ଆଜି ସରୁଛି ଚୀନ କମ୍ୟୁନିଷ୍ଟ ପାର୍ଟିର ମହାଧିବେଶନ, ଜିନ୍‌ପିଙ୍ଗ୍‌ ପୁନର୍ବାର ରାଷ୍ଟ୍ରପତି ପକ୍କା !

ବେଜିଂ: ଆଜି ସରୁଛି ଚୀନ କମ୍ୟୁନିଷ୍ଟ ପାର୍ଟିର ମହାଧିବେଶନ । ଏହା ସହ ଐତିହାସିକ ଭାବେ ତୃତୀୟ ଥର ଲାଗି ଦେଶର ସୁପ୍ରିମୋ ଭାବେ ନିର୍ବାଚିତ ହୋଇପାରନ୍ତି ସି ଜିନପିଙ୍ଗ । ବେଜିଂର ଗ୍ରେଟ ହଲରେ ହୋଇଥିବା ସପ୍ତାହେ ବ୍ୟାପୀ ସମ୍ମିଳନୀରେ ପ୍ରାୟ ୨ ହଜାର ୩୦୦ ପାର୍ଟି ପ୍ରତିନିଧି ଜିନପିଙ୍ଗଙ୍କୁ ପୁନର୍ବାର ରାଷ୍ଟ୍ରପତି ଭାବେ ନିର୍ବାଚିତ କରିବେ । ଏହା ସହ ୨୦୦ ଜଣିଆ ସେଣ୍ଟ୍ରାଲ କମିଟି ଓ ୨୫ ସଦସ୍ୟ ବିଶିଷ୍ଟ ସର୍ବକ୍ଷମତାଶାଳୀ ପିଲିଟିବ୍ୟୁରୋ ମଧ୍ୟ ନିର୍ବାଚିତ ହେବେ । ଆସନ୍ତାକାଲି ଏହି କମିଟିକୁ ଉଦବୋଧନ ଦେବେ ନବ ନିର୍ବାଚିତ ରାଷ୍ଟ୍ରପତି ।

ଗତ ୨୦୧୮ରେ ଦେଶରେ ଜଣେ ବ୍ୟକ୍ତି କେବଳ ଦୁଇ ଥର ରାଷ୍ଟ୍ରପତି ହେବା ନିୟମକୁ ହଟାଇ ଦେଇଥିଲେ ଜିନିପିଙ୍ଗ । ତାଇଓ୍ବାନ ଓ ଜିରୋ କୋଭିଡ ନୀତିକୁ ଜିନପିଙ୍ଗ ଗୁରୁତ୍ବ ଦେବା ସହ ଏକତ୍ରୀକରଣ ନୀତିକୁ କଠୋର ଭାବେ ପାଳନ କରିବା ଲାଗି ଗତ ୧୬ ତାରିଖରେ ଉଦଘାଟନୀ ଅଭିଭାଷଣରେ କହିଥିଲେ ଜିନପିଙ୍ଗ । ମାଓ ଜେଦୁଙ୍ଗ ୧୯୪୯ରୁ ୧୯୫୯ ଯାଏଁ ରାଷ୍ଟ୍ରପତି ଥିବା ବେଳେ ଜିନପିଙ୍ଗ ହେବେ ସବୁଠାରୁ ଦୀର୍ଘକାଳୀନ ରାଷ୍ଟ୍ରପତି ।