spot_img
Home Blog Page 3977

କୋଭିଡ ପାଇଁ କଟକଣା, କେବଳ ଶିକ୍ଷକ ଶିକ୍ଷୟିତ୍ରୀ ସ୍କୁଲରେ ପାଳିବେ ସ୍ୱାଧିନତା ଦିବସ

ଭୁବନେଶ୍ୱର: କୋଭିଡ ପାଇଁ ସ୍ବାଧୀନତା ଦିବସରେ ଲାଗିଲା କଟକଣା । ଏଥର ଅଗଷ୍ଟ ୧୫ରେ ସ୍କୁଲ ଯିବେନି ଛାତ୍ରଛାତ୍ରୀ । କେବଳ ଶିକ୍ଷକ ଶିକ୍ଷୟିତ୍ରୀ ସ୍କୁଲରେ ପାଳିବେ ସ୍ବାଧୀନତା ଦିବସ । ପତକା ଉତ୍ତଳନ କରିବେ ଶିକ୍ଷକ, ଶିକ୍ଷୟତ୍ରୀ । ପୂର୍ବରୁ ସ୍ବାଧୀନତା ଦିବସ ପରେଡରେ ଛାତ୍ରଛାତ୍ରୀ ଭାଗ ନେବେନି ବୋଲି କଟକଣା ଜାରି ହୋଇଥିଲା । ସେପଟେ ଭୁବନେଶ୍ବରରେ ଆୟୋଜିତ ରାଜ୍ୟ ସ୍ତରୀୟ ପରେଡରେ ୩ଟି କଣ୍ଟିଜେଣ୍ଟ ସାମିଲ ହେବେ ।

ଓଏସଏପି, ଓଡ୍ରାଫ୍ ଓ ବିଏସଏଫ୍ ପରେଡରେ ସାମିଲ ହେବେ । ଏଥିପାଇଁ ୩ଦିନ କରାଯିବ ରିହରସଲ । ପ୍ରଦର୍ଶନୀ ପଡ଼ିଆରେ ୧୧, ୧୨ ଓ ୧୩ରେ ଅଭ୍ୟାସ କରିବେ ୩ଟି କଣ୍ଟିଜେଣ୍ଟ । ରିହରସଲ ଦିନ ନିର୍ଦ୍ଧାରିତ ସମୟର ଅଧଘଣ୍ଟା ପୂର୍ବରୁ ପହଞ୍ଚିବେ କଣ୍ଟିଜେଣ୍ଟ । ଯେଉଁ କଣ୍ଟିଜେଣ୍ଟ ସ୍ବାଧୀନତା ଦିବସ କାର୍ଯ୍ୟକ୍ରମରେ ସାମିଲ ହେବେ, ସେମାନଙ୍କ କୋଭିଡ ଟେଷ୍ଟ ବାଧ୍ୟତାମୂଳକ ।

ସାମାଜିକ ଦୂରତା ବଜାୟ ରଖିବେ । ଫ୍ଲାଗ୍ ପୋଷ୍ଟ ପାଖରେ ନିୟୋଜିତ ହେବାକୁ ଥିବା ଅଫିସର କୋଭିଡ ନେଗେଟିଭ ହେବା ସହ ମାସ୍କ ଓ ଗ୍ଲୋବ୍ସ ପିନ୍ଧିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ଜନସମାଗମକୁ ଏଡାଇବା ପାଇଁ ସାଧାରଣ ଲୋକଙ୍କୁ କାର୍ଯ୍ୟକ୍ରମରେ ସାମିଲ ହେବାକୁ ବାରଣ କରାଯାଇଛି । ପ୍ରଦର୍ଶନୀ ପଡ଼ିଆରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ପତାକା ଉତ୍ତୋଳନ କରିବେ ।

ଅବସର ନେବେ ଟେନିସ କିମ୍ବନ୍ଦନ୍ତୀ ସେରେନା ୱିଲିୟମ୍ସ

ନନ୍ଦିଘୋଷ ବ୍ୟୁରୋ: ବିଶ୍ୱର ଚର୍ଚ୍ଚିତ ଟେନିସ୍ କିମ୍ବନ୍ଦନ୍ତୀ ଆମେରିକାର ସେରେନା ୱିଲିୟମ୍ସ  ୟୁଏସ୍ ଓପନ ପରେ ସନ୍ୟାସ ଘୋଷଣା କରିପାରନ୍ତି । ୪୦ ବର୍ଷୀୟା ସେରେନା ଏକ ମାଗାଜିନକୁ ସାକ୍ଷାତକାରେ ଅବସର ନେବା କଥା ଉଲ୍ଲେଖ କରିଛନ୍ତି । ସେ କହିଛନ୍ତି, ଜୀବନରେ ଏପରି ସମୟ ଆସିଥାଏ ଯେତେବେଳେ ଆମକୁ ଏକ ଭିନ୍ନ ଦିଗରେ ଆଗକୁ ବଢ଼ିବାର ନିଷ୍ପତ୍ତି ନେବାକୁ ପଡ଼ିଥାଏ ।

