spot_img
Home Blog Page 4003

୧୬ ବିଭାଗର ୩୩ ପ୍ରସ୍ତାବକୁ କ୍ୟାବିନେଟ ମୋହର

ଭୁବନେଶ୍ୱର: କ୍ୟାବିନେଟ ବୈଠକରେ ବଡ଼ ନିଷ୍ପତ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିଲା ରାଜ୍ୟ କ୍ୟାବିନେଟ  ।  ବୈଠକରେ ୧୬ଟି ବିଭାଗର ୩୩ଟି ପ୍ରସ୍ତାବ ଉପରେ ଲାଗିଛି ମୋହର । ଏହି ତାଲିକାରେ ପଞ୍ଚାୟତିରାଜ ଓ ପାନୀୟଜଳ, ଅର୍ଥ, ସାଧାରଣ ପ୍ରଶାସନ, ଯୋଗାଣ ଓ ସମବାୟ ଆଦି ବିଭାଗର ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବକୁ ମିଳିଛି ମଞ୍ଜୁରୀ।

ଜଟଣୀ ତହସିଲର ଜାମୁକୋଳିରେ ହେବ କେନ୍ଦ୍ରୀୟ ହୋମିଓପାଥି ଗବେଷଣା ପରିଷଦ । ଏଥିପାଇଁ ରାଜ୍ୟ ସରକାର ମାଗଣାରେ ଯୋଗାଇ ଦେବେ ୫ ଏକର ଜମି । ଏଥିସହ ରାଜ୍ୟସ୍ତରୀୟ କ୍ରୀଡା ଭିତ୍ତିଭୂମି ବିକାଶ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି । କଳିଙ୍ଗ ଷ୍ଟାଡିୟମ ଓ ବିର୍ସା ମୁଣ୍ଡା ଷ୍ଟାଡିୟମର ଭିତ୍ତିଭୂମି ବିକାଶ ହେବ । ବିଶ୍ୱକପ ପାଇଁ ଭିତ୍ତିଭୂମି ବିକାଶ ବଜେଟ ସଂଶୋଧନକୁ ମଞ୍ଜୁରୀ ମିଳିଛି ।

ଏଥିସହ ୮୭୫କୋଟିର ସଂଶୋଧିତ ପ୍ରକଳ୍ପ ମୂଲ୍ୟକୁ ମିଳିଛି ମଞ୍ଜୁରୀ । କୋଭିଡ ମହାମାରୀ ପାଇଁ ମନ୍ତ୍ରିସ୍ତରୀୟ କମିଟିର ନିଷ୍ପତ୍ତି ଉପରେ ମୋହର ମରାଯାଇଛି । ରାଜ୍ୟର ଶିଳ୍ପାନୁଷ୍ଠାନକୁ ଚୂନ ପଥର ଯୋଗାଣ ଏଣିକି ସୁନିଶ୍ଚିତ ହେବ । ଏହି ଚୁନ ପଥର ଓଏମସି ଜରିଆରେ ଯୋଗାଇ ଦିଆଯିବ । ସ୍ବେଚ୍ଛାକୃତ ଅବସର ପରେ IRTS ଅଫିସର ମନୋଜ ମିଶ୍ରଙ୍କୁ ମିଳିବ ଚୁକ୍ତିଭିତିକ ନିଯୁକ୍ତି । ସେହି ପଦବୀରେ ରାଜ୍ୟ ସରକାର ଦେବେ ନିଯୁକ୍ତି ।

