ଧାମରାରେ ବୁଡିଲା ମାଛଧରା ଟ୍ରଲର, ଅଳ୍ପକେ ବର୍ତ୍ତିଲେ ୭ ମତ୍ସଜୀବୀ

ଧାମରା: ଗଭୀର ସମୁଦ୍ରରେ ବୁଡିଲା ମାଛଧରା ଟ୍ରଲର। ଅଳ୍ପକେ ବର୍ତ୍ତିଗଲା ୭ ମତ୍ସ୍ୟଜୀବୀଙ୍କ ଜୀବନ । ଧାମରା ଗଭୀର ସମୁଦ୍ର ମଝିରେ ବୁଡ଼ିଯାଉଥିବା ଏକ ମାଛଧରା ଟ୍ରଲରକୁ ଧାମରା ବନ୍ଦର କର୍ମଚାରୀ ଉଦ୍ଧାର କରିଛନ୍ତି । ଟ୍ରଲରରେ ୭ ଜଣ ମତ୍ସ୍ୟଜୀବୀ ଥିବା ବେଳେ ସମସ୍ତେ ସୁରକ୍ଷିତ ଅଛନ୍ତି । ସେମାନେ ହେଲେ ରାଜୁ ଜେନା, ରଜନୀକାନ୍ତ, ସନ୍ଦିପ ସିଂ, ହରୁନ ଅଲ୍ଲୀ ଖାନ, ସୁବାସ ମଣ୍ଡଳ, ଏସ୍କେ ଦର୍ଦୁଲ, ନନ୍ଦଲାଲ ଗୁଡ଼ିଆ ।

ଗତକାଲି ଗଭୀର ସମୁଦ୍ରରେ ‘ଗୁଲବାହାର’ନାମକ ଏକ ମାଛଧରା ଟ୍ରଲରର ମୁଖ୍ୟ ଇଞ୍ଜିନ ଖରାପ ହୋଇଯିବା ଓ ସି ଟେଷ୍ଟ ପାଇପ୍ ଫାଟିଯିବାରୁ ପାଣି ପଶିବା ଆରମ୍ଭ ହୋଇଥିଲା । ପରେ ଧିରେ ଧିରେ ଟ୍ରଲର ବୁଡ଼ିଯାଇଥିଲା ।