ଆରମ୍ଭ ହେଲା ଭିଜିଲାନ୍ସ ସଚେତନତା ସପ୍ତାହ, ସଚୋଟ୍ଟତା ଶପଥ ପାଠ କରାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆଜିଠୁ ଆରମ୍ଭ ହେଲେ ଭିଜିଲାନ୍ସ ସଚେତନତା ସପ୍ତାହ । ଏଥର ଥିମ୍‌ ରହିଛି ଏକ ବିକଶିତ ରାଷ୍ଟ୍ର ପାଇଁ ଦୁର୍ନୀତିମୁକ୍ତ ଭାରତ । ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସଚୋଟ୍ଟତା ନେଇ ଶପଥ ପାଠ କରାଇଛନ୍ତି ।

ଏଥିରେ ୭୦ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟ, ଛାତ୍ରଛାତ୍ରୀ ଓ ରାଜ୍ୟ ସରକାରଙ୍କ କ୍ଷେତ୍ରାଧିକାରୀମାନେ ଯୋଡ଼ି ହୋଇଥିଲେ । ରାଜ୍ୟ ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗ ପକ୍ଷରୁ ଭିଡିଓ କନଫରେନ୍‌ସିଂ ଜରିଆରେ ସବୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓ ବ୍ଲକ ଅଫିସକୁ ଯୋଡ଼ା ଯାଇଛି । ସଚୋଟ୍ଟତା ନେଇ ସରକାରୀ ଅଧିକାରୀମାନେ ଶପଥ ନେଇଥିଲେ । ଭିଜିଲାନ୍ସ ସଚେତନତା ସପ୍ତାହ ଅବସରରେ ଜିଲ୍ଲା ଓ ବ୍ଲକ ସ୍ତରରେ ସଭା ସାଙ୍ଗକୁ ବକୃତା, ସାଧାରଣ ଜ୍ଞାନ ଆଦି ପ୍ରତିଯୋଗିତା କରାଯାଉଛି ।