ଅବଶ୍ୟ ସେରେନା ଖୁଲାସା କରିନାହାନ୍ତି ଯେ କେବେ ସେ ଅଧିକାରିକ ଭାବେ ଘୋଷଣା କରିବେ । କିନ୍ତୁ ତାଙ୍କ ସାକ୍ଷାତକାରରୁ ଅନୁମାନ କରାଯାଉଛି ଯେ ସେ ୟୁଏସ୍ ଓପନ ପରେ ଟେନିସରୁ ସନ୍ୟାସ ନେବେ । ଖବର ସରବରାହ ସଂସ୍ଥା ରିଉଟର୍ସ ମଧ୍ୟ ସୂଚନା ଦେଇଛି ଯେ, ଚଳିତ ମାସ ଶେଷରେ ଆରମ୍ଭ ହେବାକୁ ଥିବା ଆମେରିକୀୟ ଓପନ ପରେ ଟେନିସକୁ ଅଲବିଦା କହିବାକୁ ଯାଉଛନ୍ତି ସେରେନା । ୨୩ ଥର ଗ୍ରାଣ୍ଡସ୍ଲାମ ଚମ୍ପିଆନଙ୍କ ଅବସର ସଙ୍କେତ ସମସ୍ତଙ୍କୁ ଚକିତ କରିଛି । ୧୯୯୯ ମସିହାରୁ ସେ ୟୁଏସ୍ ଓଫନରେ ଖେଳିଆସୁଛନ୍ତି ।

ବୁଧବାର ଅପରାହ୍ନ ୨ଟାରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନୀତିଶ

ପାଟନା: ବିଜେପି ମେଣ୍ଟରୁ ଅଲଗା ହୋଇ ବିହାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା ନୀତିଶ କୁମାର ଏବେ ପୁଣିଥରେ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି । ବୁଧବାର ଅପରାହ୍ନ ୨ଟାରେ ନୀତିଶ ପୁଣିଥରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଶପଥ ନେବେ । ତାଙ୍କ ସହ ଉପମୁଖ୍ୟମନ୍ତ୍ରୀ ମଧ୍ୟ ଶପଥ ନେବେ । ଶପଥଗ୍ରହଣ ଉତ୍ସବ ରାଜଭବନରେ ଆୟୋଜିତ ହେବ । ଉପମୁଖ୍ୟମନ୍ତ୍ରୀ ପଦ ପାଇଁ ଆରଜେଡି ନେତା ତେଜସ୍ୱୀ ଯାଦବଙ୍କ ନାଁକୁ ନେଇ ଚର୍ଚ୍ଚା ହେଉଛି । ଏହା ପୂର୍ବରୁ ସନ୍ଧ୍ୟା ୪ଟାରେ ଶପଥ ଉତ୍ସବ ଆୟୋଜନ ହେବାର ଖବର ଆସିଥିଲା ।

ମଙ୍ଗଳବାର ସନ୍ଧ୍ୟାରେ ନୀତିଶ କୁମାର ରାଜ୍ୟପାଳ ଫଗୁ ଚୌହ୍ୱାନଙ୍କୁ ୭ ଦଳର ୧୬୪ ବିଧାୟକଙ୍କ ସମର୍ଥନ ଥିବା ଚିଠି ହସ୍ତାନ୍ତର କରିଥିଲେ । ଯେହେତୁ ସବୁଠୁ ଅଧିକ ବହୁମତ ତାଙ୍କ ପାଖରେ ଅଛି ସେଥିପାଇଁ ସରକାର ଗଠନ ପାଇଁ ସେ ଦାବି କରିଥିଲେ । ଏହି ଅବସରରେ ଆରଜେଡି ନେତା ତେଜସ୍ୱୀ ଯାଦବ ମଧ୍ୟ ତାଙ୍କ ସହ ରାଜଭବନରେ ଉପସ୍ଥିତ ଥିଲେ । ଦୁଇ ନେତା ରାଜ୍ୟପାଳଙ୍କୁ ଭେଟିବା ପରେ ସାମ୍ବାଦିକ ସମ୍ମିଳନୀ କରିଥିଲେ । ନୀତିଶ ଏହି ସମୟରେ କହିଥିଲେ, ଆମେ ରାଜ୍ୟପାଳଙ୍କୁ ଭେଟି ୭ଦଳର ୧୬୪ ବିଧାୟକଙ୍କ ସମର୍ଥନ କଥା କହିଥିଲୁ ।

