ଭୁବନେଶ୍ୱର: ଏଣିକି ଗାଡ଼ିରେ ଲାଗିବ ପ୍ୟାନିକ ବଟନ ଓ ଟ୍ରାକିଂ ଡିଭାଇସ୍ । ଗାଡ଼ିର ବେଗ ଠାରୁ ଆରମ୍ଭ କରି ସବୁ କିଛି ଜାଣି ହେବ। ଭୁବନେଶ୍ବରରେ ରହିବ କମାଣ୍ଡ କଣ୍ଟ୍ରୋଲ ରୁମ୍ । ତିନି ଚକିଆ ଯାନକୁ ଛାଡ଼ି ଅନ୍ୟ ସମସ୍ତ ଯାତ୍ରୀବାହୀ ଓ ମାଲବାହୀ ଗାଡ଼ି ପାଇଁ ଲାଗୁ ହେବ ବ୍ୟବସ୍ଥା। ଗାଡ଼ିର ସମସ୍ତ ଗତିବିଧି ଜାଣିହେବ ଏହାସହ ଗନ୍ତବ୍ୟସ୍ଥଳରେ ଗାଡ଼ି ପହଞ୍ଚିଛି କି ନାହିଁ ତାହା ମଧ୍ୟ ଜାଣିହେବ। ଏନେଇ ପରିବହନ ବିଭାଗ ନୂଆ ଗାଇଡଲାଇନ୍ ଜାରି କରିଛି।
ଗଞ୍ଜେଇ ଖୋଜୁ ଖୋଜୁ ମିଳିଲା କୁଇଣ୍ଟାଲରୁ ଅଧିକ ରୂପା ଇଟା
କଟକ: କଟକ ଟାଙ୍ଗୀରୁ ବିପୁଳ ପରିମାଣରେ ରୂପା ଇଟା ଜବତ । ଟାଙ୍ଗୀ ଟୋଲଗେଟ୍ ନିକଟରେ ଅବକାରୀ ଗୁଇନ୍ଦା ବିଭାଗ ଗଞ୍ଜେଇ ଚୋରା ଚାଲାଣ ସଂପର୍କରେ ଖବର ପାଇ ଚଢ଼ାଉ କରିଥିଲା। ତେବେ ଖୋଳତାଡ଼ ବେଳେ କୁଇଣ୍ଟାଲେରୁ ଅଧିକ ରୂପା ଇଟା ଓ ଅଳଙ୍କାର ଜବତ ହୋଇଛି।
କାଗଜରେ ଗୁଡାଇ ରୁପା ଇଟା ଗୁଡ଼ିକୁ ପ୍ୟାକ୍ କରାଯାଇଥିଲା। ଗାଡ଼ିର ସିଟ୍ ତଳେ ଥାକ କରି ରଖାଯାଇଥିଲା। ଗୋଟେ ରୁପା ଇଟାର ଓଜନ ପ୍ରାୟ ୧୦କେଜିରୁ ଅଧିକ ହେବ। ରୁପା ଇଟା ଚାଲାଣ ଅଭିଯୋଗରେ ଡ୍ରାଇଭର ଦିଲ୍ଲୀପ ମଣ୍ଡଳ ଓ ଜଣେ ସହଯୋଗୀଙ୍କୁ ଅଟକ ରଖାଯାଇଛି। ଆସିକାରୁ ଖଡ଼ଗପୁର ଚାଲାଣ ବେଳେ କଟକରେ ରୁପା ଇଟା ଓ ରୁପା ଅଳଙ୍କାର ଜବତ ହୋଇଛି। ସେହିପରି ଚଢ଼ାଉ ବେଳେ ୧୦ ଲକ୍ଷରୁ ଅଧିକ ଟଙ୍କା ମଧ୍ୟ ଜବତ ହୋଇଛି। ରାକେଟ୍ ପଛରେ ଆଉ କିଏ? କେତେବାଟ ଲମ୍ବିଛି ଚେର? ସେନେଇ ତଦନ୍ତ ଆରମ୍ଭ ହୋଇଛି ।
ମନ୍ତ୍ରୀ ଦେଲେ ସମ୍ପତ୍ତି ତାଲିକା, ୧୫ ସୁଦ୍ଧା ତାଲିକା ଦେବାକୁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ମନ୍ତ୍ରୀ ଦେଲେ ସମ୍ପତ୍ତି ତାଲିକା । ସେପଟେମ୍ବର ୧୫ ସୁଦ୍ଧା ସମ୍ପତ୍ତି ତାଲିକା ପ୍ରଦାନ ପାଇଁ ନିର୍ଦ୍ଦେଶ ରହିଥିଲା । ସେହି ଅନୁସାରେ ମନ୍ତ୍ରୀ ମାନେ ସମ୍ପତ୍ତି ତାଲିକା ପ୍ରଦାନ କରିଛନ୍ତି । ପର୍ଯ୍ୟଟନ ମନ୍ତ୍ରୀ ଅଶ୍ବିନୀ ପାତ୍ର କହିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁସାରେ ସମ୍ପତ୍ତି ତାଲିକା ଦାଖଲ କରିଛୁ । ଆଗକୁ ରିପୋର୍ଟ କାର୍ଡ ପ୍ରସ୍ତୁତ କରିଛୁ । ଶୀଘ୍ର ଦାଖଲ କରିବୁ । ମନ୍ତ୍ରୀମାନେ କିଭଳି ନିଜ ବିଭାଗକୁ କ୍ରୀୟାଶୀଳ କରିଛନ୍ତି । ସେନେଇ ପ୍ରତ୍ୟେକ ମନ୍ତ୍ରୀ ରିପୋର୍ଟ କାର୍ଡ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ସେହି ଅନୁସାରେ ନିଜ ନିଜ ବିଭାଗର ଅଗ୍ରଗତି, ଅଧପନ୍ତରିଆ କାମ ଓ ଆଗାମୀ ଦିନରେ ବିଭାଗ କଣ କରିବାକୁ ଯାଉଛି, ତାହା ରିପୋର୍ଟ କାର୍ଡରେ ଦର୍ଶାଇଥାନ୍ତି ମନ୍ତ୍ରୀ ।
ଟେରର ଲିଙ୍କରେ NIAର ବଡ଼ ଆକ୍ସନ; ୧୦ରୁ ଅଧିକ ରାଜ୍ୟରେ ରେଡ୍, ୧୦୦ ଗିରଫ
ନୂଆଦିଲ୍ଲୀ: ଟେରର ଲିଙ୍କରେ NIAର ବଡ଼ ଆକ୍ସନ । PFI ଉପରେ NIAର ଅପରେସନ ମିଡନାଇଟ । ରାତି ୧ଟାରୁ ସକାଳ ଯାଏଁ ମାରାଥନ ରେଡ୍। ଆତଙ୍କୀ କନେକ୍ସନ ଓ ବିଦେଶୀ ଫଣ୍ଡିଂ ଲିଙ୍କରେ ଚଢ଼ାଉ କରିଛି NIA ଓ ED । ୧୦ରୁ ଅଧିକ ରାଜ୍ୟର ୧୦୦ ସ୍ଥାନରେ ରେଡ୍ କରାଯାଇଛି। PFI ସହ ସମ୍ପୃକ୍ତ ପ୍ରାୟ ଶହେ ଜଣଙ୍କୁ ଗିରଫ କରାଯାଇଛି । ପିଏଫଆଇର ରାଷ୍ଟ୍ରୀୟ ଅଧ୍ୟକ୍ଷ ଓମା ସଲାମ ଓ ଦିଲ୍ଲୀ ଅଧ୍ୟକ୍ଷ ପରବେଜ ଅହମ୍ମଦଙ୍କୁ ମଧ୍ୟ ପୋଲିସ ଗିରଫ କରିଛି।
ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା, କେରଳ, କର୍ଣ୍ଣାଟକ, ଉତ୍ତରପ୍ରଦେଶ, ତାମିଲନାଡୁ, ଆସାମ, ରାଜସ୍ଥାନ ଓ ଅନ୍ୟ ରାଜ୍ୟରେ ଚଢ଼ାଉ କରିଛି ଟିମ୍ । ୨୦୦ଶହରୁ ଅଧିକ NIA ମେମ୍ବର ଏହି ରେଡରେ ସାମିଲ ହୋଇଛନ୍ତି । ଏନଆଇଏ ରେଡକୁ ବିରୋଧ କରି କର୍ଣ୍ଣାଟକରେ ବିରୋଧ ପ୍ରଦର୍ଶନ କରୁଥିବା PFI ଓ SDPI କର୍ମୀଙ୍କୁ ମଧ୍ୟ ପୋଲିସ ଗିରଫ କରିଛି। କେରଳରୁ ୨୨ଜଣ ଗିରଫ ହୋଇଥିବା ବେଳେ କର୍ଣ୍ଣାଟକରୁ ୨୦ଜଣ, ତାମିଲନାଡୁରୁ ୧୦, ମହାରାଷ୍ଟ୍ରରୁ ୨୦, ଆସାମରୁ ୯ଜଣଙ୍କୁ ଗିରଫ କରାଯାଇଛି । ସେହିପରି ଦିଲ୍ଲୀରୁ ୩, ୟୁପିରୁ ୮, ପୁଡୁଚେରୀରୁ ୩, ମଧ୍ୟପ୍ରଦେଶରୁ ୪, ରାଜସ୍ଥାନରୁ ୨ଜଣଙ୍କୁ ଗିରଫ କରାଯାଛି । ଏବେ ବି ଅନେକ ରାଜ୍ୟରେ ରେଡ୍ ଜାରି ରହିଛି । ତଦନ୍ତକାରୀ ସଂସ୍ଥା ଆତଙ୍କବାଦ ଲିଙ୍କ ମାମଲାରେ ହୋଇଥିବା ଗିରଫଦାରୀରୁ କେତେଜଣଙ୍କୁ ଦିଲ୍ଲୀ ଆଣି ଜେରା କରିପାରେ । ବିଭିନ୍ନ ରାଜ୍ୟରେ ରେଡ୍ ବେଳେ ଜୋରଦାର ବିରୋଧ ପ୍ରଦର୍ଶନ କରାଯାଇଥିବା ବେଳେ ଦିଲ୍ଲୀରେ ଏନଆଇଏ ହେଡକ୍ବାର୍ଟରର ସୁରକ୍ଷା ବଢ଼ାଇ ଦିଆଯାଇଛି ।
ଗଛରେ ପିଟିହେଲା ସ୍କୁଲ ବସ୍, ଅଳ୍ପକେ ବର୍ତ୍ତିଲେ ୩୦ ପିଲା।
କଟକ: କଟକ ସିଡିଏ- ୧୧ ଅଞ୍ଚଳରେ ସ୍କୁଲ୍ ବସ୍ ଦୁର୍ଘଟଣାଗ୍ରସ୍ତ। ଅଳ୍ପକେ ବର୍ତ୍ତିଲେ ୩୦ ପିଲା। ଏକ ଘରୋଇ ସ୍କୁଲ୍ ବସ୍ ଡିଭାଇଡରରେ ପିଟି ହୋଇ ଗଛ ଭିତରକୁ ପଶିଯାଇଛି। ବସ୍ରେ ଥିବା ସମସ୍ତ ଛାତ୍ରଛାତ୍ରୀ ସୁରକ୍ଷିତ ଥିବା ଜଣାପଡ଼ିଛି।
ଡେଙ୍ଗୁ ହଟସ୍ପଟ ପାଲଟିଛି ଭୁବନେଶ୍ୱର; ପୁଣି ଚିହ୍ନଟ ହେଲେ ୪୮ ରୋଗୀ
ଭୁବନେଶ୍ବର: ଭୁବନେଶ୍ବରରୁ ପୁଣି ଚିହ୍ନଟ ହେଲେ ୪୮ନୁଆ ଡେଙ୍ଗୁ ରୋଗୀ । ଗତ ୨୪ଘଣ୍ଟାରେ ୧୭୩ଜଣଙ୍କ ନମୁନା ସଂଗ୍ରହ କରି ପରୀକ୍ଷା କରାଯାଇଥିବା ବେଳେ ୪୮ଟି ପଜିଟିଭ ଓ ୧୨୫ଟି ନେଗେଟିଭ ଥିବା ଜଣାପଡିଛି । ଫଳରେ ଭୁବନେଶ୍ବରର ମୋଟ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୨୦୫୯କୁ ବୃଦ୍ଧି ପାଇଥିବା ବେଳେ ୫୮ଜଣ ଡେଙ୍ଗୁ ରୋଗୀଙ୍କ ପରିଚୟ ମିଳିନଥିବା ସରକାରୀ ରିପୋର୍ଟରୁ ଜଣାପଡିଛି ।
ଅଗଷ୍ଟ ମାସରେ ୭୬୩ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ବେଳେ ସେପ୍ଟେମ୍ବର ମାସରେ ବର୍ତ୍ତମାନ ସୁଦ୍ଧା ୧୦୦୩ଜଣ ଡେଭ୍ଗୁ ରୋଗୀ ଚିହ୍ନଟ ହୋଇସାରିଛନ୍ତି । ନିଳାଦ୍ରୀବିହାରରୁ ସର୍ବାଧିକ ୩୦୬ଜଣ, ନୟାପଲ୍ଲୀରୁ ୨୧୬, ୟୁନିଟ-୯ରୁ ୧୪୭, ଆଇଆରସି