୯ବିଭାଗରେ୧୩୦ ଜଣ ସହକାରୀ ପ୍ରାଧ୍ୟାପକଙ୍କୁ ମିଳିଲା ନିଯୁକ୍ତି

ଭୁବନେଶ୍ୱର: ୯ଟି ସ୍ପେଶିଆଲିଟି ବିଭାଗରେ ୧୩୦ ଜଣ ଓଡ଼ିଶା ମେଡିକାଲ ଶିକ୍ଷା ସେବା କ୍ୟାଡରର ସହକାରୀ ପ୍ରାଧ୍ୟାପକଙ୍କୁ ମିଳିଲା ନିଯୁକ୍ତି । ଓଡ଼ିଶା ଲୋକସେବା ଆୟୋଗଙ୍କ ସୁପାରିସ କ୍ରମେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଅନୁମୋଦନ କରିଛନ୍ତି । ଏହା ପୂର୍ବରୁ ଚଳିତବର୍ଷ ସେପ୍ଟେମ୍ବର ଏବଂ ଅକ୍ଟୋବରରେ ୭ଟି ସ୍ପେଶିଆଲିଟି ବିଭାଗରେ ୬୫ ଜଣ ଓଏମଇସି କ୍ୟାଡରରେ ସହକାରୀ ପ୍ରାଧ୍ୟାପକ ନିଯୁକ୍ତି ମିଳିସାରିଛି ।

୨୦୨୨ରେ ମୋଟ ୧୬ଟି ବିଭାଗରେ ୧୯୫ ଜଣ ସହକାରୀ ପ୍ରାଧ୍ୟାପକ ନିଯୁକ୍ତି ପାଇଛନ୍ତି । ଭେଷଜ, ଶାରୀରିକ ଭେଷଜ ଓ ଥଇଥାନ, ଶାରୀରିକ ଗଠନ, ଯକ୍ଷ୍ମା ଓ ଛାତି ରୋଗ, ଚକ୍ଷୁରୋଗ ଭଳି ୧୬ଟି ବିଭାଗରେ ସହକାରୀ ପ୍ରାଧ୍ୟାପକଙ୍କୁ ନିଯୁକ୍ତି ମିଳିଛି । ବିଭିନ୍ନ ବିଭାଗରେ ରାଜ୍ୟ ସରକାର ନିଯୁକ୍ତି ପକ୍ରିୟା ଜାରି ରଖିଛନ୍ତି  । ଏହି କ୍ରମରେ ଆଜି ୯ଟି ସ୍ପେଶିଆଲିଟି ବିଭାଗରେ ୧୩୦ ଜଣ ଓଡ଼ିଶା ମେଡିକାଲ ଶିକ୍ଷା ସେବା କ୍ୟାଡରର ସହକାରୀ ପ୍ରାଧ୍ୟାପକଙ୍କୁ ମିଳିଲା ନିଯୁକ୍ତି ।