ଏବେ ରାଜ୍ୟପାଳଙ୍କ ଉପରେ ନିର୍ଭର ଯେ ସେ କେବେ ସରକାର ଗଠନ ପାଇଁ ନିମନ୍ତ୍ରଣ କରୁଛନ୍ତି । ଏହାପରେ ବିଜେପି ଉପରେ ପ୍ରବଳ ବର୍ଷିଥିଲେ ତେଜସ୍ବୀ ଯାଦବ  । ବିଜେପି ସହ ଯିଏ ବି ମେଣ୍ଟ କରିଛି ସେ ଧ୍ବଂଶ ହୋଇଯାଇଛି  । ବିଜେପି ବିରୋଧୀଙ୍କୁ ଶେଷ କରିଦେବାକୁ ଷଡ଼ଯନ୍ତ୍ର କରେ  । ବିଧାୟକଙ୍କୁ କିଣା ବିକା କରେ  । ବିକାଶ ନାଁରେ ବିନାଶ କରେ ବୋଲି ତେଜସ୍ବୀ ଯାଦବ କହିଛନ୍ତି  । ବିହାରର ବିକାଶ ପାଇଁ ନୀତୀଶ ଯେଉଁ ନିଷ୍ପତ୍ତି ନେଇଛନ୍ତି ତାହା ସ୍ବାଗତ ଯୋଗ୍ୟ ବୋଲି ତେଜସ୍ବୀ କହିଥିଲେ । ବର୍ତ୍ତମାନ ଯେଉଁ ସରକାର ଗଠନ ହେବାକୁ ଯାଉଛି ଏହାହିଁ ପ୍ରକୃତ ଜନାଦେଶ  ।

ପାଠପଢ଼ା ପାଇଁ ବାଜିରେ ଜୀବନ: ଅଭିଭାବକଙ୍କ କାନ୍ଧରେ ନଦୀ ପାର ହେଉଛନ୍ତି ଛୋଟ ପିଲା

କେନ୍ଦୁଝର: ପାଠପଢ଼ା ପାଇଁ ବାଜିରେ ଲାଗିଛି ଜୀବନ । ଭରା ନଦୀରେ ପିଲାଙ୍କୁ କାନ୍ଧରେ ଧରି ନଦୀ ପାର୍ କରାଉଛନ୍ତି  ଅଭିଭାବକ । ଭରାନଦୀରେ ପାଠପଢା ପାଇଁ ସଂର୍ଘଷ କରୁଛନ୍ତି ଛୋଟପିଲା । ଅଭିଭାବକଙ୍କ କାନ୍ଧରେ ବସି ବିପଦଜନକ ଭାବେ ଭରା ନଦୀ ପାର୍ ହୋଇ ଯାଉଛନ୍ତି ସ୍କୁଲ୍ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ ତାଳପଦା ପଞ୍ଚାୟତରେ ।

ତାଳପଦା ଗାଁ ସ୍କୁଲକୁ ୧୫ରୁ ଅଧିକ ପିଲା ମୁଣ୍ଡାସାହିରୁ ୩ କିଲୋମିଟର ବାଟ ପାଦରେ ଚାଲି ପଢିବାକୁ ଆସିଥାନ୍ତି । ମୁଣ୍ଡାସାହିକୁ ଯାଇଥିବା ପାଦଚଲା ରାସ୍ତାରେ ସମାକୋଇ ନଦୀ ପଡ଼ିଥାଏ । ବର୍ଷାଋତୁ ୪ମାସ ନଦୀରେ ପାଣି ଅଧିକ ରହୁଥିବାରୁ ଯିବା ଆସିବାରେ ବହୁ ଅସୁବିଧା ସୃଷ୍ଟି ହେଉଥିବା ବେଳେ ଗୁରୁତର ରୋଗୀ ସହିତ ଗର୍ଭବତୀ ମହିଳା ମଧ୍ୟ ପ୍ରଭାବିତ ହୋଇଥାନ୍ତି ।

ପିଲାଙ୍କର ପାଠପଢା କଥା ନକହିବା ଭଲ । ନଦୀ ବଢିଲେ ପାଠପଢା ଏକପ୍ରକାର ବନ୍ଦ ହୋଇଯାଏ । ଅନ୍ୟ କୌଣସି ସୁବିଧା ନଥିବାରୁ  ନଦୀରେ ପାଣି କମିଗଲେ ଅଭିଭାବକମାନେ ପିଲାଙ୍କୁ କାନ୍ଧରେ ବୋହି ବିପଦଜନକ ଅବସ୍ଥାରେ ନଦୀ ପାର୍ କରାଇଥାନ୍ତି । ସ୍କୁଲରୁ ଫେରିବା ବେଳେ ମଧ୍ୟ ସମାନ ଅବସ୍ଥା । ଏଠାରେ ନଦୀରେ ଏକ ପୋଲ ନିର୍ମାଣ କରିବାକୁ ଦୀର୍ଘ ଦିନର ଲୋକଙ୍କ ଦାବି ପୂରଣ ହୋଇ ପାରୁ ନାହିଁ ।

