spot_img
Home Blog Page 3978

ବିରୋଧ ସତ୍ତ୍ୱେ ପଛକୁ ହଟୁନି ଚୀନ, ହମ୍ବନଟୋଟା ବନ୍ଦର ଅଭିମୁଖେ ଆସୁଛି ଗୁଇନ୍ଦା ଜାହାଜ

ଭୁବନେଶ୍ୱର: ଭାରତର ପାରମ୍ପରିକ ବିରୋଧୀ ରାଷ୍ଟ୍ର ଚୀନ ଏବେ ଭାରତର ସରୁକ୍ଷା ପାଇଁ ବଡ଼ ଚିନ୍ତାର ବିଷୟ ପାଲଟିଛି । ଚୀନର ଏକ ଗୁଇନ୍ଦା ଜାହାଜ ଭାରତ ପାଇଁ ଏବେ ସବୁଠୁ ବଡ଼ ବିପଦ ସୃଷ୍ଟି କରିବା ପାଇଁ ଯାଉଛି । ଏହି ଜାହଜ ଏବେ ଶ୍ରୀଲଙ୍କାର ହମ୍ୱାନଟୋଟା ବନ୍ଦର ଅଭିମୁଖେ ଆସୁଛି । ଏହି ଜାହାଜର ସ୍ୱତନ୍ତ୍ରତା ହେଉଛି ଏହା ମିସାଇଲ ଟ୍ରାକିଂ ଏବଂ ସାଟେଲାଇଟ ଟ୍ରାକିଂ କରାପାରିବ ।

ଏହି ହାଇଟେକ ଜାହାଜ ଜରିଆରେ ଚୀନ ଓଡିଶାର ଏପିଜେ ଅବଦୁଲ କଲାମ ଦ୍ବୀପ ସମେତ ପ୍ରତିରକ୍ଷା ବିଭାଗ ତଥ୍ୟ ଉପରେ ନଜର ରଖିପାରେ । ସେନା ପାଇଁ ଓଡ଼ିଶାର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ଉନ୍ନତମାନର ମିସାଇଲ ପରୀକ୍ଷଣ କରାଯାଇଥାଏ । ହମ୍ବନଟୋଟା ବନ୍ଦର ଠାରୁ ଓଡ଼ିଶା ତଟର ଦୂରତା ମାତ୍ର ୪୭୦ କିମି । ସେଥିପାଇଁ ଓଡ଼ିଶା ତଟରେ ହେବାକୁ ଥିବା ମିସାଇଲ ପରୀକ୍ଷଣକୁ ଏହା ଟ୍ରାକ କରିବା ସହ ଏହାର ମାରକ କ୍ଷମତାର ସୂଚନା ମଧ୍ୟ ସଂଗ୍ରହ କରିବ।

ଚୀନର ବିବାଦୀୟ ସଂନୀରିକ୍ଷିଣ ଏବଂ ଟ୍ରାକିଂ ଜାହାଜ ଶ୍ରୀଲଙ୍କା ଅଭିମୁଖେ ଯାତ୍ରା ଜାରି ରଖିଛି । ଭାରତର ବିରୋଧ ସତ୍ତ୍ୱେ ଏବେ ବି ଶ୍ରୀଲଙ୍କାର ହମ୍ବନଟୋଟା ଅଭିମୁଖେ ଆଗକୁ ବଢ଼ୁଛି । ଆଜି ସକାଳ ୧୦ ଟାରେ ୨୩୦୦୦ ଟନ ଓଜନର ୟୁଆନ ୱାଙ୍ଗ ୫ ଜାହାଜ ଇଣ୍ଡୋନେସିଆର ପଶ୍ଚିମ ତଟ ଠାରୁ ଦୂରରେ ୨୬ କିଲୋମିଟର ପ୍ରତି ଘଣ୍ଟା ବେଗରେ ଗତି କରୁଥିବା ଦେଖାଯାଇଛି । ଗୁରୁବାର ସକାଳ ୯ ଟା ୩୦ ସୁଦ୍ଧା ହମ୍ବନଟୋଟା ବନ୍ଦରରେ ଏହି ଜାହଜ ପହଞ୍ଚିବାର ଆଶଙ୍କା କରାଯାଉଛି ।

ଭାରତ ସରକାରଙ୍କ ଅପିଲ ପରେ ଶ୍ରୀଲଙ୍କା ବିଦେଶ ମନ୍ତ୍ରୀ ଚାଇନିଜ ସରକାରଙ୍କୁ କହିଥିଲେ ଯେ ଏହି ଜାହଜର ଯାତ୍ରା ଟାଳି ଦିଅନ୍ତୁ କାରଣ ଏହାକୁ ନେଇ ଆହୁରି ବିଚାର ବିମର୍ଶର ଆବଶ୍ୟକତା ରହିଛି । ଶ୍ରୀଲଙ୍କା ଚୀନର କଲୋମ୍ବୋ ସ୍ଥିତ ଦୂତାବାସ ପର୍ଯ୍ୟନ୍ତ ଏହି ସୂଚନା ପହଞ୍ଚାଇଥିଲା । ଏବଂ ହମ୍ବନଟୋଟା ବନ୍ଦରକୁ ଯାତ୍ରା ସ୍ଥଗିତ କରିବା ପାଇଁ କୁହାଯାଇଥିଲା । ଚୀନ୍ ଏହାପରେ ଭାରତର ନାଁ ନନେଇ କହିଥିଲା, ସେ ସମସ୍ତଙ୍କୁ ଅପିଲ କରୁଛି ଯେ ଚୀନ ଏବଂ ଶ୍ରୀଲଙ୍କା ମଧ୍ୟରେ ସାମାନ୍ୟା ଲେଣଦେଣରେ କେହି ଦଖଲ ନଦିଅନ୍ତୁ ।

