spot_img
Home Blog Page 4002

ଶିବସେନା ନେତା ସଞ୍ଜୟ ରାଉତଙ୍କୁ ୪ଦିନିଆ ରିମାଣ୍ଡରେ ନେଲା ED

ମୁମ୍ୱାଇ: ଗିରଫ ଶିବସେନା ନେତା ସଞ୍ଜୟ ରାଉତଙ୍କୁ ୪ ଦିନିଆ ରିମାଣ୍ଡରେ ନେବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଅଗଷ୍ଟ ୪ ଯାଏ ରିମାଣ୍ଡ ଲାଗି ଅନୁମତି ଦେଇଛନ୍ତି ପିଏମଏଲଏ କୋର୍ଟ । ତେଣେ ସଞ୍ଜୟ ରାଉତଙ୍କ ପରିବାରକୁ ଭେଟିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । ପାତ୍ରା ଚୌଲ ଜମି ଦୁର୍ନୀତି ମାମଲାରେ ସଞ୍ଜୟ ରାଉତଙ୍କୁ ଗିରଫ କରିଛି ଇଡି । ଗତକାଲି ବିଳମ୍ବିତ ରାତିରେ ସଞ୍ଜୟଙ୍କୁ ଗିରଫ କରାଯାଇଥିଲା । ଆଜି ସଞ୍ଜୟଙ୍କୁ ପିଏମଏଲଏ କୋର୍ଟରେ ହାଜର କରି ରିମାଣ୍ଡରେ ନେବାକୁ ଆବେଦନ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ତେବେ ଜେରା ବେଳେ ସଞ୍ଜୟ ରାଉତ ସହଯୋଗ କରୁ ନଥିବା ଇଡି ଅଧିକାରୀ କହିଛନ୍ତି ।

ସେପଟେ ସଞ୍ଜୟଙ୍କ ଗିରଫଦାରୀକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଶିବସେନା ସମର୍ଥକ। ଇଡି ଅଫିସ, ଜେଜେ ହସ୍ପିଟାଲ ଓ କୋର୍ଟ ବାହାରେ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ଜମି ଦୁର୍ନୀତି ମାମଲାରେ ଚଢ଼ାଉ ବେଳେ ସଞ୍ଜୟ ରାଉତଙ୍କୁ ଘରୁ ନଗଦ ୧୧ ଲକ୍ଷ ୫୦ ହଜାର ନଗଦ ଟଙ୍କା ଜବତ ହୋଇଛି । ତେବେ ଘରୁ ମିଳିଥିବା ଟଙ୍କା ଶିବସୈନିକଙ୍କ ଅଯୋଧ୍ୟା ଟୁର ପାଇଁ ରଖାଯାଇଥିଲା ବୋଲି ସଞ୍ଜୟଙ୍କ ଭାଇ କହିଛନ୍ତି । ସଞ୍ଜୟଙ୍କ ଗିରଫଦାରୀକୁ ନେଇ ଇଡି ଓ ବିଜେପି ଉପରେ ବର୍ଷିଛନ୍ତି ଶିବସେନା ନେତ୍ରୀ ପ୍ରିୟଙ୍କା ଚତୁର୍ବେଦୀ ସେପଟେ ସଞ୍ଜୟ ରାଉତଙ୍କୁ ସମର୍ଥନ କରିଛି କଂଗ୍ରେସ । ବିଜେପି ବିରୋଧୀ ମୁକ୍ତ ଭାରତ ଚାହୁଁଥିବା ବେଳେ ବିରୋଧୀଙ୍କ ମୁହଁ ବନ୍ଦ ପାଇଁ ଜାତୀୟ ଏଜେନ୍ସିର ଦୂରୁପୋଯୋଗ କରାଯାଉଛି ବୋଲି କଂଗ୍ରେସ ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡ୍‌ଗେ କହିଛନ୍ତି ।

ଅପରପକ୍ଷରେ ସଞ୍ଚୟ ରାଉତଙ୍କ ଘରକୁ ଯାଇ ତାଙ୍କ ପରିବାର ଲୋକଙ୍କୁ ଭେଟିଛନ୍ତି ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଶିବସେନା ମୁଖ୍ୟ ଉଦ୍ଧବ ଠାକ୍‌ରେ ।

ଏଥିସହିତ ପଢ଼ନ୍ତୁ: ଆତ୍ମରକ୍ଷା ପାଇଁ ବଲିଉଡ ମେଗାଷ୍ଟାର ସଲମାନ ଖାନଙ୍କୁ ବନ୍ଧୁକ ଲାଇସେନ୍ସ

ଏକ୍ସ- ଆର୍ମିମ୍ୟାନଙ୍କ ଗୁଳିରେ ଶଳା ଓ ପୁତୁରା ଗୁରୁତର

ଜଗତସିଂହପୁର: ତରଡାପଡା ମଜୁରାଇ ଗାଁରେ ଫୁଟିଲା ଗୁଳି । ଘରୋଇ ଝଗଡାକୁ କେନ୍ଦ୍ରକରି ଏକ୍ସ- ଆର୍ମିମ୍ୟାନ୍ ଚନ୍ଦ୍ରକାନ୍ତ ପରିଡ଼ାଙ୍କ ଗୁଳିରେ ଶଳା ଅଭିନବ ଦାସ ଓ ପୁତୁରା ପ୍ରୀତମ ଦାସ ଗୁରୁତର ଆହତ ହୋଇଛନ୍ତି । ଅଭିଯୁକ୍ତ ଚନ୍ଦ୍ରକାନ୍ତ ପରିଡ଼ାଙ୍କୁ ଗିରଫ କଲା ପୋଲିସ । ବନ୍ଧୁକ ଗୁଳି ଜବତ । ଘରଠାରୁ ଦୁଇ ଶହ ମିଟର ଦୂରରେ ବଣରେ ଲୁଚିଥିବା ବେଳେ ଗିରଫ କଲା ପୋଲିସ ।

ଗୁରୁତର ଶଳା ଓ ପୁତୁରାଙ୍କୁ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଛି । ପୋଲିସକୁ ଦେଖି ଜଗତସିଂହପୁର ମେଡିକାଲରୁ ସମ୍ପର୍କୀୟ ଫେରାର ହୋଇଯିବାକୁ ଉଦ୍ୟମ କରିଥିଲେ । ଜଗତସିଂହପୁର ଥାନା ଅଧିକାରୀ ସେମନାଙ୍କ ଗାଡ଼ି ଜବତ କରିଛନ୍ତି । କଟକ ବଡ଼ ମେଡିକାଲକୁ ଚିକିତ୍ସା ନିମନ୍ତେ ଯାଇଥିବା ଦୁଇଜଣଙ୍କୁ ପଚରାଉଚରା କରି ଅଧିକ ଜାଣିବା ପାଇଁ ଜଗତସିଂହପୁର ପୋଲିସ କଟକ ଯାଇଛି ।

୪କଂଗ୍ରେସ ସାଂସଦଙ୍କ ଉପରୁ ନିଲମ୍ୱନ ଆଦେଶ ପ୍ରତ୍ୟାହାର କଲେ ବାଚସ୍ପତି

ନୂଆଦିଲ୍ଲୀ: ଲୋକସଭା ସାଂସଦଙ୍କ ନିଲମ୍ୱନ ଆଦେଶକୁ ପ୍ରତ୍ୟାହାର କଲେ ବାଚସ୍ପତି ଓମ୍ ବିର୍ଲା । ୪ କଂଗ୍ରେସ ସାଂସଦଙ୍କ ନାଁରେ ଜାରି ଆଦେଶ ପ୍ରତ୍ୟାହାର । ଦୀର୍ଘ ୫୦ ଘଣ୍ଟା ଧରି ସଂସଦ ବାହାରେ ଆନ୍ଦୋଳନ କରିଆସୁଥିଲେ ବିରୋଧୀ । ଶେଷ ଚାପ ଆଗରେ ମୁଣ୍ଡ ନୁଆଁଇଛନ୍ତି ବାଚସ୍ପତି ଏବଂ ନିର୍ଦ୍ଦେଶ ପ୍ରତ୍ୟାହାର କରିଛନ୍ତି । ଲୋକସଭାରେ ନାରାବାଜୀ ଓ ହଟ୍ଟଗୋଳ ଯୋଗୁ ବାଚସ୍ପତି କଂଗ୍ରେସର ୪ ଜଣ ସାଂସଦଙ୍କୁ ନିଲମ୍ବିତ କରିଥିଲେ। ଆଜି ଆଦେଶ ପ୍ରତ୍ୟାହାର କରିଥିଲେ ମଧ୍ୟ ବାଚସ୍ପତି ବିର୍ଲା ବିରୋଧୀ ସାଂସଦମାନଙ୍କୁ କଡ଼ା ଚେତାବନୀ ଦେଇଛନ୍ତି। ଯଦି କେହି ଗୃହରେ ପ୍ଲାକାର୍ଡ ଦେଖାଇବେ ତା’ହେଲେ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଏଥିସହ ବିରୋଧୀଙ୍କ ଦାବି ଅନୁସାରେ ଆଜି ଲୋକସଭାରେ ଦରଦାମ ଓ ବେକାରୀ ସମସ୍ୟା ଉପରେ ବିତର୍କ ମଧ୍ୟ ଆରମ୍ଭ ହୋଇଛି। ପୂର୍ବରୁ ସରକାର ଏହି ପ୍ରସଙ୍ଗରେ ଆଲୋଚନା କରିବାକୁ ଆଦୌ ରାଜି ହେଉ ନଥିଲେ। ହେଲେ ଆଜି ସରକାର ବିତର୍କ ପାଇଁ ରାଜି ହୋଇଛନ୍ତି। ଦରଦାମ ଦାମ ବୃଦ୍ଧି ଓ ଜିଏସ୍‌ଟି ପ୍ରସଙ୍ଗରେ ଆଲୋଚନା କରିବା ପାଇଁ କଂଗ୍ରେସ ଠାରୁ ଆରମ୍ଭ କରି ବିରୋଧୀ ଦଳଗୁଡ଼ିକର ସଦସ୍ୟମାନେ ଲୋକସଭାରେ ଦାବି କରିଥିଲେ। ଏହି ସମୟରେ କଂଗ୍ରେସର ୪ ସାଂସଦ ଏମ ଟାଗୋର, ରମାୟା ହରିଦାସ, ଜ୍ୟୋତିମଣି ଓ ଟିଏନ ପ୍ରତାପନ ପ୍ଲାକାର୍ଡ ଦେଖାଇ ନାରାବାଜୀ କରିଥିଲେ ।