ଏବେ ସାରା ଦେଶ କହିବ ବିଜେପି ହଟାଅ: ଅଖିଳେଶ

ଲକ୍ଷ୍ନୌ: ବିହାରରେ ଜେଡିୟୁ ନେତା ନୀତିଶ କୁମାର ବିଜେପି ମେଣ୍ଟରୁ ଅଲଗା ହେବା ପରେ ମୁଖ୍ୟମନ୍ତ୍ରୀ ପଦରୁ ମଧ୍ୟ ଇସ୍ତଫା ଦେଇଛନ୍ତି । କିଛି ଦିନ ମଧ୍ୟରେ ଆରଜେଡି, କଂଗ୍ରେସ ଓ ବାମଦଳ ସହ ମିଶି ସେ ସରକାର ଗଢ଼ିବେ । ଏଥିପାଇଁ ସେ ଆରଜେଡି ନେତା ତେଜସ୍ୱୀ ଯାଦବଙ୍କ ସହ ମିଶି ରାଜ୍ୟପାଳଙ୍କୁ ସରକାର ଗଢିବା ପାଇଁ ବହୁମତ ଥିବା କଥା କହିଛନ୍ତି ।

୭ ଦଳର ୧୬୪ ବିଧାୟକଙ୍କ ସମର୍ଥନ ଥିବା କଥା ସେ ରାଜ୍ୟପାଳଙ୍କୁ ଭେଟି କହିଛନ୍ତି । ବିହାରରେ ଏବେ ବିଜେପି ଏକାକି ହୋଇଯାଇଛି । ମେଣ୍ଟରୁ ପ୍ରାୟ ସବୁ ଦଳ ଅଲଗା ହୋଇଯାଇଛନ୍ତି । ବିହାର ରାଜନୀତି ଉପରେ ସମାଜୱାଦୀ ପାର୍ଟି ଅଖିଳେଶ ଯାଦବଙ୍କ ବୟାନ ସାମ୍ନାକୁ ଆସିଛି । ଅଖିଳେଶ କହିଛନ୍ତି, ଆଜିର ଦିନରେ ଅର୍ଥାତ ୯ ଅଗଷ୍ଟ ୧୯୪୨ରେ ‘ଇଂରେଜ ଭାରତ ଛାଡ଼’ ନାରା ଦିଆଯାଇଥିଲା ଏବଂ ଆଜି ହିଁ ବିହାରରୁ ବିଜେପି ହଟାଅ ନାରା ଆସିଛି । ଏବେ ଖୁବଶୀଘ୍ର ଦେଶର ଅନ୍ୟ ରାଜ୍ୟରୁ ରାଜନୈତିକ ଦଳ ଏବଂ ଲୋକ ବିଜେପି ବିରୋଧରେ ଛିଡା ହେବେ ।

‘ସତରଞ୍ଜ’ ପୁସ୍ତକ ଉନ୍ମୋଚନ କଲେ ମନ୍ତ୍ରୀ ତୁଷାରକାନ୍ତି ବେହେରା

ଭୁବନେଶ୍ୱର: ‘ସତରଞ୍ଜ:ବୁଦ୍ଧିର ବିକାଶ’ ପୁସ୍ତକ ଉନ୍ମୋଚିତ । ରାଜ୍ୟ ସରକାରଙ୍କ ଇଲେକ୍‌ଟ୍ରୋନିକ୍ସ, ସୂଚନା ପ୍ରଯୁକ୍ତି, କ୍ରୀଡ଼ା ଓ ଯୁବସେବା ଏବଂ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ଏହି ପୁସ୍ତକୁକ ଉନ୍ମୋଚନ କରିଛନ୍ତି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ଶାସନ ସଚିବ ବିଶିକେଶନ ଦେହୁରୀଙ୍କ ଦ୍ୱାରା ରଚିତ ଏହି ପୁସ୍ତକକୁ ମନ୍ତ୍ରୀ ବେହେରା ଉନ୍ମୋଚନ କରିଛନ୍ତି । ଏହି ଅବସରରେ ମନ୍ତ୍ରୀ କହିଛନ୍ତି, ବର୍ତ୍ତମାନ ବିଭିନ୍ନ ଖେଳ ସହିତ ଚେସ ଖେଳ ପ୍ରତି ଯୁବବର୍ଗଙ୍କ ଆଗ୍ରହ ବୃଦ୍ଧି ପାଇଛି ।