ଭାରତ ସରକାର ହିନ୍ଦ ମହାସାଗରରେ ଏହି ଜାହାଜର ଉପସ୍ଥିତି ଉପରେ ଚିନ୍ତା ପ୍ରକଟ କରିଛନ୍ତି । ଏହି ଜାହାଜ ସାଟେଲାଇଟ ଟ୍ରାକ କରିପାରିବ ଏବଂ ଇଣ୍ଟର କଣ୍ଟିନେଣ୍ଟାଲ ବାଲିଷ୍ଟିକ ମିସାଇଲର ସୂଚନା ମଧ୍ୟ ସଂଗ୍ରହ କରିପାରିବ । ୟୁଆନ ୱାଙ୍ଗ କ୍ଲାସର ଏହି ଜାହଜକୁ ୪୦୦ ଜଣିଆ ଏକ କ୍ରିୟୁ ଦଳ ସମ୍ଭାଳୁଛି । ଏଥିରେ ଅନେକ ଉନ୍ନତ ପାରାବୋଲିକ ଡିଶ ଏବଂ ସେନ୍ସର ରହିଛି । ଭାରତ ଅନୁମାନ କରୁଛି ଯେ ଏହା ଗମ୍ଭୀର ଭାବେ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିବ ।

ଓଡ଼ିଶା ତଟରେ ଭାରତର ବାଲିଷ୍ଟିକ ମିଶାଇଲ ପରୀକ୍ଷଣକୁ ଟ୍ରାକ କରିବା ପରେ ଚୀନ ଏହି ମିଶାଇଲର ପରଫର୍ମାନ୍ସର ଗୁଇନ୍ଦା ତଥ୍ୟ ସଂଗ୍ରହ କରିବ ଏବଂ ଏହାର ସଠିକ ରେଞ୍ଜର ସୂଚନା ମଧ୍ୟ ପାଇପାରିବ ।  ସେହିପରି କେରଳ, ତାମିଲନାଡ଼ୁ, ଆନ୍ଧ୍ରପ୍ରଦେଶରେ ଥିବା ପୋର୍ଟ ଉପରେ ମଧ୍ୟ ଏହାର ନଜର ରଖିବ । ସୂଚନାଥାଉକି ଶ୍ରୀଲଙ୍କାକୁ ଚୀନକୁ ଅନେକ ଋଣ ଦେବାର ଅଛି । ଏଥିମଧ୍ୟରେ ହମ୍ବନଟୋଟା ବନ୍ଦରର ଭିତ୍ତିପ୍ରସ୍ତର ପ୍ରକଳ୍ପ ପାଇଁ ୧.୧ ବିଲିୟନ ଡଲାର ଋଣ ମଧ୍ୟ ସାମିଲ ଅଛି । ଏଥିପାଇଁ ଶ୍ରୀଲଙ୍କା ଏହି ବନ୍ଦରକୁ ଚୀନକୁ ୯୦ ବର୍ଷ ଲିଜରେ ଦେଇଥିବା କଥା ମଧ୍ୟ ଚର୍ଚ୍ଚା ହେଉଛି ।

ରାଜ୍ୟପାଳଙ୍କୁ ଭେଟି ଇସ୍ତଫା ଦେଲେ ନୀତିଶ: ନୂଆ ସରକାର ଗଠନ ପାଇଁ ରଖିଲେ ଦାବି

ପାଟନା: ବିଜେପି ସହ ମେଣ୍ଟରୁ ଜେଡିୟୁ ଅଲଗା ହେବା ପରେ ଏବେ ନୀତିଶ କୁମାର ଇସ୍ତଫା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ପଦରୁ ସେ ଇସ୍ତଫା ଦେଇଛନ୍ତି । ଅପରାହ୍ନରେ ରାଜଭବନ ପହଞ୍ଚି ସେ ରାଜ୍ୟପାଳ ଫଗୁ ଚୌହ୍ୱାନ ଙ୍କୁ ଇସ୍ତଫାପତ୍ର ଦେଇଛନ୍ତି । ଏଥିସହ ନୂଆ ସରକାର ଗଠନ ନେଇ ନୀତୀଶ ରାଜ୍ୟପାଳଙ୍କୁ ପ୍ରସ୍ତାବ ଦେଇଛନ୍ତି । ୧୬୦ ବିଧାୟକଙ୍କ ସମର୍ଥକଙ୍କ ସହ ସେ ସରକାର ଗଠନ ପାଇଁ ଦାବି କରିଛନ୍ତି । ଏବେ ସେ ଆରଜେଡି, କଂଗ୍ରେସ ଏବଂ ବାମଦଳ ସହ ମିଶି ସରକାର ଗଢ଼ିବେ । ଇସ୍ତଫା ଦେବାର ତୁରନ୍ତ ପରେ ନୀତିଶ ଆରଜେଡି ନେତା ନୀତିଶ କୁମାରଙ୍କ ଘରେ ପହଞ୍ଚିଛନ୍ତି । ସରକାର ଗଠନ ଉପରେ ତାଙ୍କ ସହ ବିଚାର ବିମର୍ଶ ଜାରି ରହିଛି ।

ଆଜି ପାଟନାସ୍ଥିତ ସିଏମ ବାସଭବନରେ ବସିଥିବା ଜେଡିୟୁ ବୈଠକରେ ବିଜେପି ସହ ମେଣ୍ଟ ଭାଙ୍ଗିବର ନେଇ ନିଷ୍ପତ୍ତି ହୋଇଥିଲା । ଅନ୍ୟପଟେ ବିହାର ରାଜନୀତିରେ ଦେଖାଦେଇଥିବା ଅସ୍ଥିରତାକୁ ନେଇ କୌଣସି ମନ୍ତବ୍ୟ ନଦେବାକୁ ନିଜ ଦଳର ବିଧାୟକଙ୍କୁ ନିର୍ଦ୍ଦେଶ ଦେଇଛି ବିଜେପି । ଆଜି ସନ୍ଧ୍ୟା ୫ଟାରେ କୋର କମିଟି ବୈଠକ ଡାକିଛି ବିଜେପି । ତେବେ କୁହାଯାଉଛି ଯେ ମାମେଣ୍ଟରେ ସରକାର ଗଠନ ପରେ ମୁଖ୍ୟମନ୍ତ୍ରୀ ଭାବେ ନୀତିଶ ରହିବେ ସେହିପରି ଆରଜେଡିର ତେଜସ୍ୱୀ ଯାଦବ ଉପମୁଖ୍ୟମନ୍ତ୍ରୀ ହେବେ ଓ କଂଗ୍ରେସକୁ ବାଚସ୍ପତି ପଦ ମିଳିପାରେ ।