ସେହିପରି ୯ଟି ମେଗା ଲିଫ୍ଟ ପ୍ରୋଜେକ୍ଟକୁ ମୋହର ମାରିଛନ୍ତି ରାଜ୍ୟ କ୍ୟାବିନେଟ  । ୩୬ ମାସ ଭିତରେ କାର୍ଯ୍ୟକ୍ଷମ ହେବ ଏହି ପ୍ରକଳ୍ପ  । ସେହିପରି ୧୪ଟି ମେଗା ଲିଫ୍ଟ ପ୍ରୋଜେକ୍ଟ କେନ୍ଦୁଝର ଜିଲ୍ଲାରେ ହେବ  । ୧୭ ହଜାର ହେକ୍ଟର ଜମି ଜଳସେଚିତ ହେବ  । ୟେଉଁ କମ୍ପାନୀ ଏହି ଟେଣ୍ଡର ନେବ ତାହାକୁ ୧୫ ବର୍ଷ ପର୍ଯ୍ୟନ୍ତ ଦାୟିତ୍ୱ ନେବେ ବୋଲି କୁହାଯାଇଛି  । ପୂର୍ତ୍ତ ବିଭାଗ ପକ୍ଷରୁ ଦୁଇଟି ପ୍ରସ୍ତାବକୁ ମୋହର ମରାଯାଇଛି  । ସୁବର୍ଣ୍ଣପୁର -ବିନିକା ରାସ୍ତାକୁ ଉନ୍ନତିକରଣ କରିବା କାର୍ଯ୍ୟକୁ ଅନୁମୋଦନ ଦିଆଯାଇଛି  ।

ଭୁବନେଶ୍ୱରରେ ବିଧାୟକଙ୍କ ନିମନ୍ତେ ଗୃହ ନିର୍ମାଣ ପାଇଁ ମଧ୍ୟ ଯେଉଁ ପ୍ରସ୍ତାବ ଦିଆଯାଇଥିଲା, ତାହାକୁ ଅନୁମୋଦନ ମାରିଛନ୍ତି ରାଜ୍ୟ ସରକାର  । ରାଜ୍ୟର ସ୍ପର୍ଟସ ହଷ୍ଟେଲରେ ପଢୁଥିବା ପିଲାମାନଙ୍କ ଶାରୀରିକ ଶିକ୍ଷା ମହାବିଦ୍ୟାଳୟରେ ୧୫ ପ୍ରତିଶ ଆସନ ସରକ୍ଷଂଣ ବ୍ୟବସ୍ଥା କରାଯାଇଛି  । ଯଦ୍ୱାରା ଖେଳ ପ୍ରତି ପିଲାମାନଙ୍କ ଇଛଶକ୍ତି ବୃଦ୍ଧି ଘଟିବ ବୋଲି କୁହାଯାଇଛି  ।

ସେହିପରି ବିଭିନ୍ନ ବିଭାଗର ସରକାରୀ ଚାକିରି ସର୍ତ୍ତାବଳୀ ସଂଶୋଧନକୁ ମଧ୍ୟ କ୍ୟାବିନେଟ ଅନୁମଦୋନ କରିଛି  । OPSC ସଦସ୍ୟ ନିଯୁକ୍ତି, ପର୍ଯ୍ୟଟନ ବିଭାଗର ନୂଆ କ୍ୟାଡର ଗଠନ, ସମବାୟ ବିଭାଗରେ କ୍ୟାଡର  ପୁନର୍ଗଠନ କ୍ୟାବିନେଟ ମଞ୍ଜୁରୀ ଦେଇଛି  । ଏହାଛଡ଼ା ଜିଲ୍ଲା ସ୍ତରରେ ପୋଲିସ ସେବା ନିଯୁକ୍ତି, ଓଡ଼ିଶା ସିଭିଲ ସଭିର୍ସ ନିଯୁକ୍ତି ନିୟମାବଳୀ , ଓଡ଼ିଶା ବିଚାର ବିଭାଗୀୟ ସେବା ନିଯୁକ୍ତି ସହ ଜିଲ୍ଲା ଏବଂ ସବ୍ ଓର୍ଡିନେଟ୍  କୋର୍ଟରେ ନିଯୁକ୍ତି ସର୍ତ୍ତବଳୀରେ ସଂଶୋଧନ କରାଯିବ  । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ର୍ଜାୟ କ୍ୟାବିନେଟ ଏହି ପ୍ରସ୍ତାବକୁ ଅନୁମୋଦନ କରିଛି  ।

ବନ୍ଧୁକ ନାଁ ଶୁଣି ଚୋର ମାରିଲା ଚମ୍ପଟ, ସିସିଟିଭିରେ ଭିଡ଼ିଓ..

