spot_img
Home Blog Page 3960

ବ୍ରେକ୍ ଫେଲ ହୋଇ ଖାଇରେ ପଡ଼ିଲା ITBP ବସ, ୬ ଯବାନ ମୃତ

ଶ୍ରୀନଗର: ଜମ୍ମୁ କଶ୍ମୀର ଚନ୍ଦନଓ୍ୱାଡିରେ ବଡ଼ ଧରଣର ବସ୍ ଦୁର୍ଘଟଣା ଅମରନାଥ ଯାତ୍ରା ଡ୍ୟୁଟିରେ ଥିବା ଆଇଟିବିପି ଯବାନଙ୍କୁ ନେଇକି ଯାଉଥିବା ବସ୍ ଦୁର୍ଘଟଣାଗ୍ରସ୍ତ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି  ଦୁର୍ଘଟଣାରେ ଜଣ ଯବାନଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଥିବା ନେଇ ସୂଚନା ସାମନାକୁ ଆସିଛି।

ଆଇଟିବିପି ଯବାନଙ୍କୁ ନେଉକି ଯାଉଥିବା ବସ୍ଚନ୍ଦନବାଡିରୁ ପହଲଗାମ୍ ଯାଉଥିଲା। ସେତେବେଳେ ବସ୍ବ୍ରେକ୍ଫେଲ୍କାରଣରୁ ଘାଇ ଖସି ପଡିଛି। ଏହି ବସ୍ରେ ୩୯ ଜଣ ଯବାନ ଥିଲେ। ସେମାନଙ୍କ ମଧ୍ୟରୁ ୩୭ ଜଣ ଆଇଟିବିପିର ଯବାନ ହୋଇଥିବା ବେଳେ ଜଣ ଯବାନ ଜମ୍ମୁକଶ୍ମୀର ପୋଲିସର ।

ଚନ୍ଦନୱାଡି ଠାରୁ ପହଲଗାମର ମଧ୍ୟରେ ୧୬ କିଲୋମିଟର ଦୂରରେ ରହିଛି। ନିକଟରେ ଅମରନାଥ ଯାତ୍ରା ଶେଷ ହୋଇଯାଇଛି। ଏଭଳି ସ୍ଥିତିରେ ଦାୟିତ୍ୱରେ ନିୟୋଜିତ ସୁରକ୍ଷାବଳ ନିଜ ନିଜ ବାଟାଲିୟନ୍‌କୁ ଫେରୁଥିଲେ। ସେତେବେଳେ ବ୍ରେକ୍ ଫେଲ୍ ହେବା କାରଣରୁ ବସ୍ ଖାଇ ଭିତରେ ଖସି ପଡିଥିଲା। ଗୁରୁତରମାନଙ୍କୁ ଏୟାର ଲିଫ୍ଟ କରାଯାଇ ଶ୍ରୀନଗର ପହଞ୍ଚା ଯାଇଛି । ତେବେ ଏ ନେଇ ତଦନ୍ତ ନିର୍ଦ୍ଦେଶ ଦେଇପାରେ ଆଇଟିବିପି ।  

ଦୁର୍ଘଟଣା ନେଇ ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନା ଦୁଃଖ ପ୍ରକାଶ କରିବା ସହ ଶୋକ ସନ୍ତପ୍ତ ପରିବାର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି । ସେହିଭଳି ରାହୁଲ ଗାନ୍ଧୀ ମଧ୍ୟ ଟ୍ୱିଟ୍ କରି ଶୋକ ବ୍ୟକ୍ତ କରିଛନ୍ତି ।

 

ମୁଖ୍ୟମନ୍ତ୍ରୀଙ୍କ ବନ୍ୟା ସ୍ଥିତି ସମୀକ୍ଷା; ଲୋକଙ୍କୁ ସ୍ଥାନାନ୍ତର ଓ ରିଲିଫ୍ ବଣ୍ଟନ ଉପରେ ଗୁରୁତ୍ୱାରୋପ

ଭୁବନେଶ୍ୱର: ସବୁ ପ୍ରକାର ବିପର୍ଯ୍ୟୟରେ ଆମର ନୀତି ହେଉଛି ‘ସବୁ ଜୀବନ ମୂଲ୍ୟବାନ’। ତେଣୁ ଯେପରି କୌଣସି ଗୋଟିଏ ବି ଜୀବନ ହାନୀ ନ ହୁଏ, ଏବଂ ସାଧାରଣ ଜୀବନଯାତ୍ରାରେ କୌଣସି ବ୍ୟାପକ ଅସୁବିଧା ସୃଷ୍ଟି ନ ହୁଏ, ତାକୁ ସୁନିଶ୍ଚିତ କର। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ବନ୍ୟା ପରିସ୍ଥିତି ସମୀକ୍ଷା କରି ଅଧିକାରୀ ମାନଙ୍କୁ ଏହି ମର୍ମରେ ନିର୍ଦ୍ଦେଶ ଦେଇଛନ୍ତି ।ପରିସ୍ଥିତି ସଂପର୍କରେ ମୁଖ୍ୟ ଶାସନ ସଚିବ ଓ ସ୍ବତନ୍ତ୍ର ରିଲିଫ କମିଶନର ନିୟମିତ ଭାବେ ସମୀକ୍ଷା କରିବାକୁ ମଧ୍ୟ ସେ ନିର୍ଦ୍ଦେଶ ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ କ୍ରମାଗତ ଭାବେ ବର୍ଷା ଲାଗି ରହିଥିବାରୁ ମହାନଦୀ ଅବବାହିକା ଅଞ୍ଚଳର ୧୦ଟି ଜିଲ୍ଲାରେ ବନ୍ୟା ହେବାର ସମ୍ଭାବନା ଦେଖାଦେଇଛି । ତେଣୁ ଏହି ୧୦ଟି ଜିଲ୍ଲାର ଜିଲ୍ଲାପାଳ ମାନେ ସତର୍କ ରହିବା ସହିତ ବନ୍ୟା ପରିସ୍ଥିତିକୁ ରୋକିବା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ନେବାକୁ ସେ ପରାମର୍ଶ ଦେଇଥିଲେ ।

ବିପଦସଂକୁଳ ଅଞ୍ଚଳରେ ଥିବା ଲୋକମାନଙ୍କୁ ପ୍ରାଥମିକତା ଭିତ୍ତିରେ ସ୍ଥାନାନ୍ତର କରି ସେମାନଙ୍କୁ ଆବଶ୍ୟକ ରିଲିଫ ଓ ମୌଳିକ ସୁବିଧା ଯୋଗାଇ ଦେବାକୁ ମଧ୍ୟ ସେ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟସ୍ତରରେ ସଂପୃକ୍ତ ବିଭାଗମାନେ ଜିଲ୍ଲାଗୁଡିକୁ ସମସ୍ତ ପ୍ରକାର ସାହାଯ୍ୟ ତୁରନ୍ତ ଯୋଗାଇ ଦେବାକୁ ମଧ୍ୟ ସେ ନିର୍ଦ୍ଦେଶ ଦେଇଛନ୍ତି ।

ବିଭିନ୍ନ ବିଭାଗ ଗୁଡିକୁ ନିର୍ଦ୍ଦେଶ ଦେଇ NDRF, ODRAF ଓ Fire Service Unit ଗୁଡିକୁ ବିଭିନ୍ନ ବିପଦସଂକୁଳ ସ୍ଥାନଗୁଡିକରେ ସଜାଗ ରଖି ଆବଶ୍ୟକସ୍ଥଳେ ଲୋକଙ୍କ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଦେଇଥିଲେ।

ହସ୍‌ପିଟାଲ, ଜଳଯୋଗାଣ ଓ ବିଦ୍ୟୁତ ଯୋଗାଣ ବ୍ୟବସ୍ଥା ପରି ଜୀବନ ରକ୍ଷାକାରୀ ସଂସ୍ଥା ଗୁଡିକ ନିରବଚ୍ଛିନ୍ନ ଭାବରେ ସେବା ଯୋଗାଇ ଦେବା, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଗ୍ରାମାଞ୍ଚଳରେ ସ୍ବଚ୍ଛ ପାନୀୟ ଜଳର ବ୍ୟବସ୍ଥା କରିବା, ସ୍ବାସ୍ଥ୍ୟ ବିଭାଗ ପ୍ରଭାବିତ ଅଞ୍ଚଳରେ ଲୋକଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇ ଦେବାପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରିବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି।

ସେପିପରି ପ୍ରାଣୀଧନର ସୁରକ୍ଷା ପାଇଁ ମତ୍ସ୍ୟ ଓ ପଶୁସଂପଦ ବିଭାଗ ଆବଶ୍ୟକ ସେବା ଯୋଗାଇ ଦେବାକୁ ମଧ୍ୟ ସେ ପରାମର୍ଶ ଦେଇଛନ୍ତି ।

ରାସ୍ତାଘାଟର କ୍ଷତି ହୋଇ ଯଦି ଯୋଗାଯୋଗ ବ୍ୟବସ୍ଥା ବ୍ୟାହତ ହୁଏ, ତେବେ ଇଂଜିନିୟରିଂ ବିଭାଗ ଗୁଡିକ ସେଗୁଡିକର ତୁରନ୍ତ ମରାମତି ପାଇଁ ଆଗୁଆ ବ୍ୟବସ୍ଥା କରିବା ଆବଶ୍ୟକ । ସେହିପରି ଶକ୍ତି ବିଭାଗ ମଧ୍ୟ ବିଦ୍ୟୁତ ଯୋଗାଯୋଗ ବ୍ୟାହତ କ୍ଷେତ୍ରରେ ତୁରନ୍ତ ପୁନଃ ସଂଯୋଗ ପାଇଁ ଆଗୁଆ ବ୍ୟବସ୍ଥା କରିବାକୁ ସେ ପରାମର୍ଶ ଦେଇଛନ୍ତି ।

ବୈଠକରେ ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା ପରିସ୍ଥିତି, ପ୍ରସ୍ତୁତି ଓ ପଦକ୍ଷେପ ସଂପର୍କରେ ଉପସ୍ଥାପନା ରଖି କହିଲେ ଯେ ମହାନଦୀର ଉପର ଓ ତଳମୁଣ୍ଡରେ ବର୍ଷା ହୋଇ ୧୦ଟି ଜିଲ୍ଲାରେ ବନ୍ୟା ପରିସ୍ଥିତିର ସମ୍ଭାବନା ଦେଖାଦେଇଛି। ଗତକାଲି ହୀରାକୁଦର ୮ଟି ଗେଟ୍‌ ବନ୍ଦ କରାଯାଇଛି ଏବଂ ବର୍ତ୍ତମାନ ୨୬ଟି ଗେଟ୍‌ ଖୋଲା ରହିଛି । ଏହାଦ୍ବାରା ହୀରାକୁଦର ତଳ ମୁଣ୍ଡରେ ବନ୍ୟା ପରିସ୍ଥିତିର ପ୍ରଭାବ ସାମାନ୍ୟ କମିଛି । ୭ଟି ଜିଲ୍ଲାରେ ୯ଟି ଓଡ୍ରାଫ, ୬ଟି ଜିଲ୍ଲାରେ ୯ଟି NDRF ଟିମ୍‌, ୪୪ଟି ଅଗ୍ନିଶମ ସେବା ୟୁନିଟ୍‌କୁ ସଜାଗ ରଖାଯାଇଛି । ଆଜି ମହାନଦୀର ମୁଣ୍ଡଳୀ ଠାରେ ୧୧.୭୫ ଲକ୍ଷ କ୍ୟୁସେକ ଜଳ ପ୍ରଭାବିତ ହେବ ବୋଲି ସେ ସୂଚନା ଦେଇଥିଲେ।

ସବୁ ଜିଲ୍ଲା ପ୍ରଶାସନକୁ ହାଇ ଆଲର୍ଟରେ ରଖାଯାଇଛି। ୧୦ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ଆବଶ୍ୟକ ହେଲେ ସ୍ଥାନାନ୍ତର କରିବା ପାଇଁ ନିର୍ଦ୍ଦେଶ ଦେବା ସହିତ ସେଥିପାଇଁ ପଞ୍ଚାୟତରାଜ ଅନୁଷ୍ଠାନ ଗୁଡିକର ସହାୟତା ନେବା ପାଇଁ ମଧ୍ୟ ପରାମର୍ଶ ଦିଆଯାଇଛି । ଏହାସହିତ ନଦୀବନ୍ଧ ଗୁଡିକ ଉପରେ ନଜର ରଖିବା ଏବଂ ପ୍ରଭାବିତ ଅଞ୍ଚଳରେ ଆବଶ୍ୟସ୍ଥଳେ ଶିକ୍ଷାନୁଷ୍ଠାନ ଗୁଡିକୁ ବନ୍ଦ ରଖିବା ପାଇଁ ମଧ୍ୟ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି)  ଭି.କେ. ପାଣ୍ଡିଆନ ସମ୍ବଲପୁର, କଟକ, ଜଗତସିଂହପୁର, କେନ୍ଦ୍ରାପଡା ଓ CMC Commissioner ଙ୍କ ସହିତ ପରିସ୍ଥିତି ସଂପର୍କରେ ଆଲୋଚନା କରିଥିଲେ । ବର୍ତ୍ତମାନ ସୁଦ୍ଧା ପରିସ୍ଥିତି ସଂପୂର୍ଣ୍ଣ ନିୟନ୍ତ୍ରଣାଧୀନ ରହିଛି ଏବଂ ଜିଲ୍ଲା ପ୍ରଶାସନ ସଂପୂର୍ଣ୍ଣ ଭାବରେ ସଜାଗ ରହି ପରିସ୍ଥିତି ଉପରେ ନଜର ରଖିଛି । କେତେକ ସ୍ଥାନରେ ଲୋକଙ୍କୁ ସ୍ଥାନାନ୍ତରିତ ମଧ୍ୟ କରାଯାଉଛି ବୋଲି ଜିଲ୍ଲାପାଳମାନେ ସୂଚନା ଦେଇଥିଲେ ।

ବୈଠକରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ବିଭିନ୍ନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ, ପ୍ରମୁଖ ସଚିବ ଓ ସଚିବ ଏବଂ ଜିଲ୍ଲାପାଳମାନେ ଉପସ୍ଥିତ ଥିଲେ ।

ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀଙ୍କ ଶ୍ରାଦ୍ଧବାର୍ଷିକୀ; ଶ୍ରଦ୍ଧାଞ୍ଜଳି ଜଣାଇଲେ ବହୁ ବିଶିଷ୍ଟ ବ୍ୟକ୍ତି

ନୂଆଦିଲ୍ଲୀ: ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଚତୁର୍ଥ ଶ୍ରାଦ୍ଧବାର୍ଷିକୀ । ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ବହୁ ନେତା ଅଟଳ ସମାଧି ସ୍ଥଳରେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଏହାସହ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଲୋକସଭା ବାଚସ୍ପତି ଓମ ବିର୍ଲା ଏବଂ ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି. ନଡ୍ଡା ମଧ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ |

ଦେଶ ସେବା ଦିଗରେ ଅଟଳଙ୍କ ପ୍ରୟାସ ଆମକୁ ସବୁବେଳେ ପ୍ରେରିତ କରିବ । ବିଂଶ ଶତାଦ୍ଧୀ ଆହ୍ୱାନଗୁଡ଼ିକୁ ସମ୍ମା କରିବା ନେଇ ଦେଶକୁ ଅଟଳଜୀ ପ୍ରସ୍ତୁତ କରିଥିଲେ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ଟ୍ୱିଟ୍‌ରେ ଉଲ୍ଲେଖ କରିଛନ୍ତି ।

ସୂଚନା ଥାଉ କି ଯେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ତିନିଥର ଭାରତର ପ୍ରଧାନମନ୍ତ୍ରୀ ଥିଲେ। ସେ ଭାରତୀୟ ଜନତା ପାର୍ଟିର ସହ-ପ୍ରତିଷ୍ଠାତା ମଧ୍ୟ ଥିଲେ। ସେ ହେଉଛନ୍ତି ଭାରତର ପ୍ରଥମ ଅଣ-କଂଗ୍ରେସ ପ୍ରଧାନମନ୍ତ୍ରୀ ଯିଏକି ତାଙ୍କ କାର୍ଯ୍ୟକାଳ ଶେଷ କରିଥିଲେ। ତେବେ ଥରେ ସେ ମାତ୍ର ୧୩ ଦିନ ଏବଂ ଦ୍ୱିତୀୟ ଥର ୧୩ ମାସ ପାଇଁ ପ୍ରଧାନମନ୍ତ୍ରୀ ହୋଇଥିଲେ। ୨୭ ମାର୍ଚ୍ଚ ୨୦୧୫ ରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ଭାରତର ସର୍ବୋଚ୍ଚ ନାଗରିକ ପୁରସ୍କାର ଭାରତ ରତ୍ନ ପ୍ରଦାନ କରାଯାଇଥିଲା।

 

ପ୍ରଣବଙ୍କ ପରିଦର୍ଶନ ପରେ ଅଶୋକ ଦାସ ଫାଉଣ୍ଡେସନ ପକ୍ଷରୁ ବନ୍ୟା ବିପନ୍ନଙ୍କୁ ଦିଆଗଲା ସହାୟତା

ଯାଜପୁର: କାଣିନଦୀର ଘାଇ ଅଞ୍ଚଳ ପରିଦର୍ଶନ କଲେ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ । ଗତକାଲି ୭୦ ଫୁଟର ଘାଇ ସୃଷ୍ଟି ହେବା ଫଳରେ କସପା ଓ ଦୁଦୁରାଅନ୍ତା ସମେତ ୧୦ଟି ପଞ୍ଚାୟତର ୧୦୦ରୁ ଉର୍ଦ୍ଧ୍ବ ଗାଁରେ ବନ୍ୟାଜଳ ପ୍ରବେଶ କରିଛି । ଯାଜପୁର ବିଧାୟକ ବନ୍ୟାଞ୍ଚଳ ପରିଦର୍ଶନ କରି ସ୍ଥାନୀୟ ଲୋକଙ୍କ ସହିତ ଆଲୋଚନା କରିଥିଲେ । ଏବେ ବନ୍ୟା ବିପନ୍ନଙ୍କ ପାଖରେ ପହଞ୍ଚିଛି ସହାୟତା । ରାସ୍ତା ଉପରେ ଆଶ୍ରୟ ନେଇଥିବା ଆଦିବାସୀ ପରିବାର ନିକଟରେ ସହାୟତା ପହଞ୍ଚାଇଛି ଅଶୋକ ଦାସ ଫାଉଣ୍ଡେସନ । ବିପନ୍ନଙ୍କୁ ପାଲ, ବିସ୍କୁଟ,ପାଣି ଆଦି ଯୋଗାଇ ଦିଆଯାଇଛି । ଯାଜପୁର ବିଡିଓ ସୌରଭ ଚକ୍ରବର୍ତ୍ତୀ, ତହସିଲଦାର ଜ୍ୟୋତିକାନ୍ତ ଭୁଜବଳ, ଅଶୋକ ଦାସ ଫାଉଣ୍ଡେସନର ସଚିବ ଭବ ପ୍ରସାଦ ଦାସ ଲୋକଙ୍କୁ ରିଲିଫ ସାମଗ୍ରୀ ଯୋଗାଇଦେଇଛନ୍ତି ।

ଏଥିସହିତ ପଢ଼ନ୍ତୁ: ମୁଣ୍ଡଳୀରେ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ବନ୍ୟାଜଳ

ମୁଣ୍ଡଳୀରେ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ବନ୍ୟାଜଳ

ଭୁବନେଶ୍ୱର: ମୁଣ୍ଡଳୀରେ ବଢିଛି ଜଳସ୍ତର । ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ବନ୍ୟାଜଳ । ଏବେ ମୁଣ୍ଡଳୀରେ ୧୧ ଲକ୍ଷ ୬୦ ହଜାର କ୍ୟୁସେକ ପାଣି ପାସ କରୁଛି । ଆଗକୁ ଏହା ୧୦ରୁ୨୦ ହଜାର କ୍ୟୁସେକ ବଢ଼ିପାରେ ବୋଲି ସୂଚନା ଦେଇଛନ୍ତି ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ । ପଥରଲା, ଖଇରମାଳ, ବରମୂଳରେ ଏବେ ଜଳ ପ୍ରବାହ କମିଛି ।

ତେଲ ନଦୀରେ ଜଳପ୍ରବାହ କମିବା ଆରମ୍ଭ କରିଛି । କିଛି ସ୍ଥାନରେ ଘଳିଆ ହୋଇଛି । ତାହାର ଆବଶ୍ୟକ ପଦକ୍ଷେପ ନିଆଯାଉଛି । ସେପଟେ ହୀରାକୁଦର ଜଳସ୍ତର ବଢୁଛି । ଅପରାହ୍ନରେ ଗେଟ ଖୋଲିବା ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ର । ହୀରାକୁଦ ପାଣି ଛାଡିବା ପରେ ବଢୁଛି ବିଭିନ୍ନ ନଦୀର ଜଳସ୍ତର । ମହାନଦୀରେ ଆସିଛି ବନ୍ୟା ।

ବିଭିନ୍ନ ସ୍ଥାନରେ ପାଣି ପଶିବା ଆରମ୍ଭ କଲାଣି । ମୁଣ୍ଡଳୀରେ ବିପଦ ସଙ୍କେତ ଟପିଛି ମହାନଦୀ । ଏଠାରୁ ୧୧ ଲକ୍ଷ ୬୦ ହଜାର ୯୦୦ କ୍ୟୁସେକ ପାଣି ପ୍ରବାହିତ ହେଉଛି । ସେହିପରି ନରାଜରୁ କାଠଯୋଡିକୁ ୫ ଲକ୍ଷ ୬୬ ହଜାର ୪୬୦ କ୍ୟୁସେକ ଜଳ ପ୍ରବାହିତ ହେଉଛି । ଯୋବ୍ରାରେ ମହାନଦୀକୁ ୫ ଲକ୍ଷ ୫୫ ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଛି ସେହିପରି । ମହାନଦୀ ମୁଣ୍ଡଳୀର ଉପର ମୁଣ୍ଡ ଜଳସ୍ତର ୯୭ ଦଶମିକ ୨୦ ଫୁଟ ରହିଛି । ଏଠାରେ ବିପଦ ସଙ୍କେତ ୯୭ ଦଶମିକ ୨୫ ଫୁଟ । ସେହିପରି ଯୋବ୍ରାଠାରେ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ମହାନଦୀ । ଏଠାରେ ବିପଦ ସଂକେତ ୨୧ ଦଶମିକ ୯୪ ମିଟର ଥିବା ବେଳେ, ୨୨ ମିଟର ରହିଛି ଜଳସ୍ତର ।

ଆସୁଛି ଆଉ ଏକ ଲଘୁଚାପ; ୧୮ରୁ ପ୍ରବଳ ବର୍ଷିବ

ଭୁବନେଶ୍ୱର: ବର୍ଷାରୁ ମୁକୁଳିନି ରାଜ୍ୟ । ପୁଣି ଆସୁଛି ଆଉ ଏକ ଲଘୁଚାପ । ବନ୍ୟାରେ ଅଧା ଓଡ଼ିଶା ଜଳବନ୍ଦୀ ଥିବା ବେଳେ ଏବେ ଚିନ୍ତା ବଢାଉଛି ଆଉ ଏକ ଲଘୁଚାପ ବର୍ଷା । ଆସନ୍ତା ୧୯ ତାରିଖରେ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଘନୀଭୂତ ହେବ ଲଘୁଚାପ । ୧୮ରୁ ୨୧ ତାରିଖ ପର୍ଯ୍ୟନ୍ତ ମିଳିବନି ନିସ୍ତାର । ପ୍ରଭାବିତ ହେବ ଉତ୍ତର ଏବଂ ଆଭ୍ୟନ୍ତରୀଣ ଓଡ଼ିଶା ।

ଆସନ୍ତାକାଲିଠାରୁ ଉପକୂଳ ଓଡିଶାରେ ବର୍ଷାର ପରିମାଣ ବଢିବ । ୧୮, ୧୯, ୨୦ ଏବଂ ୨୧ ତାରିଖରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ହେବ । ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ବାଲେଶ୍ବର, ଭଦ୍ରକ, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ନବରଙ୍ଗପୁର,କୋରାପୁଟ, ବଲାଙ୍ଗୀର, କନ୍ଧମାଳ, ବରଗଡ଼, ସମ୍ବଲପୁର, କଳାହାଣ୍ଡି, ସୋନପୁର, ବୌଦ୍ଧ ଆଦି ଜିଲ୍ଲା ଗୁଡିକରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । କେବଳ ଓଡ଼ିଶା ନୁହେଁ ପୂର୍ବ ଏବଂ କେନ୍ଦ୍ରୀୟ ଭାରତର ବିଭିନ୍ନ ରାଜ୍ୟରେ ପ୍ରବଳ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି ।

ଏଥିସହିତ ପଢ଼ନ୍ତୁ: ରାଜ୍ୟରେ ବନ୍ୟା ସ୍ଥିତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

 

ରାଜ୍ୟରେ ବନ୍ୟା ସ୍ଥିତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବନ୍ୟା ମୁକାବିଲା ଲାଗି ତତ୍ପର ରାଜ୍ୟ ସରକାର । ଆଜ ଦିନ ୧୧ଟାରେ ବନ୍ୟା ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବନ୍ୟାର ସ୍ଥିତି, ପ୍ରଶାସନର ପଦକ୍ଷେପ ଓ ଅନ୍ୟାନ୍ୟ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିବେ । ମହାନଦୀ ଫୁଲୁଥିବା ବେଳେ ଏହାର ପାର୍ଶ୍ବବର୍ତ୍ତୀ ଜିଲ୍ଲା ଗୁଡ଼ିକରେ ବନ୍ୟା ଅବସ୍ଥା ସୃଷ୍ଟି ହେଲାଣି । ଏହାକୁ ନଜରରେ ରଖି ପ୍ରଶାସନ କ’ଣ ପଦକ୍ଷେପ ଗ୍ରହଣ କରିଛି, ରିଲିଫ କାର୍ଯ୍ୟ ଆଦି ସମ୍ପର୍କରେ ବୈଠକରେ ସମୀକ୍ଷା ହେବ । ଏହି ବୈଠକରେ ବହୁ ବରିଷ୍ଠ ପଦାଧିକାରୀ ଯୋଗଦେବେ । ବନ୍ୟାରେ କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, କଟକ ଆଦି ଜିଲ୍ଲା ଅଧିକ ପ୍ରଭାବିତ ହେବ । ପୁରୀ ଜିଲ୍ଲାର ଭାର୍ଗବୀ, ଲୁଣା, ଦୟା ଓ ଦେବୀ ନଦୀରେ ବନ୍ୟା ଆଶଙ୍କା ରହିଛି ।

ଅପରପକ୍ଷରେ ଆରଡ଼ି ଉପରମୁଣ୍ଡ ସମେତ ତଳମୁଣ୍ଡରେ ବୈତରଣୀ ଓ ସାଳନ୍ଦୀ ନଦୀର ବନ୍ଯା ପରିସ୍ଥିତି ଗମ୍ଭୀର ରହିଛି। ଫଳରେ ଚାନ୍ଦବାଲି ବ୍ଲକର ଆରଡି, ଓଳଗ, ନାନ୍ଦପୁର, ସୁନ୍ଦରପୁର ସହ ୪ଟି ପଞ୍ଚାୟତର ୨୨ଟି ଗାଁ ୩ଦିନ ହେଲା ବନ୍ଯା ଘେରରେ ରହିଛି । ବନ୍ଯାପାଣି ବଢ଼ୁଥିବାରୁ ବୋଡ଼କ ନିକଟରେ ଧୋଇଯାଇଛି ଆଖଣ୍ଡଳମଣି କୁଆଖିଆ ଏନ.ଏଚ ୨୦ର ୨ଶହ ମିଟର ରାସ୍ତା । ଯାତାୟତ ଠପ ହୋଇଥିବାରୁ ଉଭୟ ପାର୍ଶ୍ବରେ ଅଟକି ରହିଛି ଗାଡ଼ି । ଆରଡି ଚାନ୍ଦବାଲି, ଆରଡି ମତୋ ରାସ୍ତାର ୩ରୁ ୪ଫୁଟ ବନ୍ଯାଜଳ ପ୍ରବାହିତ ହେଉଥିବାରୁ ଜଳବନ୍ଦୀ ୮ଟି ଗାଁ । ଦେଶି ଡଙ୍ଗା ସାହା ଭରଷା ପାଲଟିଛି । ଶହ ଶହ ଏକର ଚାଷଜମିରେ ଲହଡି ଭାଙ୍ଗୁଛି ପାଣି । ଧାମରା ନିକଟରେ ସମୁଦ୍ର ଅଶାନ୍ତ ରହୁଥିବାରୁ ନିଷ୍କାସନ ହେଉନି ବନ୍ଯାଜଳ ।

ହୀରାକୁଦ ଡ୍ୟାମର ଜଳସ୍ତର ହେଉଛି ୬୨୫.୦୪ଫୁଟ; ୨୬ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ

ସମ୍ୱଲପୁର: ହୀରାକୁଦ ପାଣି ଛାଡିବା ପରେ ବଢୁଛି ବିଭିନ୍ନ ନଦୀର ଜଳସ୍ତର । ମହାନଦୀରେ ଆସିଛି ବନ୍ୟା । ବିଭିନ୍ନ ସ୍ଥାନରେ ପାଣି ପଶିବା ଆରମ୍ଭ କଲାଣି । ମୁଣ୍ଡଳୀରେ ବିପଦ ସଙ୍କେତ ଟପିଛି ମହାନଦୀ । ଏଠାରୁ ୧୧ ଲକ୍ଷ ୬୦ ହଜାର ୯୦୦ କ୍ୟୁସେକ ପାଣି ପ୍ରବାହିତ ହେଉଛି । ସେହିପରି ନରାଜରୁ କାଠଯୋଡିକୁ ୫ ଲକ୍ଷ ୬୬ ହଜାର ୪୬୦ କ୍ୟୁସେକ ଜଳ ପ୍ରବାହିତ ହେଉଛି । ଯୋବ୍ରାରେ ମହାନଦୀକୁ ୫ ଲକ୍ଷ ୫୫ ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଛି ସେହିପରି । ମହାନଦୀ ମୁଣ୍ଡୁଳିରେ ଉପର ମୁଣ୍ଡ ଜଳସ୍ତର 97 ଦଶମିକ 20 ଫୁଟ ରହିଛି । ଏଠାରେ ବିପଦ ସଙ୍କେତ 97 ଦଶମିକ 25 ଫୁଟ । ସେହିପରି ଯୋବ୍ରାଠାରେ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ମହାନଦୀ । ଏଠାରେ ବିପଦ ସଂକେତ 21 ଦଶମିକ 94 ମିଟର ଥିବା ବେଳେ, 22 ମିଟର ରହିଛି ଜଳସ୍ତର ।

ଏଥିସହିତ ପଢ଼ନ୍ତୁ: ବ୍ୟବସାୟୀଙ୍କ ବଦାନ୍ୟତା; ଅନାଥ ଆଶ୍ରମ ପିଲାଙ୍କୁ ମାଗଣାରେ ଦେଲେ ପୋଷାକ

ବ୍ୟବସାୟୀଙ୍କ ବଦାନ୍ୟତା; ଅନାଥ ଆଶ୍ରମ ପିଲାଙ୍କୁ ମାଗଣାରେ ଦେଲେ ପୋଷାକ

ନବରଙ୍ଗପୁର: ଧାଡ଼ି ଧାଡ଼ି ହୋଇ ସ୍କୁଲକୁ ଫେରୁଛନ୍ତି ଛାତ୍ରଛାତ୍ରୀ । ଗୋଟିଏ ହାତରେ ଜାତୀୟ ପତାକା ତ ଆଉ ଗୋଟେ ହାତରେ ରଙ୍ଗୀନ ବ୍ୟାଗ୍ । ଆଉ ମୁହଁରେ ମନ ଖୋଲା ହସ । କାରଣ ସେ ରଙ୍ଗୀନ ବ୍ୟାଗ୍‌ରେ ରହିଛି ତାଙ୍କ ମନ ପସନ୍ଦର ପୋଷାକ । ଯାହାକୁ ସେ ନିଜେ ବାଛି ଆଣିଛନ୍ତି । ବଜାର ବୁଲି ନିଜ ମନ ପସନ୍ଦର ପୋଷାକ କିଣିବା ଏହି ଅନାଥ ଆଶ୍ରମର ଛାତ୍ରୀଙ୍କ ପାଇଁ ଏକ ପ୍ରକାର ସ୍ୱପ୍ନ ହୋଇଥିଲେ ବି ଆଜି ତାହା ସତ ହୋଇପାରିଛି । ଆଉ ଏହି ସ୍ୱପ୍ନ ସତ ହେବା ପରେ ଭାବବିହ୍ୱଳ ହୋଇପଡ଼ିଛନ୍ତି ଛାତ୍ରୀ ।

ସାରା ଦେଶ ପାଳୁଛି ସ୍ୱାଧୀନତାର ଅମୃତ ମହୋତ୍ସବ । ହେଲେ ଏହି ମହୋତ୍ସବକୁ ନିଆରା ଢଙ୍ଗରେ ପାଳିଛନ୍ତି ନବରଙ୍ଗପୁର ସ୍ଥିତ ଗାୟତ୍ରୀ କ୍ଳଥ୍‌ ଷ୍ଟାର ମାଲିକ ଶ୍ରୀନିବାସ ସୁବୁଦ୍ଧି । ପଣ୍ଡିତ ଦିନଦୟାଲ ଉପାଧ୍ୟୟ ଅନାଥ ଆଶ୍ରମର ପ୍ରାୟ ୫୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀଙ୍କୁ ମାଗଣା ଡ୍ରେସ ଦେଇଛନ୍ତି । ଛାତ୍ରଛାତ୍ରୀମାନେ ଯେଉଁ ଡ୍ରେସ ପସନ୍ଦ କରି ନେଇଛନ୍ତି ତାହାର ମୂଲ୍ୟ ପ୍ରାୟ ୩୦ ହଜାର ଟଙ୍କା ହେଉଥିଲେ ମଧ୍ୟ ସେ ଏଥିପାଇଁ  ଟଙ୍କାଟିଏ ନେଇନାହାନ୍ତି । ଶ୍ରୀନିବାସଙ୍କ ଏଭଳି କାର୍ଯ୍ୟକୁ ନେଇ ସ୍ଥାନୀୟ ଅଞ୍ଚଳବାସୀ ସାଧୁବାଦ ଜଣାଇଥିବା ବେଳେ ଜିଲ୍ଲା ୧୦ଟି ଯାକ ବ୍ଳକ୍‌ରେ ଏଭଳି କାର୍ଯ୍ୟକ୍ରମ ହାତ ନିଆଯିବ ବୋଲି କହିଛି ବଣିକ ସଂଘ ।

ଏଥିସହିତ ପଢ଼ନ୍ତୁ: ରଙ୍ଗେଇଲୁଣ୍ଡାରେ ବିଧାୟକ ପ୍ରଦୀପ ପାଣିଗ୍ରାହୀ ହଟହଟା, ପତାକା ଉଡ଼ାଇ ନପାରି ଫେରିଗଲେ

ତାଇପେଇରେ ଆମେରିକୀୟ ସାଂସଦ ଟିମ୍‌, ବିରୋଧ କରି ତାତିଲା ଚୀନ

ତାଇପେଇ: ତାଇଓ୍ବାନ ଚାରିପଟେ ପୁଣି ସାମରିକ ଡ୍ରିଲ ଆରମ୍ଭ କରିଛି ଚୀନ । ରାଜଧାନୀ ତାଇପେଇରେ ଆମେରିକୀୟ ସାଂସଦଙ୍କ ଏକ ଟିମ୍ ପହଞ୍ଚିଥିବାବେଳେ ଏହାକୁ ବିରୋଧ କରି ଉଗ୍ର ହୋଇଛି ଚୀନ । ଏପରିକି ତାଇଓ୍ବାନ ବିରୋଧରେ ଚୀନ ଯୁଦ୍ଧ ଲାଗି ପ୍ରସ୍ତୁତ ହୋଇଥିବା ସୂଚନା ମିଳିଛି । ଆମେରିକା ବାଚସ୍ପତି ନାନ୍ସି ପେଲୋସିଙ୍କ ଗସ୍ତ ପରେ ସମରାଭ୍ୟାସ କରିଥିବା ଚୀନ ସାମୟିକ ଭାବେ ବିରତ ରହିଥିଲା ।

ମାତ୍ର ବର୍ତ୍ତମାନ ପୁଣି ଥରେ ତାଇଓ୍ବାନ ଷ୍ଟ୍ରେଟରେ ସମରାଭ୍ୟାସ ଆରମ୍ଭ ହୋଇଛି । ତାଇପେଇ ଗସ୍ତରେ ଆସିଥିବା ଆମେରିକୀୟ ପ୍ରତିନିଧିମଣ୍ଡଳୀ ତାଇଓ୍ବାନ ରାଷ୍ଟ୍ରପତି ସାଇ ଇଙ୍ଗ ଓ୍ବେନଙ୍କୁ ସାକ୍ଷାତ କରି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ଆମେରିକା ଓ ତାଇଓ୍ବାନ ମଧ୍ୟରେ ଦ୍ବିପାକ୍ଷିକ ସମ୍ପର୍କ ବୃଦ୍ଧି କରିବା ଲାଗି ସହମତି ସୃଷ୍ଟି ହୋଇଥିବା ସୂଚନା ମିଳିଛି । ଭାରତ-ପ୍ରଶାନ୍ତ ମହାସାଗର ଅଞ୍ଚଳରେ ସ୍ଥିରତା ଓ ବିକାଶ ନେଇ ଦୁଇ ପକ୍ଷଙ୍କ ମଧ୍ୟରେ ଆଲୋଚନା ହୋଇଛି ।

ଚୀନ ପ୍ରତିରକ୍ଷା ମନ୍ତ୍ରାଳୟର ମୁଖପାତ୍ର କହିଛନ୍ତି- ଯୁଦ୍ଧ ଲାଗି ଚୀନ ପିପୁଲ୍ସ ଲିବରେସନ ଆର୍ମି ପ୍ରସ୍ତୁତ ହେବାରେ ଲାଗିଛି । ଜାତୀୟ ସାର୍ବଭୌମତ୍ବ ରକ୍ଷା  ଲାଗି ଚୀନ ପ୍ରସ୍ତୁତ । ପୁରୁଣା ବନ୍ଧୁ ଏବଂ ଅତୁଟ ସମର୍ଥନ ପାଇଁ ସମାନ ବିଚାରଧାରା ରଖୁଥିବା ସାଂସଦଙ୍କୁ ଧନ୍ୟବାଦ ଜଣାଉଛୁ ବୋଲି କହିଛନ୍ତି ତାଇଓ୍ବାନ ସେନା ।