ଏଥିପାଇଁ ୪ କଂଗ୍ରେସ ସାଂସଦଙ୍କୁ ଜୁଲାଇ ୨୫ରେ ବାଚସ୍ପତି ଲୋକସଭାରୁ ନିଲମ୍ବିତ କରିଥିଲେ। ଏହାକୁ ନେଇ ବେଶ ତୁମ୍ଭିତୋଫାନ ଦେଖିବାକୁ ମିଳିଥିଲା। ଗୃହ କାର୍ଯ୍ୟ ମଧ୍ୟ ପ୍ରଭାବିତ ହୋଇଥିଲା। ଗୃହ କାର୍ଯ୍ୟକୁ ସ୍ୱାଭାବିକ କରିବା ପାଇଁ ଆଜି ବାଚସ୍ପତି ଓମ ବିର୍ଲା ସର୍ବଦଳୀୟ ବୈଠକ ଡାକିଥିଲେ। ବୈଠକ ପରେ ସରକାରଙ୍କ ପକ୍ଷରୁ ୪ ସାଂସଦଙ୍କ ନିଲମ୍ବନ ଆଦେଶ ପ୍ରତ୍ୟାହାର ପାଇଁ ଗୋଟିଏ ପ୍ରସ୍ତାବ ଆସିଥିଲା। ଏହାକୁ ବାଚସ୍ପତି ମଞ୍ଜୁରୀ ଦେଇଛନ୍ତି।

ଏଥିସହିତ ପଢ଼ନ୍ତୁ: ଡ୍ୟାମେଜ କଣ୍ଟ୍ରୋଲ ମୋଡରେ ଦିଦି, ସରକାରରେ କରିବେ ଅଦଳ ବଦଳ

ବିକ୍ଷୋଭକାରୀଙ୍କୁ ଶ୍ରୀଲଙ୍କା ରାଷ୍ଟ୍ରପତିଙ୍କ ଜବାବ; ’ଘର ତ ଜାଳିଦେଇଛ ଯିବି କୁଆଡ଼େ’