ଭୁବନେଶ୍ୱର:  ରାଜଧାନୀରେ ଚୋରି ଉଦ୍ୟମ ବିଫଳ । ବନ୍ଧୁକ ନାଁ ଶୁଣି ଚୋର ମାରିଲା ଚମ୍ପଟ । ଘର ମାଲିକର ଉପସ୍ଥିତ ବୁଦ୍ଧିଯୋଗୁ ଚୋରିରୁ ବର୍ତ୍ତିଗଲେ । ଭୁବନେଶ୍ବରର ଭିଏସଏସ୍ ନଗରରେ ଘଟିଛି ଏଭଳି ଚାଞ୍ଚଲ୍ୟକର ଓ କୌତୁହଳ ଘଟଣା । ଗତକାଲି ବିଳମ୍ବିତ ରାତିରେ ଏକ ଘର ଝରକା ଭାଙ୍ଗି ଚୋର ପଶିଥିଲେ । ଗୋଟିଏ ଘରେ କବାଟ ବନ୍ଦ କରି ଅନ୍ୟ ଘରେ ଚୋରି କରୁଥିଲେ ।

ଚୋରଙ୍କ ଶବ୍ଦ ଶୁଣି ମାଲିକ ଉଠିପଡ଼ିଥିଲେ  । ଏବଂ ସେହି ସମୟରେ ବନ୍ଧୁକ ଆଣିବା ନେଇ ମିଛରେ କହିଥିଲେ  । ସେପଟେ ମାଲିକଙ୍କ ବନ୍ଧୁକ ଶବ୍ଦଟି ଚୋରଙ୍କ କାନରେ ପଡ଼ିବା ମାତ୍ରେ ଛୁ ମାରିଥିଲେ ଚୋର  । ଘରର ମାଲିକ ପ୍ରବେଶ କୁମାର ସାହୁ ଉଠି ବନ୍ଧୁକ ଆଣିବାକୁ ମିଛରେ ପାଟି କରିବାରୁ ପଳାଇଥିଲେ  ଚୋର । ଯାହାକି ସିସିଟିଭିରେ କଏଦ ହୋଇଛି ଘଟଣା ବେଳର ଦୃଶ୍ୟ । ଏହି ଘଟଣାର ଏବେ ତଦନ୍ତ ଆରମ୍ଭ କରିଛି ସହିଦନଗର ପୋଲିସ  ।

ରାଜତଦାନୀରେ ବିଭିନ୍ନ ସମୟରେ ଚୋରି ରାହାଜାନୀ ଘଟୁଛି  । ଅନେକ ସ୍ଥାନରେ ଚୋର ଚୋରି କରିବା ସହ ଘରେ ଥିବା ଲୋକମାନଙ୍କୁ ମଧ୍ୟ ଅସହ୍ୟ ନିର୍ଯାତନା ଦେଉଛନ୍ତି  । କିନ୍ତୁ ଏଭଳି ଏକ ରୋଚକ ଚୋର ପୁଲିସ ଖେଳ ବେଶ କୌତୁହଳ ପାଲଟିଛି  । ଚୋର ଠାରୁ ମାଲିକ ବେସ ଚାଲାକି ହୋଇ ପଡିଛନ୍ତି  ।

ଓଲଟି ପଡିଲା ଛେଳି ବୋଝେଇ ଟ୍ରକ, ଆଖିବୁଜି ନେଇଗଲେ ଲୋକେ

ଭଦ୍ରକ: ଓଲଟି ପଡିଲା ଛେଳି ବୋଝେଇ ଟ୍ରକ । ଦୁର୍ଘଟଣାର ସୁଯୋଗ ନେଇ ଶତାଧିକ ଛେଳିଙ୍କୁ ନେଇଗଲେ ଚୋର । ଭଦ୍ରକ ଭଣ୍ଡାରିପୋଖରୀ ଅଞ୍ଚଳରୁ ଆସିଛି ଏହି ଅଭିଯୋଗ । ଭଣ୍ଡାରିପୋଖରୀ ଆସାମ ପେଟ୍ରୋଲ ପମ୍ପ ସମ୍ମୁଖରେ ତିନିଶହରୁ ଅଧିକ ଛେଳି ନେଇଯାଉଥିବା ଟ୍ରକ  ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଘଟଣା ସ୍ଥଳରେ ୫ରୁ ଅଧିକ ଛେଳିଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଛେଳି ଆହତ ହୋଇଥିଲେ ।