୨୦୨୦ ବିହାର ବିଧାନସଭା ନିର୍ବାଚନରେ ଜେଡିୟୁକୁ ୪୫ ଆସନ ମିଳିଥିବା ବେଳେ ବିଜେପିକୁ ୭୭ ଆସନ ମିଳିଥିଲା । କମ୍ ଆସନ ଜିତିଥିଲେ ବି ବିଜେପି ନୀତୀଶଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ସହମତ ହୋଇଥିଲା । ସେହିପରି ଆରଜେଡିକୁ ୭୯ ଓ କଂଗ୍ରେସକୁ ୧୯ ଟି ଆସନ ମିଳିଥିଲା । ଏହାସହ ଆରଜେଡି ମେଣ୍ଟରେ ଥିବା ବାମଦଳକୁ ୧୬ ଟି ଆସନ ମିଳିଥିଲା । ବିହାରରେ ବହୁମତ ସଂଖ୍ୟା ୧୨୨ ରହିଛି । ବିଜେପି ଓ ଜେଡିୟୁ ୧୨୫ ବିଧାୟକଙ୍କ ସହ ସରକାର ଗଢ଼ିଥିଲେ । ଏବେ ଜେଡିୟୁ ଆରଜେଡି, କଂଗ୍ରେସ ଓ ବାମଦଳ ସହ ୧୬୦ ସଦସ୍ୟଙ୍କ ସହ ସରକାର ଗଢ଼ିବ । ଆଜି ସନ୍ଧ୍ୟାରେ ମେଣ୍ଟ ସରକାର ଗଠନ ନେଇ ହୋଇପାରେ ଘୋଷଣା ।

ମହାରାଷ୍ଟ୍ର ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ; ମନ୍ତ୍ରୀ ଭାବେ ଶପଥ ନେଲେ ୧୮ବିଧାୟକ

ମୁମ୍ୱାଇ: ମହାରାଷ୍ଟ୍ର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ । ରାଜଭବନରେ ଶପଥ ନେଲେ ସିନ୍ଦେଙ୍କ ନୂଆ ଟିମ୍ । ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଓ ଉପ-ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସଙ୍କ ଉପସ୍ଥିତରେ ୧୮ ନୂଆ ବିଧାୟକ ମନ୍ତ୍ରୀ ପଦର ଶପଥ ନେଇଛନ୍ତି । ଏକନାଥ ସିନ୍ଦେଙ୍କ ଗୋଷ୍ଠୀର ୯ ବିଧାୟକ ଶପଥ ନେଇଥିବା ବେଳେ ବିଜେପିର ୯ ବିଧାୟକ ମନ୍ତ୍ରିମଣ୍ଡଳରେ ସାମିଲ ହୋଇଛନ୍ତି । ବିଜେପି ପକ୍ଷରୁ ଚନ୍ଦ୍ରକାନ୍ତ ପାଟିଲ, ସୁଧୀର ମୁଙ୍ଗନ୍ତିଓ୍ବାର, ଗିରୀଶ ମହାଜନ, ସୁରେଶ ଖାଡେ, ରାଧାକ୍ରୀଷ୍ଣ ପାଟିଲଙ୍କ ସମେତ ୯ ବିଧାକୟ ଶପଥ ନେଇଛନ୍ତି । ସେହିପରି ସିନ୍ଦେ ଗୋଷ୍ଠୀରୁ ଦାଦା ଭୁସେ, ସନ୍ଦୀପନ ଭୂମରେ, ଉଦୟ ସାମନ୍ତ, ତାନାଜୀ ସାଓ୍ବନ୍ତ ଙ୍କ ସମେତ ୯ ବିଧାୟକଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରାଯାଇଛି ।

ଏଥିସହିତ ପଢ଼ନ୍ତୁ: ରାଜ୍ୟ କଂଗ୍ରେସକୁ ବଡ଼ ଝଟକା; ଦଳ ଛାଡ଼ିଲେ ୩୦ରୁ ଅଧିକ ନେତା

 

ଜିଓର 4G ସିମରେ କାମ କରିବ 5G ! ଜାଣନ୍ତୁ ମାସିକ ଦେୟ କେତେ ରହିବ

ନୂଆଦିଲ୍ଲୀ: ଶେଷ ହୋଇଛି 5G ନିଲାମ । ଏବେ ମୋବାଇଲ୍ ବ୍ୟବହାରକାରୀଙ୍କ ମଧ୍ୟରେ ଉତ୍କଣ୍ଠା ବଢ଼ିବାରେ ଲାଗିଲାଣି । 5G ନେଟଓ୍ବର୍କ ସେବା ପାଇବା ପାଇଁ ଏବେ ଗ୍ରାହକ ଚାହିଁ ବସିଛନ୍ତି । କୁହାଯାଉଛି 5G ସେବା ଶୀଘ୍ର ଆରମ୍ଭ ହେବ । ଚଳିତ ବର୍ଷ ଶେଷ ବେଳକୁ 5G ସେବା ଉପଲବ୍ଧ ହେବ ବୋଲି କୁହାଯାଉଛି । ଅନେକ ଟେଲିକମ୍ କମ୍ପାନୀ 5G କାମରେ ଲାଗି ପଡ଼ିଛନ୍ତି । ଜିଓ ବି ଅନେକ ଦିନ ଧରି 5G କାମରେ ଲାଗିପଡ଼ିଛି । ଜିଓ 5G କେବେ ଲଞ୍ଚ କରିବାକୁ ଯାଉଛି ଏବଂ କେଉଁ ସବୁ ସହରରେ ଏହା ପ୍ରଥମେ ଆସିବ ? ଏହାର ମୂଲ୍ୟ କେତେ ରହିବ ଜାଣନ୍ତୁ ।