କଲମ୍ବୋ: ଘର ତ ଜାଳିଦେଇଛ ଯିବି କୁଆଡ଼େ । ବିକ୍ଷୋଭ କାରୀଙ୍କୁ କିଛି ଏଭଳି ଉତ୍ତର ଦେଇଛନ୍ତି ଶ୍ରୀଲଙ୍କା ରାଷ୍ଟ୍ରପତି ରାନିଲ୍ ବିକ୍ରମସିଂଙ୍ଘେ । କିଛି ଲୋକେ ପ୍ରତିବାଦ ନେଇ ଧମକ ଦେଉଥିବା ବେଳେ ରବିବାର ଶ୍ରୀଲାଙ୍କାର କାଣ୍ଡି ସହରରେ ଭାଷଣ ଦେବା ଅବସରରେ ଏଭଳି କହିଛନ୍ତି ବିକ୍ର‌ମସିଂଘେ । ମୋର ଘର ନ ଥିବାରୁ ପ୍ରତିବାଦ ନ କରିବାକୁ ଆପଣମାନଙ୍କୁ ନିବେଦନ କରୁଛି। ମୁଁ ଘରକୁ ଫେରିଯାଏ ବୋଲି ଦାବି କରିବା ଅର୍ଥ ସମୟ ଅପଚୟ କରିବା। ବରଂ ପ୍ରତିବାଦକାରୀମାନେ ମୋ ପୋଡ଼ାଘର ତିଆରି କରିଦେବା ଉଚିତ । ଯାହାର ଘର ନାହିଁ, ତାଙ୍କୁ ଘରକୁ ଫେରିଯିବା କଥା କହିବାରେ କୌଣସି ଯଥାର୍ଥତା ନାହିଁ। ଘର ତୋଳା ସରିଲେ ପ୍ରତିବାଦକାରୀମାନେ ଘରକୁ ଫେରିଯିବା କଥା ଦାବି କରିପାରିବେ ବୋଲି ରାଷ୍ଟ୍ରପତି ବିକ୍ରମସିଂଘେ କହିଛନ୍ତି। ପ୍ରତିବାଦକାରୀମାନେ ରାଷ୍ଟ୍ରର ପୁନଃନିର୍ମାଣ କରନ୍ତୁ ଅଥବା ପୁଣି ଥରେ ତାଙ୍କ ଘର ତୋଳିଦିଅନ୍ତୁ ବୋଲି ରାଷ୍ଟ୍ରପତି କହିଥିବା ‘କଲମ୍ବୋ ଗେଜେଟ୍‌’ ପ୍ରକାଶ

ରାଷ୍ଟ୍ରପତି ଆହୁରି ମଧ୍ୟ କହିଛନ୍ତି ଯେ, ଦେବାଳିଆ ଦେଶକୁ ଆର୍ଥିକ ସଙ୍କଟରୁ ମୁକ୍ତ କରିବାରେ ସହାୟତା ନିମନ୍ତେ ‘ଇଣ୍ଟର୍‌ନ୍ୟାସ୍‌ନାଲ୍‌ ମନିଟାରି ଫଣ୍ଡ୍‌’ ସହିତ ସମ୍ଭାବ୍ୟ ରାଜିନାମା କରାଇବାରେ ଦେଶର ଅସ୍ଥିର ଅବସ୍ଥା ବିଳମ୍ବ କରାଇଛି । ଏଣୁ ସବୁ ରାଜନୈତିକ ଦଳ ମିଶିକରି କାର୍ଯ୍ୟ କରିବା ଆବଶ୍ୟକ ।

ସୂଚନା ଯୋଗ୍ୟ ଯେ, ବିକ୍ଷୋଭକାରୀମାନେ ଜୁଲାଇ ୯ ତାରିଖରେ ବାସଭବନରେ ନିଆଁ ଲଗାଇଦେଇଥିଲେ ।

ଏଥିସହିତ ପଢ଼ନ୍ତୁ: ଆଜିଠୁ ବଦଳିଲା ନିୟମ: ଆୟକର ରିଟର୍ଣ୍ଣ ଉପରେ ଦେବାକୁ ପଡ଼ିବ ଜରିମାନା, ଜଣନ୍ତୁ ଆଉ କ’ଣ ବଦଳିଲା

ଡ୍ୟାମେଜ କଣ୍ଟ୍ରୋଲ ମୋଡରେ ଦିଦି, ସରକାରରେ କରିବେ ଅଦଳ ବଦଳ

କୋଲକାତା: ପାର୍ଥ ଚାଟାର୍ଜୀଙ୍କୁ ଦଳ ଓ କ୍ୟାବିନେଟରୁ ବହିଷ୍କାର ପରେ ଡ୍ୟାମେଜ କଣ୍ଟ୍ରୋଲ ମୋଡରେ ଦିଦି । ଖୁବ ଶୀଘ୍ର ମମତା ସରକାରରେ ହେବ ଅଦଳ ବଦଳ । ଏସୂଚନା ଦେଇଛନ୍ତି ନିଜେ ଟିଏମସି ମୁଖିଆ ତଥା ସୁପ୍ରିମୋ ମମତା ମୁଖାର୍ଜୀ  । ୪ ଜଣ ମନ୍ତ୍ରୀଙ୍କୁ ବିଦା କରି ମୋଟ ୫ ଜଣଙ୍କୁ କ୍ୟାବିନେଟରେ ସାମିଲ କରାଯିବ ବୋଲି ସଂକେତ ଦେଇଛନ୍ତି ମମତା । ତେବେ ବରିଷ୍ଠ ମନ୍ତ୍ରୀଙ୍କୁ ବିଦା କରି ସେମାନଙ୍କୁ ଦଳୀୟ ସଂଗଠନ ଦାୟିତ୍ୱରେ ନିୟୋଜିତ କରାଯିବାର ସୂଚନା ରହିଛି ।