ସେପଟେ ଦୁର୍ଘଟଣାରେ ଆହତ ଟ୍ରକ ଡ୍ରାଇଭର, ହେଲପର ସମେତ 4ଜଣଙ୍କୁ ସ୍ଥାନୀୟ ଲୋକ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ । ହେଲେ ଆହତ ଓ ମୃତ ଛେଳିକୁ ଛାଡି ଅନ୍ୟ ୧୦୦ରୁ ଅଧିକ ଛେଳି ଗାୟବ ହୋଇଯାଇଛନ୍ତି । ଦୁର୍ଘଟଣାଗ୍ରସ୍ତ ଟ୍ରକରୁ ଲୋକେ ଛେଳି ନେଇଯାଇଥିବା ଅଭିଯୋଗ ହୋଇଛି । ଭଣ୍ଡାରିପୋଖରୀ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଗାଡିକୁ ହଟାଇବା ସହ ତଦନ୍ତ ଆରମ୍ଭ କରିଛି ।

କେନ୍ଦ୍ର ଦେଉନି ପରିବେଶ ମଞ୍ଜୁରୀ, ସାମ୍ନାକୁ ଆସିଲା ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପର ସତ

ନନ୍ଦିଘୋଷ ବ୍ୟୁରୋ: ଖୋର୍ଦ୍ଧା-ବଲାଙ୍ଗିର ରେଳ ପ୍ରକଳ୍ପରେ କେଁ ପୂରାଇଲା କେନ୍ଦ୍ର । ପରିବେଶ ମଞ୍ଜୁରୀ ଖାରଜ । ରାଜ୍ୟର ସର୍ବ ପୁରାତନ ରେଳ ପ୍ରକଳ୍ପ ଖୋର୍ଦ୍ଧାରୋଡ଼-ବଲାଙ୍ଗିର ରେଳ ଲାଇନ୍‍କୁ ପରିବେଶ ମଞ୍ଜୁରୀ ପ୍ରଦାନ କରିବାରେ କେନ୍ଦ୍ର ସରକାରଙ୍କର ଆଉ ଏକ ଅବହେଳା ସାମ୍ନାକୁ ଆସିଛି । ଖୋର୍ଦ୍ଧାରୋଡ଼-ବଲାଙ୍ଗିର ରେଳପଥ ପାଇଁ ଅନୁଷ୍ଠିତ ଆଞ୍ଚଳିକ ଉଚ୍ଚ କ୍ଷମତା ସମ୍ପନ୍ନ କମିଟି ବୈଠକରେ ମଞ୍ଜୁରୀକୁ ଖାରଜ କରି ଦିଆଯାଇଛି ।

ଏହି ପ୍ରକଳ୍ପ ପାଇଁ ରାଜ୍ୟ ସରକାର ୨୭ ବର୍ଷ ହେଲା ସହଯୋଗ କରି ଆସୁଥିବା ବେଳେ କେନ୍ଦ୍ର ସରକାର ବୈଷିୟକ ଦିଗ ଆନୁଧ୍ୟାନ କରୁଛନ୍ତି । ପ୍ରକଳ୍ପ ପାଇଁ ୨ ହଜାର କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହେଲାଣି । ଜମି ଅଧିଗ୍ରହଣ ବାବଦକୁ ରାଜ୍ୟ ସରକାର ୨ କୋଟିରୁ ଅଧିକ ଏବଂ ନିର୍ମାଣ ବାବଦରେ ୫୦ ପ୍ରତିଶତରୁ ଅଧିକ ଖର୍ଚ୍ଚ ହେଲାଣି । ଏପରିସ୍ଥଳେ କେନ୍ଦ୍ର ସରକାର ପରିବେଶ ମଞ୍ଜୁରି ନ ଦେବା ପ୍ରକଳ୍ପର ଭାଗ୍ୟ ଅନିଶ୍ଚିତତା ମଧ୍ୟକୁ ଠେଲି ହୋଇଯାଇଛି ।