ନିକଟରେ ରିଲାଏନ୍ସ ଜିଓ ଚେୟାରମ୍ୟାନ୍ ଆକାଶ ଅମ୍ବାନୀ କହିଛନ୍ତି ଯେ, ପାନ-ଇଣ୍ଡିଆ 5G ରୋଲଆଉଟ ସହିତ କମ୍ପାନୀ ଆଜାଦି କା ଅମୃତ ମହୋତ୍ସବ ପାଳନ କରିବ । ଏହି ସ୍ଥିତିରେ ଜିଓ 5G ଅଗଷ୍ଟ ୧୫ ଦିନ ଲଞ୍ଚ କରିବା କଥାକୁ ଏଡାଇ ଦିଆ ଯାଇ ପାରିବ ନାହିଁ । କିଛି ମେଟ୍ରୋ ସହରରେ ପାଇଲଟ ପରୀକ୍ଷା ମାଧ୍ୟମରେ 5G  ଲଞ୍ଚ କରାଯାଇପାରେ ।

ଏଥିରେ କେଉଁ ସବୁ ସହର ଆସିବେ ?

ଜିଓ ପ୍ରାୟ ୨୨ ସହରରେ 5G ସେବା ଆରମ୍ଭ କରିପାରେ । ଏହି ସହର ଗୁଡ଼ିକ ହେଉଛି ଦିଲ୍ଲୀ, ମୁମ୍ବାଇ, କୋଲକାତା, ବେଙ୍ଗାଲୁରୁ, ଚଣ୍ଡିଗଡ଼ , ଚେନ୍ନାଇ, ଲକ୍ଷ୍ନୌ, ହାଇଦ୍ରାବାଦ, ଅହମଦାବାଦ ଏବଂ ଜାମନଗର ସମେତ ୯ଟି ସହର ସାମିଲ ହୋଇପାରନ୍ତି ।

କେବେ ପାଇବେ 5G ସିମ୍ ?

ଯେତେବଳେ 5G ନେଟଓ୍ବର୍କ ଆସିବ ସେତେବେଳେ 5G ସିମ୍ ବି ଉପଲବ୍ଧ ହେବ । କିନ୍ତୁ 5G ପାଇଁ 5G ସିମ୍ ଦରକାର ହେବ କି ନାହିଁ ତାହା ଏ ଯାଏ ଘୋଷଣା ହୋଇନାହିଁ । ବର୍ତ୍ତମାନ ଏହା କୁହାଯାଇପାରେ ଯେ, ଆପଣଙ୍କର ଯଦି ଜିଓ 4G ସିମ୍ ଅଛି ତାହାଲେ ବିନା କୌଣସି ସମସ୍ୟା କି ଅପଗ୍ରେଡରେ ଆପଣ 5G ସୁବିଧା ପାଇପାରିବେ ।

ଯେହେତୁ ଏ ଯାଏ  5G ସେବା ଉପଲବ୍ଧ ହୋଇନାହିଁ ଏବେ ଏହାର ଦେୟ କେତେ ରହିବ ତାହା କହିବା ଠିକ୍ ହେବ ନାହିଁ, କିନ୍ତୁ ଜିଓର 5G ପ୍ଲାନ୍ ୪୦୦ରୁ ୫୦୦ ଟଙ୍କା ହେବ ବୋଲି ଆଶଙ୍କା କରାଯାଉଛି ।

ବିହାର ଶାସନରୁ ବିଜେପି ଆଉଟ୍, ରାଜତିଲକ୍ କି କରୋ ତୟାରୀ,ଆ ରହୈ ହୈଁ ଲାଲଟେନଧାରୀ

ପାଟନା: ଶେଷକୁ ସେଇଆ ହେଲା ଯାହା ଆଶଙ୍କା କରାଯାଉଥିଲା । ସବୁଥର ଭଳି ଏଥର ମଧ୍ୟ ଠିକ୍ ମୌକାରେ ନୀତିଶ କୁମାର ୟୁଟର୍ଣ୍ଣ ମାରିଛନ୍ତି । ନୀତିଶ କୁମାର ପୁଣିଥରେ ପୁରୁଣା ବନ୍ଧୁରୁ ବୈରି ଓ ବୈରିରୁ ବନ୍ଧୁ ହୋଇଥିବା ଆରଜେଡି ସହିତ ହାତ ମିଳାଇଛନ୍ତି । ବିଜେପିଠାରୁ ରାଜନୈତିକ ସମ୍ପର୍କ ବିଛେଦ କରି ନୀତିଶ ଆରଜେଡି ନେତୃତ୍ୱାଧିନ ମହାମେଣ୍ଟ ସହିତ ହାତ ମିଳାଇଛନ୍ତି । ଏହା ସହିତ ବିହାର ରାଜନୀତିରେ ଆରମ୍ଭ ହୋଇଛି ମୌକାବାଜିର ଆଉ ଏକ ଅଧ୍ୟାୟ
ମଙ୍ଗଳବାର ଦିନ ଜନତାଦଳ ୟୁନାଇଟେଡ୍ ପକ୍ଷରୁ ବିଜେପି ସହିତ ସମ୍ପର୍କ ଛିନ୍ନ କଥା ଘୋଷଣା କରାଯାଇଛି ।