ବିଜେପିରୁ ଟିଏମସିରେ ସାମିଲ ହୋଇଥିବା ବାବୁଲ ସୁପ୍ରିୟୋଙ୍କୁ ବଡ଼ ଦାୟିତ୍ୱ ମିଳିବା ନେଇ କୁହାଯାଉଛି । ତେବେ ତାଙ୍କୁ ମନ୍ତ୍ରୀମଣ୍ଡଳରେ ସ୍ଥାନ ମିଳିବ ବୋଲି ସୂତ୍ରରୁ ପ୍ରକାଶ । ବୁଧବାର ମନ୍ତ୍ରିମଣ୍ଡଳ ଅଦଳବଦଳ ହେବ। ପାର୍ଥ ଚାଟାର୍ଜୀ ଶିକ୍ଷା ନିଯୁକ୍ତି ଦୁର୍ନୀତିରେ ଜେଲରେ ଥିବାବେଳେ ବରିଷ୍ଠ ନେତା ସୁବ୍ରତୋ ମୁଖାର୍ଜୀ ଓ ସାଧନା ପାଣ୍ଡେଙ୍କ ପରଲୋକ ହୋଇଛି । ସେମାନଙ୍କ ସ୍ଥାନ ପୂରଣ ସହ ୫ ଜଣଙ୍କୁ ନୂଆ ମୁହଁ ଭାବେ ମନ୍ତ୍ରିମଣ୍ଡଳରେ ସାମିଲ କରାଯିବ । ସେହିଭଳି ରାଜ୍ୟରେ ଆଉ ୭ଟି ନୂଆ ଜିଲ୍ଲା ଗଠନକୁ ଅନୁମୋଦନ କରିଛନ୍ତି ମମତା ସରକାର ।

୭ ନୂଆ ଜିଲ୍ଲା ଗଠନ ପରେ ପଶ୍ଚିମବଙ୍ଗର ମୋଟ ଜିଲ୍ଲା ସଂଖ୍ୟା ୩୦କୁ ବୃଦ୍ଧି ପାଇଛି  । ନୂଆ ମାନ୍ୟତା ପାଇଥିବା ୬ ଜିଲ୍ଲାଗୁଡିକ ହେଲା ସୁନ୍ଦରବନ, ଇଚ୍ଛାମତୀ, ରାଣାଘାଟ, ବିଷ୍ଣୁପୁର, ଜାଙ୍ଗିପୁର ଏବଂ ବେହ୍ରମପୁର  । ଅନ୍ୟ ଗୋଟିଏ ଜିଲ୍ଲାର ନାମକରଣ କରାଯାଇନାହିଁ । ତେବେ ବସିରହାଟ ଅଞ୍ଚଳକୁ ନୂଆ ଜିଲ୍ଲା କରାଯାଇ ନାମକରଣ କରାଯିବ ।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିବାକୁ ଆସନ୍ତାକାଲି ଦିଲ୍ଲୀ ଯିବେ ବିଧାୟକ ଟିମ୍

ଭୁବନେଶ୍ୱର: ଆସନ୍ତାକାଲି ୨୬ ଜଣିଆ ବିଧାୟକ ଟିମ୍ ଦିଲ୍ଲୀ ଯିବେ । ଅଗଷ୍ଟ ୩ ତାରିଖ ଅର୍ଥାତ ବୁଧବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ବିଧାୟକ ଦଳ ଭେଟି ସମ୍ବର୍ଦ୍ଧନା ଜଣାଇବେ । ଓଡିଶା ବିଧାନସଭାର ବାଚସ୍ପତି ବିକ୍ରମକେଶରୀ ଆରୁଖଙ୍କ ଅଧ୍ୟକ୍ଷତାରେ ବିଧାୟକମାନେ ଦିଲ୍ଲୀ ଯିବେ । ଏହା ପୂର୍ବରୁ ଏଥିପାଇଁ ବିଧାନସଭାରେ ସଙ୍କଳ୍ପ ପାରିତ ହୋଇଛି ।

୨୬ ଜଣଙ୍କ ମଧ୍ୟରେ ୧୫ ବିଜେଡି ବିଧାୟକ, ୬ ବିଜେପି ବିଧାୟକ ଏବଂ ତିନି କଂଗ୍ରେସ ବିଧାୟକ ସାମିଲ ଅଛନ୍ତି । ଆସନ୍ତାକାଲି ଦିଲ୍ଲୀ ଅଭିମୁଖେ ବାହାରିବେ । ଦେବେ ଭେଟିବା ପୂର୍ବରୁ ସମସ୍ତ ବିଧାୟକଙ୍କ କୋଭିଡ ପରୀକ୍ଷା କରାଯିବାର ସୂଚନା ରହିଛି ।