ଏହି ଦୃଷ୍ଟିରୁ ଚେସ ଖେଳ ପ୍ରତି ରୁଚି ରଖୁଥିବା ଛାତ୍ରଛାତ୍ରୀ ତଥା ସବୁ ବର୍ଗର ଲୋକଙ୍କ ପାଇଁ ଏହି ପୁସ୍ତକ ବେଶ ଉପାଦେୟ ସାବ୍ୟସ୍ତ ହେବ ।  ସେହିପରି ଲେଖକ ବିଶିକେଶନ ଦେହୁରୀ କହିଛନ୍ତି ଯେ ଛାତ୍ର ଅବସ୍ଥାରୁ ସତରଞ୍ଜ ଖେଳ ଅଭ୍ୟାସ ମାନସିକ ବିକାଶରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ଫଳରେ ଏହା ସେମାନଙ୍କ ପାଠପଢ଼ାରେ ଉନ୍ନତି ଆଣିଥାଏ ଏବଂ ଭଲ ପ୍ରଦର୍ଶନ କରିବାରେ ମଧ୍ୟ ସହାୟକ ହୋଇଥାଏ । ଏକ ପ୍ରକାର କହିବାକୁ ଗଲେ ଚେସ ଖେଳ ସମସ୍ତଙ୍କ ନିମନ୍ତେ ଏକ ଉତ୍ତମ ମଣିଷ ହେବାର ପଥ ପରିଷ୍କାର କରେ ।

 ଏହି ପୁସ୍ତକ ଉନ୍ମୋଚନ ଉତ୍ସବରେ ଅନ୍ୟତମ ଅତିଥି ଭାବରେ ୱେୟାର ହାଉସିଂର ପରିଚାଳନା ନିର୍ଦ୍ଦେଶକ ଗଣେଶ୍ୱର ଜେନା, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଅତିରିକ୍ତ ଶାସନ ସଚିବ ମଧୁସୂଦନ ଦାସ, କ୍ରୀଡ଼ା ବିଭାଗ ଯୁଗ୍ମ ଶାସନ ସଚିବ ତଥା ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ କୈଳାଶ ଚନ୍ଦ୍ର ଦାସ, ‘ପକ୍ଷୀଘର’ ପ୍ରକାଶନୀର ପ୍ରକାଶକ ବନୋଜ ତ୍ରିପାଠୀ ଏବଂ ବରିଷ୍ଠ ସାମ୍ବାଦିକ ଅମିତାଭ ସାହୁ ଯୋଗଦେଇ ଚେସ ଖେଳ ଓ ଏହି ପୁସ୍ତକର ଉପାଦେୟତା ସମ୍ପର୍କରେ ନିଜର ମତ ରଖିଥିଲେ ।  ସୂଚନାଯୋଗ୍ୟ ଯେ ଏହି ପୁସ୍ତକରେ ସତରଞ୍ଜର ଉପକାର- ଅପକାର, ଉତ୍ପତ୍ତି, ଖେଳ ଶିଖିବାର ସହଜ ପ୍ରଣାଳୀ ଆଦି ବଷୟ ବର୍ଣ୍ଣନା କରାଯାଇଛି । ବିଭିନ୍ନ ଖେଳାଳିମାନଙ୍କର ଜୀବନୀ, ସେମାନଙ୍କ ଖେଳ ସମ୍ପର୍କରେ ବିସ୍ତୃତ ଲେଖା ମଧ୍ୟ ଏହି ପୁସ୍ତକରେ ସ୍ଥାନ ପାଇଛି ।

ବିଜେପି ସହ ଯିଏ ମେଣ୍ଟ କରିଛି ସେ ଧ୍ୱଂସ ହୋଇଛି: ତେଜସ୍ୱୀ ଯାଦବ

ପାଟନା: ବିହାରରେ ନୂଆ ସରକାର ଗଠନ ପାଇଁ ଆରମ୍ଭ ହୋଇଗଲାଣି ପ୍ରସ୍ତୁତି । କଂଗ୍ରେସ, ବାମଦଳ ଓ ଅନ୍ୟ କିଛି ଛୋଟ ଦଳ ସହ ମିଶି ଆରଜେଡି-ଜେଡିୟୁ ସରକାର ଗଠନ କରିବେ । ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ପାଇଁ ଦାବି ଉପସ୍ଥାପନ କଲେ ନୀତୀଶ କୁମାର ଓ ତେଜସ୍ବୀ ଯାଦବ  । ୭ଟି ଦଳର ୧୬୪ ବିଧାୟକଙ୍କ ସମର୍ଥନ ଥିବା ନୀତୀଶ ଦାବି କରିଛନ୍ତି  । ଦିନେ ଦୁଇ ଦିନ ମଧ୍ୟରେ ଶପଥ ଗ୍ରହଣ ଉତ୍ସବ ହେବ । ଆକଳନ କରାଯାଉଛି ନୀତିଶ କୁମାର ହିଁ ମୁଖ୍ୟମନ୍ତ୍ରୀ ହେବେ, ଆରଜେଡି ନେତା ତେଜସ୍ୱୀ ଯାଦବ ଉପମୁଖ୍ୟମନ୍ତ୍ରୀ ହେବେ ସେହିପରି କଂଗ୍ରେସରୁ ବାଚସ୍ପତି ହେବେ ।