ଭିଲେଜ ଅଞ୍ଚଳରୁ ୧୬୦ ଓ ଜୟଦେବ ବିହାରରୁ ୭୭ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ସେହିଭଳି ଭୁବନେଶ୍ବର ଉପକଣ୍ଠରୁ ମଧ୍ୟ ୫ଶହରୁ ଅଧିକ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ବର୍ଷାଦିନ ଥିବାରୁ ମଶାଧୂଆଁ ଛାଡିବା ସମ୍ଭବପର ହେଉନଥିଲେ ହେଁ ବିଏମସି ପକ୍ଷରୁ ନିୟମିତ ବୁସକଟିଂ ଓ ସାପ୍ତାହିକ ଦୁଇ ଦିନ ଡ୍ରାଏ ଡେ ପାଳନ ସହ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଜାରି ରହିଛି। ଗତବର୍ଷ ତୁଳନାରେ ଚଳିତ ବର୍ଷର ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ଯଥେଷ୍ଟ କମ ରହିଛି । ବର୍ତ୍ତମାନ ଟେଷ୍ଟିଂ ପଜିଟିଭ ରେଟ ଶତକଡା ୬୦ପ୍ରତିଶତରୁ ହ୍ରାସ ପାଇ ୩୦ପ୍ରତିଶତକୁ ଆସିଛି । ଏଣୁ ଲୋକେ ଆତଙ୍କିତ ନହୋଇ ମଶା ବଂଶ ଲୋପ ଦିଗରେ ଯତ୍ନବାନ ହେଲେ ଡେଙ୍ଗୁକୁ ରୋକାଯାଇପାରିବ ବୋଲି ବିଏମସି ପକ୍ଷରୁ ପରାମର୍ଶ ଦିଆଯାଇଛି ।
ଏଆଇସିସି ସଭାପତି ନିର୍ବାଚନ ରେସ୍, ଆଜି ବିଜ୍ଞପ୍ତି ଜାରି କରିବ କଂଗ୍ରେସ
ନୂଆଦିଲ୍ଲୀ: ଏଆଇସିସି ସଭାପତି ନିର୍ବାଚନ ରେସ୍ । ଆଜି କଂଗ୍ରେସ ପକ୍ଷରୁ ପ୍ରକାଶ ପାଇବ ବିଧିବଦ୍ଧ ବିଜ୍ଞପ୍ତି । ବିଜ୍ଞପ୍ତି ଜାରି ପରେ ଆସନ୍ତା ୨୪ରୁ ୩୦ ତାରିଖ ଯାଏ ଚାଲିବ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା । ୧ ଅକ୍ଟୋବରରେ ପ୍ରାର୍ଥିପତ୍ର ଯାଞ୍ଚ ହେବ । ୮ ଅକ୍ଟୋବର ପ୍ରାର୍ଥିପତ୍ର ପ୍ରତ୍ୟାହାର ତାରିଖ ରଖାଯାଇଥିବା ବେଳେ, ୧୭ ଅକ୍ଟୋବରରେ ହେବ ନିର୍ବାଚନ । ୧୯ ଅକ୍ଟୋବରରେ ଘୋଷିତ ହେବ ଫଳାଫଳ । ସେପଟେ କିଏ ହେବେ କଂଗ୍ରେସର ପରବର୍ତ୍ତୀ ଅଧ୍ଯକ୍ଷ ତାହାକୁ ନେଇ ଜାରି ରହିଛି ସସପେନ୍ ।
ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ସର୍ବାଗ୍ରେ ଥିବା ବେଳେ, ଦିଗବିଜୟ ସିଂ ବି ନିର୍ବାଚନ ଲଢିବା ନେଇ ମିଳିଛି ସୂଚନା । ପ୍ରଥମେ ଶଶୀ ଥରୁର କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧିଙ୍କଠାରୁ ଗ୍ରୀନ ସିଗନାଲ ପାଇଥିବା ଚର୍ଚ୍ଚା ହୋଇଥିଲେ । ତେଣେ ସଚିନ ପାଇଲଟଙ୍କ ସ୍ଥିତି କୁଆଡକୁ ଯାଉଛି ତାହାକୁ ନେଇ ବଢୁଛି ସସପେନ୍ସ । ବର୍ତ୍ତମାନର ରାଜନୀତି କହୁଛି ଯୁବନେତା ସଚିନ ପାଇଲଟଙ୍କୁ ମୁଖ୍ୟମନ୍ତ୍ରୀ କରିବା ସପକ୍ଷରେ ନାହାନ୍ତି ଗେହଲଟ ।
ଏଣିକି ଓଡ଼ିଆ ଭାଷାରେ ବି ହେବ ଓସିଏସ୍ ପରୀକ୍ଷା
ଭୁନେଶ୍ୱର: ବଢ଼ିବ ଓଡ଼ିଆ ପିଲାଙ୍କ ଆତ୍ମବିଶ୍ବାସ । ଏଣିକି ଓଡ଼ିଆ ଭାଷାରେ ବି ହେବ ଓସିଏସ୍ ପରୀକ୍ଷା । ଓଡ଼ିଆରେ ପ୍ରିଲିମ୍, ମେନ୍ ଓ ଇଣ୍ଟରଭ୍ୟୁ ହେବ । ୟୁପିଏସସି ପରି ଓପିଏସସି କରିବ ଚୟନ ପରୀକ୍ଷା । ପ୍ରଶ୍ନ ଓଡ଼ିଆ ଓ ଇଂରାଜୀ ଭାଷାରେ ପ୍ରସ୍ତୁତ ହେବ । ପରୀକ୍ଷାର୍ଥୀ ଉଭୟ ଇଂରାଜୀ ଓ ଓଡ଼ିଆ ଭାଷାରେ ପରୀକ୍ଷା ଦେଇପାରିବେ। ୟୁପିଏସସି ଢାଞ୍ଚାରେ ହିଁ ସମସ୍ତ ପରୀକ୍ଷା ଆୟୋଜନ ହେବ।
ସରକାରୀ ସ୍ତରରେ ଏନେଇ ନିଷ୍ପତ୍ତି ହୋଇଛି । ସାଦାରଣ ପ୍ରଶାସନ ବିକଭାଗ ପକ୍ଷରୁ ଓପିଏସସିକୁ ମଧ୍ୟ ମାର୍ଗଦର୍ଶିକା ଜାରି ହୋଇଛି । ମାର୍ଗଦର୍ଶିକା ଅନୁସାରେ, ମେନ୍ ପରୀକ୍ଷା ଡାଞ୍ଚାରେ ବି ପରିବର୍ତ୍ତନ ହେବ । ଇଂରାଜୀରେ ରଚନା ୨ଶହ ମାର୍କର ହେବାକୁ ଥିବା ବେଳେ ୪ଟି ପେପରରେ ସାଧାରଣ ଜ୍ଞାନ ବିଭାଗର ପରୀକ୍ଷା ହେବ । ୩ଶହ ଲେଖାଏ ୪ଟି ସାଧାରଣ ଜ୍ଞାନ ବିଷୟକୁ ମୋଟ୍ ୬ଶହ ମାର୍କର ପରୀକ୍ଷା ହେବ । ମେନ୍ ପରୀକ୍ଷା ସମୁଦାୟ ୨ହଜାର ସହ ସାକ୍ଷାତକାର ୨୫୦ ମାର୍କ ସମ୍ବଳିତ ହେବ । ସେହିପରି ମେନ୍ର ବିଭିନ୍ନ ବିଷୟର ପ୍ରଶ୍ନ ପାଇଁ ଓଡ଼ିଆରେ ଉତ୍ତର ଲେଖା ଯାଇପାରିବ । ଯାହାକି ପୂର୍ବରୁ ଓଡ଼ିଆ ଭାଷାକୁ ବାଦ୍ ଦେଲେ ଅନ୍ୟ ବିଷୟରେ ଛାତ୍ରଛାତ୍ରୀଙ୍କ ପାଇଁ ଉପଲବ୍ଧ ନଥିଲା । ପୂର୍ବରୁ ଓଡ଼ିଆରେ ଓଏଏସ୍ ପରୀକ୍ଷା ଆୟୋଜନ ପାଇଁ ଦାବି ହୋଇଆସୁଥିଲା।
