ଛେଳିକୁ ବଞ୍ଚାଇବାକୁ ଯାଇ ଚାଲିଗଲା ୩ ମହିଳାଙ୍କ ଜୀବନ

କେନ୍ଦୁଝର: ଛେଳିକୁ ବଞ୍ଚାଇବାକୁ ଯାଇ ଚାଲିଗଲା ୩ଜୀବନ । କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଟାଙ୍ଗିରି ଗାଁ ଜୁଆଙ୍ଗ ସାହିରେ ଘଟିଛି ଅଘଟଣ । କରେଣ୍ଟ ଲାଗି ୩ ମହିଳାଙ୍କର ମୃତ୍ୟୁ ହୋଇଛି । ଶାଶୂ, ବୋହୂଙ୍କ ସହ ଅନ୍ୟ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ଜଣା ପଡ଼ିଛି । ସେମାନଙ୍କ ମଧ୍ୟରେ ଜଣେ ଗର୍ଭବତୀ ମହିଳା ଥିବା ସୂଚନା ମିଳିଛି ।

ମୃତକ ହେଲେ କାଠି ଜୁଆଙ୍ଗ, ନିରାଧି ଜୁଆଙ୍ଗ, ମେଞ୍ଜାରି ଜୁଆଙ୍ଗ । ଟାଙ୍ଗିରି ଗାଁ ଜୁଆଙ୍ଗ ସାହିରେ ସମସ୍ତଙ୍କର ଘର । ଛେଳି ଚରାଇବାକୁ ଯାଇ ଘରକୁ ଫେରୁଥିବାବେଳେ ଘଟିଛି ଅଘଟଣ । ଛେଳିଟି ବିଦ୍ୟୁତ ତାରରେ ଲାଗିଯାଇଥିଲା । ତାକୁ ବଞ୍ଚାଇବାକୁ ଯାଇ ସମସ୍ତେ କରେଣ୍ଟ ସଂସ୍ପର୍ଶରେ ଆସିଯାଇଥିଲେ  । ଫଳରେ ଛେଳିକୁ ବଞ୍ଚାଇଲା ବେଳକୁ  ସମସ୍ତଙ୍କର ମୃତ୍ୟୁ ହୋଇଛି ।