ଦୁଇ ନେତା ରାଜ୍ୟପାଳଙ୍କୁ ଭେଟିବା ପରେ ସାମ୍ବାଦିକ ସମ୍ମିଳନୀ କରିଥିଲେ । ନୀତିଶ ଏହି ସମୟରେ କହିଥିଲେ, ଆମେ ରାଜ୍ୟପାଳଙ୍କୁ ଭେଟି ୭ଦଳର ୧୬୪ ବିଧାୟକଙ୍କ ସମର୍ଥନ କଥା କହିଥିଲୁ ।  ଏବେ ରାଜ୍ୟପାଳଙ୍କ ଉପରେ ନିର୍ଭର ଯେ ସେ କେବେ ସରକାର ଗଠନ ପାଇଁ ନିମନ୍ତ୍ରଣ କରୁଛନ୍ତି । ଏହାପରେ ବିଜେପି ଉପରେ ପ୍ରବଳ ବର୍ଷିଛନ୍ତି ତେଜସ୍ବୀ ଯାଦବ  । ବିଜେପି ସହ ଯିଏ ବି ମେଣ୍ଟ କରିଛି ସେ ଧ୍ବଂଶ ହୋଇଯାଇଛି  । ବିଜେପି ବିରୋଧୀଙ୍କୁ ଶେଷ କରିଦେବାକୁ ଷଡ଼ଯନ୍ତ୍ର କରେ  । ବିଧାୟକଙ୍କୁ କିଣା ବିକା କରେ  । ବିକାଶ ନାଁରେ ବିନାଶ କରେ ବୋଲି ତେଜସ୍ବୀ ଯାଦବ କହିଛନ୍ତି  । ବିହାରର ବିକାଶ ପାଇଁ ନୀତୀଶ ଯେଉଁ ନିଷ୍ପତ୍ତି ନେଇଛନ୍ତି ତାହା ସ୍ବାଗତ ଯୋଗ୍ୟ ବୋଲି ତେଜସ୍ବୀ କହିଛନ୍ତି  । ବର୍ତ୍ତମାନ ଯେଉଁ ସରକାର ଗଠନ ହେବାକୁ ଯାଉଛି ଏହାହିଁ ପ୍ରକୃତ ଜନାଦେଶ  ।

ବିହାରବାସୀ ଯାହା ଚାହୁଁଥିଲେ ସେହା ହେଲା ବୋଲି ତେଜସ୍ବୀ ଯାଦବ କହିଛନ୍ତି  । ଏବେ ଠୁ ବିହାର ବିକାଶର ନୂଆ କାହାଣୀ ଲେଖାଯିବ ବୋଲି ସେ କହିଛନ୍ତି  । ସୂଚନାଥାଉକି ଆଜି ଅପରାହ୍ନରେ ରାଜନୈତିକ ହଟଚମଟ ଭିତରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର । ରାଜଭବନରେ ପହଞ୍ଚି ରାଜ୍ୟପାଳଙ୍କୁ ଇସ୍ତଫା ପତ୍ର ପ୍ରଦାନ କରିଥିଲେ ନୀତୀଶ । ଇସ୍ତଫା ପରେ ତେଜସ୍ବୀ ଯାଦବଙ୍କ ଘରେ ପହଞ୍ଚିଥିଲେ  ନୀତୀଶ କୁମାର । ସେପଟେ ପ୍ରେସମିଟ କରି ନୀତୀଶଙ୍କ ଉପରେ ବର୍ଷିଛି ବିହାର ବିଜେପି । ନୀତୀଶ ବିଜେପି ଓ ବିହାରବାସୀଙ୍କ ସହ ବିଶ୍ବାସଘାତକତା କରିଛନ୍ତି ବୋଲି ବିଜେପି କହିଛି ।

ଓଡ଼ିଶା ଇଡିର ଉପନିର୍ଦ୍ଦେଶକ ସୁବୋଧଙ୍କୁ ପଚରା ଉଚୁରା କରୁଛି କୋଲକାତା ପୋଲିସ

ଭୁବନେଶ୍ୱର: ଓଡିଶା EDର ଡେପୁଟି ଡାଇରେକ୍ଟର ସୁବୋଧ କୁମାରଙ୍କୁ ଜେରା ପାଇଁ ଭୁବନେଶ୍ୱରରେ କୋଲକାତା ପୋଲିସ । ଝାଡ଼ଖଣ୍ଡର ଓକିଲ ରାଜୀବ କୁମାରଙ୍କ ଗିରଫଦାରୀ ଲିଙ୍କ ନେଇ ସୁବୋଧଙ୍କୁ ପଚରା ଉଚୁରା କରୁଛି କୋଲକାତା ପୋଲିସ । ଜଣେ ACP ରାଙ୍କର ଅଫିସର ଓ ଆଉ ଜଣେ SI ଆଜି ଆସି ଭୁବନେଶ୍ୱରରେ ପହଞ୍ଚିଛନ୍ତି । ପୂର୍ବରୁ ସୁବୋଧ କୁମାର ଝାଡ଼ଖଣ୍ଡର ରାଞ୍ଚିରେ EDର ଡେପୁଟି ଡାଇରେକ୍ଟର ଥିଲେ ।