ଆଜି ରାଜ୍ୟ କ୍ୟାବିନେଟ୍ ବୈଠକ, ୧୦ଟି ପ୍ରସ୍ତାବ ଉପରେ ବାଜିପାରେ ମୋହର
ଭିବନେଶ୍ୱର: ଆଜି ରାଜ୍ୟ କ୍ୟାବିନେଟ୍ ବୈଠକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ କ୍ୟାବିନେଟ୍ ବୈଠକ । ଅପରାହ୍ନ ସାଢ଼େ ୫ଟାରେ ବୈଠକ ବସିବ। ଏଥିରେ ୧୦ଟି ପ୍ରସ୍ତାବ ଉପରେ ବାଜିପାରେ ମୋହର। ପଞ୍ଚାୟତିରାଜ ଓ ପାନୀୟଜଳ, ଅର୍ଥ, ସାଧାରଣ ପ୍ରଶାସନ, ଯୋଗାଣ ଓ ସମବାୟ ଆଦି ବିଭାଗର ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବକୁ ମିଳିପାରେ ମଞ୍ଜୁରୀ।
ନିର୍ବାଚନ ଲଢିବାକୁ ଇଚ୍ଛା କରୁନାହାନ୍ତି କଂଗ୍ରେସର ହେଭିୱେଟ୍; ଘାରିଛିକି ପରାଜୟର ଭୟ?
ଭୁବନେଶ୍ୱର: ଆର ୟା ପାର ଲଢେଇ । ରାଜ୍ୟ କଂଗ୍ରେସ ପାଇଁ ୨୦୨୪ ହେବ ନିର୍ଣ୍ଣାୟକ। ଭାରତ ଯୋଡ଼ୋ କାର୍ଯ୍ୟକ୍ରମ ଜରିଆରେ କଂଗ୍ରେସ ଲୋକଙ୍କ ବିଶ୍ୱାସ ଜିଣିବାକୁ ଜୋରଦାର ପ୍ରୟାସ କରୁଛି। ହେଲେ ଲଢ଼େଇ ପୂର୍ବରୁ ଦଳର ଅଭିଜ୍ଞ ଓ ମଙ୍ଗୁଆଳମାନେ ମଇଦାନ ଛାଡ଼ିବା ଘୋଷଣା ଦଳକୁ ଚିନ୍ତାରେ ପକାଇଲାଣି।
କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ଓ ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ଖୋଲାଖୋଲି ଭାବେ ଆଗାମୀ ନିର୍ବାଚନ ଲଢିବେନି ବୋଲି ଘୋଷଣା କରିସାରିଛନ୍ତି । ଆଉ ଏହି ତାଲିକାରେ ସାମିଲ ହୋଇପାରିନ୍ତି ପୂର୍ବତନ ପିସିସି ସଭାପତି ଜୟଦେବ ଜେନା । ୨୪ ଲଢ଼େଇ କଂଗ୍ରେସ ପାଇଁ ଶେଷ ସୁଯୋଗ କହି ଚର୍ଚ୍ଚାକୁ ଆସିଥିବା ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ନିର୍ବାଚନ ଲଢିବେ କି ନାହିଁ ଅନିଶ୍ଚିତତା ଭିତରେ ରହିଛନ୍ତି। ଅନ୍ୟପଟେ ପିସିସି ସଭାପତି ବିଧାୟକ ଓ ଜିଲ୍ଲା ସଭାପତିଙ୍କ ପରାମର୍ଶ ଅନୁସାରେ କମିଟି ଗଠନ କରିବାକୁ ପରାମର୍ଶ ଦେଇଛନ୍ତି ବିଧାୟକ ତାରା ପ୍ରସାଦ ବାହିନୀପତି। ଯାହାକୁ ନେଇ କଂଗ୍ରେସ ରାଜନୀତି ସରଗରମ।