ଉପବାଚସ୍ପତି ରଜନୀକାନ୍ତ ସିଂ, ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ, ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ, ବିଧାୟକ ସୁଦାମ ମାର୍ଣ୍ଡି, ଦେବୀ ପ୍ରସାଦ ମିଶ୍ର, ସ୍ନେହାଙ୍ଗିନୀ ଛୁରିଆ, ପଦ୍ମିନୀ ଦିଆନ, ନରସିଂହ ମିଶ୍ର, ତାରା ପ୍ରସାଦ ବାହିନୀପତି, ସନ୍ତୋଷ ସିଂ ସାଲୁଜା, ମୋହନ ମାଝୀ, କୁସୁମ ଟେଟେ ପ୍ରମୁଖ ଦିଲ୍ଲୀ ଯିବେ ।

ପେନସନ ବୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ପୂର୍ବତନ ବିଧାୟକ

ଭୁବନେଶ୍ୱର: ପୂର୍ବତନ ବିଧାୟକଙ୍କ ପେନସନ ବୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ୩୦ଜଣ ପୂର୍ବତନ ବିଧାୟକ । ପେନସନ ସହ ଚିକିତ୍ସା ଖର୍ଚ୍ଚ ବୃଦ୍ଧି ପାଇଁ ସେମାନେ ଦାବି କରିଛନ୍ତି । ବିଧାନସଭା ପରିସରରେ ସେମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଦାବି ଜଣାଇଥିଲେ । ପୂର୍ବତନ ବିଧାୟକଙ୍କ ସହ ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ଥିଲେ । ବରିଷ୍ଠ ନେତା ପ୍ରଫୁଲ୍ଲ ସାମଲ ଥିଲେ ମଧ୍ୟ ସାମିଲ । ସକାରାତ୍ମକ ଆଲୋଚନା ହୋଇଥିବା ପୂର୍ବତନ ବିଧାୟକ ସୂଚନା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଏ ସମ୍ପର୍କରେ ଆଲୋଚନା କରି ନିଷ୍ପତ୍ତି ନେବେ ବୋଲି କହିଛନ୍ତି ।

ଆଜିଠୁ ବଦଳିଲା ନିୟମ: ଆୟକର ରିଟର୍ଣ୍ଣ ଉପରେ ଦେବାକୁ ପଡ଼ିବ ଜରିମାନା, ଜଣନ୍ତୁ ଆଉ କ’ଣ ବଦଳିଲା

ନୂଆଦିଲ୍ଲୀ: ଆଜିଠୁ ବଦଳୁଛି କିଛି ନିୟମ ବଦଳିଯାଇଛି । ଆର୍ଥକ ଦେଣନେଣ କ୍ଷେତ୍ରରେ କିଛିଟା ପରିବର୍ତ୍ତନ କରାଯାଇଛି । ଏହାସହ ଆୟକର ରିଟର୍ଣ୍ଣ ଦାଖଲ, ବ୍ୟାଙ୍କ ଅଫ୍ ବରୋଦା ଚେକରେ ଟ୍ରାନଜାକ୍ସନକୁ ନେଇ ଅନେକ ପରିବର୍ତ୍ତନ କରାଯାଇଛି । ସେହିପରି କମର୍ସିଆଲ ଏଲପିଜିରେ ମୂଲ୍ୟ ମଧ୍ୟ ହ୍ରାସ କରାଯାଇଛି । ବ୍ୟାଙ୍କ ଅଫ୍ ବରୋଦା ଗ୍ରାହକମାନଙ୍କୁ ଚେକ୍ ପେମେଣ୍ଟ ପୂର୍ବରୁ ପଜିଟିଭ ପେ’ ସିଷ୍ଟମ ପାଳନ କରିବାକୁ ହେବ ।

୫ଲକ୍ଷରୁ ଅଧିକ ଟଙ୍କାର ଚେକ୍ ପେମେଣ୍ଟ ପୂର୍ବରୁ ଗ୍ରାହକଙ୍କୁ ବ୍ୟାଙ୍କ ସମ୍ପର୍କିତ ତଥ୍ୟ ଡିଜିଟାଲ ମାଧ୍ୟମରେ ବ୍ୟାଙ୍କକୁ ଦେବାକୁ ପଡ଼ିବ । ଏସଏଏସ୍, ଏଟିଏମ୍, ଇଣ୍ଟରନେଟ ବ୍ୟାଙ୍କିଂ ବା ମୋବାଇଲ ବ୍ୟାଙ୍କିଂ ଯୋଗେ ଗ୍ରାହକଙ୍କୁ ଚେକ୍ ଗ୍ରହିତାଙ୍କ ନାମ, ଆକାଉଣ୍ଟ ନମ୍ବର, ଆମାଉଣ୍ଟ, ଚେକ୍ ନମ୍ବର ଆଦି ବ୍ୟାଙ୍କକୁ ଦେବାକୁ ହେବ । ଏହି ସିଷ୍ଟମକୁ ପଜିଟିଭ ପେ’ ସିଷ୍ଟମ କୁହାଯାଉଛି । ସେହିପରି ଗତକାଲି ଆୟକର ରିଟର୍ଣ୍ଣର ଶେଷ ତାରିଖ ଥିବାରୁ ଆଜିଠାରୁ ITR ଫାଇଲିଂ ପାଇଁ ଜରିମାନା ଦେବାକୁ ପଡ଼ିବ ।