ସେହି ସମୟରେ ଝାଡ଼ଖଣ୍ଡର ଓକିଲ ରାଜୀବ କୁମାରଙ୍କ ସହ ସମ୍ପର୍କ ଥିବା ନେଇ ସୁବୋଧଙ୍କୁ ପଚରାଉଚରା କରୁଛି କୋଲକାତା ପୋଲିସ । ରାଜୀବଙ୍କ ଠାରୁ କୋଲକାତାର ଜଣେ ବ୍ୟବସାୟୀ ମୋଟା ଅଙ୍କର ଟଙ୍କା ମାଗିଥିବା ଅଭିଯୋଗ ହୋଇଥିଲା । ରାଜୀବ ସେହି ବ୍ୟବସାୟୀଙ୍କ ନାଁରେ ରାଞ୍ଚି ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ରୁଜୁ କରିଥିଲେ ।

ଏହାକୁ ହଟାଇବା ପାଇଁ ୧୦ କୋଟି ଦାବି କରିଥିଲେ ବୋଲି ବ୍ୟବସାୟୀ ଜଣକ ଥାନାରେ ଅଭିଯୋଗ କରିଥିଲେ । ଗତ ସପ୍ତାହରେ କୋଲକାତା ପୋଲିସ ରାଜୀବଙ୍କୁ ଏକ ମଲରୁ ୬୦ଲକ୍ଷ ଟଙ୍କା ସହ ଗିରଫ କରିଥିଲା । ଗିରଫଦାରୀ ପରେ ସେହି ଟଙ୍କା ଉକ୍ତ ବ୍ୟବସାୟୀଙ୍କର ବୋଲି ଜଣା ପଡିଥିଲା । ରାଜୀବଙ୍କ ସହ ସୁବୋଧଙ୍କ ସମ୍ପର୍କ, କଲରେକର୍ଡ ଓ ଡାଏରିର ତଥ୍ୟକୁ ନେଇ ଆରମ୍ଭ ହୋଇଛି ଖୋଳତାଡ଼ ।

ଚୁପ୍ ଚାପ୍ ଛାଡ଼ନ୍ତୁ ଗ୍ରୁପ୍, ହ୍ବାଟସଆପ ଆଣିଲା ନୂଆ ଫିଚର୍

ନୂଆଦିଲ୍ଲୀ: ନୂଆ ଫିଚର୍ ଲଞ୍ଚ କଲା ହ୍ବାଟସଆପ୍ । ଏବେ ଆପଣ ଚୁପ୍ ଚାପ୍ ଛାଡ଼ି ପାରିବେ ହ୍ବାସଟଆପ୍ ଗ୍ରୁପ୍ । ଅନ୍ୟମାନଙ୍କୁ ଜଣା ବି ପଡ଼ିବନି ଯେ, ଆପଣ ଗ୍ରୁପରୁ ଲେଫ୍ଟ ହେଉଛନ୍ତି ବୋଲି । ହ୍ବାଟସଆପରେ ଆସିବାକୁ ଯାଉଛି ୩ଟି ନୂଆ ଫିଚର୍ । ଯେଉଁଥିରେ ଆପଣ ନିଜ ଇଚ୍ଛା ଅନୁସାରେ ନିଜ ପ୍ରାଇଭେସି ଆକ୍ଟିଭ୍ କରି ପାରିବେ । ଏହାଦ୍ବାରା ଆପଣ ନିଜ ଡାଟା ସୁରକ୍ଷିତ ରଖିପାରିବେ ।

ସେହିପରି ଆପଣ ଗ୍ରୁପ୍ ଛାଡ଼ିଲା ପରେ କେଉଁମାନେ ତାହା ଜାଣି ପାରିବେ ତାହା ମଧ୍ୟ ଆପଣ ସେଟିଂ କରିପାରିବେ । କିନ୍ତୁ ଯିଏ ଗ୍ରୁପ୍ ଆଡମିନ୍ ଅଛନ୍ତି ସେ କେବଳ ଏହାକୁ ଜାଣି ପାରିବେ । ଏହି ଫିଚର ଚଳିତ ମାସ ଶେଷ ବେଳକୁ ସାରା ବିଶ୍ବରେ କାର୍ଯ୍ୟକାରୀ ହେବ ବୋଲି ସୂଚନା ଦେଇଛନ୍ତି ମେଟା ପ୍ରତିଷ୍ଠାତା ତଥା ସିଇଓ ମାର୍କ ଜୁକରବର୍ଗ ।

