାର ବରୁଣେଇ ପାହାଡ଼ ପାଦଦେଶରେ ୧୮୧୭ ମସିହାରେ ସଂଗଠିତ ପାଇକ ବିଦ୍ରୋହର ସ୍ମରଣ କରିବା ଉଦ୍ଦେଶ୍ୟରେ ପାଇକ ସ୍ମାରକୀ ନିର୍ମାଣ ହେବ । ଏଥିଲାଗି ୯ଏକର ୬୮୫ ଡେସିମଲ ଜମି ବିନା ମୂଲ୍ୟରେ ଯୋଗାଇଦେବାକୁ ନିଷ୍ପତ୍ତି ହୋଇଛି । ଏଥିପାଇଁ ରାଜ୍ୟ ସରକାରଙ୍କୁ ସରକାରୀ ଦେୟ ବାବଦକୁ ୩୧କୋଟି ୯୭ଳକ୍ଷ ୬୨ହଜାର ୯ଶହ ଚଉତିରିଶ ଟଙ୍କା ଛାଡ଼ କରିବା ପାଇଁ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକରେ ନିଷ୍ପତ୍ତି ନିଆଯାଇଛି ।

ସୂଚନା ଯୋଗ୍ୟ, ୧୮୫୭ ମସିହା ସିପାହୀ ବିଦ୍ରୋହର ବହୁ ପୂର୍ବରୁ ୧୮୧୭ ମସିହାରେ ବରୁଣେଇ ପାହାଡ଼ ପାଦଦେଶରେ ବ୍ରିଟିଶ ସରକାରଙ୍କ ବିରୋଧରେ ସଂଗଠିତ ଯୁଦ୍ଧ ଯାହା ପାଇକ ବିଦ୍ରୋହ ନାମରେ ଇତିହାସରେ ନାମିତ, ତାହା ସମଗ୍ର ଭାରତ ବର୍ଷରେ ସ୍ୱାଧୀନତା ଆନ୍ଦୋଳନର ପ୍ରଥମ ପଦକ୍ଷେପ ନାମରେ ବିଦିତ । ଏହି ସଂଗ୍ରାମ ତତ୍କାଳୀନ ରୋଡ଼ଙ୍ଗର ଜମିଦାର ବକ୍ସି ଜଗବନ୍ଧୁ ବିଦ୍ୟାଧର ରାୟ ମହାପାତ୍ରଙ୍କ ନେତୃତ୍ୱରେ ଲଢ଼ାଯାଇଥିଲା ।

ଏହି ସଂଗ୍ରାମରେ ଓଡ଼ିଶାର ବହୁ ସଂଗ୍ରାମୀ ଯୋଦ୍ଧା ଅଂଶଗ୍ରହଣ କରିଥିଲେ । ଏହି ଯୋଦ୍ଧାମାନଙ୍କୁ ଓଡ଼ିଶାରେ ପାଇକ ବୋଲି କୁହାଯାଏ । ଏହା ଓଡ଼ିଶାର ଐତିହ ଓ ସଂଗ୍ରାମୀ ପରମ୍ପାରର ପ୍ରତୀକ ହୋଇଥିବାରୁ ଏବଂ ଭାରତର ସ୍ୱାଧୀନତ ଆନ୍ଦୋଳନକୁ ପରବର୍ତ୍ତୀ ପର୍ଯ୍ୟାୟରେ ପ୍ରେରଣା ଯୋଗାଇବାରେ ସହାୟକ ହୋଇଥିବାରୁ ଏହି ସଂଗ୍ରାମ ସଂଗଠିତ ହୋଇଥିବା ସ୍ଥଳରେ କେନ୍ଦ୍ର ସରକାର ଏକ ସ୍ମାରକୀ ନିର୍ମାଣ ପାଇଁ ନିଷ୍ପତ୍ତି ନେଇଛନ୍ତି । ସେଥିପାଇଁ ରାଜ୍ୟ ସରକାର ବିନା ମୂଲ୍ୟରେ ଜମି ଯୋଗାଇଦେଇଛନ୍ତି । ଏହି ସ୍ମାରକୀ ଓଡ଼ିଶାର ପର୍ଯ୍ୟଟନ ଶିଳ୍ପ ବିକାଶରେ ମଧ୍ୟ ସହଯୋଗ କରିବା ସହ ଐତିହାସିକ ଓ ଗବେଷକମାନଙ୍କ ବିଶେଷ ସହାୟତ ପ୍ରଦାନ କରିବ ।