୧୯୯୪-୯୫ ମସିହାରେ ଖୋର୍ଦ୍ଧାରୋଡ଼-ବଲାଙ୍ଗିର ରେଳ ପ୍ରକଳ୍ପ ମଞ୍ଜୁରୀ ପାଇଥିବା ବେଳେ ପ୍ରଗତି ବୈଠକରେ ପ୍ରଧାନମନ୍ତ୍ରୀ ପ୍ରକଳ୍ପକୁ ଗୁରୁତ୍ବ ଦେଇଥିଲେ । ରେଳ ପ୍ରକଳ୍ପର ୧୧୨ରୁ ୩୦୧ କିମି ପର୍ଯ୍ୟନ୍ତ ଜମି ରାଜ୍ୟ ସରକାର ବିନା ମୂଲ୍ୟରେ ଯୋଗାଇ ଦେଉଥିବା ବେଳେ ନିର୍ମାଣ କାର୍ଯ୍ୟର ୫୦% ଖର୍ଚ୍ଚ ବହନ କରୁଛନ୍ତି। ତେବେ ପରିବେଶ ମଞ୍ଜୁରୀ ମିଳୁନଥିବାରୁ ୧୧୨ରୁ ୧୧୮ କିମି ପର୍ଯ୍ୟନ୍ତ କାମ ଆରମ୍ଭ ହୋଇପାରୁ ନଥିବା ଜଣା ପଡ଼ିଛି  ।

ଧାମନଗର ବିଧାନସଭା ଆସନ ଖାଲି, ପ୍ରକାଶ ପାଇଲା ବିଜ୍ଞପ୍ତି

ନନ୍ଦିଘୋଷ ବ୍ୟୁରୋ: ଧାମନଗର ବିଧାନସଭା ଆସନ ଖାଲି ନେଇ ପ୍ରକାଶ ପାଇଲା ବିଜ୍ଞପ୍ତି । ବିଧାନସଭା ପକ୍ଷରୁ ନିର୍ବାଚନ କମିଶନଙ୍କୁ ବିଧିବଦ୍ଧ ଭାବେ ଅବଗତ କରାଗଲା । ଗତ ୧୯ ତାରିଖରେ ବିଷ୍ଣୁ ସେଠୀଙ୍କ ବିୟୋଗ ହୋଇଥିଲା । ଭୁବନେଶ୍ବର ଏମ୍ସରେ ଚିକିତ୍ସାଧିନ ଭାବେ ତାଙ୍କର ମୃତ୍ୟୁ ହୋଇଥିଲା । ଫଳରେ ଏବେ ଖାଲି ପଡିଛି ବିଧାନସଭାର ଗୋଟିଏ ଆସନ ଖାଲି ପଡିଛି । ।

ମାସାଧିକ କାଳ ଅସୁସ୍ଥ ରହି ଭୁବନେଶ୍ୱର ଏମସରେ ବିଷ୍ଣୁ ସେଠୀଙ୍କ ଚିକିତ୍ସା ଚାଲିଥିଲା  । କୀଡନି ସମସ୍ୟା କାରଣରୁ ଚିକିତ୍ସା ଜାରି ରହିଥିଲା  । ଡାକ୍ତରଙ୍କ କହିବା ମୁତାବକ ବିଷ୍ଣୁ ସେଠୀଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆସୁଥିବାବେଳେ, ତାଙ୍କର ହଠାତ ସ୍ୱାସ୍ଥ୍ୟରେ ଅବନତି ଘଟିଥିଲା  । ଫଳରେ ତାଙ୍କର ଦେହାନ୍ତ ଘଟିଥିଲା  । ବିଷ୍ଣୁଙ୍କ ଦେହାନ୍ତରେ ସମଗ୍ର ରାଜ୍ୟରେ ଶୋକର ଛାୟା ଖେଳି ଯାଇଥିଲା ।  ଧାମନଗରରୁ ଚାନ୍ଦବାଲି ସବୁଛି ଶୋକାକୁଳ ପରିବେଶ  ।

