ସିଙ୍ଗାପୁରରେ ତାଲିମ ନେବେ ଓଡ଼ିଆ ଛାତ୍ରଛାତ୍ରୀ, ଆଜି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ

 ଭୁବନେଶ୍ୱର: ସିଙ୍ଗାପୁରରେ ଦକ୍ଷତା ବିକାଶରେ ଅଧିକ ଦକ୍ଷ ହେବାକୁ ତାଲିମ ନେବେ ୪୦ ଓଡ଼ିଆ ଛାତ୍ରଛାତ୍ରୀ । ଓଡ଼ିଶା ଦକ୍ଷତା କେନ୍ଦ୍ରର ଏହି ୪୦ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅଛନ୍ତି ୩୨ଛାତ୍ର ଓ ୮ଛାତ୍ରୀ । ଏମାନଙ୍କ ମଧ୍ୟର ୨୦ ଜଣ କୃଷକ ପରିବାରର ପ୍ରତିଭାବାନ ଛାତ୍ରଛାତ୍ରୀ ସାମିଲ ଅଛନ୍ତି । ଆଜି ଏମାନେ ସମସ୍ତେ ସିଙ୍ଗାପୁର ଅଭିମୁଖେ ଯାତ୍ରା କରିଥିବାବେଳେ ଓଡ଼ିଶା ଛାଡିବା ପୂର୍ବରୁ ସମସ୍ତେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି । ସମ୍ମିଳନୀରେ ଭଲ ପ୍ରଦର୍ଶନ ପାଇଁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଉତ୍ସାହିତ କରିଛନ୍ତି ନବୀନ ।

ଦୁଇ ସପ୍ତାହ ଯାଏ ସିଙ୍ଗାପୁରରେ ରହି ବିଶ୍ୱସ୍ତରୀୟ ଦକ୍ଷତା, କୌଶଳ, ପ୍ରଶିକ୍ଷଣ ନେବେ । ୨୦ ଛାତ୍ରଛାତ୍ରୀ ଡ୍ରୋନ ପରିଚାଳନା ଓ ମରାମତି ସଂପର୍କରେ ପ୍ରଶିକ୍ଷଣ ନେବାକୁ ଥିବାବେଳେ ସ୍ୱୟଂଚାଳିତ ମୋବାଇଲ ରୋବୋଟିକ କୌଶଳରେ ଦକ୍ଷତା ହାସଲ ପାଇଁ ମଧ୍ୟ ପ୍ରଶିକ୍ଷଣ ନେବେ । କାର୍ଯ୍ୟକ୍ରମକୁ ଆଇଟିଇ ଏଜୁକେସନ ସର୍ଭିସ ଓ ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷଙ୍କ ମିଳିତ ଉଦ୍ୟମରେ ଏହି ତାଲିମ ଶିବିର ଆୟାଜନ କରାଯାଇଛି । ୭ରୁ ୧୮ନଭେମ୍ବର ଯାଏଁ ସିଙ୍ଗାପୁରରେ ହେବ ବିଶ୍ୱ ଦକ୍ଷତା ସମ୍ମିଳନୀ ।