ବାର୍ଷିକ ୫ଲକ୍ଷରୁ ଊର୍ଦ୍ଧ୍ବ ଆୟ ଥିଲେ ୫ହଜାର ଟଙ୍କା ଜରିମାନା ଦେଇ ଆୟକର ରିଟର୍ଣ୍ଣ ଦେବାକୁ ପଡ଼ିବ । ସେହିପରି ୫ଲକ୍ଷରୁ କମ୍ ଆୟ ଥିଲେ ଏକ ହଜାର ଟଙ୍କା ପ୍ୟାନେଲଟି ଦେଇ ଆୟକର ରିଟର୍ଣ୍ଣ ଦେଇପାରିବେ । ସେହିପରି ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କର ଡୋରଷ୍ଟେପ୍ ବ୍ୟାଙ୍କିଂ ସୁବିଧା ପାଇଁ ଶୁଳ୍କ ଦେବାକୁ ହେବ । ପ୍ରତି ସେବା ପାଇଁ ୨୦ ଟଙ୍କା ସହ ଜିଏସଟି ଦେବାକୁ ହେବ ।

ସେହିପରି ପିଏମ୍ କିଷାନ ନିଧି ଯୋଜନାରେ କେଓ୍ବାଇସି ପାଇଁ ଜୁଲାଇ ୩୧ ଶେଷ ତାରିଖ ଥିଲା । KYC ଅପଡେଟ କରି ନଥିବା ଚାଷୀଙ୍କୁ ଏହି ଯୋଜନାରେ ୧୨ତମ କିସ୍ତି ଟଙ୍କା ମିଳିବ ନାହିଁ । ଆଜିଠାରୁ ୧୯ କେଜିର କମର୍ସିଆଲ ଏଲପିଜି ସିଲିଣ୍ଡର ଶସ୍ତା ହୋଇଯାଇଛି । ଇଣ୍ଡିଆନ ଅଏଲ ମୂଲ୍ୟରେ ୩୬ ଟଙ୍କା ହ୍ରାସ କରିଛି । ଏବେ ଦିଲ୍ଲୀରେ ଏହା ୧୯୭୬.୫୦ ଟଙ୍କାରେ ଉପଲବ୍ଧ ହେବ । ଗତ ମାସରେ ଏହା ମୂଲ୍ୟ ୨୦୧୨.୫୦ ଟଙ୍କା ଥିଲା ।

ବିଧାନସଭା ଆରମ୍ଭରୁ ହଟ୍ଟଗୋଳ, ସାଢ଼େ ୧୧ଟା ପର୍ଯ୍ୟନ୍ତ ମୁଲତବି

ଭୁବନେଶ୍ୱର:  ବିଧାନସଭା ଆରମ୍ଭରୁ ହଟ୍ଟଗୋଳ । ଭିନ୍ନ ଭିନ୍ନ ପ୍ରସଙ୍ଗକୁ ନେଇ ପ୍ରଶ୍ନକାଳରେ ବିରୋଧୀ ବିଜେପି ଓ କଂଗ୍ରେସ ବିଧାୟକ କରିଛନ୍ତି ନାରାବାଜି । ଅଚଳାବସ୍ଥା ଲାଗି ରହିବାରୁ ଗୃହକୁ ଦିନ ସାଢ଼େ ୧୧ଟା ପର୍ଯ୍ୟନ୍ତ ମୁଳତବି କରିଛନ୍ତି ବାଚସ୍ପତି ବିକ୍ରମ କେଶରୀ ଆରୁଖ । ଅନ୍ୟପଟେ ଆସନ୍ତାକାଲି ୨୬ ଜଣିଆ ବିଧାୟକ ଟିମ୍ ଦିଲ୍ଲୀ ଯିବେ । ବୁଧବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ବିଧାୟକ ଦଳ ଭେଟି ସମ୍ବର୍ଦ୍ଧନା ଜଣାଇବେ । ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ବିଧାୟକମାନେ ଦିଲ୍ଲୀ ଯିବେ । ଏହା ପୂର୍ବରୁ ମିଳିତ ସଙ୍କଳ୍ପ ପାରିତ ହୋଇଛି ।