ଆଉ ଏକ ଫିଚର୍ ବି ହ୍ବାଟସଆପରେ ଆସିବାକୁ ଯାଉଛି । ଏଥିରେ ଆପଣ ଅନଲାଇନ୍ ଅଛନ୍ତି ବୋଲି କାହାକୁ ଦେଖାଇବାକୁ ଚାହୁଁଛନ୍ତି ସେଟା ବି ଆପଣ ସେଟିଂ କରିପାରିବେ । ସେହିପରି ଆପଣ ଦେଉଥିବା ଷ୍ଟାଟସରେ ବି କିଛି ପରିବର୍ତ୍ତନ ହେବାକୁ ଯାଉଛି ।

ପୂର୍ବରୁ ୟୁଜର ମାନଙ୍କପାଇଁ ମିସଡ୍ କଲ ଆଲର୍ଟ ବିଷୟରେ ବି ଫିଚର୍ ଆସିଥିଲା । ବିଶେଷ କରି ବିଜନେସ ୟୁଜରଙ୍କ ପାଇଁ ଏହି ଫିଚର ବେଶ୍ ପ୍ରୟୋଜନୀୟ ହେବ ବୋଲି କୁହାଯାଉଥିଲା ।

ହ୍ବାଟସଆପ ଏବେ ଏକ ନୂଆ ଫିଚର ଉପରେ କାମ କରୁଛି । ବିଭିନ୍ନ ପ୍ରକାର ଫିଚର୍ ଯୋଗୁ ୟୁଜର ଖୁସିବ୍ୟକ୍ତ ବି କରିଛନ୍ତି । ସେଥିପାଇଁ ଦିନକୁ ଦିନ ଏହା ଲୋକପ୍ରିୟ ଆପ୍ ପାଲଟିଛି ।

ISIS ସହ ଜଡ଼ିତ ସନ୍ଦିଗ୍ଧ ଯୁବକ ଗିରଫ, ବଡ଼ ଆକ୍ରମଣର ଯୋଜନା କରୁଥିଲା

ଆଜମଗଢ଼: ଅଗଷ୍ଟ ୧୫ ତାରିଖରେ ଦେଶ ୭୫ତମ ସ୍ୱାଧିନତା ଦିବସ ପାଳନ କରିବାକୁ ଯାଉଛି । ଏଥିପାଇଁ ପ୍ରସ୍ତୁତି ମଧ୍ୟ ଜୋରସୋରରେ ଚାଲିଛି । ସ୍ୱାଧିନତା ଦିବସ ଅବସରରେ କୌଣସି ଅଘଟଣ ନଘଟୁ ସେଥିପାଇଁ ସୁରକ୍ଷାକୁ ଅଧିକ ଗୁରୁତ୍ୱ ଦିଆଯାଇଛି । ଆତଙ୍କବାଦୀମାନେ ଏହି ଦିନକୁ ଅଧିକ ଟାର୍ଗେଟ କରିଥାନ୍ତି ।ଏହାରି ମଧ୍ୟରେ ମଙ୍ଗଳବାର ଜଣେ ସନ୍ଦିଗ୍ଧ ଆତଙ୍କବାଦୀ ଗିରଫ ହୋଇଛି ।

ଆତଙ୍କବାଦୀ ସଂଗଠନ ISISର ଜଣେ ସନ୍ଦିଗ୍ଧକୁ ଉତ୍ତରପ୍ରଦେଶ ଆତଙ୍କବାଦୀ ନିରୋଧୀ ସ୍କ୍ୱାଡ (ଏଟିଏସ୍) ଆଜମଗଢ଼ରୁ ଗିରଫ କରିଛି । ତେବେ ଗିରଫ ସନ୍ଦିଗ୍ଧ ଜଣକ ହେଲେ ସବାଉଦ୍ଦୀନ ଆଜମୀ । ଆଇଏସଆଇଏସର ରିକ୍ରୁଟର ସହ ସେ ସମ୍ପର୍କରେ ଥିଲେ । ଗିରଫ ସମୟରେ ତାଠୁ ଆଇଡି ତିଆରି କରିବାର ସାମଗ୍ରୀ ମଧ୍ୟ ଜବତ ହୋଇଛି ।

ଏବେ ଏଟିଏସ୍ ତାକୁ ପଚରା ଉଚରା କରୁଛି । ମୋବାଇଲ ଯାଞ୍ଚରେ ଜଣାଯାଇଛି, ସେ ଆଇଏସଆଇଏସ ଦ୍ୱାରା ଆତଙ୍କ ଏବଂ ଜିହାଦ ପାଇଁ ମୁସଲିମ ଯୁବକଙ୍କ ବ୍ରେନୱାସ କରିବା ପାଇଁ ଖୋଲାଯାଇଥିବା ଟେଲିଗ୍ରାମ ଗ୍ରୁପ ସହ ଜଡିତ ଥିଲା । ତେବେ ଅଭିଯୁକ୍ତ ସବାଉଦ୍ଦୀନ ଅସାଦୁଦ୍ଦୀନ ଓୱେସୀଙ୍କ ଏଆଇଏମଆଇଏମ ଦଳର ସଦସ୍ୟ ଥିବା ସୂଚନା ।