ଆଜି ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ସରକାରୀ ବାସଭବନରେ ବିଧାୟକ ଦଳର ବୈଠକ ବସିଥିଲା । ବୈଠକ ପରେ ପରେ ମେଣ୍ଟ ଭଙ୍ଗ କଥା ଘୋଷଣା ହୋଇଥିଲା । ଏହା ଭିତରେ କଂଗ୍ରେସ ଓ ଆରଜେଡି ରାଜ୍ୟପାଳଙ୍କୁ ଭେଟିବା ପାଇଁ ସମୟ ମାଗିଛନ୍ତି । ଏଣେ ନୀତିଶ ମଧ୍ୟ ରାଜ୍ୟପାଳଙ୍କୁ ସାକ୍ଷାତ କରି ନିଜ ଇସ୍ତଫା ଦେବେ । ଏହାପରେ ସେ ମହାମେଣ୍ଟର ସମର୍ଥନରେ ସରକାର ଗଠନ କରିବେ ବୋଲି କୁହାଯାଉଛି । ନୀତିଶଙ୍କୁ ଆରଜେଡି ଓ କଂଗ୍ରେସ ସମର୍ଥନ ଦେବା ପ୍ରାୟତଃ ନିଶ୍ଚିତ ହୋଇଯାଇଛି ।

ବିହାରରେ ଦ୍ରୁତଗତିରେ ବଦଳୁଥିବା ରାଜନୈତିକ ଘଟଣାକ୍ରମ ମଧ୍ୟରେ ଲାଲୁ ଯାଦବଙ୍କ ଝିଅ ରୋହିଣି ଆଚାର୍ଯ୍ୟ କରିଥିବା ଏକ ଟ୍ୱିଟ୍ ନୀତିଶ ଓ ତେଜସ୍ୱୀ ହାତ ମିଳାଉଥିବା ଖବରକୁ ପକ୍କା କରିଛି । ମେଣ୍ଟ ଭଙ୍ଗର କିଛି ସମୟ ପୂର୍ବରୁ ରୋହିଣୀ ଟ୍ୱିଟ୍ କରିଥିଲେ ଯେ, ‘‘ରାଜତିଲକ କି କରୋ ତୟାରୀ,ଆ ରହୈ ହୈଁ ଲାଲଟେନଧାରୀ’’

https://twitter.com/RohiniAcharya2/status/1556899795784314880

୨୦୧୩ରେ ନରେନ୍ଦ୍ର ମୋଦିଙ୍କୁ ବିଜେପି ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବା ପରେ ନୀତିଶ ଏନଡିଏରୁ ଓହରି ଯାଇଥିଲେ । ପରେ ସେ ୨୦୧୫ ବିଧାନସଭା ନିର୍ବାଚନ କାଳରେ ଆରଜେଡି ସହିତ ମେଣ୍ଟ କରି ବିଜେପିକୁ ଜବରଦସ୍ତ ପରାଜୟ ଦେଇଥିଲେ । କିନ୍ତୁ ମହାମେଣ୍ଟ ସରକାର ୨୦୧୭ରେ ଭାଙ୍ଗିଯାଇଥିଲା । ତେଜସ୍ୱୀଙ୍କ ବିରୋଧରେ ଦୁର୍ନିତୀ ଅଭିଯୋଗରେ ସିବିଆଇ ତାଙ୍କ ଘର ଉପରେ ଚଢାଉ କରିଥିଲା । ଏହାପରେ ନୀତିଶ ବିଜେପି ସହିତ ହାତ ମିଳାଇ ନିଜ ସରକାର ଗଠନ କରିଥିଲେ ।

ନୀତିଶଙ୍କ ଏହି ଦଗାବାଜୀ ପାଇଁ ତେଜସ୍ୱୀ ତାଙ୍କ ବିରୋଧରେ ମୋର୍ଚ୍ଚା ଖୋଲିଥିଲେ । ସେ ଅନେକ ସମୟରେ ନୀତିଶଙ୍କୁ ‘ପଲଟୁ ଚାଚା’ ବୋଲି ସମ୍ବୋଧନ କରୁଥିଲେ । କିନ୍ତୁ ଗତ କେଇ ମାସ ମଧ୍ୟରେ ବିହାରରେ ନୂଆ ସମୀକରଣ ସୃଷ୍ଟି ହୋଇଥିଲା । ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ବିଜେପି ନେତା ନୀତିଶଙ୍କୁ ଟାର୍ଗେଟ୍ କରିବା ଆରମ୍ଭ କରିଥିଲେ । ଯାହାକୁ ନେଇ ନୀତିଶ ଅସନ୍ତୁଷ୍ଟ ଥିଲେ । ନିକଟରେ ନୀତିଶଙ୍କ ୨୫ ବର୍ଷର ଖାସ୍ ସାଥୀ ଆରସିପିଙ୍କ ବିରୋଧରେ ଜେଡିୟୁ ଦୁର୍ନୀତି ଅଭିଯୋଗ ଆଣି ଦଳରୁ ବିତାଡିତ କରିଥିଲା । ଜେଡିୟୁରେ ଆରସିପି ବିଜେପିର ଗୁପ୍ତଚର ଥିଲେ ବୋଲି ଦଳ ସନ୍ଦେହ କରୁଥିଲା । ଏହି ସବୁ କାରଣକୁ ନେଇ ଜେଡିୟୁ ଓ ବିଜେପି ମଧ୍ୟରେ ଫାଟ ସୃଷ୍ଟି ହୋଇଥିଲା । ୧୯୯୮ରେ ଏନଡିଏରେ ଯୋଗ ଦେଇଥିବା ନୀତିଶ ଏପର୍ଯ୍ୟନ୍ତ ଦୁଇଥର ଏନଡିଏ ଛାଡିଛନ୍ତି । ପ୍ରଥମ ଥର ମେଣ୍ଟ ଛାଡିବାର ୩ ବର୍ଷ ପରେ ତାଙ୍କର ଘର ୱାପସୀ ହୋଇଥିଲା । ତେବେ ଏଥର ତେଜସ୍ୱୀଙ୍କ ସହିତ ବୁଝାମଣାରେ ଏହି ରାଜନୈତିକ ବିବାହ କେତେଦିନ ତିଷ୍ଟିବ ତାହା ଆଗାମୀ ସମୟ କହିବ ।

