ଧାମନଗର ଉପନିର୍ବାଚନ: ଦ୍ୱିତୀୟ ରାଉଣ୍ଡରେ ବିଜେପି ପ୍ରାର୍ଥୀ ଆଗୁଆ

ଧାମନଗର: ଧାମନଗର ଉପନିର୍ବାଚନରେ ଆରମ୍ଭ ହୋଇଛି ଭୋଟ ଗଣତି । ଗଣତି କେନ୍ଦ୍ରରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ୧୪ଟି ଟେବୁଲରେ ୨୫୨ ବୁଥ ପାଇଁ ମୋଟ ୧୮ ରାଉଣ୍ଡ ଗଣତି କରାଯିବ । ପ୍ରତି ରାଉଣ୍ଡ ପରେ ଘୋଷଣା ହେଉଛି ଫଳାଫଳ । ପ୍ରଥମେ ପୋଷ୍ଟାଲ ବାଲଟ ଗଣତି ହେବା ପରେ ଇଭିଏମ ଗଣତି ଚାଲିଛି । ତେବେ ପ୍ରାରମ୍ଭିକ ପର୍ଯ୍ୟାୟରେ ବିଜେପି ପ୍ରାର୍ଥୀ ସୁରଜ ସୂର୍ଯ୍ୟବଂଶୀ ଆଗରେ ଥିବା ଜଣାପଡ଼ିଛି । ଦ୍ୱିତୀୟ ରାଉଣ୍ଡ ଶେଷ ସୁଦ୍ଧା ବିଜେପି ୧୩୭୯ ଖଣ୍ଡ ଭୋଟରେ ଆଗୁଆ ରହିଛି ।

ବର୍ତ୍ତମାନ ସୁଦ୍ଧା ଦୁଇଟି ରାଉଣ୍ଡ ଗଣତି ଶେଷ ହୋଇଛି । ପ୍ରଥମ ରାଉଣ୍ଡ ଶେଷ ହେବା ପରେ ବିଜେପି ପ୍ରାର୍ଥୀ ଆଗୁଆ ରହିଥିବାବେଳେ ଦ୍ୱିତୀୟ ରାଉଣ୍ଡ ଶେଷରେ ମଧ୍ୟ ବିଜେପି ପ୍ରାର୍ଥୀ ଆଗୁଆ ରହିଛନ୍ତି । ଦ୍ୱିତୀୟ ରାଉଣ୍ଡ ଶେଷ ସୁଦ୍ଧା ବିଜେପି ୮୭୩୭ ଖଣ୍ଡ ଭୋଟ ପାଇଥିବାବେଳେ ବିଜେଡି ୭୩୫୮ ଖଣ୍ଡ ଭୋଟ୍ ପାଇଛି । ସେହିପରି କଂଗ୍ରେସ ଖାତାକୁ ୩୧୩ ଖଣ୍ଡ ଭୋଟ୍ ଯାଇଥିବାବେଳେ ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସଙ୍କ ଖାତାକୁ ଯାଇଛି ୫୯୭ ଖଣ୍ଡ ଭୋଟ୍‌ ।