ଗୃହ ପୁଣିଥରେ ସ୍ୱାଭିବିକ ହେବା ପରେ ପ୍ରଶ୍ନକାଳ ଜାରି ରହିବ । ବିଧାନସଭାର ମୌସୁମୀ ଅଧିବେଶନରେ ଆଜି ସ୍ବରାଷ୍ଟ୍ର, ଅର୍ଥ, ନିର୍ମାଣ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର, ଖଣି ଓ ଇସ୍ପାତ, ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗର ପ୍ରଶ୍ନକାଳ ରହିଛି । ବିଧାୟକମାନେ ଭିନ୍ନ ପ୍ରଶ୍ନ ପଚାରି ପାରିବେ । ଶୂନ୍ୟକାଳରେ ଗୃହରେ ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉଠିବା ଆଶଙ୍କା କରାଯାଉଛି । ସେହିପରି ଆଜି ଲୋକାୟୁକ୍ତ ଓଡ଼ିଶା ୨୦୨୧ର ରିପୋର୍ଟ ଉପସ୍ଥାପନ ହେବ । ସେହିପରି ବିଭିନ୍ନ ବିଭାଗର ଗୁରୁତ୍ବପୂର୍ଣ୍ଣ ରିପୋର୍ଟ ଉପସ୍ଥାପନ ହେବ ।

ଆତ୍ମରକ୍ଷା ପାଇଁ ବଲିଉଡ ମେଗାଷ୍ଟାର ସଲମାନ ଖାନଙ୍କୁ ବନ୍ଧୁକ ଲାଇସେନ୍ସ

ମୁମ୍ବାଇ: ବଲିଉଡର ମେଗା ଷ୍ଟାର ସଲମାନ ଖାନଙ୍କୁ ବନ୍ଧୁକ ଲାଇସେନ୍ସ । ଜୀବନ ପ୍ରତି ବିପଦ ଥିବାରୁ ବନ୍ଧୁକ ପାଇଁ ଲାଇସେନ୍ସ ଆବେଦନ କରିଥିଲେ ବଲିଉଡ ଅଭିନେତା ସଲମାନ ଖାନ । ଯାଞ୍ଚ ଓ ନିରୀକ୍ଷଣ ପରେ ମୁମ୍ବାଇ ପୋଲିସ ଭାଇଜାନ୍ଙ୍କୁ ଏହି ଲାଇସେନ୍ସ ପ୍ରଦାନ କରିଛି । ବାପା ସଲିମ ଖାଁ ଓ ସଲମାନଙ୍କୁ ହତ୍ୟା ଧମକ ମିଳିବା ପରେ ସୁରକ୍ଷା ଲାଗି ମୁମ୍ବାଇ ପୋଲିସ ନିକଟରେ ଗନ୍ ଲାଇସେନ୍ସ ପାଇଁ ସେ ଆବେଦନ କରିଥିଲେ । ମୁମ୍ବାଇ ପୋଲିସ କମିଶନରଙ୍କୁ ସାକ୍ଷାତ କରିବା ସହ ଧମକପୂର୍ଣ୍ଣ ଚିଠି ସମ୍ପର୍କରେ ମଧ୍ୟ ଅବଗତ କରାଇଥିଲେ ।

ଗତମାସରେ ସଲମାନଙ୍କୁ ଏକ ଧମକପୂର୍ଣ୍ଣ ଚିଠି ମିଳିଥିଲା । ପଞ୍ଜାବୀ ସିଙ୍ଗର ସିଦ୍ଧୁ ମୋସେଓ୍ବାଲାଙ୍କ ପରି ତାଙ୍କର ବି ସମାନ ଦଶା ହେବ ବୋଲି ଚିଠିରେ ଉଲ୍ଲେଖ ରହିଥିଲା । ଏହାପରେ ସଲମାନଙ୍କ ସୁରକ୍ଷା ବଢ଼ାଯାଇଥିଲା । ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ପକ୍ଷରୁ ଏହି ଧମକପୂର୍ଣ୍ଣ ପତ୍ର ଲେଖାଯାଇଥିଲା ବୋଲି ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି । ସଲମାନ ମଧ୍ୟ ସୁରକ୍ଷାକୁ ଅଧିକ ଗୁରୁତ୍ୱ ଦେଇଛନ୍ତି । ବନ୍ଧୁକ ଲାଇସେନ୍ସ ସହ ବୁଲେଟପ୍ରୁଫ ଲ୍ୟାଣ୍ଡ କ୍ରୁଜର ଗାଡି ମଧ୍ୟ କିଣିଛନ୍ତି ।