ଝାଡ଼ବନ୍ଧ ଗାଁରେ ସ୍କୁଲ ପିଲାଙ୍କୁ ଘାରିଛି ଭୂତ ଭୟ, କମୁଛି ଉପସ୍ଥାପନ

ଆସିକା: ଭୂତ ଭୟରେ ସ୍କୁଲ ଯାଉନାହାନ୍ତି ପିଲା । କମୁଛି ଉପସ୍ଥାନ । ଗଞ୍ଜାମ ଜିଲ୍ଲା ଧରାକୋଟ ଝାଡ଼ବନ୍ଧ ଗାଁର ଗରୁଡେଶ୍ବର ଉଚ୍ଚ ବିଦ୍ୟାଳୟରେ ଘଟିଛି ଏଭଳି ଘଟଣା ।

ଛାତ୍ରଛାତ୍ରୀଙ୍କୁ ଘାରିଛି ଭୂତ ଭୟ । ଆଉ ଭୂତ ଛଡ଼ାଇବାକୁ ଗୁଣି ଗାରେଡିର ଆଶ୍ରୟ ନେଇଛନ୍ତି ଲୋକ । ସ୍କୁଲ ଭିତରେ ଚାଲିଛି ଝଡ଼ାଫୁଙ୍କା । ଏ ଦୃଶ୍ୟ ବୟାନ କରୁଛି ଅନ୍ଧବିଶ୍ବାସର କଥା । ଯାହା ଏବେ ପ୍ରଶାସନର ମୁଣ୍ଡବିନ୍ଦାର କାରଣ ପାଲଟିଛି । ସ୍କୁଲରେ ୧୩୦ରୁ ଅଧିକ ନବମ ଓ ଦଶମ ପିଲା ପଢ଼ନ୍ତି । ହେଲେ ୧୩ ଦିନ ତଳେ ସ୍କୁଲରେ ଏକ ଅଜବ ଘଟଣା ଦେଖିବାକୁ ମିଲିଥିଲା । ତା’ପରଠୁ ସ୍କୁଲ ଆସୁନାହାନ୍ତି ପିଲା । ହଠାତ୍ ପ୍ରାର୍ଥନା ବେଳେ ଛାତ୍ରୀ ବେହୋସ ହୋଇଗଲେ, ହଠାତ୍ କାନ୍ଦିଲେ ଆଉ ହସିଲେ । ଏସବୁ ଦେଖି ସ୍କୁଲରେ ଭୂତ ଥିବା ନେଇ ଆତଙ୍କ ଖେଳିଯାଇଛି । ନା ଅଭିଭାବକ ପିଲାଙ୍କୁ ସ୍କୁଲ ଛାଡ଼ୁଛନ୍ତି, ନା ପିଲା ସ୍କୁଲ ଯିବାକୁ ରାଜି ହେଉଛନ୍ତି । ଏପରି ସ୍ଥିତିରେ କମ୍ ପିଲାରେ ଚାଲିଛି କ୍ଲାସ୍, କମୁଛି ଉପସ୍ଥାନ ।

ଏଥିସହିତ ପଢ଼ନ୍ତୁ: ସ୍ୱାଧୀନତା ଦିବସ ପାଇଁ କୋଭିଡ କଟକଣା; ପରେଡରେ ଭାଗ ନେବେନି ସ୍କୁଲ ଛାତ୍ରଛାତ୍ରୀ

 

ରାଜ୍ୟ କଂଗ୍ରେସକୁ ବଡ଼ ଝଟକା; ଦଳ ଛାଡ଼ିଲେ ୩୦ରୁ ଅଧିକ ନେତା

ଭୁବନେଶ୍ୱର: କଂଗ୍ରେସ ଛାଡ଼ିଲେ ରାଜ୍ୟର ୩୦ରୁ ଅଧିକ ନେତା । ପୂର୍ବତନ ସାଂସଦ ରାଧାକାନ୍ତ ଦିଗଲ, ପୂର୍ବତନ ବିଧାୟକ ରବି ବେହେରା, ପିସିସିର ପୂର୍ବତନ ସମ୍ପାଦକ ତଥା ମୁଖପାତ୍ର ନିକୁଞ୍ଜ ପଶାୟତ, ପୂର୍ବତନ ମୁଖପାତ୍ର ଅଶୋକ ସାମଲ, ପିସିସିର ପୂର୍ବତନ ସାଧାରଣ ସମ୍ପାଦକ ବିଶ୍ୱଜିତ ଦାସ, ଜାତୀୟ ସଂଯୋଜକ ସୌମ୍ୟ ମିଶ୍ର , ରାଜ୍ୟ ଯୁବ କଂଗ୍ରେସ ସମ୍ପାଦକ ସଞ୍ଜୟ ବାରିକ, ଛାତ୍ର କଂଗ୍ରେସ ସାଧାରଣ ସମ୍ପାଦକ ଅକ୍ଷୟ ମଲ୍ଲ, ଛାତ୍ର କଂଗ୍ରେସ ସମ୍ପାଦକ ପ୍ରବୀଣ ବୋଦଲା ପ୍ରମୁଖ କଂଗ୍ରେସ ଛାଡ଼ଛନ୍ତି ।

ଏମାନେ ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି, କଂଗ୍ରେସ ଦଳ ନୀତି ଆଦର୍ଶରୁ ବିଚ୍ୟୁତ ହୋଇଛି । ବର୍ତ୍ତମାନର ପିସିସି ସଭାପତି ଶରତ ପଟ୍ଟନାୟକ କିଛି ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀ ଦ୍ୱାରା ପରିଚାଳିତ ହେଉଛନ୍ତି। ଶରତ ପଟ୍ଟନାୟକ ଦୀର୍ଘ ଦିନ ହେବ ସଂଗଠନ ସହିତ ସକ୍ରିୟ ଭାବେ ଜଡିତ ନ ଥିଲେ। ତେଣୁ ଏବେ ସେ ସଠିକ ଢଙ୍ଗରେ କାର୍ଯ୍ୟ କରି ପାରୁନାହାନ୍ତି ବୋଲି ପିସିସିର ପୂର୍ବତନ ମୁଖପାତ୍ର ଅଶୋକ ସାମଲ କହିଛନ୍ତି । ତେଣୁ ଦଳରେ ରହିବା ସମ୍ଭବ ହେଉନାହିଁ ।

