୩ ଦଳର ନେତା ଓ କର୍ମୀଙ୍କ ପ୍ରଚାରରେ କମ୍ପୁଛି ଧାମନଗର ମଇଦାନ, ବିଭିନ୍ନ ଜୋନରେ ବାଇକ ରାଲି

ଭଦ୍ରକ: ଜମୁଛି ଧାମନଗର ଉପନିର୍ବାଚନ ପ୍ରଚାର । ୩ ଦଳର ନେତା ଓ କର୍ମୀଙ୍କ ପ୍ରଚାରରେ କମ୍ପୁଛି ମଇଦାନ । ବିଜେଡି ବିଜେପି ମଧ୍ୟରେ ଚାଲିଛି କଡା ମୁକାବିଲା । ବିଭିନ୍ନ ଜୋନରେ ବାଇକ ରାଲି ସହ ସଭା ଯାତ୍ରା କରାଯାଉଛି । ବଜେଡିର ହେଭିଓ୍ବେଟ ନେତା ପ୍ରାର୍ଥୀ ଅବନ୍ତୀ ଦାସଙ୍କ ପାଇଁ ଘର ଘର ଯାଇ ଭୋଟ ମାଗୁଛନ୍ତି । ଆଜି ତିହିଡି ଜୋନରେ ପ୍ରଚାର କରୁଛନ୍ତି ଅବନ୍ତୀ ଦାସ ।

ରୋଡ ଶୋ ଅଚକ, ନନ୍ଦପୁର, ଗୁଆମାଳ ଦେଇ ଯିବା ପରେ ପଥପ୍ରାନ୍ତ ସଭା କରାଯିବ । ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରଣବ ବଳବନ୍ତରାୟ, ସ୍ନେହାଙ୍ଗିନୀ ଛୁରିଆ, ବାସୁଦେବପୁର ବିଧାୟକ ବିଷ୍ଣୁବ୍ରତ ରାଉତରାୟଙ୍କ ସହ ବହୁ ବରିଷ୍ଠ ନେତା ସାମିଲ ହୋଇଛନ୍ତି । ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ନେଇ ଲୋକଙ୍କ ନିକଟରେ ପହଞ୍ଚୁଛି ଦଳ । ସେହିପରି ବିଜେପି ମଧ୍ୟ ସମସ୍ତ ରଣନୀତି ପ୍ରସ୍ତୁତ କରି ଗଡ଼ ବଞ୍ଚାଇବାକୁ ଚେଷ୍ଟା ଚଳାଇଛି । କଂଗ୍ରେସ ପ୍ରାର୍ଥୀ ବାବା ହରେକୃଷ୍ଣ ସେଠୀ ମଧ୍ୟ ଭୋଟ ପାଇଁ ଲୋକଙ୍କ ନିକଟରେ ପହଞ୍ଚୁଛନ୍ତି ।