ଗତ ଦୁଇ ରୁ ତିନି ବର୍ଷ ମଧ୍ୟରେ ରାଜ୍ୟର ଅନେକ ତୁଙ୍ଗ ନେତାଙ୍କ ପରଲୋକ ଘଟିଛି  । ବିଷ୍ଣୁ ଦାସଙ୍କ ଠାରୁ ଆରମ୍ଭ କରି ବିଷ୍ଣୁ ସେଠୀଙ୍କ ପର୍ଯ୍ୟନ୍ତ  । ଏହାରି ଭିତରେ ୫ ଜଣ ବିଧାୟକ ଆଖି ବୁଜିଛନ୍ତି  । ବିଷ୍ଣୁ ଦାସ, ପ୍ରଦୀପ ମହାରଥି, ମଦନ  ମୋହନ ଦତ୍ତ, କିଶୋର ମହାନ୍ତି ଏବଂ ଏବେ ବିଷ୍ଣୁ ସେଠୀଙ୍କ ପରଲୋକ ଘଟିଛି  । ସେପଟେ ନିର୍ବାଚନ କମିଶନଙ୍କ ନିୟମ ମୁତାବକ କୌଣସି ଆସନ ୬ ମାସରୁ ଅଧିକ ସମୟ ଖାଲି ପଡି ପାରିବ ନାହିଁ  । ତେଣୁ ୬ ମାସ ମଧ୍ୟରେ ନିର୍ବାଚନ ହେବାନେଇ ନିୟମ ରହିଛି  ।

 

 

ସୁରେଖା ବାଟିକା ଆପାର୍ଟମେଣ୍ଟରେ ଝୁଲୁଛି ଯୁବତୀଙ୍କ ମୃତଦେହ..

ଭୁବନେଶ୍ୱର: ପୁଣି ଜଣେ ଯୁବତୀଙ୍କ ଆତ୍ମହତ୍ୟା । ସୁରେଖା ବାଟିକା ଆପାର୍ଟମେଣ୍ଟରୁ ଝଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରିଛି ପୋଲିସ । ଯୁବତୀ ଜଣଙ୍କ ନାମ ସୁଜାତା ରଥ  ବୟଫ୍ରେଣ୍ଡଙ୍କ ସହ ଲିଭଇନରେ ଆପର୍ଟମେଣ୍ଟରେ ରହୁଥିଲେ  । ଆଜି ସକାଳୁ ରୁମରେ ଫ୍ୟାନରେ ଓଢ଼ଣୀ ଲଗାଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି  ।  ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ଥିବାବେଳେ, ଘଟଣାସ୍ଥଳରେ ପାହାଳ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି  ।

ଘଟଣା ସମ୍ବନ୍ଧରେ ଖବର ପାଇ ପୋଲିସ ପହଁଚିବା ସହ ମୃତଦେହକୁ କ୍ୟାପିଟାଲ ହସ୍ପିଟାଲକୁ ବ୍ୟବଛେଦ ପାଇଁ ପଠାଇଛି  । ମିଳିଥିବା ସୂଚନା ମୁତାବକ ସହିଦନଗରରେ ବୟଫ୍ରେଣ୍ଡଙ୍କ ସହ ମିଶି ବ୍ୟବସାୟ କରୁଥିଲେ ସୁଜାତା  । ଗତ 3 ଦିନ ହେବ ଆପାର୍ଟମେଣ୍ଟରେ ରହୁନଥିଲେ ପ୍ରେମିକ । ତେବେ ଯୁବତୀ ଜଣଙ୍କ ବାପାମାଆଙ୍କୁ ନଜଣାଇ ଲିଭଇନରେ ରହୁଥିଲେ ବୋଲି ଜଣାପଡ଼ିଛି । କିନ୍ତୁ କାହିଁକି ଆତ୍ମହତ୍ୟା କଲେ ତାହା ଏବେ ବଡ଼ ପ୍ରଶ୍ନ  ।

 

ମୋ ବସରେ ମାତିଲେ ଲେଡୀ ଲୁଟେରା, କଲେଜ ଛାତ୍ରୀଙ୍କ ବ୍ୟାଗରୁ ନେଇଗଲେ ମୋବାଇଲ

0

ଭୁବନେଶ୍ୱର: ପୁଣି ମୋ ବସ୍‌ରେ ଲୁଟ୍ । ମୋ ବସରେ ମାତିଲେ ଲେଡୀ ଲୁଟେରା । ଦୁଇ କଲେଜ ଛାତ୍ରୀଙ୍କ ବ୍ୟାଗରୁ ମୋବାଇଲ ନେଇଗଲେ ଲେଡୀ ଲୁଟେରା । ରୁଟ ନମ୍ବର ୧୬ରେ ଜଣେ ବାଣୀବିହାର ଛକରୁ ଉଠିଥିଲେ । ଏହାସହିତ ଅନ୍ୟ ଜଣେ ଛାତ୍ରୀ ଆରଡି କଲେଜରୁ ଚଢ଼ି ପଲାଶୁଣି ଯାଇଥାନ୍ତେ । ହେଲେ ଅଧା ବାଟରେ ରୁଟ ୧୬ ନମ୍ବର ମୋ ବସରୁ ଲେଡୀ ଲୁଟେରା ତାଙ୍କ ବ୍ୟାଗରୁ ଲୁଟି ନେଇଥିବା ଅଭିଯୋଗ ।