https://www.facebook.com/NandighoshaTV/videos/4024196774473050

ସେହିପରି ଦ୍ରୌପଦୀ ମୁର୍ମୁଙ୍କୁ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ ଭୋଟ ଦେବା ପ୍ରସଙ୍ଗ ଉଠାଇଛନ୍ତି ଦଳ ଛାଡିଥିବା ନେତା। ମୋକିମଙ୍କୁ କାରଣଦର୍ଶାଅ ନୋଟିସ ଜାରି କରିବା ଅଗଣତାନ୍ତ୍ରିକ । ସାରା ରାଜ୍ୟର କଂଗ୍ରେସ କର୍ମୀ ଏହାର ବିରୋଧ କରିବେ ବୋଲି ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି । ତେବେ ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, ମୋ ପାଖରେ କାହା ଇସ୍ତଫାପତ୍ର ପହଞ୍ଚିନି । କିନ୍ତୁ ମୁଁ ସେ ସମସ୍ତଙ୍କୁ କହିବି କଂଗ୍ରେସ ଛାଡ଼ନ୍ତୁନି । ଆମେ ଏକାଠି କାମ କରିବା । ଯଦି କାହାର ବ୍ୟକ୍ତିଗତ କାରଣ ଥିବ, ସେଇଟା ଅଲଗା କଥା। ସେହିପରି ପସିସି ସହ-ପ୍ରଭାରୀ ଏ. ରୁଦ୍ର ରାଜୁ କହିଛନ୍ତି, ହାଇକମାଣ୍ଡଙ୍କ ନିର୍ଦ୍ଦେଶରେ ମୁଁ ମହମ୍ମଦ ମୋକିମଙ୍କ ସହ ଆଲୋଚନା କରିଛି । ସେ ଦଳ ଛାଡ଼ିବେ ନାହିଁ ବୋଲି ପ୍ରତିଶ୍ରୁତି ଦେଇଥିବା ପସିସି ସହ-ପ୍ରଭାରୀ ଏ. ରୁଦ୍ର ରାଜୁ କହିଛନ୍ତି ।

ଭିଜିଲାନ୍ସ ଜାଲରେ ସହକାରୀ କୃଷି ଅଧିକାରୀ; ଦେଢ଼ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ଧରାପଡ଼ିଲେ

ଭୁବନେଶ୍ୱର: ଲାଞ୍ଚ ନେଇ ଧରାପଡ଼ିଲେ ସହକାରୀ କୃଷି ଅଧିକାରୀ । ଭିଜିଲାନ୍ସ ଜାଲରେ ଫସିଲେ ବରଗଡ଼ ପାଇକମାଳର ସହକାରୀ କୃଷି ଅଧିକାରୀ ତଥା ଫର୍ଟିଲାଇଜର ଇନସ୍ପେକ୍ଟର । ଜଣେ ସାର ଡିଲରଙ୍କ ଲାଇସେନ୍ସ ରଦ୍ଦ କରିବା ଧମକ ଦେଇ ଦେଢ଼ ଲକ୍ଷ ଟଙ୍କା ଲାଞ୍ଚ ମାଗୁଥିଲେ ସହକାରୀ କୃଷି ଅଧିକାରୀ ତଥା ଫର୍ଟିଲାଇଜର ଇନସ୍ପେକ୍ଟର ପ୍ରଣୟ କୁମାର ମନ୍ତ୍ରୀ । ତାଙ୍କ ଅଫିସ ସମେତ ୪ଟି ସ୍ଥାନରେ ଏକକାଳୀନ ରେଡ୍ କରୁଛି ଭିଜିଲାନ୍ସ । ଭୁବନେଶ୍ବର ଶୈଳଶ୍ରୀବିହାର ଘର, କଟକ ଜିଲ୍ଲା ତିଘିରିଆରେ ପୈତୃକ ଘର ଓ ବରଗଡ଼ ପାଇକମାଳ ଅଫିସରେ ଚାଲିଛି ଚଢ଼ାଉ ।

ଏଥିସହିତ ପଢ଼ନ୍ତୁ: ଅନ୍ଧବିଶ୍ୱାସ ନେଲା ୨ଜୀବନ; ମେଡିକାଲ ବଦଳରେ ଗୁଣିଆ ପାଖକୁ ନେଇଥିଲେ ଲୋକେ

ଅନ୍ଧବିଶ୍ୱାସ ନେଲା ୨ଜୀବନ; ମେଡିକାଲ ବଦଳରେ ଗୁଣିଆ ପାଖକୁ ନେଇଥିଲେ ଲୋକେ

ବଣାଈ: ଅନ୍ଧବିଶ୍ୱାସ ଓ ଗୁଣିଗାରେଡ଼ି ହେଲା କାଳ, ସାପ କାମୁଡ଼ାରେ ୨ ମୃତ । ଆଜିର ବିଜ୍ଞାନ ଯୁଗରେ ମଧ୍ୟ ଲୋକଙ୍କ ମନରେ ଅନ୍ଧବିଶ୍ୱାସ ଏମିତି ବସା ବାନ୍ଧିଛି ଯେ, ଯାହାର ଫଳ ସ୍ବରୂପ ଦୁଇଜଣଙ୍କ ଜୀବନ ଯାଇଛି । ବିଷାକ୍ତ ସାପ କାମୁଡ଼ିଥିବା ବ୍ୟକ୍ତି ଗୁଣିଗାରେଡ଼ିରେ ଭଲ ହୋଇଯିବେ ବୋଲି ଭାବି ଦୁଇଜଣ ପ୍ରାଣ ହରାଇଛନ୍ତି ।