ଉପରାଷ୍ଟ୍ରପତି ନିର୍ବାଚନ; ବିରୋଧୀଙ୍କ ପ୍ରାର୍ଥୀ ଭାବେ ନାମାଙ୍କନ ଭରିଲେ ମାର୍ଗାରେଟ୍

ନୂଆଦିଲ୍ଲୀ : ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ନାମାଙ୍କନ ଭରିଛନ୍ତି ୟୁପିଏ ପ୍ରାର୍ଥୀ ମାର୍ଗାରେଟ ଆଲଭା । ଶେଷ ଦିନରେ ନାମାଙ୍କନ ଭରିଛନ୍ତି ମାର୍ଗାରେଟ । ଏହି ଅବସରରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ମଲ୍ଲିକାର୍ଜୁନ ଖର୍ଗେ, ଏନସିପି ମୁଖ୍ୟ ଶରଦ ପାୱାର ଏବଂ ଅନ୍ୟ ବିରୋଧୀଦଳ ନେତା ଉପସ୍ଥିତ ଥିଲେ ।

ମାର୍ଗାରେଟ ଏନଡିଏର ଉପରାଷ୍ଟ୍ରପତି ପ୍ରାର୍ଥୀ ଜଗଦୀପ ଧନଖଡ଼ଙ୍କ ବିପକ୍ଷରେ ପ୍ରାର୍ଥୀ ହୋଇଛନ୍ତି । ଗତକାଲି ଧନଖଡ଼ ପ୍ରଧାନମନ୍ତ୍ରୀଙ୍କ ସମେତ ବରିଷ୍ଠ ନେତାଙ୍କ ଗହଣରେ ଯାଇ ନାମାଙ୍କନ ଭରିଥିଲେ । କଂଗ୍ରେସର ବରିଷ୍ଠ ନେତ୍ରୀ ମାର୍ଗାରେଟ ଆଲଭା ପୂର୍ବରୁ ଗୋଆ, ଗୁଜୁରାଟ, ଏବଂ ଉତ୍ତରାଖଣ୍ଡ ରାଜ୍ୟପାଳ ଥିଲେ ।

ତାଙ୍କୁ କଂଗ୍ରେସ, ତୃଣମୂଳ କଂଗ୍ରେସ, ବାମଦଳ, ଆରଜେଡି, ସମାଜବାଦୀ ପାର୍ଟି, ଏନସିପି ସମେତ ସମସ୍ତ ପ୍ରମୁଖ ବିରୋଧୀ ଦଳର ନେତା ଏକାଠି ହୋଇ ପ୍ରାର୍ଥୀ କରିଛନ୍ତିି । ବର୍ତ୍ତମାନ ଉପ ରାଷ୍ଟ୍ରପତି ଥିବା ଏମ୍ ଭେଙ୍କୟା ନାଇଡୁଙ୍କ କାର୍ଯ୍ୟକାଳ ଆସନ୍ତା ଅଗଷ୍ଟ ୧୦ରେ ଶେଷ ହେଉଛି । ଏହା ପୂର୍ବରୁ ଅଗଷ୍ଟ ୬ ତାରିଖରେ ଉପରାଷ୍ଟ୍ରପତି ନିର୍ବାଚନ ହେବ । ଅନ୍ୟପକ୍ଷରେ ଗତକାଲି ରାଷ୍ଟ୍ରପତି ନେଇ ନିର୍ବାଚନ ଶେଷ ହୋଇଛି ।

ଏଥିସହିତ ପଢ଼ନ୍ତୁ: ଶିବସେନା ବିଦ୍ରୋହୀ ବିଧାୟକଙ୍କୁ ଅଯୋଗ୍ୟ ମାମଲାର କାଲି ଶୁଣାଣି