ପଞ୍ଚଭୂତରେ ଲୀନ ହେଲେ କମେଡି କିଙ୍ଗ ରାଜୁ ଶ୍ରୀବାସ୍ତବ

ନୂଆଦିଲ୍ଲୀ: ଅଲବିଦା ଗଜୋଧର ଭୈୟା। ପଞ୍ଚଭୂତରେ ଲୀନ ହେଲେ କମେଡି କିଙ୍ଗ ରାଜୁ ଶ୍ରୀବାସ୍ତବ। ଦିଲ୍ଲୀର ନିଗମବୋଧ ଘାଟରେ ରାଜୁଙ୍କ ଅନ୍ତିମ ସତ୍କାର ସମ୍ପନ୍ନ ହୋଇଛି। ପରିବାର, ବନ୍ଧୁ ଓ ଫ୍ୟାନସଙ୍କ ଉପସ୍ଥିତିରେ ଶେଷକୃତ୍ୟ କରାଯାଇଛି। ଅନ୍ତିମ ସତ୍କାରରେ ବଲିଉଡ ଜଗତର ବହୁ ସେଲିବ୍ରିଟି ମଧ୍ୟ ସାମିଲ ହୋଇ ରାଜୁଙ୍କୁ ଅଶ୍ରୁଳ ବିଦାୟ ଦେଇଛନ୍ତି। ଗତକାଲି ଦିଲ୍ଲୀ ଏମ୍ସରେ ୫୮ବର୍ଷ ବୟସରେ ଆଖି ବୁଜିଥିଲେ ରାଜୁ।

ଷ୍ଟାଣ୍ଡ ଅପ୍ କମେଡିଆନ ଭାବେ ଲୋକଙ୍କୁ ହସେଇ ହସେଇ ବେଦମ କରୁଥିବା ରାଜୁଙ୍କ ଦେହାନ୍ତ ହାସ୍ୟ ଜଗତ ପାଇଁ ଅପୁରଣୀୟ କ୍ଷତି। ଜିମରେ ବ୍ୟାୟାମ କରୁଥିବା ବେଳେ ରାଜୁ ହୃଦଘାତର ଶିକାର ହୋଇଥିଲେ। ଗତ ଅଗଷ୍ଟ ୧୦ ତାରିଖରେ ତାଙ୍କୁ ଦିଲ୍ଲୀ ଏମସରେ ଭର୍ତ୍ତି କରାଯାଇଥିଲା। ହୃଦଘାତ ସହ ତାଙ୍କ ମସ୍ତିଷ୍କରେ ବି ଆଘାତ ଲାଗିଥିଲା। ୧୯୬୩ ମସିହାରେ ଉତ୍ତରପ୍ରଦେଶର କାନପୁରରେ ଜନ୍ମ ଗ୍ରହଣ କରିଥିଲେ ରାଜୁ। ବିଭିନ୍ନ କମେଡ଼ି ଶୋ’ରେ ଭାଗ ନେଇ ରାଜୁ ଘରେ ଘରେ ପରିଚିତ ହୋଇଥିଲେ। ୧୯୮୦ ଦଶକରୁ ସେ କମେଡି ଜଗତରେ ରାଜ୍ କରି ଆସୁଥିଲେ। ୨୦୦୫ରେ ଦି ଗ୍ରେଟ ଇଣ୍ଡିଆନ ଲଫ୍ଟର ଚାଲେଞ୍ଜରେ ଭାଗ ନେବା ପରେ ତାଙ୍କୁ ନୂଆ ଫେମ ମିଳିଥିଲା।