ସୁନ୍ଦରଗଡ଼ ଜିଲ୍ଲା ଗୁରୁଣ୍ଡିଆ ଏବଂ ଚାନ୍ଦିପୋଷ ଅଞ୍ଚଳରେ ଏପରି ଘଟଣା ଘଟିଛି । ଗୁରୁଣ୍ଡିଆ ଲୁହୁରା ସାହିର ଚାମୁରୁ ଏକ୍କା ଘରେ ଶୋଇଥିବା ବେଳେ ତାଙ୍କୁ ଏକ ବିଷଧର ସାପ କାମୁଡିଥିଲା । ଚାମୁରୁଙ୍କୁ ଡାକ୍ତରଖାନା ନେବା ବଦଳରେ ପରିବାର ଲୋକ ଗୁଣିଗାରେଡି କରିଥିଲେ । ପରେ ତାଙ୍କର ମୃତ୍ୟ ହୋଇଛି l ।ସେଗିପରି ତାମଡ଼ା ଗାଁରେ ଶୋଇଥିବା ବେଳେ ଶିକ୍ଷୟିତ୍ରୀ ମମତା ପାତ୍ରଙ୍କୁ ଏକ ବିଷାକ୍ତ ସାପ ବେକରେ କାମୁଡିଥିଲା  । ତାଙ୍କୁ ଶ୍ୱଶୁର ଘର ଲୋକ ଗୁଣିଆ ପାଖକୁ ନେଇଥିଲେ । ମେଡିକାଲ ନେବାକୁ ଯିଏ ଯେତେ କହିଲେ ବି ସେମାନେ ଶୁଣିନଥିଲେ । ଗୁଣିଆ ଦ୍ବାରା ଚିକିତ୍ସା ପରେ ଅବସ୍ଥା ସଂକଟାପନ୍ନ ହେବାରୁ ମମତାଙ୍କୁ ରାଉରକେଲା IGHକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଏଥିସହିତ ପଢ଼ନ୍ତୁ: ନିଆରା ଢଙ୍ଗରେ ଆଦିବାସୀ ଦିବସ ପାଳୁଛି ବିଜେଡି; ପାରମ୍ପରିକ ନାଚ ଗୀତ ଝୁମୁଛନ୍ତି ସଭିଏଁ

ନିଆରା ଢଙ୍ଗରେ ଆଦିବାସୀ ଦିବସ ପାଳୁଛି ବିଜେଡି; ପାରମ୍ପରିକ ନାଚ ଗୀତ ଝୁମୁଛନ୍ତି ସଭିଏଁ

ଭୁବନେଶ୍ୱର: ନିଆରା ଢଙ୍ଗରେ ବିଶ୍ୱ ଆଦିବାସୀ ଦିବସ ପାଳୁଛି ବିଜୁ ଜନତା ଦଳ । ଆରମ୍ଭ ହୋଇଛି ଆଦିବାସୀ ଅଧିକାର ଅଭିଯାନ । ରାଜ୍ୟର ସମସ୍ତ ସଂରକ୍ଷିତ ଅଞ୍ଚଳରେ ଦିବସ ପାଳନ କରାଯାଉଛି । ଆଦିବାସୀଙ୍କ ପାରମ୍ପରିକ ନାଚଗୀତ ପରିବେଷଣ ହେଉଛି । ଦେଖିବାକୁ ମିଳିଛି ସେମାନଙ୍କ ସଭ୍ୟତା ଓ ବେଶଭୂଷା ଝଲକ । ସଂରକ୍ଷିତ ଅଞ୍ଚଳ ପରିଦର୍ଶନ କରି ଆଦିବାସୀଙ୍କ ସମସ୍ୟା ବୁଝିବେ ବିଜେଡି ନେତା । ଏଥିପାଇଁ ସୁପ୍ରିମୋ ନବୀନ ପଟ୍ଟନାୟକ ନେତାଙ୍କୁ ଦାୟିତ୍ବ ପ୍ରଦାନ କରିଛନ୍ତି । ଆଦିବାସୀଙ୍କ ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁବେଳେ ବିଶେଷ ଦୃଷ୍ଟି ଦେଇଛନ୍ତି ।

ପାଠପଢାରୁ ଆରମ୍ଭ କରି ନିଯୁକ୍ତି ପାଇଁ ବିଭିନ୍ନ ଯୋଜନା କରିଛନ୍ତି । କିଛି ଦିନ ତଳେ ରାଷ୍ଟ୍ରପତି ତଥା ଓଡ଼ିଶାର ଆଦିବାସୀ ଝିଅ ଦ୍ରୌପଦୀ ମୁର୍ମୁଙ୍କ ବିଜୟ ପାଇଁ ନବୀନ ଯେଉଁ ପଦକ୍ଷେପ ନେଇଥିଲେ, ତାହା ସାରା ବିଶ୍ବ ଦେଖିଛି । ଅପହଞ୍ଚ ଆଦିବାସୀ ଅଞ୍ଚଳକୁ ବିଦ୍ୟୁତ୍ ସେବାରୁ ଆରମ୍ଭ କରି ଡାକ୍ତର ନିଯୁକ୍ତି କରାଯାଇଛି । ସ୍ବାଭିମାନ ଅଞ୍ଚଳର ବିକାଶ କଥା ଏବେ କାହାକୁ ଅଛପା ନାହିଁ । କୋଭିଡ ଯୋଗୁ ଦୁଇ ବର୍ଷ ହେବ ଏହାକୁ ପାଳନ କରାଯାଇନଥିଲା । ଚଳିତବର୍ଷ କିନ୍ତୁ ସରକାରୀସ୍ତରରୁ ଆରମ୍ଭ କରି ଦଳୀୟ ଭିତ୍ତିରେ ଏହାକୁ ପାଳନ ଧୁମଧାମରେ ପାଳନ କରାଯାଉଛି ।

ଏଥିସହିତ ପଢ଼ନ୍ତୁ: ସ୍ୱାଧୀନତା ଦିବସ ପାଇଁ କୋଭିଡ କଟକଣା; ପରେଡରେ ଭାଗ ନେବେନି ସ୍କୁଲ ଛାତ୍ରଛାତ୍ରୀ