ଟି-୨୦ ବିଶ୍ୱକପ: ଦକ୍ଷିଣ ଆଫ୍ରିକାକୁ ହରାଇଲା ନେଦରଲାଣ୍ଡ୍ସ, ସେମିରେ ପହଞ୍ଚିଲା ଭାରତ

1 min read

ଆଡିଲେଡ୍: ଚଳିତ ଟି-୨୦ ବିଶ୍ୱକପରେ ଆଜି ଆଉ ଏକ ବଡ଼ ବିପର୍ଯ୍ୟୟ ଦେଖିବାକୁ ମିଳିଛି । ଆଜି ଗ୍ରୁପ୍-୨ରେ ଖେଳାଯାଇଥିବା ପ୍ରଥମ ମ୍ୟାଚରେ ମୁହାଁମୁହିଁ ହୋଇଥିଲେ ଦକ୍ଷିଣ ଆଫ୍ରିକା ଓ ନେଦରଲାଣ୍ଡ୍ସ । ସେମିଫାଇନାଲରେ ନିଜ ସ୍ଥାନ ପକ୍କା କରିବାକୁ ହେଲେ ଏହି ମ୍ୟାଚକୁ ଦକ୍ଷିଣ ଆଫ୍ରିକା ଜିତିବା ଆବଶ୍ୟକ ଥିଲା । କିନ୍ତୁ ଏହି ମ୍ୟାଚରେ ନେଦରଲାଣ୍ଡ୍ସ ଦକ୍ଷିଣ ଆଫ୍ରିକାକୁ ୧୩ ରନରେ ପରାସ୍ତ କରିଛି । ଯାହାଫଳରେ ଦକ୍ଷିଣ ଆଫ୍ରିକା ଚଳିତ ଟି-୨୦ ବିଶ୍ୱକପର ସେମିଫାଇନାଲ ରେସରୁ ବିଦା ହୋଇଛି ।

ତେବେ ଏହି ମ୍ୟାଚରେ ଦକ୍ଷିଣ ଆଫ୍ରିକ ପରାଜୟ ହେବା ପରେ ସେମିଫାଇନାଲରେ ନିଜ ସ୍ଥାନ ପକ୍କା କରିଛି ଟିମ୍ ଇଣ୍ଡିଆ । ଚଳିତ ବିଶ୍ୱକପରେ ଭାରତ ସେମିରେ ନିଜ ସ୍ଥାନ ପକ୍କା କରିବାକୁ ହେଲେ ଆଜି ହେବାକୁ ଥିବା ମ୍ୟାଚରେ ବିଜୟ ଲାଭ କରିବା ଜରୁରୀ ଥିଲା । କିନ୍ତୁ ଦକ୍ଷିଣ ଆଫ୍ରିକା ନେଦରଲାଣ୍ଡ୍ସଠାରୁ ପରାସ୍ତ ହେବା ପରେ ଭାରତ ଗ୍ରୁପ୍-୨ରୁ ପ୍ରଥମ ଦଳ ଭାବରେ ସେମିଫାଇନାଲରେ ତା’ର ସ୍ଥାନ ପକ୍କା କରିଛି । ଅନ୍ୟପକ୍ଷରେ ଆଜି ହେବାକୁ ଥିବା ପାକିସ୍ତାନ ଓ ବାଲାଂଦେଶ ମ୍ୟାଚ ଉଭୟ ଦଳ ପାଇଁ କର ବା ମର ହୋଇଛି । ଯେଉଁ ଦଳ ଏହି ମ୍ୟାଚକୁ ବିଜୟ ଲାଭ କରିବ ସେହି ଦଳ ସେମିଫାଇନାଲରେ ତା’ର ସ୍ଥାନ ପକ୍କା କରିବ ।