ଆଜିଠୁ ରାଜ୍ୟରେ କମିବ ଲଘୁଚାପର ପ୍ରଭାବ, କମିବ ବର୍ଷାର ପରିମାଣ

ଭୁବନେଶ୍ୱର: ଆଜିଠୁ ରାଜ୍ୟରେ କମିବ ଲଘୁଚାପର ପ୍ରଭାବ, କମିବ ବର୍ଷାର ପରିମାଣ ଏବଂ ବିସ୍ତୃତି। ଆଜି ଆଭ୍ୟନ୍ତରୀଣ ଓଡିଶା ଓ ପଶ୍ଚିମ ଓଡିଶାର କିଛି ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ସେପଟେ କାଲିଠୁ ପାଗରେ ପରିବର୍ତ୍ତନ ହେବା ସହ ଆଗାମୀ ୫ଦିନ ପାଗ ଶୁଖିଲା ରହିବ। ପରେ ଆଉ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଫଳରେ ଓଡିଶାର କିଛି କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି।

ସେପଟେ ଏଯାବତ ମୌସୁମୀ ଋତୁରେ ୧୧୫୩.୩ ମିଲିମିଟର ବର୍ଷା ରେକର୍ଡ ହୋଇଛି ଯାହା ସ୍ୱାଭାବିକ ବର୍ଷା ୧୦୯୯.୯ ମିମି ତୁଳନାରେ ୫% ଅଧିକ ରହିଛି। ଏପର୍ଯ୍ୟନ୍ତ ରାଜ୍ୟରେ ୫ଜିଲ୍ଲାରେ ସ୍ୱାଭାବିକ ଠାରୁ ଅଧିକ ଏବଂ ୨୫ ଜିଲ୍ଲାରେ ସ୍ୱାଭାବିକ ବର୍ଷା ରେକର୍ଡ କରାଯାଇଛି । ଯାହା ଆଗାମୀ ଧାନ ଚାଷ ପାଇଁ ବେଶ ଅନୁକୂଳ ବୋଲି ପ୍ରତିକ୍ରିୟା ରଖିଛନ୍ତି ପାଣିପାଗ ବୈଜ୍ଞାନୀ।

ଆଜି ଛତିଶାନିଯୋଗ ବୈଠକ, ଆସିବ କାର୍ତ୍ତିକ ନୀତି ଓ ଦର୍ଶନ ବ୍ଯବସ୍ଥାକୁ ନେଇ ସ୍ୱତନ୍ତ୍ର ମାର୍ଗଦର୍ଶିକା

0

ପୁରୀ: ଶ୍ରୀମନ୍ଦିରରେ କାର୍ତ୍ତିକ ନୀତି ଓ ଦର୍ଶନ ବ୍ଯବସ୍ଥାକୁ ନେଇ ଆଜି ଆସିବ ସ୍ୱତନ୍ତ୍ର ମାର୍ଗଦର୍ଶିକା। ଏନେଇ ଆଜି ସନ୍ଧ୍ୟାରେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ବସିବ ଛତିଶାନିଯୋଗ ବୈଠକ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବଙ୍କ ଅଧ୍ଯକ୍ଷତାରେ ବସିବ ଏହି ବୈଠକ । ମୁଖ୍ୟ ପ୍ରଶାସକଙ୍କ ବ୍ଯତିତ ଛତିଯାନିଯୋଗ ମହାନାୟକ, ବିଭିନ୍ନ ସେବାୟତ ନିଯୋଗ ପ୍ରତିନିଧି, ଜିଲ୍ଲାପାଳ, ଏସପିଙ୍କ ସହ ବହୁ ଅଧିକାରୀ ଯୋଗଦେବେ। ତେବେ ବୈଠକରେ କାର୍ତ୍ତୀକ ନିତିନିର୍ଘଣ୍ଟ, ମହାପ୍ରଭୁଙ୍କ ରାଧାଦାମୋଦର ବେଶ, ପଞ୍ଚୁକ, ଦଶହରା ଆଦି ଉପରେ ମୁଖ୍ୟତଃ ଆଲୋଚନା କରାଯାଇ ନିତୀ ନିର୍ଘଣ୍ଟ ହେବ । ଏଥିସହ ହବିଷ୍ଯାଳି ମାନଙ୍କ ଦର୍ଶନ ଓ ମହାପ୍ରସାଦ ସେବନ ବ୍ଯବସ୍ଥା ଉପରେ ନିଆଯିବ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ।