ଧାମନଗର ଉପନିର୍ବାଚନ: ପଞ୍ଚମ ରାଉଣ୍ଡରେ ବିଜେପି ପ୍ରାର୍ଥୀ ଆଗୁଆ

ଧାମନଗର: ଧାମନଗର ଉପନିର୍ବାଚନରେ ଜାରି ରହିଛି ଭୋଟ ଗଣତି । ୧୪ଟି ଟେବୁଲରେ ୨୫୨ ବୁଥ ପାଇଁ ମୋଟ ୧୮ ରାଉଣ୍ଡ ଗଣତି କରାଯାଉଛି । ପ୍ରତି ରାଉଣ୍ଡ ପରେ ଘୋଷଣା ହେଉଛି ଫଳାଫଳ । ପ୍ରଥମେ ପୋଷ୍ଟାଲ ବାଲଟ ଗଣତି ହେବା ପରେ ଇଭିଏମ ଗଣତି ଚାଲିଛି । ପଞ୍ଚମ ରାଉଣ୍ଡ ଶେଷ ସୁଦ୍ଧା ବିଜେପି ୩୫୭୨ ଖଣ୍ଡ ଭୋଟରେ ଆଗୁଆ ରହିଛି ।

ବର୍ତ୍ତମାନ ସୁଦ୍ଧା ପଞ୍ଚମ ରାଉଣ୍ଡ ଗଣତି ଶେଷ ହୋଇଛି । ପଞ୍ଚମ ରାଉଣ୍ଡ ଶେଷ ହେବା ପରେ ବିଜେପି ପ୍ରାର୍ଥୀ ଆଗୁଆ ରହିଛନ୍ତି । ପଞ୍ଚମ ରାଉଣ୍ଡ ଶେଷ ସୁଦ୍ଧା ବିଜେପି ୨୨,୪୯୫ ଖଣ୍ଡ ଭୋଟ ପାଇଥିବାବେଳେ ବିଜେଡି ୧୮,୯୨୩ ଖଣ୍ଡ ଭୋଟ୍ ପାଇଛି । ସେହିପରି କଂଗ୍ରେସ ଖାତାକୁ ୭୧୯ ଖଣ୍ଡ ଭୋଟ୍ ଯାଇଥିବାବେଳେ ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସଙ୍କ ଖାତାକୁ ଯାଇଛି ୩୩୮୯ ଖଣ୍ଡ ଭୋଟ୍‌ ।